Achira News Logo
Achira News

ସୋସିଆଲ ମିଡିଆର ଅପବ୍ୟବହାର ବିରୋଧରେ ଭଦ୍ରକ ପୋଲିସର ଚେତାବନୀ ଦାୟିତ୍ୱର ସହ ବ୍ୟବହାର କରନ୍ତୁ

Sambad
ସୋସିଆଲ ମିଡିଆର ଅପବ୍ୟବହାର ବିରୋଧରେ ଭଦ୍ରକ ପୋଲିସର ଚେତାବନୀ ଦାୟିତ୍ୱର ସହ ବ୍ୟବହାର କରନ୍ତୁ
Full News
Share:

ଭଦ୍ରକ(ହରିହର ନାୟକ):ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରନ୍ତୁ ନାହିଁ। ଘୃଣା ସୃଷ୍ଟିକାରୀ ପୋଷ୍ଟ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତୁ ନାହିଁ। ଭଦ୍ରକ ପୁଲିସ ପକ୍ଷରୁ ଏସ୍‌ପି ମନୋଜ ରାଉତ ଏହି ସୂଚନା ଦେଇଛନ୍ତି। ଶ୍ରୀ ରାଉତ ଜନସାଧାରଣକୁ ଅନୁରୋଧ କରି କହିଛନ୍ତି, ସାମାଜିକ ଗଣମାଧ୍ୟମର ଉପଯୋଗ କରନ୍ତୁ। କିନ୍ତୁ ଅପବ୍ୟବହାର କରନ୍ତୁ ନାହିଁ। ଭଦ୍ରକ ଜିଲ୍ଲାରେ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଉତ୍ତେଜନା ସୃଷ୍ଟି କରୁଥିବା ପୋଷ୍ଟ, ଭିଡିଓ ଓ ପ୍ରତିକ୍ରିୟା ଦେଖାଯାଉଛି। ତେଣୁ ଭଦ୍ରକ ପୁଲିସର ସ୍ଵତନ୍ତ୍ର ସାଇବର ସେଲ୍‌ରେ ଜଣେ ଇନ୍ସପେକ୍ଟର ୨୪ ଘଣ୍ଟା ସଜାଗ ରହିବା ସହ ଏକ ସ୍ବତନ୍ତ୍ର ଟିମ୍ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିଛନ୍ତି। ଆହୁରି ପଢ଼ନ୍ତୁ:Pakistan not yet boycotted this match: ଭାରତ ବିପକ୍ଷ ଏହି ମ୍ୟାଚ୍‌କୁ ଏପର୍ଯ୍ୟନ୍ତ ବର୍ଜନ କରିନାହିଁ ପାକିସ୍ତାନ ଭଦ୍ରକ ପୁଲିସ ତରଫରୁ ସମସ୍ତ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି। ପରସ୍ପର ଭିତରେ ସଦ୍‌ଭାବନା ଓ ସାମାଜିକ ସମନ୍ଵୟକୁ କ୍ଷତି ପହଞ୍ଚାଉଥବା କୌଣସି ପ୍ରକାରର ବାର୍ତ୍ତା ଯେମିତି କି ଫଟୋ, ଅଡିଓ କିମ୍ବା ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କିମ୍ବା ସେୟାର କରିବାରୁ ଦୟାକରି ବିରତ ରହିବା ପାଇଁ ଭଦ୍ରକ ଏସପି ମନୋଜ ରାଉତ ନିବେଦନ କରିଚନ୍ତି। ଏପରି କାର୍ଯ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୩/୨ ଓ ୨୯୯ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଏବଂ ଏହା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଯଦି କେହି ଏପରି ଅପରାଧ ସମ୍ବନ୍ଧରେ ଅଭିଯୋଗ କରିବାକୁ ଚାହାଁନ୍ତି ତେବେ ସମ୍ବନ୍ଧିତ ପୋଷ୍ଟର ସ୍କ୍ରିନସଟ ଓ ୟୁଆର ଏଲ ସଂରକ୍ଷଣ କରି ଭଦ୍ରକ ସାଇବର ସେଲ୍‌ର ମୋବାଇଲ୍ ନମ୍ବର ୮୪୮୦୬୯୩୭୯୧ରେ ଯୋଗାଯୋଗ କରିବା ପାଇଁ ଭଦ୍ରକ ଏସପି ଶ୍ରୀ ରାଉତ ନିବେଦନ କରିଛନ୍ତି। ଆହୁରି ପଢ଼ନ୍ତୁ:2.3 million in the name of online trading :ଅନଲାଇନ୍ ଟ୍ରେଡିଂ ନାଁରେ ୨୩ଲକ୍ଷ ଚଳୁ

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ସୋସିଆଲ ମିଡିଆର ଅପବ୍ୟବହାର ବିରୋଧରେ ଭଦ୍ରକ ପୋଲିସର ଚେତାବନୀ ଦାୟିତ୍ୱର ସହ ବ୍ୟବହାର କରନ୍ତୁ | Achira News