Achira News Logo
Achira News

ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କଲେ ମମତା ବାନାର୍ଜୀ

Samaja
ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କଲେ ମମତା ବାନାର୍ଜୀ
Full News
Share:

ସମାଜ ଲାଇଭ ଡେସ୍କ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନିର୍ବାଚନ ଆୟୁକ୍ତଙ୍କୁ ନିଶାଣ କରି ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ପୀଡିତମାନଙ୍କୁ ସୁଯୋଗ ଦେଉନାହାନ୍ତି ସରକାର । ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟଗୁଡ଼ିକରେ SIRର ପଛରେ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ପିଡିତ ମାନଙ୍କ ସହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ମମତା ବାନାର୍ଜୀ । ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଉପସ୍ଥିତ ଥିବା ସମସ୍ତ ଜନତା SIR ଯୋଗୁଁ କଷ୍ଟ ପାଇଥିବା ଲୋକଙ୍କ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ମୁଁ ଏଠାକୁ ଲକ୍ଷ ଲକ୍ଷ ଲୋକଙ୍କୁ ଆଣିପାରିଥାନ୍ତି ବୋଲି କହିଛନ୍ତି ମମତା । କେନ୍ଦ୍ର ସରକାରଙ୍କୁ ଇଙ୍ଗିତ କରି କହିଛନ୍ତି ଯେ, ସେମାନେ SIR ପୀଡିତଙ୍କୁ ନିଜକୁ ରକ୍ଷା କରିବାର ସୁଯୋଗ ଦେଉନାହାଁନ୍ତି । ସେମାନଙ୍କୁ ପୁନଃ ପଞ୍ଜିକରଣ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ମମତା । ଏହାସହ SIR ପ୍ରକ୍ରିୟାରେ AIର ଅପବ୍ୟବହାର ଅଭିଯୋଗ ନେଇ କହିଛନ୍ତି ଯେ, ସେମାନେ ବାସ୍ତବତା ଯାଞ୍ଚ ନକରି AIର ଅପବ୍ୟବହାର କରୁଛନ୍ତି । SIRର ସମୟ ଉପରେ ପ୍ରଶ୍ନ ଉଠାଇ ଶ୍ରୀମତୀ ବାନାର୍ଜୀ ମଙ୍ଗଳବାର ପଚାରିଥିଲେ ଯେ ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ଏହି କାର୍ଯ୍ୟ କରାଯାଉଛି ବୋଲି । ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ କାହିଁକି ଏହି କାର୍ଯ୍ୟ କେବଳ ବିରୋଧୀଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକରେ କରାଯାଉଛି ଏବଂ ବିଜେପି ଶାସିତ ଆସାମରେ ନୁହେଁ । କୌଣସି ଯୋଜନା ବିନା ଏହା ୨-୩ ମାସ ମଧ୍ୟରେ କରିବା ସମ୍ଭବ କି ବୋଲି ପଚାରିଥିଲେ ମମତା । ଗତ ଫେବୃଆରୀ ୨ରେ ତୃଣମୂଳ କଂଗ୍ରେସ ମୁଖ୍ୟ ଏବଂ ଅନ୍ୟ ନେତାମାନେ କିଛି ଲୋକଙ୍କୁ SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ସହ ଏକ ବୈଠକ ପାଇଁ ନେଇ ଯାଇଥିଲେ । କିନ୍ତୁ ଶ୍ରୀମତୀ ବାନାର୍ଜୀ ପରେ ଦାବି କରିଥିଲେ ଯେ ସେମାନଙ୍କ ପ୍ରତିନିଧିମଣ୍ଡଳ ଅପମାନିତ ହୋଇଛନ୍ତି । ସେ ନିର୍ବାଚନ ଆୟୁକ୍ତଙ୍କୁ ବିଜେପି ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ କରିଥିଲେ । ଏହାସହ ଜ୍ଞାନେଶ କୁମାରଙ୍କୁ ଜଣେ ମିଛୁଆ ଏବଂ ଅହଙ୍କାରୀ କହିଥିଲେ ମମତା । ମମତା ବାନାର୍ଜୀ ଏବଂ ଟିଏମସି ଜାତୀୟ ମୁଖପାତ୍ର ଅଭିଷେକ ବାନାର୍ଜୀ ପୂର୍ବରୁ ଚାଣକ୍ୟପୁରୀର ବଙ୍ଗ ଭବନରେ SIR ପୀଡ଼ିତାଙ୍କୁ ଭେଟିଥିଲେ ଏବଂ ଦାବି କରିଥିଲେ ଯେ ସେମାନେ ପ୍ରକୃତ ଭୋଟର ଯାହାଙ୍କ ନାମ ଭୋଟର ତାଲିକାରୁ ଲିଭାଇ ଦିଆଯାଇଛି । ଶ୍ରୀମତୀ ବାନାର୍ଜୀ ସେମାନଙ୍କୁ ସମସ୍ତ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଗଣତାନ୍ତ୍ରିକ ସ୍ୱର ପାଇଁ ଏହି ଲଢ଼େଇ ବନ୍ଦ ହେବ ନାହିଁ ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କଲେ ମମତା ବାନାର୍ଜୀ | Achira News