Achira News Logo
Achira News
Prameya logo
Prameya
May 5, 2026, 05:06 AM
ଖାଦ୍ୟ ବିଷାକ୍ତ ମାମଲା ବ୍ୟାପିବା ପରେ ଜାଜପୁର ପୌରପାଳିକା ଦହି ଦୋକାନ ଏବଂ ଫାଷ୍ଟ ଫୁଡ୍ କେନ୍ଦ୍ର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

ଖାଦ୍ୟ ବିଷାକ୍ତ ମାମଲା ବ୍ୟାପିବା ପରେ ଜାଜପୁର ପୌରପାଳିକା ଦହି ଦୋକାନ ଏବଂ ଫାଷ୍ଟ ଫୁଡ୍ କେନ୍ଦ୍ର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

ଦଶରଥପୁର,୦୫/୦୫: ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ଼ ଖାଇ ଶତାଧିକ ଲୋକ ଆକ୍ରାନ୍ତ ହେବା ଘଟଣା ପରେ ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ଼ ସେଣ୍ଟର ଉପରେ ଚଢାଉ କରାଯାଇଛି । ଏଥିସହ ଆସନ୍ତା ୭ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଅ ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି। ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ। ଏଥିସହ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୃରୁତ୍ବ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ। ପ୍ରକାଶ ଥାଉକି, ଦଶରଥପୁର ବ୍ଲକର ଦହିବରା ଖାଇ ୭ଟି ଗ୍ରାମରୁ ଶହେରୁ ଅଧିକ ଆକ୍ରାନ୍ତ ହୋଇଥିଲେ।ସେ ଭିତରେ ୪୨ ଶିଶୁ ଥିବା ବେଳେ ୫୦ ଜଣ ବଡ଼ ଲୋକ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଥିଲା। ଆହୁରି ପଢନ୍ତୁ-ଶ୍ରୀମେଟାଲିକ କାରଖାନାରେ ମେଣ୍ଟେନାନ୍ସ ବେଳେ ଦୁର୍ଘଟଣା, ୩ ଶ୍ରମିକ ମୃତ ତୁଳାଟିଆ ସାହିର ଦହିବରା ବ୍ୟବସାୟୀ ଗୁରୁଡ଼ା ସାହୁ ଗତ ଶୁକ୍ରବାର ସକାଳେ ଜୟନ୍ତରା ପଞ୍ଚାୟତର ପାଟପୁର, ଜୁନିନ୍ଦା, ବନ୍ଧସାହି, କଟିକଟା, ଚମ୍ପେଇପାଳ, କଳିଙ୍ଗପୁର ଗ୍ରାମରେ ବୁଲି ଦହିବରା ଆଳୁଦମ ବିକ୍ରି କରିଥିଲେ । ସନ୍ଧ୍ୟାରେ ଏହି ସବୁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା । ରାତିପାହିଲା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି ।
80 shares
😢
Dharitri logo
Dharitri
May 4, 2026, 06:37 AM
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଯୋଗର ଗୁରୁତ୍ୱ

ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଯୋଗର ଗୁରୁତ୍ୱ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା ଯୋଗୁ ଶୋଇ ପାରନ୍ତି ନାହିଁ। ସେଥିପାଇଁ ସେମାନେ ନିଦ୍ରାହୀନତାର ଶିକାର ହୁଅନ୍ତି। ତେଣୁ ଏସବୁ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରତିଦିନ କିଛି ସମୟ ଯୋଗ କରନ୍ତୁ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ, ଯାହା ଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଫିଟ୍‌ ରଖିବାକୁ ହେଲେ ଯୋଗକୁ ହଁି ଆମକୁ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଯୋଗ କରିବା ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତା’ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଶକ୍ତ ହୋଇଥାଏ। ରକ୍ତଚାପକୁ ମଧ୍ୟ ଏହା ସନ୍ତୁଳିତ ଅବସ୍ଥାରେ ରଖେ। ମାନସିକ ଭାରସାମ୍ୟ ଠିକ୍‌ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
26 shares
😐
Prameya logo
Prameya
May 4, 2026, 01:42 AM
ଜ୍ୟୋତିଷ ସମ୍ବନ୍ଧୀୟ ପୂର୍ବାନୁମାନ ମେଷ, ବୃଷ, ମିଥୁନ, ଏବଂ ସିଂହ ରାଶିଫଳ

