ମୁମ୍ୱାଇ,୦୧/୦୨ : ବଲିଉଡ୍ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ମହାରାଷ୍ଟ୍ର ମୁମ୍ବାଇସ୍ଥିତ ଘର ଉପରକୁ ଗୁଳିମାଡ଼। ଶନିବାର ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତମାନେ ରୋହିତଙ୍କ ଘର ଉପରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ହୋଇନାହିଁ । ଏପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ହୋଇନାହିଁ । ପୁଲିସ ଏବଂ ଫରେନସିକ୍ ଦଳ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଏ ଓ କାହିଁକି ରୋହିତଙ୍କ ଘର ଉପରକୁ ଗୁଳିମାଡ଼ କରିଛି ତାର କାରଣ ଅସ୍ପଷ୍ଟ ରହିଛି । ଆହୁରି ପଢନ୍ତୁ-‘ବ୍ୟାଟଲ୍ ଅଫ୍ ଗଲୱାନ’ ଏହି ୫ କାରଣରୁ ହେବ ହିଟ୍ , ୩୦୦ କୋଟି ଟଙ୍କା କରିବ ଆୟ : ଏକ୍ସପର୍ଟଙ୍କ ପ୍ରତିକ୍ରିୟାସେପଟେ ଗୁଳିକାଣ୍ଡ ପରେ ରୋହିତ ଶେଟ୍ଟୀଙ୍କ ଘର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁମ୍ବାଇ ପୁଲିସ, କ୍ରାଇମବ୍ରାଞ୍ଚ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତ କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରତ୍ୟେକ ଦିଗକୁ ଅନୁସନ୍ଧାନ କରୁଛି। ତେବେ ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ରୋହିତଙ୍କ ଓ୍ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ରୋହିତ ଶେଟ୍ଟୀ 'ସିଙ୍ଘମ ଏଗେନ୍'ର ନିର୍ଦ୍ଦେଶନା ଦେଇଥିଲେ। ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ କରୀନା କପୁର ଖାନ, ଦୀପିକା ପାଦୁକୋନ, ରଣବୀର ସିଂହ, ଅର୍ଜୁନ କପୁର, ଅକ୍ଷୟ କୁମାର, ଟାଇଗର ଶ୍ରଫ୍ ଏବଂ ଜ୍ୟାକି ଶ୍ରଫ୍ ସମେତ ବିଭିନ୍ନ କଳାକାର ସାମିଲ ଥିଲେ। ପ୍ରାୟ ୩୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ବକ୍ସ ଅଫିସରେ ପ୍ରାୟ ୪୦୦ କୋଟି ଆୟ କରିଥିଲା।
ମୁମ୍ବାଇରେ ରୋହିତ ସେଟ୍ଟୀଙ୍କ ଘର ଉପରେ ଆକ୍ରମଣ ଘଟଣାର ତଦନ୍ତ କରୁଛି ପୋଲିସ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.