ନୂଆଦିଲ୍ଲୀ ୧୮/୦୩:୨୦୦୩ରେ ମୁକ୍ତିପ୍ରାପ୍ତ ରାମ ଗୋପାଲ ବର୍ମାଙ୍କ ଫିଲ୍ମ ‘ଭୂତ୍’ ଆଜି ବି ବଲିଉଡ୍ର ଅନ୍ୟତମ ସବୁଠୁ ସ୍ମରଣୀୟ ହରର୍ ଫିଲ୍ମ ଭାବେ ବିବେଚିତ ହୁଏ । ଫିଲ୍ମରେ ଅଜୟ ଦେବଗନ, ଉର୍ମିଳା ମାତୋଣ୍ଡକରଙ୍କ ଭଳି କଳାକାର ଅଭିନୟ କରିଥିଲେ । ନିକଟରେ ଅନୁଷ୍ଠିତ ରେଡ୍ ଲରି ଚଳଚ୍ଚିତ୍ର ମହୋତ୍ସବ-୨୦୨୬ରେ ଫିଲ୍ମ ପୁଣି ଥରେ ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା । ଫିଲ୍ମ ସ୍କ୍ରିନିଂ ପରେ ରାମ ଗୋପାଲ ବର୍ମା ଫିଲ୍ମ ସମ୍ପର୍କିତ ଅନେକ ରୋଚକ କାହାଣୀ ଫ୍ୟାନ୍ଙ୍କ ସହ ଆଲୋଚନା କଲେ । ସେ କହିଲେ, ‘ଭୂତ୍’ ନିର୍ମାଣ ସମୟରେ ପ୍ରଥମେ ଏକ ମହଲରେ ଫିଲ୍ମର ସେଟ୍ ପ୍ରସ୍ତୁତ କରିବାର ଯୋଜନା ଥିଲା । କାରଣ ସେତେବେଳେ ହରର୍ ଫିଲ୍ମରେ ତାହା ସବୁଠୁ ସାଧାରଣ ସ୍ଥାନ ଥିଲା । ତାଙ୍କର ଜଣେ ସହଯୋଗୀ ନିର୍ଦ୍ଦେଶକ ଗୋଆ ସମୁଦ୍ର କୂଳରେ ଫିଲ୍ମର ସେଟ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଲେ । କିନ୍ତୁ ବର୍ମା ଚିନ୍ତା କଲେ, କାହାଣୀ କୌଣସି ସାଧାରଣ ସ୍ଥାନରେ ପ୍ରସ୍ତୁତ ହେଲେ ଲୋକେ ତା’ସହ ଅଧିକ ଯୋଡ଼ି ହେବେ । ସେଥିପାଇଁ ସେ ମୁମ୍ବାଇର ଲୋଖଣ୍ଡୱାଲା କମ୍ପେ୍ଲକ୍ସର ଏକ ଆପାର୍ଟମେଣ୍ଟରେ ଫିଲ୍ମ ସେଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଲେ । ତାଙ୍କ କହିବା ଅନୁସାରେ, ହରର୍ ସେତେବେଳେ ଅଧିକ ପ୍ରଭାବ ପକାଏ, ଯେତେବେଳେ ଥିଏଟରରେ ବସିଥିବା ଦର୍ଶକ ଚିନ୍ତା କରେ ଯେ ଏହା ତା’ ନିଜ ଘରେ ବି ହୋଇପାରେ । ସେଥିପାଇଁ ବର୍ମା ଫିଲ୍ମର ସୁଟିଂ ଆପାର୍ଟମେଣ୍ଟ୍ରେ କରିବାକୁ ନିଷ୍ପତ୍ତି ନେଲେ । ବର୍ମା କହିଲେ, ଫିଲ୍ମର ଅଧିକାଂଶ ସୁଟିଂ କେବଳ ଗୋଟିଏ ଆପାର୍ଟମେଣ୍ଟରେ ହୋଇଥିଲା । ମାତ୍ର ୩୦ ଦିନରେ ସୁଟିଂ ଶେଷ ହୋଇଥିଲା । ଯେଉଁ ଫ୍ଲାଟ୍ରେ ଫିଲ୍ମ ସୁଟିଂ ହୋଇଥିଲା, ତାହା ୨୦୦୨ ମସିହାରୁ ଆଜି ଯାଏ ଖାଲି ପଡ଼ିଛି । ଫିଲ୍ମ ରିଲିଜ୍ ହେବା ପରେ ସେ ଫ୍ଲାଟ୍ ଏତେ ପ୍ରସିଦ୍ଧ ହୋଇଗଲା ଯେ କେହି ସେଠାରେ ରହିବାକୁ ପ୍ରସ୍ତୁତ ହେଲେ ନାହିଁ । ‘ଭୂତ୍’ ବକ୍ସ ଅଫିସ୍ରେ ସଫଳ ହୋଇଥିଲା । ଜଣେ ଦମ୍ପତିଙ୍କ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଏଥିରେ ଅଜୟ ଦେବଗନ ଓ ଉର୍ମିଳା ମାତୋଣ୍ଡକର ଏକ ହଣ୍ଟେଡ୍ ଫ୍ଲାଟ୍ରେ ରହିବାକୁ ଆସିଛନ୍ତି । ତା’ପରେ ସେମାନଙ୍କ ସହ ଅଜବ ଘଟଣାସବୁ ଘଟିଛି । ଉର୍ମିଳାଙ୍କ ଚରିତ୍ର ଧୀରେ ଧୀରେ ଏକ ଭୟଙ୍କର ମାନସିକ ସ୍ଥିତିରେ ପହଞ୍ଚି ଯାଇଛି । ଫିଲ୍ମରେ ଦମ୍ଦାର ଅଭିନୟ ପାଇଁ ଉର୍ମିଳାଙ୍କୁ ଅନେକ ପୁରସ୍କାର ମିଳିଥିଲା । ଆହୁରି ପଢ଼ନ୍ତୁ...ନୋରାଙ୍କ ‘ସର୍କେ ଚୁନର୍’ ବିବାଦ, ସବୁ ପ୍ଲାଟ୍ଫର୍ମରୁ ଗୀତ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ
ରାମ ଗୋପାଳ ବର୍ମା ଭୟଙ୍କର କ୍ଲାସିକ୍ ଭୂତର ନିର୍ମାଣ ବିଷୟରେ ପ୍ରକାଶ କରିଛନ୍ତି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.