ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର ଫିନିସର ରିଙ୍କୁ ସିଂହ ଏବଂ ଆପ୍ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଶେଷ ହୋଇଛି । କିନ୍ତୁ ନିକଟରେ ରିଙ୍କୁ ପିତାଙ୍କ ଦେହାନ୍ତ ହୋଇଛି । ଏହାପରେ ମଧ୍ୟ ଟିମ୍ ଇଣ୍ଡିଆର ଟି-୨୦ କ୍ୟାମ୍ପରେ ଯୋଗ ଦେଇଥିଲେ ରିଙ୍କୁ । ଟି-୨୦ ବିଶ୍ବପ ବିଜେତା ଦଳର ସେ ସଦସ୍ୟ ମଧ୍ୟ ରହିଥିଲେ । ସେପଟେ କିଛିଦିନ ପୂର୍ବେ କେବେ ଏମାନଙ୍କ ପଡ଼ିବ ହାତଗଣ୍ଠି ? ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି । ଏହି ଚର୍ଚ୍ଚା ଭିତରେ ବାହାଘରକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ରିଙ୍କୁଙ୍କ ଶ୍ବଶୁର ତୁଫାନୀ ସରୋଜ । ବରିଷ୍ଠ ରାଜନେତା ତୁଫାନୀ କହିଛନ୍ତି କି, ନିକଟରେ ରିଙ୍କୁଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଏଣୁ ବିବାହକୁ ନେଇ ଉଭୟ ପରିବାର ଏବେ ବ୍ୟସ୍ତ ନୁହଁନ୍ତି । ଯେଉଁ କାରଣରୁ ବିବାହ ତାରିଖ ଠିକ୍ ହୋଇନାହିଁ । ବାହାଘର ପାଇଁ ଉଭୟ ପରିବାର ଏକାଠି ବସିବେ ଏବଂ ଆଲୋଚନା କରିବେ । ଯେବେ ରିଙ୍କୁଙ୍କ ପରିବାର ଚାହିଁବେ ସେବେ ସେମାନେ ଏସମ୍ପର୍କରେ ଆଲୋଚନା କରିବେ । ଏହାସହ ବିବାହକୁ ନେଇ ଆଉ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ୨୦୨୭ ମସିହାରେ ନିର୍ବାଚନ ହେବ । ଏଣୁ ଏହା ପୂର୍ବରୁ ଅର୍ଥାତ ଚଳିତବର୍ଷ ବିବାହ ହେବ । ଉଭୟ ପରିବାରର ସମ୍ମତିରେ ହେବ । କହି ରଖୁଛୁ କି, ରିଙ୍କୁ ଏବଂ ପ୍ରିୟାଙ୍କ ନିର୍ବନ୍ଧ ୨୦୨୫ ମସିହା ଜୁନ୍ ୮ରେ ହୋଇଥିଲା । ପ୍ରଥମେ କୁହାଯାଇଥିଲା କି, ନଭେମ୍ବର ୨୦୨୫ରେ ବିବାହ ହେବ । ମାତ୍ର ଏହା ହୋଇନଥିଲା ପରେ କୁହାଯାଇଥିଲା କି, ଟି-୨୦ ବିଶ୍ବକପ ପରେ ବିବାହ ହେବ । ମାତ୍ର ଟି-୨୦ ବିଶ୍ବକପ ସମୟରେ ରିଙ୍କୁ ସିଂହଙ୍କ ବାପାଙ୍କ ପରଲୋକ ହୋଇଥିଲା । ଯେଉଁ କାରଣରୁ ବିବାହ ଏବେ ମଧ୍ୟ ସ୍ଥଗିତ ରହିଛି । ତେବେ ଟି-୨୦ ବିଶ୍ବକପ ୨୦୨୬ରେ ରିଙ୍କୁଙ୍କ ବ୍ୟାଟ୍ ନିରବ ରହିଥିଲା । ଶେଷ ପର୍ଯ୍ୟାୟ ମ୍ୟାଚ ଗୁଡ଼ିକରେ ତାଙ୍କୁ ଦଳରେ ଖେଳିବାର ମଧ୍ୟ ସୁଯୋଗ ମିଳିନଥିଲା । ଏହାସହ ପଢ଼ନ୍ତୁ :ଭକ୍ତ ଦାସ ଏବଂ ବିଜେଡି ଉପରେ ବର୍ଷିଲେ ରମେଶ ଜେନା, କହିଲେ ବିବେକ କହିଲା ପ୍ରତିଶୋଧ ନେଲି
ରିଙ୍କୁ ସିଂ ଏବଂ ଆପ୍ ସାଂସଦ ପ୍ରିୟା ସରୋଜ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.