ରେଢ଼ାଖୋଲ, ୧୮।୩: ରେଢ଼ାଖୋଲ ଜଙ୍ଗଲରେ ପୁଲିସର ଏନକାଉଣ୍ଟର । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଡୁଙ୍କଛାଲି ଜଙ୍ଗଲରେ ବୁଧବାର ଭୋର ସକାଳେ ୫.୪୫ ମିନିଟ୍ ସମୟରେ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଧନେଶ୍ଵର ଝାଙ୍କର ଗୁରୁତର, ଡାହାଣ ଗୋଡ଼ରେ ବାଜିଛି ଗୁଳି, ବୁର୍ଲା ମେଡିକାଲରେ ଭର୍ତ୍ତି, ଟିମା ନାଁରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ମାମଲା ଥିବା ସୂଚନା ମିଳିଛି । ଟିମାର ୩ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିଛି । ଅଭିଯୁକ୍ତ ତାଙ୍କ ୩ ଜଣ ସହଯୋଗୀ ସହିତ ରେଢ଼ାଖୋଲ ଥାନା ଅଞ୍ଚଳର ଡୁମଚାଳି ଜଙ୍ଗଲ ଅଞ୍ଚଳରେ ଥିବା ଜାଣି ନାକଟିଦେଉଳ ପୁଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ, ପୁଲିସକୁ ଚକମା ଦେଖାଇ ଅଭିଯୁକ୍ତ ଖସି ପଳାଇବା ଚେଷ୍ଟା କରି ପୁଲିସ ଉପରକୁ ଗୁଳି ଚାଲାଇଥିଲେ । ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା । ଫଳରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ଲାଗିଥିଲା । ଅଭିଯୁକ୍ତ ୩ ରାଉଣ୍ଡ ଗୁଳି ଚାଲାଇଥିବା ବେଳେ ପୁଲିସ ମଧ୍ୟ ନିୟନ୍ତ୍ରିତ ଭାବେ ୨ ରାଉଣ୍ଡ ଗୁଳି ଚାଲାଇଥିଲେ । ୩ ଜଣ ସହଯୋଗୀକୁ ଘଟଣାସ୍ଥଳରୁ ପୁଲିସ ଗିରଫ କରିବା ସହିତ ଟିମାକୁ ମଧ୍ୟ କାବୁ କରିଛି । ଏହି ସମୟରେ ପୁଲିସ ଏକ ପିସ୍ତଲ ସହିତ ଅଫୁଟା ଗୁଳି, ଏକ ବୋଲେରୋ ଗାଡ଼ି, ଏକ ତାର କଟର ଓ ବିଦ୍ୟୁତ ତାର କାଟିବାରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ଜବତ କରି ତଦନ୍ତ ଆରମ୍ଭ କରିଛି ।
ରେଢାଖୋଲ ଜଙ୍ଗଲରେ ପୁଲିସ ଏନକାଉଣ୍ଟର ଅପରାଧୀ ଗୁରୁତର ଆହତ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.