Achira News Logo
Achira News

ମଞ୍ଚକୁ ସାପ ଆଣି ବିବାଦରେ ଅଭିନେତା ସାଇ ସତ୍ୟଜିତ ପାଣ୍ଡା

Prameya
ମଞ୍ଚକୁ ସାପ ଆଣି ବିବାଦରେ ଅଭିନେତା ସାଇ ସତ୍ୟଜିତ ପାଣ୍ଡା
Full News
Share:

ଭୁବନେଶ୍ବର ୦୩/୦୨: ପୁଣି ଯାତ୍ରା ମଞ୍ଚକୁ ସାପ ନେଇ ବିବାଦରେ ଫସିଛନ୍ତି ଅଭିନେତା ସାଇ ସତ୍ୟଜିତ ପଣ୍ଡା । ନାଟକ ମଞ୍ଚସ୍ଥ ବେଳେ ସାଇ ହାତରେ ଏକ ବଲ୍ ପାଇଥନ୍(ଏକଜୋଟିକ୍)ଧରି ମଞ୍ଚକୁ ଚଢ଼ିଥଲେ । ଯାହାକୁ ନେଇ ବିବାଦ ଦେଖାଦେଇଛି । ବନ ବିଭାଗର ରେଞ୍ଜ ବିଭାଗ ପକ୍ଷରୁ ଯାତ୍ରା ପାର୍ଟିର ମ୍ୟାନେଜର ଓ କମିଟି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି । ମଞ୍ଚରେ କୌଣସି ପ୍ରକାର ସାପ ପ୍ରଦର୍ଶନ କରିପାରିବେନି ବୋଲି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ପଢ଼ନ୍ତୁ :-୨୦ ହଜାର ଦେଲେ ବିଦ୍ୟୁତ୍ ସଂଯୋଗ, ଇଟା କମ୍ପାନୀ ମାଲିକଙ୍କଠୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ସାପ ବନ୍ୟପ୍ରାଣୀ ଆଇନ୍‌ରେ ସିଡ୍ୟୁଲ-୧ ତାଲିକାରେ ସଂରକ୍ଷିତ ଥିବାରୁ ଏହାକୁ ବ୍ୟବହାର କରାଯାଇପାରିବନି ବୋଲି ପରିବେଶବିତ୍ମାନେ ଅଭିଯୋଗ କରିଛନ୍ତି । ଅପେରାରେ ଏହି ସାପକୁ ଦେଖାଇବା ପାଇଁ ବନ୍ୟପ୍ରାଣୀ ମଙ୍ଗଳ ବୋର୍ଡର ଅନୁମତି ଦରକାର ବୋଲି କହିଛନ୍ତି । ତେବେ ବଲ୍ ପାଇଥନ୍ ଭାରତୀୟ ସାପ ନୁହେଁ, ଏହାକୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇପାରିବ । ହେଲେ ମଞ୍ଚକୁ ନେବା ଠିକ୍ ନୁହେଁ ବରଂ ଘରେ ରଖନ୍ତୁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି । ଆହୁରି ପଢ଼ନ୍ତୁ :-ନୂଆ ଖଣିଜ ନିୟମ ଲାଗୁ : ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍, MSP ଧାର୍ଯ୍ୟ କରିବେ ସରକାର

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ମଞ୍ଚକୁ ସାପ ଆଣି ବିବାଦରେ ଅଭିନେତା ସାଇ ସତ୍ୟଜିତ ପାଣ୍ଡା | Achira News