Achira News Logo
Achira News

ମାଟି ତଳେ ହୀରା, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥ ଆବିଷ୍କାର କଲା ଓଡ଼ିଶା

Sambad
ମାଟି ତଳେ ହୀରା, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥ ଆବିଷ୍କାର କଲା ଓଡ଼ିଶା
Full News
Share:

ଭୁବନେଶ୍ବର:ଓଡ଼ିଶାହେଉଛି ରତ୍ନଗର୍ଭା। ଏହାର ମାଟି ତଳେ ଅନେକ ମୂଲ୍ୟବାନ ରତ୍ନ ରହିଛି। କେବଳଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ ନୁହେଁ, ସୁନା ଓ ହୀରା ମଧ୍ୟ ରହିଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ହୀରା ଖଣିର ସନ୍ଧାନ ମିଳିଛି। ନୂଆପଡ଼ା ବ୍ଲକ୍‌ର କଲମିଦାଦର ଅଞ୍ଚଳରେ ହୀରା ଥିବା ପଥରର ସନ୍ଧାନ କରାଯାଇଛି। ବିଶେଷଜ୍ଞମାନେ ବର୍ତ୍ତମାନ ତାହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗର ଅନୁଶୀଳନ କରୁଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେକଳାହାଣ୍ଡିଜିଲ୍ଲାର ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ହିଞ୍ଜିଳିବାହାଳ-ଜିଲିଙ୍ଗବରରେ ମାଣିକର ସନ୍ଧାନ ମିଳିଛି। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ମୋତି ଖଣିର ସନ୍ଧାନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି। ଦେବଗଡ଼ର ରିଆମାଳ ବ୍ଲକ୍‌ରେ ତମ୍ବା ପଥର, ଗ୍ରାଫାଇଟ୍‌ ଓ ନିକେଲ୍‌ ଠାବ କରାଯାଇଛି। ସେହିପରି ଅଡସ-ରାମପଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ କରାଯାଇଛି।ମୟୂରଭଞ୍ଜଜିଲ୍ଲାର କୁଳିଅଣା ବ୍ଲକ୍‌ର ମଦନସାହି-କାଞ୍ଜିଆରେ ସୁନା ଓ ତମ୍ବା ଥିବା ପଥର ଠାବ କରାଯାଇଛି। କେନ୍ଦୁଝରର ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋପୁର-ଜଳଡ଼ିହରେ ସୁନା ଖଣିର ସନ୍ଧାନ ମିଳିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ପୂର୍ବ ସୂଚନା ଅନୁସାରେ ରାଜ୍ୟ ମାଟି ତଳେ ୧୫୮୬ କେଜି ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି। ଏହି ସମ୍ପଦର ଅନୁସନ୍ଧାନ ଓ ବାଣିଜ୍ୟିକ ବ୍ୟବହାର ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରୁଛନ୍ତି। ସୁନା ଖଣି ନିଲାମ କରିବା ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରୁଛନ୍ତି। ଆହୁରି ପଢ଼ନ୍ତୁ:Hirakud Dam: ଚର୍ଚ୍ଚାରେ ହୀରାକୁଦ ଡ୍ୟାମ୍‌ର ଯୋଗିନୀସ୍ଥିତ ପ୍ରାଚୀନ କୀର୍ତ୍ତି: ସମାଧି ନୁହେଁ, ବୌଦ୍ଧସ୍ତୂପ ରାଜ୍ୟରେ ଗ୍ରାଫାଇଟ, ତମ୍ବା, ନିକେଲ, ରୁପା, ଟାଇଟାନିୟମ, ଭାନାଡିୟମ ଓ ଟିନ୍‌ ଭଳି ବିରଳ ମୃତିକା ଖଣିଜ ପଦାର୍ଥ ମଧ୍ୟ ଠାବ କରାଯାଇଛି। ଏହି ଖଣିଜ ପଦାର୍ଥରୁ ପ୍ରସ୍ତୁତ ଉପାଦାନଗୁଡ଼ିକୁ ଇଲେକ୍ଟ୍ରିକ ଯାନ (ଇଭି), ସୋଲାର ପ୍ରକଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଅତ୍ୟାଧୁନିକ ବିନିର୍ମାଣରେ ବ୍ୟବହାର କରାଯାଇଛି। କଳାହାଣ୍ଡି, ରାୟଗଡ଼ା,ବଲାଙ୍ଗୀର, ନୟାଗଡ଼ ଓ ଦେବଗଡ଼ ଜିଲ୍ଲାରେ ଗ୍ରାଫାଇଟ୍‌ ଠାବ କରାଯାଇଛି। ଅଧିକାଂଶ ସ୍ଥାନରେ ଜି୨ ଓ ଜି୩ ସ୍ତରର ଅନସନ୍ଧାନ ଜାରି ରହିଛି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ମାଟି ତଳେ ହୀରା, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥ ଆବିଷ୍କାର କଲା ଓଡ଼ିଶା | Achira News