Achira News Logo
Achira News

ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦୁଇ-ଶିଶୁ ମାନଦଣ୍ଡକୁ ଏଡ଼ାଇବା ଏବଂ ସର୍ପଞ୍ଚ ପଦବୀ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Sambad
ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦୁଇ-ଶିଶୁ ମାନଦଣ୍ଡକୁ ଏଡ଼ାଇବା ଏବଂ ସର୍ପଞ୍ଚ ପଦବୀ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
Full News
Share:

ନାନ୍ଦେଡ: ଗ୍ରାମପଞ୍ଚାୟତ ନିର୍ବାଚନରେ ଗାଁ ସରପଞ୍ଚ ହେବାର ଆକାଂକ୍ଷା ଯୋଗୁ ଜଣେ ବାପା ହତ୍ୟକାରୀ ସାଜିଛନ୍ତି।ମହାରାଷ୍ଟ୍ରର ଜଣେ ୨୮ ବର୍ଷୀୟ ଯୁବକ ରାଜ୍ୟର ଦୁଇ ସନ୍ତାନର ନିୟମକୁ ଏଡ଼ାଇ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନରେ ​​ସରପଞ୍ଚ ପଦବୀ ପାଇଁ ଲଢ଼ିବାରେ ଯୋଗ୍ୟତା ହାସଲ ଲାଗି ନିଜର ତିନି ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁହତ୍ୟାକରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ନାନ୍ଦେଦ ଜିଲ୍ଲାର ମୁଖେଦ ତାଲୁକାର କେରୁର ଗାଁର ବାସିନ୍ଦା ପାଣ୍ଡୁରଙ୍ଗ କୋଣ୍ଡମଙ୍ଗଲେ ନାମକ ଅଭିଯୁକ୍ତ ନିଜର ଛଅ ବର୍ଷର ଝିଅକୁ ମହାରାଷ୍ଟ୍ରର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାକୁ ନେଇ ନିଜାମସାଗର କେନାଲରେ ଠେଲି ଦେଇଥିଲେ। ପୁଲିସ କହିବା ଅନୁଯାୟୀ, ତିନି ଦିନ ପୂର୍ବେ ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ସେ ଦୋକାନକୁ ଯାଉଛନ୍ତି । ୭ ବର୍ଷର ଝିଅ ପ୍ରାଚୀକୁ ସାଙ୍ଗରେ ନେଇ ଘରୁ ବାହାରି ଯାଇଥିଲେ। ପରେ ସେ ଏକା ଘରକୁ ଫେରିଥିଲେ। ଝିଅ ବିଷୟରେ ପଚାରିବାରୁ ସେ ତାଳମେଳ ନଥିବା ଉତ୍ତର ଦେଇଥିଲେ। ଏନେଇ ଘର ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା। ନିଜାମାବାଦ ପୁଲିସ ପାଣ୍ଡୁରଙ୍ଗ ଓ ଗାଁର ସରପଞ୍ଚ ଗଣେଶ ରାମଚନ୍ଦ୍ର ସିନ୍ଦେଙ୍କୁ ଗିରଫ କରିଛନ୍ତି। ନିଜାମାବାଦ ପୁଲିସ କମିଶନର ପି ସାଇ ଚୈତନ୍ୟ କହିଛନ୍ତି, କିଛି ଦିନ ପୂର୍ବେ ୟେଡାପାଲିର ନିଜାମ ସାଗର କେନାଲରୁ ଜଣେ ଚୋଟଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ତଦନ୍ତରୁ ତାଙ୍କ ପରିଚୟ ପ୍ରାଚୀ। ସେ ମହାରାଷ୍ଟ୍ରର ପଡ଼ୋଶୀ ନାନ୍ଦେଡ ଜିଲ୍ଲାର କେରୁର ଗାଁର ବାସିନ୍ଦା ବୋଲି ଜଣାପଡିଥିଲା। ପୁଲିସ ତାଙ୍କ ବାପାଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା, ଏହି ସମୟରେ ସେ ପୁଲିସଙ୍କୁ ଭୁଲ୍ ସୂଚନା ଦେଇ ମିଛ କହିଥିଲେ। ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ। ସାନଝିଅ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା କହିଥିଲେ। ତେବେ ଅଧିକ ପଚରାଉଚରା ପରେ, ସେ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଗାଁରେ ଏକ ସେଲୁନ୍ କରି ଜୀବିକା ନିର୍ବାହ କରୁଥିବା ପାଣ୍ଡୁରଙ୍ଗ ଆଗାମୀ ପଞ୍ଚାୟତ ନିର୍ବାଚନରେ ​​ଲଢ଼ିବାକୁ ଆଗ୍ରହୀ ଥିଲେ। ତେବେ ପ୍ରାର୍ଥୀଙ୍କ ପାଇଁ ମହାରାଷ୍ଟ୍ରର ଦୁଇ ସନ୍ତାନର ନିୟମ ଅନୁଯାୟୀ ତାଙ୍କୁ ବାରଣ କରାଯାଇଥିଲା। କାରଣ ତାଙ୍କର ତିନି ସନ୍ତାନ ଥିଲେ। ତାଙ୍କର ତିନି ବର୍ଷର ପୁଅ ଓ ଛଅ ବର୍ଷର ଦୁଇ ଯମଜ ଝିଅ ଥିଲେ। ଏହି ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ସେ ତାଙ୍କ ବନ୍ଧୁ ଗାଁର କାର୍ଯ୍ୟରତସରପଞ୍ଚଗଣେଶ ସିନ୍ଦେଙ୍କ ପାଖକୁ ଆଳୋଚନା କରିବାକୁ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ସେମାନେ ବଡ଼ ଝିଅ ପ୍ରାଚୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପୁଲିସର କହିବା ଅନୁସାରେ, ସେମାନେ ପ୍ରଥମେ ପ୍ରାଚୀଙ୍କୁ ପୋଷ୍ୟ ସନ୍ତାନ ଭାବରେ ଦର୍ଶାଇବାକୁ ଯୋଜନା କରିଥିଲେ। କିନ୍ତୁ ଏହା ଦ୍ବାରା ସମସ୍ୟାର ସମାଧାନ ହୋଇ ପାରିବ ନାହିଁ। କାରଣ ଜନ୍ମ ପ୍ରମାଣପତ୍ରରେ ପ୍ରାଚୀ ତାଙ୍କ ସନ୍ତାନ ବୋଲି ଜନ୍ମ ଉଲ୍ଲେଖ କରାଯାଇଥିଲା। ପାଣ୍ଡୁରଙ୍ଗ ପ୍ରାଚୀ ଅନ୍ୟ ସ୍ଥାନରେ ଛାଡ଼ିବାକୁ ଚିନ୍ତା କରିଥିଲେ। କିନ୍ତୁ ଯଦି ସେ ଫେରି ଆସିବ ତେବେ ପରିଣାମ ଅନ୍ୟ ପ୍ରକାର ହେବ ବୋଲି ଜାଣିଥିଲେ। ଶେଷରେ ସେମାନେ ପ୍ରାଚୀଙ୍କୁ ହତ୍ୟା କରିବାକୁ ଓ ଅପରାଧକୁ ଏକ ଦୁର୍ଘଟଣା ଭାବରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବା ପୁଲିସ କହିଛି। ନିଜାମାବାଦଜିଲ୍ଲାତାଙ୍କ ଗାଁଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବାରୁ, ପାଣ୍ଡୁରଙ୍ଗ ପ୍ରାଚୀଙ୍କୁ ଏକ ମୋଟରସାଇକେଲରେ ନିଜାମ ସାଗର କେନାଲକୁ ନେଇଯାଇଥିଲେ । ଝିଅକୁ ପାଣିକୁ ଠେଲି ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପାଖ କ୍ଷେତରେ କାମ କରୁଥିବା କିଛି ଚାଷୀ ପାଣିରେ କୌଣସି ଜିନିଷ ପଡ଼ିବା ଶବ୍ଦ ଶୁଣି କେନାଲ ପାଖକୁ ଆସିଥିଲେ। ସେମାନେ ଝିଅଟିର ମୃତଦେହ ଭାସୁଥିବା ଦେଖିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ, ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସୋସିଆଲ ମିଡିଆରେ ଝିଅଟିର ଫଟୋଗ୍ରାଫ୍ ବହୁଳ ଭାବରେ ପ୍ରସାରିତ ହୋଇଥିଲା। ପରେ ମହାରାଷ୍ଟ୍ରର ଏକ ଗାଁର ଜଣେ ବାସିନ୍ଦା ପୁଲିସ ଅଧିକାରୀଙ୍କ ହ୍ୱାଟସଆପ୍ ଆକାଉଣ୍ଟରେ ପ୍ରାଚୀଙ୍କ ଫଟୋକୁ ଦେଖି ତାଙ୍କୁ ଚିହ୍ନି ପାରିଥିଲେ। ଏହି ସୂଚନା ପରେ, ଏକ ପୁଲିସ ଦଳ ଗାଁକୁ ଆସି ଅଧିକ ତଦନ୍ତ କରିଥିଲେ। ପ୍ରମାଣ ଆଧାରରେ ପାଣ୍ଡୁରଙ୍ଗ ଓ ଗାଁ ସରପଞ୍ଚଙ୍କୁ ଗିରଫ କରାଯାଇଥିଲା। ଆହୁରି ପଢ଼ନ୍ତୁ:Murder Old Man ମୁଣ୍ଡକୁ ଛେଚି ବୃଦ୍ଧଙ୍କୁ ନିର୍ମମ ହତ୍ୟା, ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ ସନ୍ଦେହ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦୁଇ-ଶିଶୁ ମାନଦଣ୍ଡକୁ ଏଡ଼ାଇବା ଏବଂ ସର୍ପଞ୍ଚ ପଦବୀ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। | Achira News