Achira News Logo
Achira News

ସମାଧାନ ହୋଇନଥିବା ଅଭିଯୋଗକୁ ନେଇ ନନ୍ଦପୁର/ପାଦୁଆ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି।

Dharitri
ସମାଧାନ ହୋଇନଥିବା ଅଭିଯୋଗକୁ ନେଇ ନନ୍ଦପୁର/ପାଦୁଆ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି।
Full News
Share:

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ । ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବ୍ଲକ ଓ ଜିଲା ପ୍ରଶାସନ ଗଡେଇ ଚାଲିଛି। ପଞ୍ଚାୟତବାସୀଙ୍କ କହିବା ଅନୁସାରେ, ନାଗେଶ୍ୱରି ପାହାଡରୁ ବକ୍ସାଇଟ ଖଣି ଖନନ ପାଇଁ ପଞ୍ଚାୟତ କାର୍ଯ୍ୟଳୟରେ ଅନୁଷ୍ଠିତ ଫର୍ଜୀ ଗ୍ରାମସଭା ଯେଉଁଥିରେ ମୃତକ ଓ ଅନୁପସ୍ଥିତ ଲୋକଙ୍କ ସନ୍ତକ କରି ସଫଳ ହୋଇଥିବା ଘୋଷଣା କରାଯାଇଥିଲା । ଉକ୍ତ ଗ୍ରାମସଭାକୁ ବାତିଲ କରିବାକୁ ଆମେ କରିଥିବା ଦାବି ଓ ଅନୁରୋଧକୁ ପ୍ରଶାସନ ଅଗ୍ରାହ୍ୟ କରି ଦେଇଛି। ତେବେ ନୂଆ ଜନଶୁଣାଣି କାହିଁକି,? ଏଭଳି କହି ପଞ୍ଚାୟତ ବାସୀ, ନିର୍ବାଚିତ ୱାର୍ଡସଭ୍ୟ, ନାଗେଶ୍ୱରି ସୁରକ୍ଷା ସମିତି ସଦସ୍ୟ ସୋମବାର ସକାଳୁ ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ପଞ୍ଚାୟତ ସ୍ତରୀୟ ଜନଶୁଣାଣିକୁ ବିରୋଧ କରିଥିଲେ। କାର୍ଯ୍ୟାଳୟ ବାହାରେ ସକାଳୁ ବ୍ଲକରେ କାର୍ଯ୍ୟରତ ସହଯୋଗୀ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଡିଓଙ୍କୁ ଅପେକ୍ଷା କରିଥିଲେ। ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ଦୁର୍ଗା ପ୍ରସାଦ ଦୋରା ପାଡୁଆ ଥାନାଧିକାରୀ ଅଶୋକ ବିଶୋଇ ପ୍ରମୁଖ ପୋଲିସ ଦଳ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଲୋକେ ନିଜ ଜିଦରେ ଅଟଳ ରହି ପ୍ରଥମେ ପୂର୍ବ ଅଭିଯୋଗ ଗୁଡ଼ିକର ସମାଧାନ କରାଯାଉ ତାପରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଆୟୋଜନ କରାଯିବ କହି କାହାରିକୁ କାର୍ଯ୍ୟାଳୟ ଭିତରକୁ ଛାଡ଼ି ନଥିଲେ। ଫଳତଃ ବାଧ୍ୟ ହୋଇ ବିଡ଼ିଓ ଦୋରା, ସିଡିପିଓ ମିନତି ବାଳା ପଟ୍ଟନାୟକ, ସହକାରୀ ଶିକ୍ଷାଧିକାରୀ ମମତାଜ ଗମାଙ୍ଗ, ଟିପିଏସଓଡିଏଲ ଯନ୍ତ୍ରୀ ପ୍ରଭୁ ମଲ୍ଲିକ, କୃଷି, ସ୍ୱାସ୍ଥ୍ୟ, ଉଦ୍ୟାନ, ଜଙ୍ଗଲ, ଆରଡି ବିଭାଗ ଅଧିକାରୀ ଫେରି ଆସିଥିଲେ।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ସମାଧାନ ହୋଇନଥିବା ଅଭିଯୋଗକୁ ନେଇ ନନ୍ଦପୁର/ପାଦୁଆ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। | Achira News