Achira News Logo
Achira News

ଲକ୍ଷ୍ନୌରେ ରାଜମିସ୍ତ୍ରୀ କୌଶଳ ପାଇଁ ଯୁବକଙ୍କର ଅନୁସନ୍ଧାନ

Prameya
ଲକ୍ଷ୍ନୌରେ ରାଜମିସ୍ତ୍ରୀ କୌଶଳ ପାଇଁ ଯୁବକଙ୍କର ଅନୁସନ୍ଧାନ
Full News
Share:

ଲକ୍ଷ୍ନୌ : ଆଜ୍ଞା ମୁଁ ରାଜମିସ୍ତ୍ରୀ କାମ ଶିଖିବି । ମୋର ଟଙ୍କାର ଆବଶ୍ୟକତା ରହିଛି । ମୁଁ ତୁମ ପାଖରେ ରହିବ ଆଉ କାମ ଶିଖିବାକୁ ଚାହୁଁଛି । କାମ ଶିଖିଲେ ହେଲେ ଯିଏ କାମ ଶିଖାଉଥିଲେ ତାଙ୍କ ପତ୍ନୀକୁ ଧରି ଫେରାର ହେଲେ । ଉତ୍ତରପ୍ରଦେଶର ହରିମପୁର ଜିଲ୍ଲାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଦୁଇ ଛୁଆର ମାଆକୁ ଧରି ଯୁବକ ଫେରାର ମାରିଥିବାବେଳେ ତାଙ୍କୁ କାମ ଶିଖାଉଥିବା ବ୍ୟକ୍ତି ଥାନାରେ ପହଞ୍ଚିଛନ୍ତି । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀପ ସିଂ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କ ସହ ମୌଦାହା ଅଞ୍ଚଳରେ ରହି କାମ କରୁଥିଲେ । ତେବେ ଅଭୟ ନାମକ ଜଣେ ଯୁବକ ତାଙ୍କ ପାଖକୁ ରାଜମିସ୍ତ୍ରୀ କାମ ଶିଖିବା ପାଇଁ ଆସିଥିଲେ । ହେଲେ ସେ ଦିଲୀପଙ୍କ ପତ୍ନୀଙ୍କ ସହ ପ୍ରଥମେ କିଚିଦିନ ଭଲ ଭାବେ ମିଶିଥିଲେ । ଦିଲୀପ ପ୍ରଥମେ ଏହାକୁ ସନ୍ଦେହ କରିନଥିଲେ । ହେଲେ ପରେ ତାଙ୍କ ପତ୍ନୀ ଅଭୟଙ୍କ ପ୍ରେମରେ ପଡ଼ିଥିଲେ । ଦୁହେଁ ଏକାଠି ଅନେକ ସମୟରେ ସମୟ କାଟିଥିଲେ । ଯାହା ଶୁଣିବା ପରେ ଦିଲୀପଙ୍କୁ ଝଟକା ଲାଗିଥିଲା । ଏହାସହ ଅନେକଥର ସେ ମଧ୍ୟ ସେମାନଙ୍କୁ ଏକାଠିଥିବାର ଧରିଥିଲେ । ଯେଉଁ କାରଣରୁ ପରିବାରରେ ଝଗଡ଼ା ଲାଗୁଥିଲା । ତଥାପି ଅଭୟ ଲୁଚି ଲୁଚି ମିଳାମିଶା କରୁଥିଲେ । ପରେ ସେ ଦିଲୀପଙ୍କ ପତ୍ନୀଙ୍କୁ ଧରି ଫେରାର ହୋଇଯାଇଥିଲେ । ଦିଲୀପ ୧୧୨କୁ କଲ କରି ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାକୁ ଗୁରୁତର ନେଇଥିବାବେଳେ ତଦନ୍ତ ଆରମ୍ଭ କରିଥିଲା । ପରେ ଖୋଜୁ ଖୋଜୁ ସେମାନେ ଅଭୟଙ୍କ ଘରେ ରହିଥିବା ଖବର ପାଇଥିଲେ । ଆଉ ସେମାନଙ୍କୁ ନେଇ ପୁଲିସ ଷ୍ଟେସନକୁ ଆଣିଥିଲେ । ଆଉ ବୁଝାଇବାକୁ ଚେଷ୍ଟା କରିଥିଲେ । ସେପଟେ ଦିଲୀପଙ୍କ ପତ୍ନୀ କହିଥିଲେ କି, ପ୍ରତିଦିନ ମୋ ସ୍ବାମୀ ମଦ ପିଇ ଘରକୁ ଆସନ୍ତି । ମୋ ସହ ଅଯଥାରେ ମୋ ସହ ଝଗଡ଼ା କରୁଥିଲେ । ମୋତେ ମାରଧର କରୁଥିବାରୁ ମୁଁ ତାଙ୍କ ସହ ରହିବା ପାଇଁ ଚାହୁଁନାହିଁ । ତେବେ ପୁଲିସ ବୁଝାଇବା ସହ ଆଉ କେବେ ମଧ୍ୟ ମାଡ଼ ମାରିବେ ନାହିଁ । ଯଦି କିଛି କରନ୍ତି ତାହେଲେ ଅଭିଯୋଗ ଜଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଏହାପରେ ସ୍ବାମୀଙ୍କ ସହ ମହିଳା ଘରକୁ ଫେରିଥିବେ। ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହାସହ ପଢ଼ନ୍ତୁ :ପାକିସ୍ତାନର କ୍ଷେପଣାସ୍ତ୍ର କେତେ ବିପଦପୂର୍ଣ୍ଣ ? ଆମେରିକାର ଗୁଇନ୍ଦା ମୁଖ୍ୟ ଦେଲେ ଆଶ୍ଚର୍ଯ୍ୟକର ତଥ୍ୟ

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଲକ୍ଷ୍ନୌରେ ରାଜମିସ୍ତ୍ରୀ କୌଶଳ ପାଇଁ ଯୁବକଙ୍କର ଅନୁସନ୍ଧାନ | Achira News