Achira News Logo
Achira News

ରାଜ୍ୟସଭା ନିର୍ବାଚନରେ ଦଳର ନେତାଙ୍କ ନିର୍ଦ୍ଦେଶକ୍ରମେ ସେ ଭୋଟ ଦେଇଥିବା କଥା ଦାବି କରିଛନ୍ତି ଓଡ଼ିଶାର ବିଧାୟକ ସୁଭାସିନୀ ଜେନା।

Prameya
ରାଜ୍ୟସଭା ନିର୍ବାଚନରେ ଦଳର ନେତାଙ୍କ ନିର୍ଦ୍ଦେଶକ୍ରମେ ସେ ଭୋଟ ଦେଇଥିବା କଥା ଦାବି କରିଛନ୍ତି ଓଡ଼ିଶାର ବିଧାୟକ ସୁଭାସିନୀ ଜେନା।
Full News
Share:

ଭୁବନେଶ୍ବର,୧୯।୩ : ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ କ୍ରସ୍‌ ଭୋଟିଂ କରିଥିବା ବିଧାୟିକା ସୁବାସିନୀ ଜେନା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଛି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି। ଦିଲ୍ ରାୟଙ୍କୁ ଏଥିପାଇଁ ଦେଲି ଯେହେତୁ ମୋ ନିର୍ବାଚନ ମଣ୍ଡଳୀ ବସ୍ତାରେ କଂଗ୍ରେସ ସହିତ ମୋର ଲଢେଇ ହେଉଛି। ସେଥିପାଇଁ ମୋ ବିବେକ ଅନୁଯାୟୀ ଭୋଟ ଦେଇଛି। ସୂଚନାଯୋଗ୍ୟ ଯେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସୁବାସିନୀଙ୍କ ସ୍ବାମୀ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଫଳରେ ସୁବାସିନୀ ନିର୍ବାଚନରେ କାହାକୁ ଭୋଟ ଦେବେ ତାହାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସୁବାସିନୀ କହିଥିଲେ। ଏପରିକି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ ଦେଉଥିଲେ। କିନ୍ତୁ ଭୋଟ ଦିନ ସେ ଦଳ ବିରୋଧରେ ଯାଇ କ୍ରସ୍ ଭୋଟିଂ କରି ଦିଲ୍ଲୀପ ରାୟକୁ ଭୋଟ ଦେଇଥିଲେ। ଏ ନେଇ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ କୁହାଯାଇଛି।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ରାଜ୍ୟସଭା ନିର୍ବାଚନରେ ଦଳର ନେତାଙ୍କ ନିର୍ଦ୍ଦେଶକ୍ରମେ ସେ ଭୋଟ ଦେଇଥିବା କଥା ଦାବି କରିଛନ୍ତି ଓଡ଼ିଶାର ବିଧାୟକ ସୁଭାସିନୀ ଜେନା। | Achira News