Achira News Logo
Achira News

ସାଲଚୁଆ ଏନ. ସି. ବି. ର ବଡ଼ ଧରଣର ଗଞ୍ଜା ଚୋରାଚାଲାଣ ଅଭିଯାନ ବିଫଳ, 1 କୋଟି ଟଙ୍କା ମୂଲ୍ୟର 23ଟି ବ୍ୟାଗ ଜବତ

Sambad
ସାଲଚୁଆ ଏନ. ସି. ବି. ର ବଡ଼ ଧରଣର ଗଞ୍ଜା ଚୋରାଚାଲାଣ ଅଭିଯାନ ବିଫଳ, 1 କୋଟି ଟଙ୍କା ମୂଲ୍ୟର 23ଟି ବ୍ୟାଗ ଜବତ
Full News
Share:

ଶାଳଚୁଆ: ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ ଆଉ ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡ଼ିକୁ ପିଛା କରିବା ପରେ ଶେଷରେ ମାଡ଼ିବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ।ଜବତକରିଲେ ୨୩ ବସ୍ତା ଗଞ୍ଜେଇ। କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରେ ମାଡ଼ିବସିଲା ଏନସିବି। କେଉଁଝର ଅଞ୍ଚଳରୁ ଏକ ପିକଅପରେ ତଳେଗଞ୍ଜେଇବସ୍ତା ରଖିବା ସହିତ ଉପରେ କୋବି ରଖି ତାକୁ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ। କେଉଁଝରରୁ କପ୍ତିପଦା ହୋଇ ବାରିପଦା ଆସୁଥିଲା ଗଞ୍ଜେଇ। ଗଞ୍ଜେଇ ଗାଡ଼ିକୁ କପ୍ତିପଦା ନୂଆସାହି ଭରଡା ଛକ ନିକଟରେ ମାଡ଼ି ବସିଥିଲା ଏନସିବି ଟିମ୍। ଆହୁରି ପଢ଼ନ୍ତୁ:Mohan Charan Majhi: ପ୍ରକୃତ ବିକାଶ ହେଇଛି ରାଜ୍ୟର ମା ଏବଂ ଭଉଣୀମାନଙ୍କ ସୁରକ୍ଷା: ମୁଖ୍ୟମନ୍ତ୍ରୀ ଏହା ସହିତ ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଅଟକାଇଥିବା ବେଳେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା କୁହାଯାଉଛି। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି କହିଛି ଏନସିବି। ଆହୁରି ପଢ଼ନ୍ତୁ:Accident 4 Seriously Injured ଟ୍ରଲରକୁ ପଛରୁ ଧକ୍କା ଦେଲା ଆଇଚର୍, ୪ ଗୁରୁତର

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ସାଲଚୁଆ ଏନ. ସି. ବି. ର ବଡ଼ ଧରଣର ଗଞ୍ଜା ଚୋରାଚାଲାଣ ଅଭିଯାନ ବିଫଳ, 1 କୋଟି ଟଙ୍କା ମୂଲ୍ୟର 23ଟି ବ୍ୟାଗ ଜବତ | Achira News