ନୂଆଦିଲ୍ଲୀ,୨୦/୦୩: ଯୁଦ୍ଧ କାରଣରୁ ଏଲ୍ପିଜି ସ୍ଥିତି ଚିନ୍ତାର ବିଷୟ ରହିଛି । କିନ୍ତୁ ଦେଶରେ ଏଲ୍ପିଜି ବିତରକଙ୍କ ପାଖରେ ସିଲିଣ୍ଡରର ଅଭାବ ନାହିଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ(ମାର୍କେଟିଂ ଏବଂ ତୈଳ ବିଶୋଧନ) ସୁଜାତା ଶର୍ମା ଏହା କହିଛନ୍ତି । ଆହୁରି ପଢନ୍ତୁ-୧୧୯ ଡଲାର ଡେଇଁଲା ଅଶୋଧିତ ତୈଳ,ପ୍ରତି ୧୦%ର ବୃଦ୍ଧି ମୁଦ୍ରାସ୍ଫୀତିକୁ ୦.୪% ତେଜିବ ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁସାରେ, ଦେଶରେ ଅନ୍ଲାଇନ୍ ବୁକିଂ ବଢ଼ି ୯୪%ରେ ପହଞ୍ଚିଯାଇଛି । ପ୍ରାୟ ୮୩% ରିଫିଲ୍ ଡେଲିଭରୀ ‘ଡେଲିଭରୀ ଅଥେଣ୍ଟିକେଟ୍’ କୋଡ୍ ଜରିଆରେ ହେଉଛି । ଛାନିଆ ବୁକିଂ ସଂଖ୍ୟା କମିଛି । ଶର୍ମା କହିଲେ ଯେ, ଭାରତରେ ପ୍ରାୟ ୭୦% ଅଶୋଧିତ ତୈଳ ଏବେ ହୋର୍ମୁଜ ଜଳମାର୍ଗ ବାହାର ବାଟ ଦେଇ ଆସୁଛି । ଅନ୍ତରାଷ୍ଟ୍ରୀୟ ପରିସ୍ଥିତି କାରଣରୁ ଚାପ ନିଶ୍ଚିତ ଅଛି କିନ୍ତୁ ଏଯାବତ ଦରରେ କୌଣସି ପ୍ରକାର ବୃଦ୍ଧି କରାଯାଇନାହିଁ । ଏଲ୍ପିଜିର କିଛି ମାତ୍ରାରେ ଯୋଗାଣ ଆମେରିକାରୁ ହେଉଛି । କତାର ଏଲ୍ଏନ୍ଜିର ବଡ଼ ଯୋଗାଣକାରୀ । ଏହାବ୍ୟତୀତ ଅଷ୍ଟ୍ରେଲିଆ ଭଳି ଅନ୍ୟ ଉତ୍ସ ବି ରହିଥିବା ଶ୍ରୀମତୀ ଶର୍ମା କହିଛନ୍ତି । ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁସାରେ, ଏଲ୍ପିଜି ସିଲିଣ୍ଡରର ଯୋଗାଣ ସ୍ୱାଭାବିକ ରହିଛି । ସରକାର କମର୍ସିଆଲ ଏଲ୍ପିଜି ଉପଭୋକ୍ତାଙ୍କୁ ସିଏନ୍ଜିକୁ ସ୍ଥାନାନ୍ତର ହେବାକୁ ଆହ୍ୱାନ ଦେଇଛନ୍ତି ।
ଯୁଦ୍ଧ ଦ୍ୱାରା ଭାରତର ଏଲପିଜି ଯୋଗାଣ ପ୍ରଭାବିତ ହୋଇନାହିଁ ସରକାରୀ ଅଧିକାରୀ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.