Achira News Logo
Achira News

ମାଟ୍ରିକ ପରୀକ୍ଷାରେ ଟପ୍ପର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ନମ୍ବର ହାସଲ କରିଛନ୍ତି।

Dharitri
ମାଟ୍ରିକ ପରୀକ୍ଷାରେ ଟପ୍ପର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ନମ୍ବର ହାସଲ କରିଛନ୍ତି।
Full News
Share:

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ୫୭୧ ରଖିଛନ୍ତି ଦେବଦର୍ଶୀ ମଣ୍ଡଳ । ଖରିନାସୀ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ର ଦେବଦର୍ଶୀ ଓ ବ୍ଲକ୍‌ର ଅନ୍ୟ ୪ ଛାତ୍ରୀଛାତ୍ରଙ୍କୁ ଏ-୧ ଗ୍ରେଡ୍‌ ରଖିଥିବାରୁ ସମ୍ମାନିତ କରାଯାଇଛି। ଅନ୍ଦୁଳି ବିଷ୍ଣୁପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ରୀ ତୁଳସୀ ସ୍ବାଇଁ, ଜମ୍ବୁ ଉଚ୍ଚ ବିଦ୍ୟାଳୟ ଛାତ୍ର ଶୁଭଜିତ୍‌ ମଣ୍ଡଳ, ବଜ୍ର ବୁଢ଼ୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପୀନାଥପୁର ଶାସନ ଛାତ୍ରୀ କ୍ରୀତିକ୍ରିଷ୍ଣା ପ୍ରିୟଦର୍ଶିନୀ, ରାହାମା ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶୁଭଲକ୍ଷ୍ମୀ ବାଇ ବ୍ଲକ୍‌ର ଉଜ୍ଜ୍ୱଳ ତାରକା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମଙ୍ଗଳପୁର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ଡ. ଗନ୍ଧର୍ବ ଚନ୍ଦ୍ର ନାୟକ ଯୋଗଦେଇ ଦେବଦର୍ଶୀଙ୍କ ସମେତ ୪ ଜଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଆଗାମୀ ଦିନରେ ଭବିଷ୍ୟତର ଉଜ୍ଜ୍ବଳ କାମନା କରିଥିଲେ। ମହାକାଶ ବିଜ୍ଞାନୀ ହୋଇ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ଦେବଦର୍ଶୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ କ୍ଷୀରୋଦ ପ୍ରସାଦ ସାହୁ, ବିଆର୍‌ସିସି ଅକ୍ଷୟ କୁମାର ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଚିତ୍ରାନନ୍ଦ ସାମଲ, ମିନତୀ ସେଠୀ, ପ୍ରଧାନ ଶିକ୍ଷକ ରଘୁନାଥ ଦାସ, ରାମନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବାସୁଦେବ ସାହୁ, ପ୍ରଧାନ ଶିକ୍ଷକ ହିମାଂଶୁ ଦାସ, ମନୋଜ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ମାଟ୍ରିକ ପରୀକ୍ଷାରେ ଟପ୍ପର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ନମ୍ବର ହାସଲ କରିଛନ୍ତି। | Achira News