Achira News Logo
Achira News

ସମ୍ବଲପୁର ଜିଲ୍ଲାରେ କୁଖ୍ଯାତ ଅପରାଧୀ ଧନେଶ୍ୱର ଝଙ୍କରଙ୍କୁ ଗିରଫ କଲା ନକ୍ଟିଡେଉଲ ପୋଲିସ

Dharitri
ସମ୍ବଲପୁର ଜିଲ୍ଲାରେ କୁଖ୍ଯାତ ଅପରାଧୀ ଧନେଶ୍ୱର ଝଙ୍କରଙ୍କୁ ଗିରଫ କଲା ନକ୍ଟିଡେଉଲ ପୋଲିସ
Full News
Share:

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ଭୋର ପ୍ରାୟ ୫ଟା ୪୫ ମିନିଟରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଦୁମଛାଲି ଜଙ୍ଗଲ ଅଞ୍ଚଳରେ ଟିମା ଓ ତାଙ୍କର ୩ ଜଣ ସହଯୋଗୀ ଲୁଚି ରହିଥିବା ନେଇ ପୋଲିସ ଖବର ପାଇଥିଲା। ନାକଟିଦେଉଳ ପୋଲିସ ଟିମ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତ ଟିମା ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହାଦେଖି ଅଭିଯୁକ୍ତମାନେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଖସିଯିବାକୁ ପ୍ରୟାସ କରିଥିଲେ। ମାତ୍ର ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସର ନିୟନ୍ତ୍ରିତ ଗୁଳି ଚାଳନାରେ ଟିମାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ସାେ ଫେରାର ହେବାରେ ବିଫଳ ହେବାରୁ ଘଟଣାସ୍ଥଳରୁ ପୋଲିସ ଟିମାଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଗୁଳିବିଦ୍ଧ ହୋଇ ଗୁରୁତର ଟିମାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭିମସାରରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଅପରାଧୀମାନଙ୍କ ନିକଟରୁ ଏକ ପିସ୍ତଲ, ଜୀବନ୍ତ ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସମେତ ବିଦ୍ୟୁତ ତାର ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ସୂଚନାଯୋଗ୍ୟ ଯେ, ଟିମା ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଏବଂ ଆଲୁମିନିୟମ ତାର ଚୋରି ଭଳି ପ୍ରାୟ ୪୧ରୁ ଅଧିକ ସଙ୍ଗୀନ ମାମଲା ରହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ସମ୍ବଲପୁର ଜିଲ୍ଲାରେ କୁଖ୍ଯାତ ଅପରାଧୀ ଧନେଶ୍ୱର ଝଙ୍କରଙ୍କୁ ଗିରଫ କଲା ନକ୍ଟିଡେଉଲ ପୋଲିସ | Achira News