ଜ୍ୟୋତିଷ ସମ୍ବନ୍ଧୀୟ ପୂର୍ବାନୁମାନ ମେଷ, ବୃଷ, ମିଥୁନ, ଏବଂ ସିଂହ ରାଶିଫଳ

ମେଷ- ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଧନ ଆଗମନ ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ମନ କେତେକ ଅଶାନ୍ତ ରହିପାରେ। ସ୍ଵାସ୍ଥ୍ୟ ସାଧାରଣ ରହିବ। ବୃଷ- ସତର୍କ ରୁହନ୍ତୁ। କାମରେ ବାଧା ଓ ବିଳମ୍ବ ହେବ। ଧନ କ୍ଷତି ବା ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ପରିବାରରେ ତନାବ ହୋଇପାରେ। ମନସିକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ। ମିଥୁନ- ସୋମବାର ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ପ୍ରୟାସରେ ଫଳ ମିଳିବ। ଧନ ସ୍ଥିତି ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ଛୋଟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ। କର୍କଟ- ଆଜି ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ଓ ଲାଭ ମିଳିବ। ଧନ ଆଗମନ ହେବ। ପରିବାରରେ ସୁଖ ଶାନ୍ତି ରହିବ। ନୂଆ କାମ ଆରମ୍ଭ ପାଇଁ ଶୁଭ ସମୟ। ସ୍ୱାସ୍ଥ୍ୟ ଭଲ ରହିବ। ସିଂହ- ଦିନଟି ସତର୍କତାରେ କାଟନ୍ତୁ। କାମରେ ବାଧା ଓ ଚାପ ବଢିପାରେ। ଧନ ଖର୍ଚ୍ଚ ବଢିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ମନ ଅଶାନ୍ତ ରହିପାରେ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। କନ୍ୟା- ସୋମବାର ଦିନଟି ମଧ୍ୟମ ରହିବ। କାମରେ ଧୀର ଫଳ ମିଳିବ। ଧନ ଆଗମନ ସୀମିତ ରହିବ। ପରିବାରରେ ସହଯୋଗ ରହିବ। ଅନାବଶ୍ୟକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ତୁଳା- ଦିନଟି ଶୁଭ ରହିବ। କାର୍ଯ୍ୟରେ ଉନ୍ନତି ଓ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ସୁଖ ଶାନ୍ତି ରହିବ। ବନ୍ଧୁମାନଙ୍କ ସହ ମିଳନ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବିଛା- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢିବ। କାର୍ଯ୍ୟରେ ସଫଳତା ମିଳିବ। ନୂଆ ଯୋଜନା ଆରମ୍ଭ କରିପାରିବେ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ। ଧନୁ- ଆଜି ଦିନଟି ସତର୍କତାରେ କାଟନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢିପାରେ। କାମରେ ବିଳମ୍ବ ହେବ। ପରିବାରରେ ମତଭେଦ ହୋଇପାରେ। ମନ ଅଶାନ୍ତ ରହିପାରେ। ସ୍ଵାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ମକର- ଆଜି ଦିନଟି ମଧ୍ୟମ ରହିବ। କାମରେ ଧୀରେ ଧୀରେ ଫଳ ମିଳିବ। ଧନ ସ୍ଥିତି ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ଛୋଟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ। କୁମ୍ଭ- ସୋମବାର ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଆଗମନ ହେବ। ପରିବାରରେ ସୁଖ ରହିବ। ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ମୀନ- ଘାତ ଚନ୍ଦ୍ରର ପ୍ରଭାବରେ ସତର୍କ ରୁହନ୍ତୁ। କାମରେ ବାଧା ଓ ଚାପ ବଢିପାରେ। ଧନ କ୍ଷତି ବା ଖର୍ଚ୍ଚ ବଢିପାରେ। ପରିବାରରେ ତନାବ ହୋଇପାରେ। ମନସିକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।
42 shares
😐
Prameya logo
Prameya
May 3, 2026, 12:35 AM
ମେଷ, ବୃଷ ଏବଂ ମିଥୁନ ରାଶି ପାଇଁ ଜ୍ୟୋତିଷ ସମ୍ବନ୍ଧୀୟ ପୂର୍ବାନୁମାନ

