Achira News Logo
Achira News

ମହିଳାଙ୍କ ଗ୍ୟାଙ୍ଗ୍ 7 ଲକ୍ଷ ଟଙ୍କା ମୂଲ୍ୟର ଶାଢ଼ୀ ଚୋରି କରିଛି, ଗିରଫ ଭୟ ପରେ ଅଧିକାଂଶ ଫେରୁଛି

Prameya
ମହିଳାଙ୍କ ଗ୍ୟାଙ୍ଗ୍ 7 ଲକ୍ଷ ଟଙ୍କା ମୂଲ୍ୟର ଶାଢ଼ୀ ଚୋରି କରିଛି, ଗିରଫ ଭୟ ପରେ ଅଧିକାଂଶ ଫେରୁଛି
Full News
Share:

ଅନୁଗୁଳ,୦୪/୦୫: ଅନୁଗୁଳ ‘ବୟନିକା’ ସୋରୁମ୍‌ରୁ ୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଶାଢ଼ି ଚୋରି ଘଟଣାରେ ରୋଚକ ଚିତ୍ର ସାମ୍ନାକୁ ଆସିଛି । ମହିଳା ଲୁଟେରା ଗ୍ୟାଙ୍ଗ୍ ଯୋଜନାବଦ୍ଧ ଭାବେ ଶାଢ଼ି ସିନା ଚୋରି କରିନେଲେ, ହେଲେ ପୁଲିସ୍ ଆଖିରୁ ଖସିପାରିଲେନି । ଗିରଫ ହେବା ଭୟରେ ଲୁଟେରା ଗ୍ୟାଙ୍ଗ୍ ଚୋରି କରିଥିବା ୨୫ଟି ଶାଢ଼ିରୁ ପ୍ରାୟ ୨୪ଟି ଶାଢ଼ି ଫେରାଇ ଦେଇଛନ୍ତି । ବୟନିକା ସୋରୁମ୍ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି କୋରିୟର ଯୋଗେ ଶାଢ଼ି ପଠାଇ ଦେଇଛନ୍ତି । ସେପଟେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ ଠାବ କରି ସାରିଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ତେଲଙ୍ଗାନା ଯିବା ପାଇଁ ଅନୁଗୁଳ ଟାଉନ୍ ଥାନା ଯୋଜନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ପ୍ରକାଶ ଯେ, ଗତ ଏପ୍ରିଲ୍ ୧୧ ତାରିଖ ଅପରାହ୍ଣ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ‘ବୟନିକା’ରୁ ଚୋରି ହୋଇଥିଲା । ଗୋଟିଏ ଦାମୀ କାର୍ରେ ୬ ଜଣ ମହିଳା ଓ ଜଣେ ପୁରୁଷ ଆସି ମୋଟ୍ ୭ ଲକ୍ଷ ୧୮ ହଜାର ଟଙ୍କାର ଶାଢ଼ି କୌଶଳକ୍ରମେ ଚୋରାଇ ନେଇଥିଲେ । ଏନେଇ ଅଭିଯୋଗ ପରେ ପୁଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ପୁଲିସ ଟିମ୍ ସିସିଟିଭି ଯାଞ୍ଚ କରି ଲୁଟେରା ଗ୍ୟାଙ୍ଗ୍‌କୁ ପିଛା କରିଥିଲା । ଚୋରି ବେଳର ସିସିଟିଭି ଫୁଟେଜ୍ ଭାଇରାଲ୍ ସାଙ୍ଗକୁ ପୁଲିସ୍ର ତନାଘନା ଖବର ପ୍ରକାଶ ପାଇଥିଲା । ଯାହାକୁ ଦେଖି ଲୁଟେରା ଗ୍ୟାଙ୍ଗ୍ ବିଚଳିତ ହୋଇ ପଡିଥିଲେ । ଗୋଟିଏ ପଟେ ପୁଲିସ୍ ସେମାନଙ୍କ ଠିକଣା ଠାବ କରିଥିବା ବେଳେ ଗିରଫଦାରି ଭୟ ଲୁଟେରାଙ୍କୁ ଘାରିଥିଲା । ତେଣୁ ସେମାନେ ‘ବୟନିକା’ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ଚୋରି କରିଥିବା ସମସ୍ତ ଶାଢ଼ି କୋରିୟର ଯୋଗେ ଫେରାଇ ଦେବେ ବୋଲି କହିବା ସହିତ ମାମଲା ଉଠାଇ ନେବାକୁ ଅନୁରୋଧ କରିଥିଲେ । ଲୁଟେରା ଗ୍ୟାଙ୍ଗ୍ ୨୪ଟି ଶାଢ଼ି କୋରିୟର ଯୋଗେ ପଠାଇ ଦେଇଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଠିକଣା ମିଳିଥିବାରୁ ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ :-ଅନୁଗୁଳ ‘ବୟନିକା’ରୁ ବଡ଼ଧରଣର ଚୋରି, ଗ୍ରାହକ ବେଶରେ ଆସି ନେଇଗଲେ ୭ ଲକ୍ଷର ସମ୍ବଲପୁରୀ ଶାଢ଼ି

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ମହିଳାଙ୍କ ଗ୍ୟାଙ୍ଗ୍ 7 ଲକ୍ଷ ଟଙ୍କା ମୂଲ୍ୟର ଶାଢ଼ୀ ଚୋରି କରିଛି, ଗିରଫ ଭୟ ପରେ ଅଧିକାଂଶ ଫେରୁଛି | Achira News