Achira News Logo
Achira News

ସି. ଏଚ୍. ଏସ୍. ଇ. ଦୁଇଟି ମିଳିତ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି, ସମୟୋଚିତ ପରିଚାଳନା ସୁନିଶ୍ଚିତ କରୁଛି

Prameya
ସି. ଏଚ୍. ଏସ୍. ଇ. ଦୁଇଟି ମିଳିତ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି, ସମୟୋଚିତ ପରିଚାଳନା ସୁନିଶ୍ଚିତ କରୁଛି
Full News
Share:

ଭୁବନେଶ୍ୱର,୦୩/୦୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ସୁରକ୍ଷିତ ପହଞ୍ଚିବାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ନିରୀକ୍ଷକ, ଉପ ନିରୀକ୍ଷକ ନିଯୁକ୍ତି ଯାଏ କିଭଳି ଠିକ୍ ସମୟରେ ହେବ ତାକୁ ନେଇ ସିଏଚ୍ଏସ୍ଇ ପ୍ରସ୍ତୁତି ଆରମ୍ଭ କରିଛି । ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ନିରୀକ୍ଷକ, ଉପ ନିରୀକ୍ଷକ, ପରୀକ୍ଷା ପରିଚାଳନା ହବ୍‌କୁ ଚିଠି ଲେଖାଯାଇଛି । ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ରଖିବା ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) କରାଯାଇଛି । ଆସନ୍ତା ୧୨ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୪ ତାରିଖରୁ ୬ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ହବ୍ରେ ପହଞ୍ଚିବ । ହବ୍ ସୁପରଭାଇଜର ଓ ଡେପୁଟି ସୁପରଭାଇଜଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସିଏଚ୍ଏସ୍ଇର ଗାଇଡଲାଇନ ଅନୁଯାୟୀ, ୫୦୦ ମଧ୍ୟରେ ପରୀକ୍ଷାର୍ଥୀ ଥିବା କେନ୍ଦ୍ର ପାଇଁ ଜଣେ, ୧୦୦୦ ଭିତରେ ପରୀକ୍ଷାର୍ଥୀ ଥିଲେ ୨ ଜଣ । ୧୨୫୦ ପରୀକ୍ଷାର୍ଥୀ ଥିବା କେନ୍ଦ୍ର ପାଇଁ ୩ଜଣ, ୧୫୦୦ ଭିତରେ ଥିଲେ ୪ ଓ ୨୦୦୦ରୁ ଅଧିକ ଥିଲେ ୬ଜଣଙ୍କୁ ନିଯୁକ୍ତି ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯାଇଥିବା ଉତ୍ତର ଖାତାରେ ୩୨ଟି ସିଟ୍ ରହିବ ବୋଲି ମଧ୍ୟ କୁହାଯାଇଛି । ଆହୁରି ପଢ଼ନ୍ତୁ :- ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ; ୨୦୧ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଗଲା ସହୟତା ରାଶି

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ସି. ଏଚ୍. ଏସ୍. ଇ. ଦୁଇଟି ମିଳିତ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି, ସମୟୋଚିତ ପରିଚାଳନା ସୁନିଶ୍ଚିତ କରୁଛି | Achira News