ସମ୍ବଲପୁର: ପାଣି ପାଇଁ ପଦାକୁପାଦକାଢ଼ିବାକୁ ପଢ଼ୁଛି। ଏମିତିକି ଖୋଦ୍ ପାନୀୟଜଳ ମନ୍ତ୍ରୀଙ୍କ ଗାଁ ଓ ପଞ୍ଚାୟତର ପ୍ରତି ଘରକୁ ପହଞ୍ଚିପାରିନି ପାନୀୟଜଳ। ସମ୍ବଲପୁରଜିଲ୍ଲାକୁଚିଣ୍ଡା ବ୍ଲକ୍ ଖଣ୍ଡୋକଟା ପଞ୍ଚାୟତ ଖଣ୍ଡୋକଟା ଗାଁର ବାସିନ୍ଦା ଅଟନ୍ତି ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାୟକ। ୪ଟି ଗାଁକୁ ନେଇ ଖଣ୍ଡୋକଟା ପଞ୍ଚାୟତ ଗଠିତ। ଗାଁଗୁଡ଼ିକ ହେଲା ଖଣ୍ଡୋକଟା, ବଡମାଳ, ଜୁନାନୀ ଓ ଲାଖୋପଡ଼ା। ମନ୍ତ୍ରୀଙ୍କ ନିଜସ୍ବ ଗାଁ ଖଣ୍ଡୋକଟାକୁ ୨ ବର୍ଷ ହେଲାମେଗାପ୍ରକଳ୍ପର ପାଇପ୍ ପହଞ୍ଚିଛି ସିନା, ପାଣି ପହଞ୍ଚି ପାରିନାହିଁ। ଗାଁରେ ପ୍ରାୟ ୪୦୦ ପରିବାର ବସବାସ କରନ୍ତି। ସତୁରି ଦିନରେ ଗଣିଲେ ୧ରୁ ୧୦,୭୦,୦୦୦ ଗାଁ ମୁଣ୍ଡରେ ବସୁଧା ପ୍ରକଳ୍ପରେ ନିର୍ମିତ ଟାଙ୍କି ଅଛି।ଗାଁର ବିଭିନ୍ନ ସ୍ଥାନରେ ଲାଗିଥିବା ନଳଗୁଡ଼ିକ ମଧ୍ୟରୁ ଗୋଟିଏ କି ଦୁଇଟି ନଳରୁ ପାଣି ବାହାରୁଛି। ପାଣି ଗୋଟିଏ ପଡ଼ାକୁ ଯାଉଥିବା ବେଳେ ଅନ୍ୟ ପଡ଼ା ପାଣି ପାଉ ନଥିବା କହିଛନ୍ତି ଗାଁର ସବିତା ଗର୍ଡିଆ। ମନ୍ତ୍ରୀଙ୍କ ପଞ୍ଚାୟତର ଅନ୍ୟତମ ଗାଁ ବଡ଼ମାଲରେ ମଧ୍ୟ ସମାନ ସ୍ଥିତି। ଗାଁରେ ୫ଟି ନଳକୂପ ଅଛି। ଦୁଇଟି ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟ ୩ଟିରେ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଗାଁକୁ ମଧ୍ୟ ମେଗା ପ୍ରକଳ୍ପର ପାଇପ୍ ଲମ୍ବିଛି, ହେଲେ ପାଣି ଆସୁନାହିଁ। ଜୁନାନୀ ଗାଁର ଗୋବିନ୍ଦ ବାଗଙ୍କ କହିବା କଥା, ନଳକୂପରେ ଗୋଳିଆ ପାଣି ବାହାରୁଛି। ପୁରୁଣା ପ୍ରକଳ୍ପ କାମରେ ଆସୁନି। ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ଜୁନାନୀ ଗାଁକୁ ମଧ୍ୟ ମେଗା ପ୍ରକଳ୍ପର ପାଣି ଯୋଗାଣ ହୋଇନାହିଁ। ଲାଖୋପଡ଼ା ଗାଁର ଅବସ୍ଥା ଆହୁରି ଖରାପ। ମେଗା ପ୍ରକଳ୍ପର ପାଇପ୍ ଗାଁ ମୁଣ୍ଡକୁ ଆସିଛି, କିନ୍ତୁ ଗାଁକୁ ପହଞ୍ଚିପାରିନାହିଁ। ପାଇପ୍ ୨ ବର୍ଷ ହେଲା ଗାଁ ମୁଣ୍ଡରେ ଅଟକି ରହିଛି। ଗାଁରେ ଥିବା ୪ଟି ନଳକୂପରୁ ଦୁଇଟି ଅଚଳ ଅବସ୍ଥାରେ ଥିବା ବେଳେ ଅନ୍ୟ ଦୁଇଟିରେ ଦୂଷିତ ପାଣି ବାହାରୁଥିବାଅଭିଯୋଗକରିଛନ୍ତି ଗାଁର ସୁରେଶ ଚନ୍ଦ୍ର ଧରୁଆ। ସେହିପରି ବସୁଧା ଯୋଜନାରେ ଗାଁକୁ ପାଣି ଆସୁଛି ସତ, କିନ୍ତୁ ପାଣି ନେବାକୁ ପ୍ରତିଦିନ ପ୍ରତିଯୋଗିତା ଲାଗୁଛି। ଏଣେ ଏହି ଚାରି ଗାଁକୁ ଲମ୍ବିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। Economy: ଅର୍ଥନୀତିକୁ ଗୁରୁତ୍ବ, ଜୀବନ ମୂଲ୍ୟହୀନ ସମ୍ବଲପୁର ଜିଲ୍ଲାରେ ୬ ବର୍ଷରେ ମାତ୍ର ୯ ପ୍ରତିଶତଗ୍ରାମରପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ସମ୍ଭବପର ହୋଇଛି। ୯୧%ରୁ ଅଧିକ ଗାଁ ପାନୀୟ ଜଳ ଅପେକ୍ଷାରେ। ୨୦୨୩ ବର୍ଷ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାର ୧୧୭୦ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏବେ ସୁଦ୍ଧା ମାତ୍ର ୧୦୩ଟି ଗାଁର ପ୍ରତିଟି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। କୁଚିଣ୍ଡା ଓ ବାମରା ବ୍ଲକ ପାଇଁ ୧୮୩ କୋଟି ଖର୍ଚ୍ଚରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। ଏହି ପ୍ରକଳ୍ପରେ ୧୭୫ଗାଁ ଲାଭାନ୍ବିତ ହେବେ। ୨୦୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ କିନ୍ତୁ ଏବେ ଯାଏଁ ଗୋଟିଏ ଗାଁକୁ ପାଣି ମିଳିପାରିନାହିଁ। କୁଚିଣ୍ଡା ଓ ଜମନକିରା ବ୍ଲକ୍ର ଆଉ ୧୮୬ ଗାଁ ପାଇଁ ୧୨୭ କୋଟି ଖର୍ଚ୍ଚରେ ଚାଲିଥିବା ମେଗା ପ୍ରକଳ୍ପର ସମାନ ଅବସ୍ଥା। ପ୍ରାୟ ୫ ବର୍ଷ ହେଲା ଗୋଟିଏ ଗାଁକୁ ମଧ୍ୟ ପାଣି ଦେଇପାରିନାହିଁ ଏହି ପ୍ରକଳ୍ପ। ସମ୍ବଲପୁର ଜିଲ୍ଲାରେ ୫ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଥିବାବେଳେ ୨ ଥର ଅବଧି ବୃଦ୍ଧି ପରେ ମଧ୍ୟ କୌଣସି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏ ସଂପର୍କରେ ପଞ୍ଚାୟତିରାଜ ଓପାନୀୟଜଳମନ୍ତ୍ରୀ ରବିନାରାୟଣ ନାଏକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଆର୍ଡବ୍ଲୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀ ରିତେଶ ସାହୁ କହିଛନ୍ତି, ଠିକା କମ୍ପାନିଙ୍କୁ ଶୀଘ୍ର କାମ ସାରିବାକୁ ତାଗିଦ୍ କରାଯାଇଛି।
ସମ୍ବଲପୁର ମନ୍ତ୍ରୀଙ୍କ ସ୍ଥାନୀୟ ଗ୍ରାମ ସହ ସମ୍ପର୍କ ସୁଦୃଢ଼ ହେଲା
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Funtitled-2-2026-03-19-08-22-56.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.