ଓଡିଶା ଭାସ୍କର:କିଛି ଦିନ ଆଗରୁ ପାଟ୍ କମିନ୍ସ ଆଗାମୀ ବିଶ୍ବକପ ଖେଳିବେ ନାହିଁ ବୋଲି ସଫା ସଫା ମନା କରିଥିଲେ। ମାତ୍ର ସେ କଣ ପାଇଁ ଖେଳିବେ ନାହିଁ ଓ ତାଙ୍କ ବଦଳରେ ଅନ୍ଯ ଖେଳାଳିଙ୍କୁ କାହିଁକି ସାମିଲ କରାଯାଉଛି ସେ ବାବଦରେ କିଛି ମଧ୍ୟ ଜଣା ପଡୁନଥିଲା।ବର୍ତ୍ତମାନ ଏ ସମସ୍ତ ସସପେନ୍ସ ଉପରୁ ପରଦା ହଟିଛି। ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ 2027 ର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଦୃଷ୍ଟିରେ ରଖି T20 ବିଶ୍ୱକପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।ସେ ଗତ ମ୍ଯାଚ ସମୟରେ ସାମାନ୍ଯ ଆଘାତ ପାଇଥିଲେ ଏଣୁ ବର୍ତ୍ତମାନ ସେ ନିଜ ସ୍ବାସ୍ଥ୍ଯ ପ୍ରତି ଧ୍ଯାନ ଦେବା ଆରମ୍ଭ କରିଛନ୍ତି। ଜୁଲାଇ ମାସରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଏକ ମ୍ଯାଚରେ ଆହାତ ହୋଇଥିଲେ ଏବଂ ସେବାଠାରୁ କେବଳ ଆଶେଷ୍ ଟେଷ୍ଟରେ ଖେଳିଥିଲେ। ମାତ୍ର ୧୧ ଦିନ ମଧ୍ୟରେ ଆଶେସ୍ ସିରିଜ୍ ଜିତିବା ପରେ, ଅଷ୍ଟ୍ରେଲିଆ ଦଳ ପରିଚାଳନା ଏବଂ କମିନ୍ସ ନିଷ୍ପତ୍ତି ନେଇଥିଲେ ଯେ ସେ ସିଜିନର ଶେଷ ଦୁଇଟି ଟେଷ୍ଟକୁ ଛାଡିବେ ଯାହା ଦ୍ଵାରା ସେ ଟି୨୦ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହୋଇପାରିବେ। ତଥାପି, ତାଙ୍କର ସୁସ୍ଥତା ସମୟ ବୃଦ୍ଧି ପାଇବାରୁ କମିନ୍ସ ଟି୨୦ ବିଶ୍ୱକପ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। “ପାକିସ୍ତାନର କିଛି କରିପାରିବନି… ଭାରତ ସହ ଟି-୨୦ ବିଶ୍ୱକପ୍ ଖେଳିବ ପାକିସ୍ତାନ!… ପରେ ସେ ଏକ ଭିଡିଓ ଜାରୀ କରି ମଧ୍ୟ କହିଥିଲେ, ସେ ବର୍ତ୍ତମାନ ସାମାନ୍ଯ ଅସୁସ୍ଥତା ଅନୁଭବ କରୁଛନ୍ତି। ପୁରା ସୁସ୍ଥ ହେବା ପରେ ହିଁ ସେ ଟିମକୁ ଫେରିବେ ବୋଲି କହିଛନ୍ତି। କମିନ୍ସ ବ୍ୟାଖ୍ୟା କରିଛନ୍ତି ଯେ ଆଡିଲେଡ୍ ଟେଷ୍ଟ ପରେ, ଡାକ୍ତରମାନେ ଚାରିରୁ ଆଠ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ, ସେ ଭାବୁଥିଲେ ଯେ ଚାରି ସପ୍ତାହ ଯଥେଷ୍ଟ ହେବ, କିନ୍ତୁ ଫଲୋ-ଅପ୍ ସ୍କାନରୁ ଜଣାପଡ଼ିଲା ଯେ ହାଡ଼କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଧିକ ସମୟ ଆବଶ୍ୟକ, ଯାହା ଫଳରେ ବିଶ୍ୱକପ୍ ଖେଳିବା କଷ୍ଟକର ହୋଇପଡ଼ିଛି।ଏଣୁ ସେ ବର୍ତ୍ତମାନ ଆରାମ କରିବା ଉପରେ ଧ୍ୟାନ ଦେଉଛନ୍ତି।
ସ୍ୱାସ୍ଥ୍ୟ ଏବଂ ଫିଟନେସ୍ କାରଣରୁ ଟି-20 ବିଶ୍ୱକପରୁ ଓହରିଲେ ପ୍ୟାଟ୍ କମିନ୍ସ
Odisha Bhaskar•

Full News
Share:
Disclaimer: This content has not been generated, created or edited by Achira News.
Publisher: Odisha Bhaskar
Want to join the conversation?
Download our mobile app to comment, share your thoughts, and interact with other readers.