Achira News Logo
Achira News

ରାହୁଲ ଗାନ୍ଧୀଙ୍କ ଜାତୀୟ ସୁରକ୍ଷା ଭାଷଣକୁ ନେଇ ଲୋକସଭାରେ ହଙ୍ଗାମା

Samaja
ରାହୁଲ ଗାନ୍ଧୀଙ୍କ ଜାତୀୟ ସୁରକ୍ଷା ଭାଷଣକୁ ନେଇ ଲୋକସଭାରେ ହଙ୍ଗାମା
Full News
Share:

ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ହଟ୍ଟଗୋଳ ସୃଷ୍ଟି କରିଥିଲା। ମଙ୍ଗଳବାର ଦିନ ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ, ଯେଉଁଥିରେ ତାଙ୍କୁ କହିବାକୁ ଅନୁମତି ଦିଆଯାଉ ବୋଲି ଦାବି ରାହୁଲ କହିଛନ୍ତି । ସେ ଏହା କହିବା ମାତ୍ରେ ଏନଡିଏ ସାଂସଦମାନେ ତାଙ୍କୁ ବାଧା ଦେବା ଆରମ୍ଭ କରିଥିଲେ। ଆଜି, ସେ ୧୪ ମିନିଟ୍ ପାଇଁ କହିବାକୁ ଚେଷ୍ଟା କରିଥିଲେ। ରାହୁଲ କହିଥିଲେ, “ମୋତେ ଅନୁମତି ଦିଆଯାଉନାହିଁ। ମୋତେ କହିବାକୁ ଦିଆଯାଉନାହିଁ। ମୁଁ ବିରୋଧୀ ଦଳର ନେତା। ମୁଁ ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇଛି। ମୁଁ କେବଳ ଆପଣଙ୍କୁ କହୁଛି ଯେ ଚୀନ୍ ଏବଂ ଭାରତ ମଧ୍ୟରେ କ’ଣ ଘଟିଥିଲା। ପୂର୍ବ ଲଦାଖରେ ଆମର ସୈନିକମାନେ ସହିଦ ହୋଇଥିଲେ।” ଏହା ପରେ, ପ୍ରବଳ ହଟ୍ଟଗୋଳ ହେବାରୁ କାର‌୍ୟ୍ୟକାଳ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ମୁଲତବୀ ରଖାଯାଇଥିଲା।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ରାହୁଲ ଗାନ୍ଧୀଙ୍କ ଜାତୀୟ ସୁରକ୍ଷା ଭାଷଣକୁ ନେଇ ଲୋକସଭାରେ ହଙ୍ଗାମା | Achira News