Achira News Logo
Achira News

ସୁକମା ଜିଲ୍ଲାରେ ଭାରତୀଯ଼ ସେନା ନକ୍ସାଲ ବନ୍ଧୁକ ଏବଂ ବୋମା କାରଖାନାକୁ ଧ୍ୱଂସ କରିଦେଇଛି।

Sambad
ସୁକମା ଜିଲ୍ଲାରେ ଭାରତୀଯ଼ ସେନା ନକ୍ସାଲ ବନ୍ଧୁକ ଏବଂ ବୋମା କାରଖାନାକୁ ଧ୍ୱଂସ କରିଦେଇଛି।
Full News
Share:

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲାସୀମାନ୍ତଛତିଶଗଡ଼ର ସୁକମା ଜିଲ୍ଲାରେନକ୍ସଲଦ୍ବାରା ନିର୍ମାଣ କରାଯାଇଥିବା ବନ୍ଧୁକ ଓ ବୋମା ତିଆରି କାରଖାନାକୁ ଧ୍ବଂସ କରିଛନ୍ତି ଯବାନ। ନକ୍ସଲ ସଂଗଠନ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲା ପୁଲିସ ଏବଂ ସିଆରପିଏଫ ଯବାନ ଜିଲ୍ଲାର ମୀନାଗଟ୍ଟା ଅଂଚଳରେ ସର୍ଚ୍ଚଅପରେସନ କରୁଥିଲେ। ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲ ଭିତରେ ନକ୍ସଲ ଦ୍ବାରା ନିର୍ମାଣ ହୋଇଥିବା ବନ୍ଧୁକ ଓ ବୋମା ତିଆରି କାରଖାନାକୁ ଠାବ କରାଯାଇଥିଲା। ସଂପୂର୍ଣ୍ଣ ଅଂଚଳକୁ ଯବାନ ଘେରିବା ସହ କାରଖାନାକୁ ଧ୍ବଂସ କରିଦେଇଥିଲେ। ଏହି ଖାରଖାନାରୁ ଯବାନ ୮ଟି ସିଙ୍ଗଲ ସଟ୍ ବନ୍ଧୁକ, ୧୨ ବୋର ବନ୍ଧୁକର ୧୫ଟି ଜୀବନ୍ତ ଗୁଳି, ୫ଟି ଇଲେକ୍ଟ୍ରି ଡିଟୋନେଟର,କୋଡେକ୍ସ ତାର,୨ କିଲୋ ବିସ୍ଫୋଟକ,ବନ୍ଧୁକ ତିଆରି କରିବା ସମଗ୍ରୀ,ଏମୋନିଆ ନାଇଟ୍ରେଟ ଇତ୍ୟାଦି ଜବତ କରାଯାଇଥିଲା। ଏହିଠାରେ ନକ୍ସଲ ବନ୍ଧୁକ ନିର୍ମାଣ କରି ଅନ୍ୟ ନକ୍ସଲଙ୍କ ନିକଟକୁ ପହଞ୍ଚାଯାଉଥିଲା। ଏଥିସହ ବୋମା ମଧ୍ୟ ପ୍ରସ୍ତୁତ କରି ତାକୁ ସୁରକ୍ଷାକର୍ମୀଙ୍କ ବିରୋଧରେ ଉପଯୋଗ କରାଯାଇଥିଲା। ଆହୁରି ପଢ଼ନ୍ତୁ:Check Your Heart Fitness Health At Home: ଆପଣଙ୍କ ହୃଦୟ ସୁସ୍ଥ ଅଛି କି? ଘରେ କିପରି କରି ହେବ ପରୀକ୍ଷା, ଜାଣନ୍ତୁ ସୁକମା ଜିଲ୍ଲାରେ ନକ୍ସଲ ଦମନ ନେଇ ଚାଲିଥିବା ଅଭିଯାନରେ ଗତ ୨୦୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୯୯ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୪୬୦- ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୭୧ ଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଆହୁରି ପଢ଼ନ୍ତୁ:Bhadrak Politics: ଭଦ୍ରକରେ ଚର୍ଚ୍ଚା: ନୂଆବର୍ଷରେ ରାଜନୀତିର ନୂଆ ସମୀକରଣ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ସୁକମା ଜିଲ୍ଲାରେ ଭାରତୀଯ଼ ସେନା ନକ୍ସାଲ ବନ୍ଧୁକ ଏବଂ ବୋମା କାରଖାନାକୁ ଧ୍ୱଂସ କରିଦେଇଛି। | Achira News