Achira News Logo
Achira News

ସ୍ମାର୍ଟଫୋନ୍ ରୁ ନୀଳ ଆଲୋକ କିପରି ଥାଇରଏଡ୍ କାର୍ଯ୍ୟକୁ ପ୍ରଭାବିତ କରେ ଏକ ମସ୍ତିଷ୍କ-ଶରୀର ସଂଯୋଗ

Sambad
ସ୍ମାର୍ଟଫୋନ୍ ରୁ ନୀଳ ଆଲୋକ କିପରି ଥାଇରଏଡ୍ କାର୍ଯ୍ୟକୁ ପ୍ରଭାବିତ କରେ ଏକ ମସ୍ତିଷ୍କ-ଶରୀର ସଂଯୋଗ
Full News
Share:

ଆଧୁନିକ ଡିଜିଟାଲ୍‌ ଦୁନିଆରେ ଆମେ ନିଦ୍ରାଯିବା ଆଗରୁ ଦେଖୁଥିବା ଶେଷ ଜିନିଷଟି ହେଉଛି ସ୍ମାର୍ଟଫୋନ୍‌ର ଉଜ୍ଜ୍ବଳ ଆଲୋକ। ନିଦ୍ରା ଉପରେ ସ୍ମାର୍ଟଫୋନ୍‌ରୁ ବିଚ୍ଛୁରିତ ନୀଳ ଆଲୋକର କୁପ୍ରଭାବ ବିଷୟରେ ଅନେକ କିଛି କୁହାଯାଇଛି। କିନ୍ତୁ, ଥାଇରଏଡ୍‌ ଗ୍ରନ୍ଥି ଉପରେ ଏହାର କୌଣସି କୁପ୍ରଭାବ ଅଛି କି? ଏହାର ଉତ୍ତର ହେଉଛି- ଥାଇରଏଡ୍‌ ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ମସ୍ତିଷ୍କ ଦେଖିପାରେ। ବେକରେ ଥିବା ଏହି ଗ୍ଲାଣ୍ଡ୍‌ ବା ଗ୍ରନ୍ଥିକୁ ସ୍କ୍ରିନ୍‌ କିଭଳି ପ୍ରଭାବିତ କରେ ତାହା ଜାଣିବା ଲାଗି ପ୍ରଥମେ ମସ୍ତିଷ୍କ ପ୍ରତି ଦୃଷ୍ଟି ଦେବା ଉଚିତ। ଏ ସଂକ୍ରାନ୍ତରେ ଏଣ୍ଡୋକ୍ରାଇନୋଲଜିଷ୍ଟ୍‌ ତଥା ଡାଏବେଟୋଲଜିଷ୍ଟ୍‌ ଡାକ୍ତର ପ୍ରଣବ ଘୋଦୀ ବୁଝାଇ କହନ୍ତି, ‘‘ମସ୍ତିଷ୍କନିଭୃତରେ ଥିବା ‘ହାଇପୋଥାଲାମସ୍‌’ରେ ଅବସ୍ଥିତ ‘ସୁପ୍ରାସିଏସ୍ମାଟିକ୍‌ ନ୍ୟୁକ୍ଲିୟସ୍‌’ ବା ‘ଏସ୍‌ସିଏନ୍‌’ ସହିତ ଏହି ଆଲୋକର ନିବିଡ଼ ସମ୍ପର୍କ ରହିଛି। ଶରୀରର ପ୍ରଧାନ ଘଣ୍ଟା କୁହାଯାଉଥିବା ‘ଏସ୍‌ସିଏନ୍‌’ ଆଖିରୁ ସିଧାସଳଖ ଆଲୋକ ସଙ୍କେତ ଗ୍ରହଣ କରେ। ଡିଜିଟାଲ୍‌ ସ୍କ୍ରିନ୍‌ରେ ପ୍ରବଳ ପରିମାଣରେ ଥିବା ନୀଳ ଆଲୋକ ‘ଏସ୍‌ସିଏନ୍‌’କୁ ସକ୍ରିୟ କରି ମସ୍ତିଷ୍କକୁ ସଙ୍କେତ ଦିଏ ଯେ ଏବେ ରାତି ନୁହେଁ, ଦିନ। ଏଭଳି ବିଭ୍ରାନ୍ତିକର ପରିସ୍ଥିତିରେ ଶୀରରରେ ଥିବା ବିଭିନ୍ନ ହର୍ମୋନ୍‌ ଚକ୍ରରେ ବିଭ୍ରାଟ ଘଟେ। ବିଶେଷକରି, ଶରୀରରେ ମେଟାବୋଲିଜିମ୍‌ ନିମନ୍ତେ ଥିବା କମାଣ୍ଡ୍‌ ବ୍ୟବସ୍ଥା ‘ହାଇପୋଥାଲାମିକ୍‌-ପିଚୁଇଟାରି-ଥାଇରଏଡ୍‌ ଏକ୍ସିସ୍‌’ ଠିକ୍‌ ରହିଲେ ବିଭିନ୍ନ ହର୍ମୋନ୍‌ ମଧ୍ୟରେ ତାଳମେଳ ରହେ। ତେଣୁ ବିଳମ୍ବିତ ରାତ୍ରୀରେ ସ୍କ୍ରିନ୍‌ ଦେଖିବାରେ ମଗ୍ନ ରହିବା ମାନେ ଖାଲି ଜାଗ୍ରତ ରହିବା ନୁହେଁ, ବରଂ ଏହାଦ୍ବାରା ହର୍ମୋନ୍‌ଗତ ସନ୍ତୁଳନ ରକ୍ଷାକାରୀ ବିଭ୍ରାନ୍ତ ହୋଇଯାଏ।’’ Horoscope 2026 February 04 : ଜାଣନ୍ତୁ ଆଜିରରାଶିଫଳ ଶରୀର ଉତ୍ତାପରୁ ନେଇ ଶକ୍ତିସ୍ତର ଏବଂ ମିଜାଜ୍‌ରୁ ନେଇ ହୃଦ୍‌ସ୍ପନ୍ଦନ ପର୍ଯ୍ୟନ୍ତ ସବୁକିଛି ନିୟନ୍ତ୍ରଣ କରେ ଥାଇରଏଡ୍‌ ଗ୍ରନ୍ଥି। କିନ୍ତୁ, ଏ ସବୁ ହର୍ମୋନ୍‌ ଦିନ ତମାମ ନିର୍ଦ୍ଧାରିତ ପରିମାଣରେ ନିର୍ଗତ ହୁଏ ନାହିଁ। ବେଙ୍ଗାଲୁରୁସ୍ଥିତ ମଣିପାଲ୍‌ ହସ୍ପିଟାଲ୍‌ର ଡାକ୍ତର ତେଜସ୍ବୀ ଭି କହନ୍ତି ଯେ ‘ସିର୍କାଡିଆନ୍‌ ରିଦିମ୍‌’ କୁହାଯାଉଥିବା ଚବିଶଘଣ୍ଟିଆ ‘ବାୟୋଲୋଜିକାଲ୍‌ କ୍ଲକ୍‌’ ଅନୁଯାୟୀ ଶରୀର କାର୍ଯ୍ୟ କରେ। ଥାଇରଏଡ୍‌ କ୍ଷରଣ କରୁଥିବା ହର୍ମୋନ୍‌ ରାତ୍ରୀ ସମୟରେ ସବୁଠୁ ବେଶୀ ସକ୍ରିୟ ରହେ ଏବଂ ଦିନବେଳ‌‌ା ନିଷ୍କ୍ରିୟ ହୋଇଆସେ। ତେଣୁ, ରାତ୍ର କାଳରେ ସ୍କ୍ରିନ୍‌ନିଃସୃତ ନୀଳ ଆଲୋକ ଥାଇରଏଡ୍‌ ହର୍ମୋନ୍‌ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି କରିପାରେ। ସେ ଆହୁରି ମଧ୍ୟ କହନ୍ତି, ‘‘ଗୋଟିଏ ରାତି ସ୍କ୍ରିନ୍‌ ସ୍କ୍ରୋଲିଙ୍ଗ୍‌ କରିବା ଦ୍ବାରା ଥାଇରଏଡ୍‌ ହର୍ମୋନ୍‌ ଉତ୍ପାଦନ ବିଭ୍ରାଟ ହୁଏନାହିଁ। କିନ୍ତୁ, ବାରମ୍ବାର ରାତ୍ରୀ ଉଜାଗର ରହି ସ୍କ୍ରିନ୍‌ ଦେଖିବା ଦ୍ବାରା ଶରୀରରେ ଚାଲିଥିବା ହର୍ମୋନ୍‌ କ୍ଷରଣ ଚକ୍ର ନିଷ୍କ୍ରିୟ ହୋଇଯାଏ।’’ ବିଳମ୍ବିତ ରାତ୍ରୀର ନୀଳ ଆଲୋକରେ ଲୁଚି ରହିଥିବା କ୍ଷତିକାରକ ପ୍ରଭାବ ମଧ୍ୟରୁ ଗୋଟିଏ ହେଉଛି ‘କୋର୍ଟିଜଲ୍’ ଉପରେ ଏହା ପକାଉଥିବା କୁପ୍ରଭାବ। ‘କୋର୍ଟିଜଲ୍‌’ ହେଉଛି ଶରୀରର ମୁଖ୍ୟ ‘ଷ୍ଟ୍ରେସ୍‌ ହର୍ମୋନ୍‌’ ବା ଚାପ ସହ୍ୟକାରୀ ହର୍ମୋନ୍‌। ଗବେଷଣାରୁ ଜଣାପଡ଼ିଛି ଯେ ଉଜ୍ଜ୍ବଳ କୃତ୍ରିମ ଆଲୋକ ଯୋଗୁଁ ମସ୍ତିଷ୍କ ସତତ ଜାଗ୍ରତ ଅବସ୍ଥାରେ ରହୁଥିବାରୁ ‘କୋର୍ଟିଜଲ୍‌’ ସ୍ତର ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ମଧ୍ୟ ପରୋକ୍ଷଭାବେ ଥାଇରଏଡ୍‌ ଉପରେ କୁପ୍ରଭାବ ପକାଏ। Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ ସେ ଯାହାହେଉ, ଥାଇରଏଡ୍‌ ଗ୍ରନ୍ଥି ସୁସ୍ଥ ରଖିବା ଲାଗି ଶେଯକୁ ଯିବାର ଦେଢ଼ଘଣ୍ଟା ଆଗରୁ ସ୍କ୍ରିନ୍‌ ଦେଖା ବନ୍ଦ କରନ୍ତୁ। ଏଇ ଦେଢ଼ଘଣ୍ଟାପୁସ୍ତକପଠନ କିଂବା ସେମିତି କିଛି ମିଜାଜ୍‌ ଉଶ୍ବାସ କଲାଭଳି କାର୍ଯ୍ୟ କରନ୍ତୁ। ଅନ୍ଧକାର ଓ ଶୀତଳ ପରିବେଶରେ ଶୟନ କରନ୍ତୁ। ‘ଏସ୍‌ସିଏନ୍‌’ ମାଷ୍ଟର୍‌ କ୍ଲକ୍‌ ସୁଦୃଢ଼ ରଖିବା ଲାଗି ସକାଳ ଖରାରେ ବୁଲନ୍ତୁ। ଫଳରେ ସନ୍ଧ୍ୟା ବେଳେ ସ୍କ୍ରିନ୍‌ ଦେଖିଲେ ବିଶେଷ କିଛି ଶାରୀରିକ ବିଭ୍ରାଟ ହେବନାହିଁ।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ସ୍ମାର୍ଟଫୋନ୍ ରୁ ନୀଳ ଆଲୋକ କିପରି ଥାଇରଏଡ୍ କାର୍ଯ୍ୟକୁ ପ୍ରଭାବିତ କରେ ଏକ ମସ୍ତିଷ୍କ-ଶରୀର ସଂଯୋଗ | Achira News