Achira News Logo
Achira News

ସଶସ୍ତ୍ର ଡକାୟତମାନେ ଘର ଏବଂ ବ୍ୟବସାୟକୁ ଟାର୍ଗେଟ କରୁଥିବାରୁ କେନ୍ଦୁଝରରେ ଚୋରି ବୃଦ୍ଧି ପାଇଛି

Dharitri
ସଶସ୍ତ୍ର ଡକାୟତମାନେ ଘର ଏବଂ ବ୍ୟବସାୟକୁ ଟାର୍ଗେଟ କରୁଥିବାରୁ କେନ୍ଦୁଝରରେ ଚୋରି ବୃଦ୍ଧି ପାଇଛି
Full News
Share:

କେନ୍ଦୁଝର,୨।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବଢୁଛି ଚୋରି। ରବିବାର ରାତି ପ୍ରାୟ ୧୦ଟାରେ କାଞ୍ଜିପାଣି ଥାନା ବାୟାପଣ୍ଡାଧାର ଗ୍ରାମରେ ସଂଗ୍ରାମ କେଶରୀ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ସଶସ୍ତ୍ର ଲୁଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାୟ ୭/୮ ଦୃର୍ବୁତ୍ତ ଘରେ ପଶି ବନ୍ଧୁକ ଓ ଛୁରି ଦେଖାଇ ପାଖାପାଖି ୩୦ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ସେମାନେ ଫାଙ୍କା ଗୁଳି ଚାଳନା କରିବା ସହ ପରିବାର ଲୋକଙ୍କୁ ମାଡ ମାରିଥିବାବେଳେ ବାହାରୁ ଗେଟ ବନ୍ଦ କରି ଲୁଟ କରି ପଳାଇଯାଇଥିଲେ। ଦୁଇ ଦିନ ତଳେ ସମାନ ଭାବେ ତୁରୁମୁଙ୍ଗ ଥାନା ଖିରେଇଟାଙ୍ଗିରି ଗମରେ ଜଣେ ମେଡ଼ିକାଲ ମାଲିକଙ୍କ ଘରେ ପଶି ଲୁଟ କରିଥିବା ଘଟଣା ପରେ ଏଭଳି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କିଛି ଦିନ ତଳେ ବଡ଼ବିଲରେ ଏକ ବ୍ୟାଙ୍କରୁ ଲୁଟ ହୋଇଥିଲା।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ସଶସ୍ତ୍ର ଡକାୟତମାନେ ଘର ଏବଂ ବ୍ୟବସାୟକୁ ଟାର୍ଗେଟ କରୁଥିବାରୁ କେନ୍ଦୁଝରରେ ଚୋରି ବୃଦ୍ଧି ପାଇଛି | Achira News