ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ ଘଟଣାରେ ତତ୍ପରତା ଦେଖାଇଛି ଶିକ୍ଷା ବିଭାଗ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ମଙ୍ଗଳବାର ଦାରିଙ୍ଗବାଡି ବିଇଓ ମହେଶ୍ୱର ମାଝୀଙ୍କ ନିର୍ଦ୍ଦେଶକ୍ରମେ ୩ ଜଣ ଅତିରିକ୍ତ ବିଇଓ ତଥା ଗୋକୁଳାନନ୍ଦ ନାୟକଙ୍କ ନେତୃତ୍ୱରେ ବନମାଳୀ ମାଝୀ ଏବଂ କୌଶିକ ନାୟକ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସେହିପରି ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ସମସ୍ତ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପଚରାଉଚରା କରିବା ସହ ଆଗକୁ କୌଣସି ବିଦ୍ୟାର୍ଥୀଙ୍କୁ ଏଭଳି ମାଡ଼ ନ ମାରିବାକୁ ତାଗିଦ କରିଥିବା ଏବିଇଓ ଗୋକୁଳାନନ୍ଦ ନାୟକ କହିଛନ୍ତି। ତେବେ ଘଟଣାରେ ସତ୍ୟତା ରହିଥିବାବେଳେ ଛାତ୍ରୀଛାତ୍ରଙ୍କୁ ହୋମ ୱାର୍କ କରିବାକୁ କୁଆଡେ ଶିକ୍ଷୟିତ୍ରୀ ଦେଇଥିଲେ। ତେବେ ତାହା ନ କରିବା ସହ ଗଣିତ ଖାତା ମଧ୍ୟ ଆଣି ନ ଥିଲେ। ଏଥିରେ ରାଗିଯାଇ ଶିକ୍ଷୟିତ୍ରୀ ଏକାଧିକ ଛାତ୍ରୀଛାତ୍ରଙ୍କୁ ବାଉଁଶ ବାଡ଼ିରେ ମାଡ଼ ମାରିଥିଲେ ଓ ଏଥିପାଇଁ ଶିକ୍ଷୟିତ୍ରୀ ଜଣଙ୍କ କୁଆଡେ ଅଭିଭାବକ ଏବଂ ତଦନ୍ତ ଅଧିକାରୀଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଏବିଇଓ କହିଛନ୍ତି।ପରେ ୩ ଅଧିକାରୀ ଛାତ୍ରଙ୍କ ଘରକୁ ଯାଇ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିବା ସହ ଆଉ କିଛି ଦିନ ବିଶ୍ରାମ କରିବାକୁ ଓ ବିଦ୍ୟାଳୟକୁ ଆଉ କିଛି ଦିନ ପରେ ପଠାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ତଥା ଏବିଇଓମାନେ କହିଛନ୍ତି ଯେ, ଏହାର ତଦନ୍ତ ରିପୋର୍ଟ ବିଇଓଙ୍କୁ ଦିଆଯିବ ପରେ ସେ ଯାହା କାର୍ଯ୍ୟାନୁଷ୍ଠାନ ନେବେ। ଏନେଇ ଛାତ୍ରଙ୍କ ବାପା ଅମରେନ୍ଦ୍ର ପ୍ରଧାନ କହିଛନ୍ତି, ଯେଉଁ ଶିକ୍ଷୟିତ୍ରୀ ତାଙ୍କ ପୁଅଙ୍କୁ ମାଡ଼ ମାରୁଥିଲେ ସେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ସେ ତାଙ୍କ ପୁଅର ଭବିଷ୍ୟତକୁ ନଜରରେ ରଖି ଆଇନର ଆଶ୍ରୟ ନେଇ ନାହିଁ ଓ ଆଗକୁ କିଛି ଅଘଟଣ ହେଲେ ନିଶ୍ଚିତ ଆଇନର ଆଶ୍ରୟ ନେବି। ପିଲାଙ୍କ ପରୀକ୍ଷା ସରିଲେ ତାଙ୍କ ପରିବାରରେ ଆଉ ୩ ଶିଶୁଙ୍କୁ ଉକ୍ତ ବିଦ୍ୟାଳୟ ନ ଛାଡ଼ି ଅନ୍ୟତ୍ର ପଢାଇବି ବୋଲି କ୍ଷୋଭର ସହ ଅମରେନ୍ଦ୍ର କହିଛନ୍ତି।
ସିମନ୍ବାଡି ପାଦ୍ରିପିଓ ସ୍କୁଲରେ ଛାତ୍ରଙ୍କୁ ମାଡ଼ ମାରିବା ପରେ ଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.