ପ୍ରଥମେ ଏକରିୟାଲିଟି ସୋ’ର ବିଜେତା ହେବା ପରେ ଟିଭିରେ ଉପସ୍ଥାପନା କରି ନିଜ କ୍ୟାରିୟର୍ର ମୂଳଦୁଆ ପକାଇଥିଲେ ସେ। ପାଖାପାଖି ଗୋଟାଏ ବର୍ଷ ଧରି ଉପସ୍ଥାପନା କରିବା ପରେ ‘କିଛି ଲୁହ ପିଇଯାଏ ଓଠ’ ଧାରାବାହିକ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଜିତ ପାଇକରାୟ। ତା’ପରଠାରୁ ଅନେକ ଫିଲ୍ମ, ଟେଲିଫିଲ୍ମ ଓ ସିରିୟଲ୍ରେ ନଜର ଆସି ପରିଚୟ ସୃଷ୍ଟି କରିଛନ୍ତି। ଓଲିଉଡ୍ର ଏହି ଲୋକପ୍ରିୟ ଅଭିନେତାଙ୍କ ସହ ଅଳ୍ପ ଆଳାପ। ଆପଣ ଉଭୟ ଛୋଟ ଓ ବଡ଼ ପରଦାରେ ଅଭିନୟ କରିସାରିଲେଣି। କେଉଁ ପରଦାରେ ନିଜକୁ ଦେଖିବାକୁ ଭଲଲାଗେ?ଧାରାବାହିକରୁ ମୁଁ ମୋର ଅଭିନୟ ଯାତ୍ରା ଆରମ୍ଭ କରିଛି। ସେଥିପ୍ରତି ମୋର ସ୍ବତନ୍ତ୍ର ଦୁର୍ବଳତା ଅଛି। ହେଲେ ବଡ଼ ପରଦାରେ ନିଜକୁ ଦେଖିଲେ ବେଶି ଭଲ ଲାଗେ। ଆପଣ ମୁଖ୍ୟତଃ ‘ନେଗେଟିଭ୍’ ଚରିତ୍ର କରିଛନ୍ତି। ନିଜ ପସନ୍ଦରେ କରନ୍ତି ନା ଆପଣଙ୍କୁ ସେମିତି ଚରିତ୍ର ମିଳେ?ମୋତେ କେଉଁ ବି ଚରିତ୍ର କରିବାକୁ ଖରାପ ଲାଗେନି। ନେଗେଟିଭ୍ ଚରିତ୍ର ବି ମୋର ପସନ୍ଦ। ମାତ୍ର ଚରିତ୍ରର ଗୁରୁତ୍ବ ଥିବା ଦରକାର। Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ ଓଲିଉଡ୍ରେ ଏମିତି ଦୁଇଜଣ କଳାକାରଙ୍କ ନାମ କହନ୍ତୁ, ଯିଏକି ଦର୍ଶକଙ୍କୁ ହଲ୍କୁ ଟାଣିଆଣିବାର ଶକ୍ତି ରଖନ୍ତି।ଅନୁଭବ ମହାନ୍ତି ଓ ବାବୁସାନ ମହାନ୍ତି। ମୋତେ ଲାଗେ ଓଲିଉଡ୍ର ଏହି ଦୁଇ କଳାକାର ଦର୍ଶକଙ୍କୁ ହଲ୍କୁ ଟାଣି ଆଣିପାରନ୍ତି। ଆପଣଙ୍କର ପ୍ରେମ ବିବାହ ବୋଲି ଆମେ ଜାଣୁ। ପ୍ରଥମେ କାହା ପକ୍ଷରୁ ପ୍ରେମ ନିବେଦନ ହୋଇଥିଲା?ପ୍ରଥମେ ସିଏ ମୋତେ ‘ପ୍ରପୋଜ୍’ କରିଥିଲେ। ଆମେ ଦୁହେଁ ଗୋଟାଏ ଟିଉସନ୍ରେ ପଢୁଥିଲୁ। ମୁଁ ସେତେବେଳେ ଯୁକ୍ତଦୁଇରେ ପଢୁଥାଏ। ମୋତେ ‘ହଁ’ କହିବାକୁ ଗୋଟାଏ ମାସ ଲାଗିଥିଲା। Modi meet Arab delegation team: ଆରବ ବୈଦେଶିକ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତ୍ନୀଙ୍କର କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ?ସେ ଜମା ବି ଆଜିକାଲିକା ଝିଅଙ୍କ ପରି ଉପହାର କିଣାକିଣି କି ବୁଲାବୁଲି ପ୍ରିୟ ନୁହନ୍ତି। ମୋର ୧୫ ବର୍ଷର ଭଲପାଇବା, ୬ ବର୍ଷର ବିବାହ। ସମୁଦାୟ ୨୧ ବର୍ଷ ଭିତରେ ସେ ମୋତେ ୨୧ଟା ଦାବି ମଧ୍ୟ କରି ନଥିବେ। ତାଙ୍କର ସେଇ ଗୁଣ ପାଇଁ ମୁଁ ଭାଗ୍ୟବାନ୍। ଆପଣଙ୍କ ଜୀବନର ବଡ଼ ଆଶୀର୍ବାଦ ବୋଲି କାହାକୁ କହିବେ?ଆମେ ତିନି ଭାଇ। ମୋର ଦୁଇଭାଇ ଓ ଭାଉଜ ବାହାରେ ରହନ୍ତି। ମୋ ବାପାମାଆ ମୋ ପାଖରେ ରହନ୍ତି। ମୋତେ ଲାଗେ ସେଇଟା ମୋ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ। ଯୌଥ ପରିବାର ହେତୁ କେବେ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼େ କି?ଈଶ୍ବରଙ୍କ କୃପାରୁ ମୋ ପତ୍ନୀ ଓ ଭାଉଜ ଉଭୟ ଭଲ। ଯେଉଁପରିବାରରେ ବୋହୂମାନେ ଭଲ ହୁଅନ୍ତି, ସେ ପରିବାରରେ କିଛି ସମସ୍ୟା ହୁଏନାହିଁ। ଯୌଥ ପରିବାରରେ ଯେଉଁଭଳି ପାଟିତୁଣ୍ଡ, ଟଣାଓଟରା ଦେଖିବାକୁ ମିଳେ; ତାହା ଆମ ଘରେ ମୁଁ ଦେଖିନାହିଁ କେବେ।
ସୁଜିତ୍ ପାଇକାରେ ରିଅଲିଟି ଟିଭିରୁ ଓଲିଉଡ୍ର ସବୁଠାରୁ ବହୁମୁଖୀ ଅଭିନେତା
Sambad•
%2Fsambad%2Fmedia%2Fmedia_files%2F2026%2F02%2F01%2Fhshshfsvxbbvvxbv-2026-02-01-00-13-33.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.