ମୁମ୍ବାଇ:ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଏୟାର୍ ଇଣ୍ଡିଆର ଏକ ବିମାନ ଓ ଏକ ଇଣ୍ଡିଗୋ ବିମାନର ଡେଣା ଭିତରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏୟାର୍ ଇଣ୍ଡିଆ କହିଛି ଯେ ଘଟଣା ଘଟିବା ସମୟରେ ଏହାର ବିମାନ ଟ୍ୟାକ୍ସିୱେରେ ଉଡ଼ାଣ ପାଇଁ ଅପେକ୍ଷା କରିଥିଲା। ମୁମ୍ବାଇରୁ କୋଏମ୍ବାଟୁର ଅଭିମୁଖେ ଯିବାକୁ ଥିବା ବିମାନ ଏଆଇ୨୭୩୨ ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ଅପେକ୍ଷା କରୁଥିବା ସମୟରେ ଇଣ୍ଡିଗୋ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା। ଯାହାଫଳରେ ଆମ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି। Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ ବୈଷୟିକ ଯାଞ୍ଚ ପାଇଁ ଉଭୟ ବିମାନକୁ ଭୂଶାୟୀ କରାଯାଇଛି।ଏୟାର୍ ଇଣ୍ଡିଆର ବିବୃତିରେ କୁହାଯାଇଛି ଯେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଛି ଏବଂ ଆମର ଗ୍ରାଉଣ୍ଡ ଟିମ୍ ସେମାନଙ୍କୁ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି। ଇଣ୍ଡିଗୋ ମଧ୍ୟ ଏହି ଦୁର୍ଘଟଣା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛି। ଏଥିରେ କୁହାଯାଇଛି, ବିମାନ ହାଇଦ୍ରାବାଦରୁ ମୁମ୍ବାଇ ପହଞ୍ଚି ଅବତରଣ କରିବା ପରେ ଟ୍ୟାକ୍ସିଂ ସମୟରେ ଏୟାର୍ ଇଣ୍ଡିଆ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ପାର୍କିଂ ପରେ ସେମାନଙ୍କୁ ଓହ୍ଲାଇ ଦିଆଯାଇଛି। ବିମାନଟିର ରକ୍ଷଣାବେକ୍ଷଣ ଯାଞ୍ଚ ଚାଲିଛି। Education: ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ
ମୁମ୍ବାଇ ବିମାନ ବନ୍ଦର ମଝିରେ ବିମାନ ଧକ୍କା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଘଟଣାରେ କେହି ମୃତାହତ ହୋଇନାହାନ୍ତି
Sambad•
%2Fsambad%2Fmedia%2Fmedia_files%2F2026%2F02%2F04%2Fdgdadgzcvcv-2026-02-04-02-49-43.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.