ମାଲକାନଗିରି: ମାଲକାନଗିରି ପୁଲିସକୁ ବଡ ସଫଳତା । ଛତିଶଗଡ ମାଓ ସଂଗଠନର ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ବୁଧବାର ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ସଂଗଠନ ରେ ବ୍ୟବହାର କରୁଥିବା ନିଜର ଅତ୍ୟାଧୁନିକ SLR ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲେଣ୍ଡମାଇନ, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ୍ ଓ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ସହ ପୁଲିସ ପାଖରେ ଆତ୍ମସମର୍ପଣ କରିଛି । ଛତିଶଗଡ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଅଞ୍ଚଳର ଅନେକ ହିଂସା କାଣ୍ଡ ରେ ଜଡିତ ଥିଲେ ଏହି ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ । କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଶୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସେ ଓଡିଶା ଓ ଛତିଶଗଡର ବିଭିନ୍ନ ହିଂସାକାଣ୍ତ ସାମିଲ ଥିଲା। ହେଲେ ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ମାଲକାନଗିରି ଏସପି କହିଛନ୍ତି ।
ମଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ନେତା
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.