ଯାଜପୁର,୨ା୨: ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ । ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ତିନି ତାରିଖରେ ରାଷ୍ଟ୍ରପତି ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯାଜପୁର ପୌରାଞ୍ଚଳରେ ସ୍କୁଲ ଛୁଟି କରାଯାଇଛି । ତିନି ତାରିଖରେ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ । ଜିଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 6 ଦିନିଆ ଓଡ଼ିଶା ଗସ୍ତ ସୁରକ୍ଷା ଏବଂ ବିଦ୍ୟାଳୟ ଛୁଟିଦିନ ବୃଦ୍ଧି
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.