ମେଷ, ବୃଷ ଏବଂ ମିଥୁନ ରାଶି ପାଇଁ ଜ୍ୟୋତିଷ ସମ୍ବନ୍ଧୀୟ ପୂର୍ବାନୁମାନ

ମେଷ :ସପ୍ତମଚନ୍ଦ୍ର, ଘାତବାର ଯୋଗୁ ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଦୂର ଯାତ୍ରା ନିଷେଧ, ବାଦିବିବାଦ ହେବାର ସମ୍ଭାବନା ଅଛି, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେଇପାରେ, ବ୍ୟବସାୟରେ କ୍ଷତି ହୋଇପାରେ ଧର୍ଯ୍ୟର ସହ କାମ କରିବେ, ମାନସିକ ଚାପ ଲାଗି ରହିବ, ଶରୀରରେ ଆଳସ୍ୟ ଦେଖା ଦେଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଶୁଭରଙ୍ଗ : ହଳଦିଆ ଓ ଗେରୁଆ ବୃଷ :ଷଷ୍ଠଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, କୋଟ କଚେରୀ ମାମଲାରେ ଜୟପୁକ୍ତ, ବ୍ୟବସାୟରେ ସଫଳତା, ଚାକିରୀ କ୍ଷେତ୍ରରେ ଉନ୍ନତି, କାର୍ଯ୍ୟ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି, ଶରୀର ସୁସ୍ଥ ରହିବ, ରୋଗମୁକ୍ତ ରହିବେ, ଅଟକି ଥିବା ଟଙ୍କା ମିଳିପାରେ, ଆୟ ଅଧିକ ରହିବ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ, ସୁସମ୍ବାଦ ମିଳିବାର ସମ୍ଭାବନା ଅଛି । ଶୁଭରଙ୍ଗ : ସବୁଜ ଓ ଧଳା ମିଥୁନ : ପଞ୍ଚମ ଚନ୍ଦ୍ରଯୋଗୁ ମାନସିକସ୍ଥିତି ବୃଦ୍ଧି ହେବ, ମନରେ ନୂଆ ଚିନ୍ତାଧାରା ପ୍ରକାଶ ପାଇବ, ବ୍ୟୟ ବୃଦ୍ଧି ହୋଇପାରେ, ସୁସମ୍ବାଦ ପ୍ରାପ୍ତି, ଗୃହେ ଆନନ୍ଦ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ଶରୀରରେ ସାମାନ୍ୟ ପେଟଜନିତ ସମସ୍ୟା ଦେଖା ଦେଇପାରେ, ଖାଦ୍ୟ ପ୍ରତି ସତର୍କ ରହିବେ, ଋଣ ନବାଦବା ବେଳେ ସତର୍କ ରହିବେ । ଶୁଭରଙ୍ଗ : ସବୁଜ ଓ ଶିଆଳି କର୍କଟ :ଚତୁର୍ଥ ଚନ୍ଦ୍ରଯୋଗୁ ଗୃହେ ଆନନ୍ଦ, ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, କର୍ମକ୍ଷେତ୍ରରେ ଚାପ ଲାଗି ରହିବ, ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି, ବାଦବିବାଦରୁ ଦୂରେଇ ରହିବେ, ଆର୍ଥିକଲାଭ ହେବ, ଶରୀର ସୁସ୍ଥ ରହିବ, ସାମାନ୍ୟ ପେଟ ବା ମୁଣ୍ଡଜନିତ ସମସ୍ୟା ଦେଖା ଦେଇପାରେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଶୁଭରଙ୍ଗ : ଧଳା, ପୋଟଲଲାଲ ସିଂହ :ତୃତୀୟଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ପେଟ ଜନିତ ସମସ୍ୟା ଦେଖା ଦେଇପାରେ, ଦୂର ଯାତ୍ରା କରିପାରନ୍ତି, ମାନସିକ ଚାପ ଲାଗି ରହିବ, କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ପରିବାରଠାରୁ ସାହାଯ୍ୟପ୍ରାପ୍ତି, କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ବ୍ୟବସାୟରେ ଉନ୍ନତି, ରାଜନୀତି କ୍ଷେତ୍ରରେ ଜୟଯୁକ୍ତ, ଯୁକ୍ତିତର୍କରୁ ଦୂରେଇ ରହିବେ । ଶୁଭରଙ୍ଗ : ଲାଲ, ଧଳା ଓ ହଳଦିଆ କନ୍ୟା :ଦ୍ୱିତୀୟଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, ଅଟକିଥିବା ଧନ ପ୍ରାପ୍ତି, ଗୃହେ ଆନନ୍ଦ, ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ, ଚାକିରୀକ୍ଷେତ୍ରରେ ପ୍ରମୋଶନ ଯୋଗ, କର୍ମକ୍ଷେତ୍ରରେ ସଫଳତାପାପ୍ତି, ସମାଜରେ ସମ୍ମାନ ବୃଦ୍ଧି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସଫଳ ହେବେ ଓ ଶରୀର ସୁସ୍ଥ ରହିବ । ଶୁଭରଙ୍ଗ : ସବୁଜ ଓ ଧଳା ତୁଳା:ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଆର୍ଥିକ କ୍ଷେତ୍ରରେ ଉନ୍ନତି, କଥାବାର୍ତ୍ତାରେ ସତର୍କ ରହିବେ, ବ୍ୟବସାୟରେ ଉନ୍ନତି, କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଗୁପ୍ତ ଶତ୍ରୁବୃଦ୍ଧି ହୋଇପାରନ୍ତି, ଚାକିରୀ କ୍ଷେତ୍ରରେ ଚାପ ଲାଗି ରହିବ, ଖାଦ୍ୟ ପ୍ରତି ସତର୍କ ରହିବେ, ଶରୀର ସୁସ୍ଥ ରହିବ । ଶୁଭରଙ୍ଗ : ଧଳା ଓ ନୀଳ ବିଛା:ଦ୍ୱାଦଶଚନ୍ଦ୍ର ଯୋଗୁ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ, ଆର୍ଥିକ କ୍ଷେତ୍ରରେ ସତର୍କ ରହିବେ, ମନରେ ସାମାନ୍ୟ ଭୟ ଲାଗିପାରେ, ଧାର୍ମିକ କର୍ମରେ ଯୋଗଦାନ ଦେବେ, କର୍ମକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଦୂର ଯାତ୍ରା କରିପାରନ୍ତି, ଶରୀର ପ୍ରତି ସତର୍କ ରହିବେ, ଯାନବାହନ କ୍ରୟ କରିପାରନ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ । ଶୁଭରଙ୍ଗ : ନାଲି ଓ ଗେରୁଆ ଧନୁ : ଏକାଦଶଚନ୍ଦ୍ର ଯୋଗୁ ମାନସିକ ଅଶାନ୍ତି, ଆର୍ଥିକ ଲାଭ, ସମାଜରେ ମାନ, ସମ୍ମାନ ବୃଦ୍ଧିହେବ, ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରିବେ, ପରିବାରରେ ହସଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ, କାର୍ଯ୍ୟରେ ଚାପ ଲାଗି ରହିବ, ଦୂର ଯାତ୍ରା ନିଷେଧ, ଖାଦ୍ୟ ପ୍ରତି ସତର୍କ ରହିବେ ଓ ଧର୍ଯ୍ୟ ରଖିବେ । ଶୁଭରଙ୍ଗ : ହଳଦିଆ ଓ କେଶରୀ ମକର: ଦଶମଚନ୍ଦ୍ର ଯୋଗୁ ଆର୍ଥିକ ଲାଭ ହେବ, ନୂତନ ବନ୍ଧୁଙ୍କ ସହ ମିଳନ ହେବ, କର୍ମକ୍ଷେତ୍ରରେ ସଫଳତାପ୍ରାପ୍ତି, ଅଟକି ରହିଥିବା ଟଙ୍କା ମିଳିପାରେ, ବନ୍ଧୁଙ୍କ ସହ ହସଖୁସି ଲାଗି ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, ଚାକିରୀକ୍ଷେତ୍ରରେ ସଫଳତା, କାର୍ଯ୍ୟ ପୂରଣ ହେବ, ଗୃହେ ଆନନ୍ଦ, ମାନ, ସମ୍ମାନ ବୃଦ୍ଧିପାଇବ, ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ଶୁଭରଙ୍ଗ : ଗାଢ଼ ନୀଳ ଓ ଧଳା କୁମ୍ଭ : ନବମ ଚନ୍ଦ୍ରଯୋଗୁ ଆୟ ବୃଦ୍ଧିହେବ, ଆର୍ଥିକଲାଭ, ଦୂର ଯାତ୍ରା କରିପାରନ୍ତି, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଜମିଜମା କ୍ରୟ କରିପାରନ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଯାନବାହନ କ୍ର୍ରୟ କରିପାରିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପି ଓ ଆକାଶିଆ ମୀନ : ଅଷ୍ଟମଚନ୍ଦ୍ର ଯୋଗୁ ମନରେ ଚାପ ଲାଗି ରହିବ, ବାଦବିବାଦରୁ ଦୂରେଇ ରହିବେ, ଯୁକ୍ତି କରିବେ ନାହିଁ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ବିନିଯୋଗ କରନ୍ତୁ ନାହିଁ, ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ପରିବାରରେ ମନୋମାଳିନ୍ୟ ହୋଇପାରେ, ଶରୀର ପ୍ରତି ସତର୍କ ରହିବେ, ସାମାନ୍ୟ ଦୁର୍ବଳତା ଦେଖା ଦେଇପାରେ, ଚାକିରୀକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସାହାଯ୍ୟପ୍ରାପ୍ତି । ଶୁଭରଙ୍ଗ : ହଳଦିଆ ଓ ଧଳା
26 shares
😐