Achira News Logo
Achira News

ରାୟଗଡ଼ାକୁ ଅପରାଧ ପ୍ରତ୍ୟାବର୍ତ୍ତନ ଚୋର ଓ ଡକାୟତମାନେ ପୁଣି ଆକ୍ରମଣ କଲେ

Dharitri
ରାୟଗଡ଼ାକୁ ଅପରାଧ ପ୍ରତ୍ୟାବର୍ତ୍ତନ ଚୋର ଓ ଡକାୟତମାନେ ପୁଣି ଆକ୍ରମଣ କଲେ
Full News
Share:

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍‌। ରାୟଗଡ଼ା ସହରରେ ଲୁଟେରା ଗ୍ୟାଙ୍ଗ୍‌ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ଓଜନର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ମଧ୍ୟାହ୍ନରେ ବ୍ୟବସାୟୀ ସନ୍ତୋଷ ମହାପାତ୍ର ସହରର ସ୍ବାଗତ ଲେନ୍‌ରେ ଥିବା ଏକ ହୋଟେଲ ସମ୍ମୁଖରେ ସ୍କୁଟି ରଖି ଭିତରକୁ ଖାଇବାକୁ ଯାଇଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ହୋଟେଲ ପରିସରକୁ ଆସି ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୬ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ହୋଟେଲରୁ ଖାଇ ସାରି ଆସିବା ପରେ ସ୍କୁଟି ଡିକି ଭଙ୍ଗା ଯାଇଥିବା ଦେଖି ବ୍ୟବସାୟୀ ପାଟି କରିଥିଲେ ମଧ୍ୟ ସେତେବେଳକୁ ଲୁଟେରା ଚମ୍ପଟ୍‌ ମାରିଥିଲେ। ଏ ନେଇ ବ୍ୟବସାୟୀ ସନ୍ତୋଷ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ହୋଟେଲ ବାହାରେ ଲାଗିଥିବା ସିସିଟିଭିକୁ ମଧ୍ୟ ପୋଲିସ ଯାଞ୍ଚ କରିଛି।ସନ୍ତୋଷଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲିଠାରେ। ସେ ରାୟଗଡ଼ା ସହରରେ ଥିବା ସୁନା ଦୋକାନୀଙ୍କଠାରୁ ବକେୟାରେ ସୁନାଗହଣା ଆଣି ବିଭିନ୍ନ ଗାଁରେ ବୁଲି ବିକ୍ରି କରିଥା’ନ୍ତି। ମଙ୍ଗଳବାର ମଧ୍ୟ ମେନ୍‌ରୋଡ଼ସ୍ଥିତ ଏକ ଦୋକାନରେ ସୁନାଗହଣା କିଣିବା ପରେ ତାକୁ ନେଇ ଥେରୁବାଲି ଯାଉଥିଲେ। ତେବେ ରାୟଗଡ଼ା ସହରରେ ବାରମ୍ବାର ଲୁଟ୍‌ ଘଟି ଆସୁଥିବା ବେଳେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏସ୍‌ଡିପିଓ ଗୌରହରି ସାହୁ କହିଛନ୍ତି, ଅଭିଯୋଗ ହସ୍ତଗତ ହେବା ପରେ ପୋଲିସ ତଦନ୍ତ କରୁଛି ଏବଂ ଦୁଇଟି ଟିମ୍‌ ଏହାର ତନାଘନା କରୁଛନ୍ତି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ରାୟଗଡ଼ାକୁ ଅପରାଧ ପ୍ରତ୍ୟାବର୍ତ୍ତନ ଚୋର ଓ ଡକାୟତମାନେ ପୁଣି ଆକ୍ରମଣ କଲେ | Achira News