Achira News Logo
Achira News

ମୁୟାମ୍ମର ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ୍-ଇସଲାମ ଗଦ୍ଦାଫି, ଜିଣ୍ଟାନରେ ନିହତ

Samaja
ମୁୟାମ୍ମର ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ୍-ଇସଲାମ ଗଦ୍ଦାଫି, ଜିଣ୍ଟାନରେ ନିହତ
Full News
Share:

ନୂଆଦିଲ୍ଲୀ: ଲିବିୟାର ପୂର୍ବତନ ଶାସକ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ୍-ଇସ୍ଲାମ୍ ଗଦ୍ଦାଫିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ତାଙ୍କ ରାଜନୈତିକ ଦଳର ମୁଖ୍ୟ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ଯାହା ପରେ ତାଙ୍କୁ ହତ୍ୟା କରାଯାଇଥିବା ଲିବିୟାର ଏକ ଖବର ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା। ସୈଫ୍ ଙ୍କ ହତ୍ୟା ସମ୍ପର୍କରେ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସୁଛି। ସୈଫ୍ ଙ୍କ ଓକିଲଙ୍କ କହିବାନୁଯାୟୀ ଏକ ଚାରି ଜଣିଆ କମାଣ୍ଡୋ ସ୍କ୍ୱାଡ୍ ଲିବିୟାର ଜିଣ୍ଟାନ୍ ସହରରେ ତାଙ୍କ ଘର ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛି। ଆକ୍ରମଣକାରୀଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟା ସନ୍ଦେହ କରାଯାଉଛି। ୨୦୧୫ ମସିହାରେ, ଏକ ତ୍ରିପୋଲି କୋର୍ଟ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଦେଇଥିଲେ। କିନ୍ତୁ ୨୦୧୭ ମସିହାରେ, ପୂର୍ବ ଲିବିୟାର ଏକ ମିଲିସିଆ ତାଙ୍କୁ ଏକ ସାଧାରଣ କ୍ଷମା ଆଇନ ଅଧୀନରେ ମୁକ୍ତ କରିଥିଲେ। ଗଦ୍ଦାଫି ଶାସନର ପତନ ପରଠାରୁ, ଲିବିୟା ଅନେକ ମିଲିସିଆ ଗୋଷ୍ଠୀ ମଧ୍ୟରେ ବିଭକ୍ତ ହୋଇଛି। ଏବଂ ଦେଶ ଦୁଇଟି ଗୋଷ୍ଠୀ ଦ୍ୱାରା ଶାସିତ ହୋଇଛି। ସେ ୨୦୨୧ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁ ଲିବିୟାର ପୂର୍ବରୁ ଥିବା ଅସ୍ଥିର ରାଜନୈତିକ ଦୃଶ୍ୟପଟକୁ ଆହୁରି ଅନିଶ୍ଚିତ କରିଛି।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ମୁୟାମ୍ମର ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ୍-ଇସଲାମ ଗଦ୍ଦାଫି, ଜିଣ୍ଟାନରେ ନିହତ | Achira News