Achira News Logo
Achira News

ରୌରକେଲା ପକ୍ସୋ କୋର୍ଟ ନାବାଳକ ବାଳିକାକୁ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ 4 ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି

Sambad
ରୌରକେଲା ପକ୍ସୋ କୋର୍ଟ ନାବାଳକ ବାଳିକାକୁ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ 4 ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି
Full News
Share:

ରାଉରକେଲା: ରାତି ଅଧରେ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ପୋକ୍‌ସୋ କୋର୍ଟର ବିଚାରପତି ପି. ସୂର୍ଯ୍ୟା ରାଓ ଅଭିଯୁକ୍ତକୁ ୪ ବର୍ଷ ଜେଲ୍‌ ସହ ୫ ଶହ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧୫ ଦିନ ଜେଲ୍‌ ଶୁଣାଇଛନ୍ତି। ୧୦ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୧୫ ଦସ୍ତାବିଜ୍‌, ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଆଧାରରେ ବିଚାରପତି ଶ୍ରୀ ରାଓ ଏହି ରାୟ ଶୁଣାଇନ୍ତି। ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁଜିଲ୍ଲାଆଇନସେବା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଗୋପବନ୍ଧୁପାଲିର ଆଡ୍ଲାଉଦ୍ଦିନ ଅନ୍‌ସାରୀ ଓରଫ ଗୁଡୁ। ଗତ ୨୦୨୦ ‌ସେପ୍ଟେମ୍ବର ୧୧ରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୀଡିତାଙ୍କୁ ଏକାକୀ ଥିବା ସୁଯୋଗ ନେଇ ରାତି ପ୍ରାୟ ୧୨ଟାରେ ଅଭିଯୁକ୍ତ ଗୁଡୁ ଘରକୁ ଜୋରଜବରଦସ୍ତ ପଶିଥିଲା। ପୀଡିତାଙ୍କୁ ଅସଦାଚରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୀଡିତାଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ଅଭିଯୁକ୍ତ ଗୁଡୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ରୌରକେଲା ପକ୍ସୋ କୋର୍ଟ ନାବାଳକ ବାଳିକାକୁ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ 4 ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି | Achira News