Achira News Logo
Achira News

ମଲକାନଗିରିରେ ଟମାଟୋ ଦରରେ ଅସଙ୍ଗତି ବଜାର ମଧ୍ୟରେ ବଡ଼ ବ୍ୟବଧାନ

Prameya
ମଲକାନଗିରିରେ ଟମାଟୋ ଦରରେ ଅସଙ୍ଗତି ବଜାର ମଧ୍ୟରେ ବଡ଼ ବ୍ୟବଧାନ
Full News
Share:

ମାଲକାନଗିରି,୩/୨ : ମାଲକାନଗିରି ସାପ୍ତାହିକ ହାଟରେ ମଙ୍ଗଳବାର ଟମାଟୋ ସସ୍ଥା ହୋଇ କେଜି ୧୦ଟଙ୍କା ଥିବାବେଳେ ସଜନା ଛୁଇଁ କେଜି ୨୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ମାଲକାନଗିରିରେ ବିଲାତି ବାଇଗଣ କେଜି ୩୦ରୁ ୪୦ଟଙ୍କା ଥାଏ, ଠିକ୍ ସେହିପରି ସଜନା ଛୁଇଁ ମଧ୍ୟ ୪୦ରୁ ୫୦ଟଙ୍କାରେ ବିକ୍ରି ହୋଇଥାଏ। ହେଲେ ଆଜି ହଠାତ୍ ଟମାଟୋ କେଜି ୧୦ଟଙ୍କା ହୋଇଯିବା ଦେଖି ଯିଏ ଆଗରୁ କେଜିଏ ଲେଖା ନେଉଥିଲେ ଆଜି ବ୍ୟାଗ ଭରି ଟମାଟୋ କିଣି ନେଉଥିବା ଦେଖା ଦେଇଛି । ହଠାତ୍ ଟମାଟୋ ଦର ହ୍ରାସର କାରଣ ବୁଝିବାରୁ ଜଣା ପଡ଼ିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା ତଣ୍ଡାପାଲି ଅଞ୍ଚଳରେ ପ୍ରଚୁର ପରିମାଣରେ ଟମାଟୋ ଚାଷ ହୋଇଛି । ସେଠାରେ ଟମାଟୋ ସମସ୍ତଙ୍କ ଜମିରେ ଚାଷ ହୋଇଥିବାରୁ କେହି କ୍ରୟ କରୁନଥିବାରୁ ଚାଷୀମାନେ ବଳକା ଟମାଟୋକୁ ସାଇତି ରଖି ନ ପାରି ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି । ସେଠାରୁ ଟମାଟୋ ୧୦ଟଙ୍କାରେ ୨କିଲୋ କିଣି ମାଲକାନଗିରିରେ କେଜି ୧୦ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ତା’ପରେ ମାଲକାନଗିରିରେ ମଧ୍ୟ ଟମାଟୋ ଚାଷ ହୋଇଛି । ଏବେ ଆମଦାନୀ ସମୟ ଥିବାରୁ ଟମାଟୋ ଶସ୍ତା ହୋଇଯାଇଛି । ଠିକ୍ ସେହିପରି ବନ୍ଧା କୋବି କେଜି ୨୦, ଫୁଲ କୋବି ୩୦, ବାଇଗଣ ୩୦, ମୋଟର ଛୁଇଁ କେଜି ୩୦ହୋଇଥିବାବେଳେ ସଜନା ଛୁଇଁ କେଜି ୨୦୦, କଲରା କେଜି ୮୦ଟଙ୍କା ହୋଇଛି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ମଲକାନଗିରିରେ ଟମାଟୋ ଦରରେ ଅସଙ୍ଗତି ବଜାର ମଧ୍ୟରେ ବଡ଼ ବ୍ୟବଧାନ | Achira News