ଝାଳ ବାହାରିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା, ଯାହାଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ସହ ଆମକୁ ସୁସ୍ଥ ରଖିଥାଏ। ତେବେ ଏହା ଆମେ ଜାଣିବା ଦରକାର ଯେ, ଆମ ଶରୀରରୁ କେତେ ଝାଳ ବାହାରିବା ଉଚିତ। ଝାଳ ହେଉଛି ଗ୍ରନ୍ଥିରୁ ନିର୍ଗତ ଏକ ଲୁଣଯୁକ୍ତ ତରଳ ପଦାର୍ଥ, ଯାହା ଚର୍ମରୁ ବାଷ୍ପୀଭୂତ ହୋଇ ଶରୀରକୁ ଥଣ୍ଡା କରିଥାଏ। ଉତ୍ପାଦିତ ଝାଳର ପରିମାଣ ଶାରୀରିକ କାର୍ଯ୍ୟକଳାପ, ପାଣିପାଗ, ଉଚ୍ଚଚାପ ଓ ମେଦ ବହୁଳତା ଉପରେ ନିର୍ଭର କରିଥାଏ। Horoscope 2026 March 18: ଜାଣନ୍ତୁ ଆଜିରରାଶିଫଳ ଯେତେବେଳେ ଶରୀର ଭିତରେ କିମ୍ବା ବାହାରେ ତାପମାତ୍ରା ବୃଦ୍ଧି ପାଏ, ସ୍ୱୟଂଚାଳିତ ସ୍ନାୟୁ ପ୍ରଣାଳୀ ଝାଳଗ୍ରନ୍ଥିକୁ ସକ୍ରିୟ କରିଥାଏ। ଏହି ଗ୍ରନ୍ଥିଗୁଡ଼ିକ ଚର୍ମ ମାଧ୍ୟମରେ ତରଳ ପଦାର୍ଥ ମୁକ୍ତ କରନ୍ତି। ଯେତେବେଳେ ଏହି ତରଳ ପଦାର୍ଥ ବାଷ୍ପୀଭୂତ ହୁଏ, ସେତେବେଳେ ଶରୀର ଥଣ୍ଡାହେବା ଆରମ୍ଭ କରେ। ନ୍ୟାସନାଲ୍ ଲାଇବ୍ରେରି ଅଫ୍ ମେଡିସିନ୍ରେ ପ୍ରକାଶିତ ଏକ ଗବେଷଣାଭିତ୍ତିକ ତଥ୍ୟ ଅନୁଯାୟୀ, ଉତ୍ପାଦିତ ଝାଳର ପରିମାଣ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ସମସ୍ତଙ୍କର ସମାନ ପରିମାଣର ଝାଳ ନିର୍ଗତ ହୋଇ ନ ଥାଏ। ଶାରୀରିକ ଅବସ୍ଥା ଉପରେ ନିର୍ଭର କରି ମଧ୍ୟ ଝାଳର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ। ବିଶେଷକରି ଖେଳାଳିମାନଙ୍କ କ୍ଷେତ୍ରରେ ବ୍ୟାୟାମର ତୀବ୍ରତା, ପାଣିପାଗ ଓ ପରିଶ୍ରମ ସମୟରେ ଝାଳର ପରିମାଣ ଯଥେଷ୍ଟ ଅଧିକ ହୋଇଥାଏ। ଏହି କାରଣରୁ ଜଳୀୟ ଅଂଶ ଓ ଉପଯୁକ୍ତ ତରଳ ପଦାର୍ଥ ଗ୍ରହଣ ଜରୁରି ବୋଲି ବିବେଚନା କରାଯାଏ। Protest: ଜିଲ୍ଲାପାଳଙ୍କ ଅଫିସ ଆଗରେ ଲଇକେରା ଗ୍ରାମବାସୀଙ୍କ ଧାରଣା ଝାଳ ଏକ ପ୍ରତିଶତ ଲୁଣ ଓ ଚର୍ବିରେ ଗଠିତ। ଗରମ ପାଗ କିମ୍ବା ଶାରୀରିକ ଶ୍ରମ ସମୟରେ ଶରୀରକୁ ଥଣ୍ଡା କରିବା ପାଇଁ ଏହି ପ୍ରକ୍ରିୟା ଅବଶ୍ୟକ ହୋଇଥାଏ। ଚିନ୍ତାଜନିତ ମାନସିକ ଚାପ କିମ୍ବା ବିଚଳିତବୋଧ ଭଳି ଭାବନା ମଧ୍ୟ ଝାଳ ବୃଦ୍ଧି କରିପାରେ। ସାଧାରଣ ପରିସ୍ଥିତିରେ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ଶରୀରରୁ ଦିନକୁ ପ୍ରାୟ ୦.୫ରୁ ୨ ଲିଟର ଝାଳ ବାହାରିଥାଏ। ଗରମ ଓ ଆର୍ଦ୍ର ପାଗରେ ଶାରୀରିକ ପରିଶ୍ରମ ବା ବ୍ୟାୟାମ ସମୟରେ ମାନସିକ ଚାପ, ମସଲାଯୁକ୍ତ ଖାଦ୍ୟ, କ୍ୟାଫିନ୍ ଓ ମଦ୍ୟପାନ ସମୟରେ ବା ମହିଳାଙ୍କ ଋତୁସ୍ରାବ ସମୟରେ ହରମୋନ୍ ପରିବର୍ତ୍ତନ ଯୋଗୁଁ ଝାଳର ପରିମାଣ ବଢ଼ିଥାଏ। ମେଟାବୋଲିଜିମ୍, ଫିଟନେସ୍ ସ୍ତର ଓ ଜେନେଟିକ୍ କାରଣଗୁଡ଼ିକ ମଧ୍ୟ ଝାଳକୁ ପ୍ରଭାବିତ କରନ୍ତି। ଅତ୍ୟଧିକ ଝାଳ ବୋହିବାକୁ ହାଇପର୍ହାଇଡ୍ରୋସିସ୍ କୁହାଯାଏ। ଏହି ଅବସ୍ଥାରେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକତାରୁ ଅଧିକଝାଳବାହାରିଥାଏ। ଫଳରେ ପାପୁଲି ଓ ପାଦ ଝାଳୁଆ ହେବା, କାଖରେ ଅଧିକ ଝାଳ ବାହାରିବା ପରି ସମସ୍ୟା ଦେଖାଯାଇଥାଏ। ହାଇପର୍ହାଇଡ୍ରୋସିସ୍ ମୁଖ୍ୟତଃ ଦୁଇ ପ୍ରକାରର। ପ୍ରାଥମିକ ହାଇପର୍ହାଇଡ୍ରୋସିସ୍ ଅତ୍ୟଧିକ ସକ୍ରିୟ ଝାଳଗ୍ରନ୍ଥି ଯୋଗୁଁ ହୁଏ। ସେହିପରି ଦ୍ୱିତୀୟ ହାଇପର୍ହାଇଡ୍ରୋସିସ୍ ମଧୁମେହ, ଥାଇରଏଡ୍ ସମସ୍ୟା, ସଂକ୍ରମଣ, ଋତୁସ୍ରାବ କିମ୍ବା କୌଣସି ଔଷଧ ଯୋଗୁଁ ହୋଇଥାଏ। ତେଣୁ ଅତ୍ୟଧିକ ଝାଳ ଶରୀର ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରି।
ସ୍ୱେଟର ଗୁରୁତ୍ୱ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାସ୍ଥ୍ୟ ବଜାୟ ରଖିବା
Sambad•
%2Fsambad%2Fmedia%2Fmedia_files%2F2026%2F03%2F18%2Ffshfsxvb-2026-03-18-00-41-29.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.