ନୂଆଦିଲ୍ଲୀ: ପାହାଡ଼ରୁ ଆସୁଥିବା ଥଣ୍ଡା ପବନ ସମତଳ ଅଞ୍ଚଳର ଲୋକଙ୍କୁ ଥରାଇ ଦେଉଛି। ରାଜସ୍ଥାନ ଓ ଦିଲ୍ଲୀରେ ଶନିବାର ଏହି ଋତୁରେ ସବୁଠାରୁ ଥଣ୍ଡା ରେକର୍ଡ କରାଯାଇଛି। ରାଜସ୍ଥାନ ସିକରର ଫତେପୁରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୩.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହି କାରଣରୁ ଅନେକ ସ୍ଥାନରେ ଯାନବାହନ ଉପରେ ବରଫ ଜମା ହୋଇଥିଲା। ଅଧିକପଢ଼ନ୍ତୁ:ହାଇଆଲର୍ଟରେଇସ୍ରାଏଲ: ଇରାନରେ ଯେ କୌଣସି ସମୟରେ ଆମେରିକାର ଆକ୍ରମଣ ଅନ୍ୟପକ୍ଷରେ ପିଥୋରାଗଡ଼ର ଆଦି କୈଳାସ ଓ ରୁଦ୍ରପ୍ରୟାଗର କେଦାରନାଥ ଧାମରେ ଶନିବାର ସର୍ବନିମ୍ନ ତାପମାତ୍ରା ମାଇନସ୍ ୨୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଆଲମୋଡ଼ା, ପିଥୋରାଗଡ଼, ଚମୋଲି, ଉତ୍ତରକାଶୀ ଓ ରୁଦ୍ରପ୍ରୟାଗରେ ନଦୀ ଓ ଜଳପ୍ରପାତ ବରଫ ହୋଇଯାଇଛି। କାଶ୍ମୀରର ସୋପିଆନରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୮.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୫.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଡାଲ ହ୍ରଦ ସମେତ ଅନେକ ହ୍ରଦରେ ପାଣି ବରଫ ହୋଇଯାଇଛି। ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୭.୮ ଡିଗ୍ରି ସେଲସିୟସ ଓ ଗୁଲମାର୍ଗରେ ଏହା ମାଇନସ୍ ୬.୮ ଡିଗ୍ରି ଥିଲା। ଶନିବାର ସକାଳେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହି ଶୀତ ଋତୁରେ ଏହା ସର୍ବନିମ୍ନ ତାପମାତ୍ରା। ପାଣିପାଗ ବିଭାଗର କହିବା ଅନୁସାରେ, ରବିବାର ଓ ସୋମବାର ଦିଲ୍ଲୀରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ସଂଲଗ୍ନ ପଞ୍ଜାବ ଓ ହରିୟାଣାର ୩ଟି ସହରରେ ତାପମାତ୍ରା ଶୂନ ଡିଗ୍ରି ପାଖାପାଖି ପହଞ୍ଚିଛି। ପଞ୍ଜାବର ହୋଶିଆରପୁରରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ ଓ ଅମୃତସରରେ ୧.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ହରିୟାଣାର ମହେନ୍ଦ୍ରଗଡ଼ରେ ତାପମାତ୍ରା ୧.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଅଧିକପଢ଼ନ୍ତୁ:ପ୍ରୋ-ଲିଗ୍ ପୁରୁଷ ହକି: ରାଉରକେଲାରୁ ଭାରତର ଅଭିଯାନ
ଶୀତକୁ ଆଲିଙ୍ଗନ କଲା ଭାରତଃ ଉତ୍ତର ସମତଳ ଅଞ୍ଚଳ ଏବଂ ପାହାଡ଼ରେ ରେକର୍ଡ-ନିମ୍ନ ତାପମାତ୍ରା
Sambad•
%2Fsambad%2Fmedia%2Fmedia_files%2F2026%2F01%2F11%2Fb832e590-4e7b-4e4e-8d1e-c0c0ce8d0d16-2026-01-11-20-19-19.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.