ଆଜିର ସମୟରେ ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା ହେଉଛି ହୃଦ୍ରୋଗ। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍ରୋଗର ଅନ୍ୟତମ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍ରୋଗର ଶିକାର ହେଉଛନ୍ତି। ହୃଦ୍ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ଚାପମୁକ୍ତ ଏବଂ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କେମିତି ସନ୍ତୁଳିତ ସ୍ତରକୁ ଆଣିହେବ, ସେଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତଚାପ ଏବଂ ରକ୍ତରେ ଶର୍କରା ବା ସୁଗାର ପରିମାଣ ଯେପରି ସନ୍ତୁଳିତ ରହେ ସେନେଇ ସତର୍କ ରହୁନ୍ତୁ। ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିୟମିତ ସମୟ ବ୍ୟବଧାନରେ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ।
ହୃଦରୋଗକୁ ରୋକିବା ଯୁବପିଢ଼ିଙ୍କ ପାଇଁ ସରଳ ଜୀବନଶୈଳୀରେ ପରିବର୍ତ୍ତନ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.