Achira News Logo
Achira News

ଶୁଭ ଚନ୍ଦ୍ର ବିଭିନ୍ନ ରାଶିରେ ସତର୍କତା, ଆନନ୍ଦ ଏବଂ ସଫଳତା ଆଣିଥାଏ

Prameya
ଶୁଭ ଚନ୍ଦ୍ର ବିଭିନ୍ନ ରାଶିରେ ସତର୍କତା, ଆନନ୍ଦ ଏବଂ ସଫଳତା ଆଣିଥାଏ
Full News
Share:

ମେଷ :ଅଷ୍ଟମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ । ଶ୍ୱାସକଷ୍ଟ କିମ୍ବା ଆଲର୍ଜିଜନିତ ସମସ୍ୟା ଦେଖାଦେଇପାରେ । ଖାଦ୍ୟ ପ୍ରତି ସତର୍କ, ମନରେ ଚିନ୍ତା ଲାଗି ରହିବ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଟଙ୍କା ଦବା ନବା ବେଳେ ସତର୍କ ରହିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ବିଫଳ ହୋଇପାରନ୍ତି । ଶୁଭ ରଙ୍ଗ : ଧଳା ଓ କ୍ରିମ୍ । ବୃଷ :ସପ୍ତମ ଚନ୍ଦ୍ର ଯୋଗୁ ମନରେ ସାମାନ୍ୟ ଦ୍ୱନ୍ଦ୍ୱ ରହିପାରେ । ଗୃହେ ଆନନ୍ଦ, କଥାବାର୍ତ୍ତା ପ୍ରତି ସତର୍କ ରହିବେ । ଯୁକ୍ତିତର୍କ ହବାର ସମ୍ଭାବନା ଅଛି । ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି, ଶରୀର ପ୍ରତି ସତର୍କ ରହିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି, ଜମିବାଡ଼ି କ୍ରୟ କରିପାରନ୍ତି । ଶୁଭ ରଙ୍ଗ : ଆକାଶୀ, ନୀଳ ଓ ଧଳା । ମିଥୁନ :ଷଷ୍ଠ ଚନ୍ଦ୍ର ଯୋଗୁ ବନ୍ଧୁମିଳନ, ଶତ୍ରୁମାନଙ୍କଠାରୁ ବିଜୟ ପ୍ରାପ୍ତି, କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି, ମନରେ ସାମାନ୍ୟ ଅସ୍ଥିରତା କିମ୍ବା ଅଜଣା ଭୟ ରହିପାରେ । ଶରୀର ପ୍ରତି ସତର୍କ ରହିବେ । ମାନସିକ ଚାପ ଲାଗି ରହିବ । ଉଚ୍ଚ ପଦସ୍ଥ ଅଫିସରମାନଙ୍କ ସାହାଯ୍ୟ ପ୍ରାପ୍ତି, ଗୁପ୍ତ ଶତ୍ରୁ ପ୍ରତି ସାବଧାନ ରହିବେ । ଶୁଭ ରଙ୍ଗ : ସବୁଜ ଓ ହଳଦିଆ । କର୍କଟ :ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ । ସୁସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ଚାପ ଲାଗି ରହିବ । ମନରେ ଚିନ୍ତା ଲାଗି ରହିବ, ପରିବାରରେ ସାମାନ୍ୟ ମନୋମାଳିନ୍ୟ ଘଟିପାରେ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେଇପାରିବେ । ଶୁଭ ରଙ୍ଗ : ଧଳା, କ୍ରୀମ୍ । ସିଂହ :ଚତୁର୍ଥ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ । ପାକସ୍ଥଳୀ ପୀଡ଼ା ଦେଖାଦେଇପାରେ । ମନରେ ଚିନ୍ତା ଲାଗି ରହିବ, ଧୈର୍ଯ୍ୟ ରଖିବେ, ନିବେଶ କରିବେ ନାହିଁ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ମାତାପିତାଙ୍କ ସେବା କରିବେ, କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବେ । ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଶୁଭ ରଙ୍ଗ : ଲାଲ୍ ଓ ସୁନେଲି । କନ୍ୟା :ତୃତୀୟ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ, ଯାତ୍ରା କରିପାରନ୍ତି, ନିବେଶ ପାଇଁ ଦିନଟି ଶୁଭ, ନୂତନ ବସ୍ତ୍ର କ୍ରୟ କରିପାରନ୍ତି, ଯାନବାହନ କ୍ରୟ କରିପାରନ୍ତି, ପଦୋନ୍ନତି ଯୋଗ ରହିଛି । ଶୁଭ ରଙ୍ଗ : ସବୁଜ ଓ ନୀଳ । ତୁଳା :ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ କ୍ଷେତ୍ରରେ ଉନ୍ନତି, ଶରୀର ପ୍ରତି ସତର୍କ ରହିବେ । ଶରୀର ଆଘାତ ହେବାର ସମ୍ଭାବନା ଅଛି । କଥାବାର୍ତ୍ତାରେ ସଚେତନ ରହିବେ । ଅନାବଶ୍ୟକ ଖର୍ଚ୍ଚ ଯୋଗ, ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ପରିବାରରେ ମତଭେଦ ହୋଇପାରେ । ମାନସିକ ଚାପ ଲାଗି ରହିବ । ଖାଦ୍ୟ ପ୍ରତି ସତର୍କ ରହିବେ । ଶୁଭ ରଙ୍ଗ : ନୀଳ ଓ ଧଳା । ବିଛା :ଶ୍ରୀ ଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଉନ୍ନତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଯାନବାହନ କ୍ରୟ କରିପାରନ୍ତି । ମନ ପ୍ରଫୁଲ୍ଲ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଆୟ ଅଧିକ ରହିବ, ଶରୀର ସୁସ୍ଥ ରହିବ । ନିବେଶ କରିପାରନ୍ତି । ଶୁଭ ରଙ୍ଗ : ଲାଲ୍ ଓ ଗୋଲାପୀ । ଧନୁ :ଦ୍ୱାଦଶ ଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ । ମନରେ ସାମାନ୍ୟ ଅଶାନ୍ତି ଲାଗି ରହିବ, କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ । ଦୂର ଯାତ୍ରା କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଶୁଭ ରଙ୍ଗ : ହଳଦିଆ ଓ କ୍ରିମ୍ । ମକର :ଏକାଦଶ ଚନ୍ଦ୍ର ଓ ଘାତବାର ଯୋଗୁ ଯାତ୍ରା ନିଷେଧ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ନିବେଶ କରିବେ ନାହିଁ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ଅଛି, ମାନସମ୍ମାନ ବୃଦ୍ଧି ହେବ । କଥାବାର୍ତ୍ତାରେ ସତର୍କ ରହିବେ । ଶରୀର ଆଘାତ ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ : ନୀଳ ଓ କଳା । କୁମ୍ଭ :ଦଶମ ଚନ୍ଦ୍ର ଯୋଗୁ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ସମାଜରେ ସମ୍ମାନ ପ୍ରାପ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ଚାକିରି କ୍ଷେତ୍ରରେ ପ୍ରମୋଶନ ଯୋଗ, ବ୍ୟବସାୟରେ ଉନ୍ନତି, ଜମିବାଡ଼ି କ୍ରୟ କରିପାରନ୍ତି । କୋର୍ଟ କଚେରି ମାମଲାରେ ଜୟଯୁକ୍ତ, ରାଜନୀତି କ୍ଷେତ୍ରରେ ଉନ୍ନତି ଦେଖାଦେବ । ଶୁଭ ରଙ୍ଗ : ନୀଳ ଓ ଘନନୀଳ । ମୀନ :ନବମ ଚନ୍ଦ୍ର ଯୋଗୁ ଅଟକି ରହିଥିବା କାର୍ଯ୍ୟ ସିଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଯାତ୍ରା କରିପାରନ୍ତି, ମନରେ ସାମାନ୍ୟ ଚାପ ଲାଗି ରହିବ । ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ବାଦବିବାଦ ହେବାର ସମ୍ଭାବନା ଅଛି । କଥାବାର୍ତ୍ତା ପ୍ରତି ସତର୍କ ରହିବେ । ଶୁଭ ରଙ୍ଗ : ହଳଦିଆ ଓ କେଶରୀ । ଜ୍ୟୋତିର୍ବିଦ୍ : ଅନାମିକା, ଯୋଗାଯୋଗ : ୯୭୭୭୭୧୧୭୩୩

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଶୁଭ ଚନ୍ଦ୍ର ବିଭିନ୍ନ ରାଶିରେ ସତର୍କତା, ଆନନ୍ଦ ଏବଂ ସଫଳତା ଆଣିଥାଏ | Achira News