Achira News Logo
Achira News

ମିଳିତ ଜାତିସଂଘର ବିଶ୍ୱ ସୁଖ ଦିବସ ପାଳନ; ପାରମ୍ପରିକ ଉତ୍ସବ ସହିତ ବିଶ୍ୱ ପାଖଲ ଦିବସ ପାଳନ କଲା ଓଡ଼ିଆ

Sambad
ମିଳିତ ଜାତିସଂଘର ବିଶ୍ୱ ସୁଖ ଦିବସ ପାଳନ; ପାରମ୍ପରିକ ଉତ୍ସବ ସହିତ ବିଶ୍ୱ ପାଖଲ ଦିବସ ପାଳନ କଲା ଓଡ଼ିଆ
Full News
Share:

ପ୍ରଭାତ କୁମାର ନନ୍ଦ ମାର୍ଚ୍ଚ ୨୦ ତାରିଖ ଅନ୍ତର୍ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଏହି ଦିନକୁ ବ୍ୟକ୍ତିଗତକଲ୍ୟାଣ, ସାମାଜିକ ସ୍ୱାସ୍ଥ୍ୟ ଓ ବିକାଶ ନିମିତ୍ତ ଉତ୍ସର୍ଗ କରାଯାଇଛି। ମିଳିତ ଜାତିସଂଘ ୨୦୧୨ ମସିହା ଜୁଲାଇ ୧୨ ତାରିଖରେ ମାନବ ଜୀବନର ଖୁସି ଓ କଲ୍ୟାଣ ନିମନ୍ତେ ‘ବିଶ୍ବ ଖୁସି ଦିବସ’ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସଂଯୋଗ କ୍ରମେ ମାର୍ଚ୍ଚମାସ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବରେ ପାଳନ କରାଯାଉଛି। ୨୦୧୧ ମସିହାଠାରୁ ପୃଥିବୀର ବିଭିନ୍ନ ଦେଶରେ ଓଡ଼ିଆମାନେ ଓ ଅନ୍ୟ ଜନସମାଜ ଏହାକୁ ପାଳନ କରୁଛନ୍ତି। Pakhala Parab: ଓଡ଼ିଶାର ରୋଷେଇ ପରମ୍ପରାର ଦୁଇ ଦିନିଆ ଉତ୍ସବ ଆରମ୍ଭ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ, ଝାଡ଼ଖଣ୍ଡ, ଆସାମର ବହୁ ଲୋକ ପଖାଳ ଖାଇବାକୁ ଭଲ ପାଆନ୍ତି। ସୁଦୂର ୟୁରୋପ, ଆମେରିକା, ଆଫ୍ରିକା ପ୍ରଭୃତି ମହାଦେଶରେ ଓଡ଼ିଆମାନେ ପଖାଳ ଖାଇ ତା’ର ପ୍ରସିଦ୍ଧିକୁ ବିଶ୍ୱବ୍ୟାପୀ କରାଇଲେଣି। ଭାତ ରନ୍ଧା ହୋଇ ସାରିଲାପରେ ସେଥିରେ ପାଣି ମିଶାଇ ଗ୍ରହଣ କଲେ, ତାହାକୁ ସଜ ପଖାଳ କୁହାଯାଏ। ସେହି ପାଣି ମିଶା ଭାତକୁ ପରଦିନ ଗ୍ରହଣ କଲେ ତାହା ଅଧିକ ଅମ୍ଳଯୁକ୍ତ ହୋଇଥାଏ। ତାହାକୁ ବାସି ପଖାଳ କୁହାଯାଏ। ପଖାଳ ସହ ବିଭିନ୍ନ ଖାଦ୍ୟ ଦ୍ରବ୍ୟକୁ ମିଶ୍ରଣ କରି ଜିରା ପଖାଳ, ଦହିପଖାଳ, ଚାଇଁ ପଖାଳ, ପାଣି ପଖାଳ, ଅଦା ପଖାଳ, ସୁଗନ୍ଧି ବା ସୁବାସ ପଖାଳ, ଚିପୁଡ଼ା ପଖାଳ, ମିଠା ପଖାଳ, ଟଭା ପଖାଳ, ଘିଅ ପଖାଳ, ମଲ୍ଲୀଫୁଲ ପଖାଳ, ମେଥି ପଖାଳ ପ୍ରସ୍ତୁତ କରାଯାଇଥାଏ। Pakhala dibasa: ପଖାଳ ଦିବସ ହିଁ ଖୁସି ଦିବସ ଓଡ଼ିଶାରେ ଯେତେପ୍ରକାର ପଖାଳ ପ୍ରସ୍ତୁତ କରାଯାଇଥାଏ ତାହା ଅନ୍ୟତ୍ର ଦେଖାଯାଏ ନାହିଁ। ପଖାଳ ମହାପ୍ରଭୁଶ୍ରୀଜଗନ୍ନାଥଙ୍କରଅତି ପ୍ରିୟ ଆହାର। ପଖାଳ ଭଳି ସ୍ୱାସ୍ଥ୍ୟପ୍ରଦ ବ୍ୟଞ୍ଜନକୁ ମହାପ୍ରସାଦ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇ, ଛପନ ଭୋଗର ମହାତ୍ମ୍ୟ ଓ ଲୋକହିତକାରୀ ଭାବର ପ୍ରତିଷ୍ଠାକୁ ବହୁଗୁଣିତ କରାଯାଇଛି। ଓଡ଼ିଶାରେ ଦରିଦ୍ରଙ୍କଠାରୁ ଆରମ୍ଭକରି ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପଖାଳ ହେଉଛି ଅତିପ୍ରିୟ ଖାଦ୍ୟ। ସାଂସ୍କୃତିକ, ସ୍ୱାସ୍ଥ୍ୟଗତ, ସ୍ୱାଦଗତ ଓ ବ୍ୟଞ୍ଜନ ବିଳାସ ଦୃଷ୍ଟିରୁ ପଖାଳ ହେଉଛି ସମଗ୍ର ବିଶ୍ୱକୁ ଓଡ଼ିଆମାନଙ୍କ ସର୍ବୋତ୍ତମ ଉପହାର। ଏହି ଦୃଷ୍ଟିରୁ ବିଶ୍ୱ ପଖାଳ ଦିବସ ହିଁ ବିଶ୍ୱ ଖୁସି ଦିବସ।ମୋ: ୯୪୩୭୦୦୨୧୬୮

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ମିଳିତ ଜାତିସଂଘର ବିଶ୍ୱ ସୁଖ ଦିବସ ପାଳନ; ପାରମ୍ପରିକ ଉତ୍ସବ ସହିତ ବିଶ୍ୱ ପାଖଲ ଦିବସ ପାଳନ କଲା ଓଡ଼ିଆ | Achira News