ଭୁବନେଶ୍ବର ୦୩/୦୨: ମଞ୍ଚ ଅନ୍ଧାର । ପରଦାରେ ଚାଲୁଛି ଟ୍ରେଲର । ଚାରିଆଡେ ପାହାଡ଼, ଜଙ୍ଗଲ । ମଝିରେ ଦୌଡୁଛନ୍ତି ହିରୋ । କ୍ୟାମେରାରେ ଲମ୍ବା ସଟ୍ । ଶେଷରେ ସେ ପରଦା ପାଖରେ ପହଞ୍ଚିଯାଉଛନ୍ତି, ହଠାତ୍ ଲାଇଟ୍ ଅନ୍ ହେବା ସହ ହିରୋ ଆସି ମଞ୍ଚରେ । ସତେ ଯେମିତି ନାୟକ ଜଣଙ୍କ ପରଦା ଫଟାଇ ସିଧା ଆସି ମଞ୍ଚରେ । କେବଳ ସେତିକିନୁହେଁ, ଲଭ୍ ସଙ୍ଗ୍ ହେଉ ଅବା ଟାଇଟଲ ଟ୍ରାକ୍ ସବୁବେଳେ ଗୀତ ବାଜିବା ସହ ପରଦାରେ କୌଣସି ଦୃଶ୍ୟ ଚାଲୁଛି । ଫଳରେ ଯାତ୍ରା ଏକଦମ୍ ସିନେମା ଭଳି ଲାଗୁଛି । ହିନ୍ଦୀ ଚଳଚ୍ଚିତ୍ର ଫଟା ପୋଷ୍ଟର ନିକଲା ହିରୋ ଭଳି ଯାତ୍ରାରେ ନାୟକର ଏଣ୍ଟ୍ରିକୁ ତୁଳନା କରିଛନ୍ତି । ଅବଶ୍ୟ ନୂତନ ପିଢି ଏହି ଧାରାକୁ ଗ୍ରହଣ କରିଛନ୍ତି, ହେଲେ ପୁରୁଣା ପିଢି ଓ ବୟସ୍କ ଯାତ୍ରାପ୍ରେମୀ ଏସବୁକୁ ନାପସନ୍ଦ କରୁଛନ୍ତି । ଏଭଳି ହେବାଦ୍ୱାରା ମଞ୍ଚ ଯାତ୍ରାର ମୌଳିକତା ରହୁନି । ମଞ୍ଚରେ ଲାଇଟ୍, ସାଉଣ୍ଡ ଓ ଆକ୍ସନର ସ୍ଥାନ ନାହିଁ । ଟେକ୍, ରିଟେକ୍ ବି ମନା । ସବୁ ଫାଇନାଲ । ବର୍ଷର ୩ମାସ ରିହର୍ସାଲ ଓ ବାକି ୬ମାସ ମଞ୍ଚରେ ପରୀକ୍ଷା । ଦର୍ଶକ ମାର୍କ ଦେବେ । ଯାତ୍ରା କହିଲେ, ମଞ୍ଚ, ମଖମଲି ରଙ୍ଗବେରଙ୍ଗର କପଡ଼ା, ମାଇକ୍ରୋଫୋନ୍, ଜୋନ୍ ଓ ଡାଏସ୍ । ହେଲେ କରୋନା ପରେ ପରେ ଯାତ୍ରାର ରୂପ ବଦଳିବାରେ ଲାଗିଛି । କେତେବେଳେ ପରଦା ତ କେତେବେଳେ ରୋବୋଟ୍, ପୁଣି ସାପକୁ ଘୋଡ଼ା । ଯାତ୍ରାକୁ କେମିତି ଆକର୍ଷଣୀୟ କରାଯିବ, ତାକୁ ନେଇ ଚାଲିଛି ଭଳିକିଭଳି ଯୋଜନା । ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଖଣ୍ଡଗିରି ମେଳାରେ ଚାଲିଛି ଯାତ୍ରା ମହାସମର । ଯାତ୍ରାରେ ବିଭିନ୍ନ ନାମକରା ଦଳ ନିଜ ନାଟକକୁ ଆକର୍ଷଣୀୟ କରିବା ପାଇଁ ପରଦା ଲଗାଉଛନ୍ତି । ହେଲେ ଏସବୁ ମଧ୍ୟରେ ଯାତ୍ରାପ୍ରେମୀ କାହାଣୀକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଯଦି କାହାଣୀରେ ଦମ୍ ଅଛି ଓ କଳାକାରମାନେ ଦମଦାର ତେବେ ଏସବୁ ପରଦା, ସାପର କୌଣସି ଆବଶ୍ୟକତା ନାହିଁ ବୋଲି ଯାତ୍ରାପ୍ରେମୀମାନେ କହିଛନ୍ତି। ଆହୁରି ପଢ଼ନ୍ତୁ:-ପୁଅ ଥିଲେ ହୋଇଗଲେ ଝିଅ , ସମୀର ନାୟକ ଏବେ ସମୀରା ମାଡାମ୍
ହିନ୍ଦୀ ଚଳଚ୍ଚିତ୍ରରେ ନାଟକୀୟ ହିରୋ ପରିଚୟର ଉତ୍ଥାନ ପାରମ୍ପାରିକ ଥିଏଟରରୁ ଏକ ସ୍ଥାନାନ୍ତର
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.