Achira News Logo
Achira News

ସୁନ୍ଦରଗଡ଼ରେ ସତର୍କ ଗ୍ରାମବାସୀଙ୍କ ଦ୍ୱାରା ଗୋରୁ ଚୋରାଚାଲାଣ ବିଫଳ

Sambad
ସୁନ୍ଦରଗଡ଼ରେ ସତର୍କ ଗ୍ରାମବାସୀଙ୍କ ଦ୍ୱାରା ଗୋରୁ ଚୋରାଚାଲାଣ ବିଫଳ
Full News
Share:

ସୁନ୍ଦରଗଡ଼: ସଦର ଥାନା କୋପସିଙ୍ଗା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମବାସୀଗୋ-ଚାଲାଣକରୁଥିବା ପିକଅପ ଭ୍ୟାନକୁ ଅଟକାଇଛନ୍ତି। ଗାଁ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନ୍ (OD-14C-2817) କୁ ସନ୍ଦେହ କରି ଅଟକାଇବାରୁ ସେଥିରେ ୧୩ଟି ଗୋରୁ ବୋଝେଇ ହୋଇଥିବା ଦେଖି ଗାଡ଼ିକୁ ଅଟକାଇବା ସହଚାଳକସମେତ ଅନ୍ୟ ୨ ଜଣ ସହଯୋଗୀଙ୍କୁ ମଧ୍ୟଅଟକରଖି ସଦର ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ଏହି ଗାଡ଼ିର ଚାଳକ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଅଟକ ଥିବା ବ୍ୟକ୍ତିମାନେ ହେଲେ ଚାଳକ ସନମ କେରକେଟା (୨୬), ଗୋରୁ ବେପାରୀ ଆଲି ହୁସେନ (୪୦) ଏବଂ ସହଯୋଗୀ ସରନ କୁଂଅରଦାର (୨୨)। ଏମାନଙ୍କ ପାଖରେ ପଶୁ ପରିବହନ ପାଇଁ କୌଣସି ବୈଧ କାଗଜପତ୍ର ନଥିଲା। One Death Another Critical: କାଳ ବୈଶାଖୀ ଯୋଗୁଁ ଭାଙ୍ଗିଲା ଗଛ: ଚଳନ୍ତା ବାଇକ ଉପରେ ପଡ଼ିଗଲା ଗଛ, ଜ୍ବାଇଁ ମୃତ ଓ କକା ଶ୍ବଶୁର ଗୁରୁତର ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗ୍ରାମବାସୀମାନେ ଗୋରୁଗୁଡ଼ିକୁ ଉଦ୍ଧାର କରି ସୁରକ୍ଷିତ ଭାବେ କୌଣସି ଗୋଶାଳାରେ ରଖିବା ପାଇଁ ଦାବି କରିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ସୁନ୍ଦରଗଡ଼ରେ ସତର୍କ ଗ୍ରାମବାସୀଙ୍କ ଦ୍ୱାରା ଗୋରୁ ଚୋରାଚାଲାଣ ବିଫଳ | Achira News