ଓ୍ବାସିଂଟନ: ଭାରତର ଅନାହତ ସିଂ ଓ୍ବାସିଂଟନରେ ଅନୁଷ୍ଠିତ ସ୍କ୍ବାସ୍ ଅନ୍ ଫାୟାର ଓପନ୍ ପ୍ରତିଯୋଗିତା ବିଜୟୀ ହୋଇଛନ୍ତି। ଏହା ସହିତ ସେ ନିଜ କ୍ୟାରିୟରର ପ୍ରଥମ ପିଏସଏ ବ୍ରୋଞ୍ଜ୍-ସ୍ତରୀୟ ଟାଇଟେଲ୍ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ବର ୩୧ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଲଳନା ବିଶ୍ବର ୧୦ ନମ୍ବର ଖେଳାଳି ତଥା ପ୍ରତିଯୋଗିତାର ଶୀର୍ଷ ମାନ୍ୟତାପ୍ରାପ୍ତ ଜର୍ଜିନା କେନେଡିଙ୍କୁ ୧୨-୧୦,୧୧-୫,୧୧-୭ ସେଟରେ ହରାଇ ଚାମ୍ପିୟନ ହୋଇଥିଲେ। ଏହା ଅନାହତଙ୍କ କ୍ୟାରିୟରର ୧୫ତମ ପିଏସଏ ଟୁର ଟାଇଟଲ ହୋଇଥିବାବେଳେ ଏହାକୁ ସବୁଠାରୁ ବଡ଼ ଟାଇଟେଲ୍ ବୋଲି କୁହାଯାଉଛି। ମୁକାବିଲାର ପ୍ରଥମ ସେଟରେ ଅନାହତ ୮-୧୦ରେ ପଛୁଆ ଥିଲେ ବି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଓ ତାହାକୁ ୧୨-୧୦ରେ ଜିତିନେଇଥିଲେ। ପରବର୍ତ୍ତି ଦୁଇଟି ସେଟକୁ ସେ ଅଧିକ ନିୟନ୍ତ୍ରଣର ସହ ଖେଳ ପ୍ରଦର୍ଶନ କରି ୧୧-୫ ଓ ୧୧-୭ରେ ଜିତିନେଇଥିଲେ। ଆହୁରି ପଢ଼ନ୍ତୁ:Cricket: ଅଭ୍ୟାସ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା, ଫେରିଲେ ତିଳକ ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ଇଂଲଣ୍ଡର ମହମ୍ମଦ ଏଲସରବର୍ଗି ବିଜୟୀ ହୋଇଛନ୍ତି। ସେ ନିଜ ଦେଶର ଡେକ୍ଲାନ ଜେମ୍ସଙ୍କୁ ୧୧-୪,୧୧-୬ ଓ ୧୧-୮ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ପେସାଦାର ସ୍କ୍ବାସ୍ ଆସୋସିଏସନ (ପିଏସଏ) ଅନୁମୋଦିତ ଅନ୍ତର୍ଜାତୀୟ ସ୍କ୍ବାସ୍ ପ୍ରତିଯେୋଗିତାଗୁଡ଼ିକୁ ପ୍ଲାଟିନମ୍, ଗୋଲଡ୍, ସିଲଭର୍ ଓ ବ୍ରୋଞ୍ଜ ମାନ୍ୟତା ଅନୁସାରେ ବିଭକ୍ତ କରାଯାଇଥାଏ। ବ୍ରୋଞ୍ଜ ପ୍ରତିଯୋଗିତାଗୁଡ଼ିକରେ ଅନ୍ୟ ମାନ୍ୟତାପ୍ରାପ୍ତ ପ୍ରତିଯୋଗିତା ତୁଳନାରେ କମ ପୁରସ୍କାର ରାଶି ମିଳୁଥିଲେ ବି ମାନ୍ୟତା ଅଂକ ମିଳିଥାଏ। ଏହି ବିଜୟ ପରେ ଅନାହତଙ୍କ ମାନ୍ୟତାରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ସେ ମଧ୍ୟ ସ୍କ୍ବାସ୍ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ। ଆହୁରି ପଢ଼ନ୍ତୁ:Ashwini Vaishnaw: ଓଡ଼ିଶାକୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାମ କରୁଛୁ: ଅଶ୍ବିନୀ ବୈଷ୍ଣବ
ୱାଶିଂଟନ୍, ଡି. ସି. ରେ ସ୍କ୍ୱାଶ୍ ଅନ୍ ଫାୟାର ଓପନ୍ରେ ଅନାହତ ସିଂ ପ୍ରଥମ ପି. ଏସ୍. ଏ. ବ୍ରୋଞ୍ଜ-ସ୍ତରୀୟ ଟାଇଟଲ୍ ଜିତିଛନ୍ତି।
Sambad•
%2Fsambad%2Fmedia%2Fmedia_files%2F2026%2F02%2F02%2F02bbs_19_02022026_112-2026-02-02-16-26-36.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.