ନୂଆଦିଲ୍ଲୀ,୦୪/୦୨;ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସହର ଅନ୍ତର୍ଗତ ରୋଭିଲ୍ଲେ ଠାରେ ଅଷ୍ଟ୍ରେଲୀୟ-ଭାରତୀୟ କମ୍ୟୁନିଟି ସେଣ୍ଟର ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ମହାତ୍ମା ଗାନ୍ଧୀଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ କେହି ଚୋରି କରିନେଇଯାଇଛି । ନୂଆଦିଲ୍ଳୀରେ ଥିବା ଇଣ୍ଡିଆନ କାଉନସିଲ ଫର କଲ୍ଚରାଲ ରିଲେସନ (ଆଇସିସିଆର) ପକ୍ଷରୁ ଏହି ପ୍ରତିମୂର୍ତ୍ତିଟି ଉପହାର ଭାବେ ଦିଆଯାଇଥିଲା । ଅଷ୍ଟ୍ରେଲିଆରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ସଂସ୍କୃତି, ପରମ୍ପରା ଓ ଇତିହାସର ପ୍ରତୀକ ଥିଲା ଏହି ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତିଟିକୁ ସୋମବାର ବିଳମ୍ବିତ ରାତି ୧୨ଟା ୫୦ରେ କେହି ଚୋରି କରିନେଇଛି । ଏହା ସମ୍ପୂର୍ଣ୍ଣ ବ୍ରୋଞ୍ଜରେ ନିର୍ମିତ ହୋଇଥିଲା ବେଳେ ଓଜନ ଥିଲା ୪୨୬ କିଲୋଗ୍ରାମ । ଅଷ୍ଟ୍ରେଲିଆର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହାର ଭିଡିଓ ସାମ୍ନାକୁ ଆସିଛି । ସେଥିରେ ଦେଖିବାକୁ ମିଳିଛି କି ପ୍ରତିମୂର୍ତ୍ତିଟିର ପାଦ ଉପରୁ କେହି କାଟି ନେଇଛି । କେବଳ ପାଦର ଅଳ୍ପ କିଛି ଅଂଶ ବାକି ରହିଛି । ବିଦ୍ୟୁତ ଚାଳିତ କରତ ସହାୟତାରେ ତାକୁ କଟାଯାଇଥିବା ଅନୁମାନ କରାଯାଉଛି । ଭିକ୍ଟୋରିଆ ପୁଲିସର ନକ୍ସ କ୍ରାଇମ ଇନଭେଷ୍ଟିଗେସନ ୟୁନିଟ ଘଟଣାର ତଦନ୍ତ କରୁଛି । ୨୦୨୧ ନଭେମ୍ବର ୧୨ରେ ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହାର ଉଦ୍ଘାଟନ କରିଥିଲେ । ଉଦ୍ଘାଟନର ୨୪ ଘଣ୍ଟାରେ ଏହା ଭଙ୍ଗାରୁଜା କରାଯାଇଥିଲା । ଏହା ବି ପଢନ୍ତୁ...ଯୁବ ବ୍ୟବସାୟୀଙ୍କୁ ପିଟି ପିଟି ମାରି ଦେଲେ ଡେଲିଭରୀ ବୟେଜ୍ ; ଦୁଇ ଗିରଫ , ଜଣେ ଫେରାର
ମେଲବୋର୍ଣ୍ଣର ଅଷ୍ଟ୍ରେଲିଆ-ଭାରତୀୟ କମ୍ୟୁନିଟି ସେଣ୍ଟରରୁ ଗାନ୍ଧୀ ପ୍ରତିମୂର୍ତ୍ତି ଚୋରି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.