ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳ ବୈଠକରେ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ପାଇଁ ମୋଦୀଙ୍କୁ ଏଭଳି ଭାବ୍ୟ ସ୍ୱାଗତ କରାଯିବା ସହିତ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ ଦଳୀୟ ସଦସ୍ୟଗଣ । ମୋଦୀଙ୍କ ସହିତ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ମଧ୍ୟ ସ୍ୱାଗତ କରାଯାଇଛି । ଭାରତ ଉପରେ ଆମେରିକା ୧୮ପ୍ରତିଶତ ଶୁଳ୍କ କରିଛି । ଫଳରେ ଏହାର ଶ୍ରେୟ ମୋଦୀଙ୍କୁ ଦେଇଛନ୍ତି ଦଳୀୟ ନେତା ଓ କର୍ମୀ । ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି। ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ ସମ୍ପର୍କରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସେର୍ଗିଓ ଗୋର ସୋମବାର ସୂଚନା ଦେଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କୌଣସି ତଥ୍ୟ ସେ ଦେଇନାହାନ୍ତି। ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଏହି କଥାବାର୍ତ୍ତା ପରେ ସୋମବାର ଭାରତରୁ ଆମଦାନୀ ସାମଗ୍ରୀ ଉପରେ ଆମେରିକା ଲାଗୁ କରିଥିବା ପାରସ୍ପରିକ ଶୁଳ୍କ ୨୫%ରୁ ୧୮%କୁ ଅର୍ଥାତ୍ ୭% ହ୍ରାସ କରିଛି। ଆମେରିକାର ଶୁଳ୍କ ହ୍ରାସ ପରେ ଟ୍ରମ୍ପଙ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ତେବେ ଭାରତ ଉପରେ ଆମେରିକା ଲାଗୁ କରିଥିବା ଅତିରିକ୍ତ ୨୫% ଶୁଳ୍କ ଅପରିବର୍ତ୍ତିତ ରହିଛି। ରୁଷ୍ ଠାରୁ ତୈଳ କିଣିବାକୁ ନେଇ କ୍ଷୁବ୍ଧ ହୋଇ ଗତବର୍ଷ ଭାରତ ଉପରେ ଆମେରିକା ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଥିଲା। ଆମେରିକା ଏହି ଅତିରିକ୍ତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ବିଳମ୍ବ ହୋଇଛି। ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଗତ ମାର୍ଚ୍ଚରୁ ଅନୁମୋଦନ ଅପେକ୍ଷାରେ ପଡିରହିଛି। ଏବେ ଆମେରିକା ଶୁଳ୍କ ହ୍ରାସ କରିବା ପରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବାର ଆଶା ଉଜ୍ଜିବୀତ ହୋଇଛି। ଏପରିକି ଦୁଇ ଦେଶର ସମ୍ପର୍କେର ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ରବିବାର ଟ୍ରମ୍ପ କହିଥିଲେ ଭାରତ ସମେତ ଏକାଧିକ ଦେଶ ଭେନେଜୁଏଲାରୁ ତୈଳ ଆମଦାନୀ କରିବେ। ଅନ୍ୟପଟେ ଟ୍ରମ୍ପ ସୋମବାର ଇଣ୍ଡିଆ ଟୁଡେ ପତ୍ରିକାର ପ୍ରଚ୍ଛଦପୃଷ୍ଠାକୁ ପୋଷ୍ଟ କରିଛନ୍ତି। ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ମୋଦୀଙ୍କ ସହିତ ଟ୍ରମ୍ପ ଏକାଠି ଠିଆ ହୋଇଛନ୍ତି। ପ୍ରଚ୍ଛଦ ପୃଷ୍ଠାର ଶୀର୍ଷକ ରହିଛି ‘ନ୍ୟୁଜମେକର ଅଫ୍ ଦ ଇୟର ୨୦୨୫’। ଟ୍ରମ୍ପଙ୍କ ଏହି ପୋଷ୍ଟ ସେୟାରକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ଏନ୍. ଡି. ଏ. ସାଂସଦଙ୍କ ଭବ୍ୟ ସ୍ୱାଗତ
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.