ନୂଆଦିଲ୍ଲୀ,୦୫/୦୫;ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ଚାଲିଛି। ତଥାପି, ଅଞ୍ଚଳରେ ପୁଣି ଥରେ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଇଛି । ଇରାନ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଉପରେ ଡ୍ରୋନ୍ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ଏହି ଡ୍ରୋନ୍ ଆକ୍ରମଣରେ ଏକ ତୈଳ ଖଣିରେ ନିଆଁ ଲାଗିଛି । ଏହି ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ୟୁଏଇ ଫୁଜାଇରା ତେଲ ଖଣି ଉପରେ ଘନ ଘନ ମିସାଇଲ-ଡ୍ରୋନ ଆକ୍ରମଣ କରିଛି ତେହେରାନ । ଇରାନ ପକ୍ଷରୁ ୧୫ଟି ମିସାଇଲ ଓ ୪ଟି ଡ୍ରୋନ ମାଡ଼ ହୋଇଛି । ଇରାନର ଏହି ଆକ୍ରମଣ ପରେ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ସେ କହିଛନ୍ତି ଇରାନକୁ ଧ୍ୱଂସ କରିଦେବୁ । ୟୁଏଇ ଉପରେ ଇରାନର ହମଲା ପରେ ଜବାବ ଦେଇଛି ଆମେରିକା । ଷ୍ଟେଟ୍ ଅଫ୍ ହୋର୍ମୁଜରେ ଇରାନ ଜାହାଜକୁ ଆକ୍ରମଣ କରିଛି ଆମେରିକା । ଆମେରିକା ନୌସେନା ଆକ୍ରମଣରେ ୭ ଜାହାଜ ବୁଡିଯାଇଛି । ଫୁଜାଇରା ତେଲ ଖଣି UAE ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଫୁଜାଇରା ୟୁଏଇ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫୁଜାଇରା ହେଉଛି ଏକ ପାଇପଲାଇନର ଟର୍ମିନସ୍ ଯାହାକୁ ଇରାନ ଯୁଦ୍ଧ ସମୟରେ ହୋର୍ମୁଜ୍ ପ୍ରଣାଳୀ ଦେଇ ୟୁଏଇ ଏହାର ତୈଳ ପରିବହନକୁ ଏଡାଇବା ପାଇଁ ବ୍ୟବହାର କରିଥିଲା । ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ସୋମବାର ୟୁଏଇ ପ୍ରଥମ କ୍ଷେପଣାସ୍ତ୍ର ସତର୍କତା ଜାରି କରିଛି । ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁଏଇର ଫୁଜାଇରା ପେଟ୍ରୋଲିୟମ୍ ଶିଳ୍ପ ଜୋନରେ ନିଆଁ ଲାଗିଯାଇଥିଲା । ଏହି ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ରିପୋର୍ଟ ଆସିଛି । ୟୁଏଇରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରି କହିଛି ଯେ ଫୁଜାଇରାରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି । ଦୂତାବାସ ଲେଖିଛନ୍ତି, "ପ୍ରଭାବିତ ଭାରତୀୟ ନାଗରିକଙ୍କ ଉପଯୁକ୍ତ ଚିକିତ୍ସା ସେବା ଏବଂ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛୁ । " ଏହା ବି ପଢନ୍ତୁ...ଟ୍ରମ୍ପଙ୍କ 'ପ୍ରୋଜେକ୍ଟ ଫ୍ରିଡମ୍': ହୋର୍ମୁଜ ପ୍ରଣାଳୀରୁ ଜାହାଜ ଉଦ୍ଧାର କରିବ ଆମେରିକା ! ୟୁଏଇରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣର ଚେତାବନୀରେ ଦୁଇଥର ଜରୁରୀକାଳୀନ ସାଇରନ୍ ବାଜିଥିଲା । ଲୋକଙ୍କୁ ତୁରନ୍ତ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଥିଲା । ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ହେବା ପରଠାରୁ ଏପରି କୌଣସି ଚେତାବନୀ ଜାରି କରାଯାଇ ନଥିଲା । ସାଇରନ୍ ବାଜିବା ପରେ ପରିସ୍ଥିତି ସ୍ୱାଭାବିକ ଘୋଷଣା କରାଯାଇଥିଲା।
ୟୁ. ଏ. ଇ. ଉପରେ ଇରାନ୍ର ଡ୍ରୋନ୍ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଛି, ଆମେରିକା ପ୍ରତିଶୋଧ ନେବାକୁ ଧମକ ଦେଇଛି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.