ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ ୮୪୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି। ଏଥିରୁ ୩୧୮.୯୨ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ୩୧ ପ୍ରକଳ୍ପକୁ ଲୋକାର୍ପିତ କରାଯାଇ ୧୮୪.୬୩ କୋଟି ଟଙ୍କା ଅଟକଳ ମୂଲ୍ୟର ୩୦ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୨୨ ପ୍ରକଳ୍ପ ମଧ୍ୟରୁ ୩୯୨ ସଫଳତାର ସହ ଶେଷ ହୋଇଛି। ଚଳିତ ୨୦୨୫-୨୬ ବର୍ଷରେ ୪୩.୯୬ କୋଟି ଟଙ୍କା ବ୍ୟୟରେ ୯୬୪ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜସିିର୍କେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇ ସାମିଲ ହୋଇଥିଲେ। ଏହି ସମସ୍ତ ପ୍ରକଳ୍ପ ଜିଲାର ଶିକ୍ଷା, ଯୋଗାଯୋଗ ଓ ସାମାଜିକ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ପିଏମଜିଏସୱାଇ ଯୋଜନାରେ ୧୬୮ ରାସ୍ତା ନିର୍ମାଣ ସହ ଦୁର୍ଗମ ଅଞ୍ଚଳକୁ ସଂଯୋଗ କରାଯିବ। ଏଥିସହ ଆୟୁର୍ବେଦିକ ମେଡିକାଲ କଲେଜ, ପାନୀୟ ଜଳ ପ୍ରକଳ୍ପ ଓ ରେଳ ସଂଯୋଗ ଆଦି ମୁଖ୍ୟ ପ୍ରକଳ୍ପ ମାଲକାନଗିରିର ଉନ୍ନତିକୁ ଆହୁରି ଗତି ଦେବ। ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଯୁବ ସମାଜଙ୍କ ସମଗ୍ର ବିକାଶ ଓ ସଶକ୍ତିକରଣ ପାଇଁ ସ୍ପୋର୍ଟସ ସାମଗ୍ରୀ, ଆଧୁନିକ ଜିମ ଉପକରଣ ଓ ସମ୍ବାଦପତ୍ର ଆଦି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିରେ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ରାଶି ସହ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଥିଲା। ଜିଲାର ଶ୍ରେଷ୍ଠ ୩ ବିଦ୍ୟାଳୟକୁ ଚଳିତବର୍ଷ ଦଶମ ପରୀକ୍ଷାରେ ସଫଳତା ପାଇଁ ସମର୍ଦ୍ଧିତ କରାଯାଇଛି। ଉପଜିଲାପାଳ ଧନ୍ୟବାଦ ଦେଇଥିଲେ।
ମଲକାନଗିରି ଜିଲ୍ଲାରେ 843 କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ ମନ୍ତ୍ରୀ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.