Prameya
Feb 2, 2026, 06:03 AM


ଉଚ୍ଚ ନ୍ୟାୟାଳୟର ଏ. ଏସ୍. ଓ. ପରୀକ୍ଷା ଲିକ୍ ମାମଲାରେ ସିଲିକନ୍ ଟେକ୍ ଲ୍ୟାବ୍ ମାଲିକଙ୍କ ରିମାଣ୍ଡ ଦାବି କଲା କଟକ ପୋଲିସ
କଟକ, ୦୨/୦୨: ହାଇକୋର୍ଟରେ ହୋଇଥିବା ଏଏସ୍ଓ (ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର) ପରୀକ୍ଷା ପ୍ରଶ୍ନ ପ୍ରଘଟ ମାମଲାରେ ସିଲିକନ୍ ଟେକ୍ ଲାବ୍ର ମାଲିକ ସୁରେଶ ନାୟକକୁ ରିମାଣ୍ଡରେ ଆଣିବ କଟକ କମିସନରେଟ୍ ପୁଲିସ । ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ସୁରେଶ ନାୟକ ଗିରଫ ହୋଇ ଜେଲ୍ରେ ଅଛି । ଲାଲ୍ବାଗ ଥାନା ପୁଲିସ ଖୁବଶୀଘ୍ର ସୁରେଶକୁ ନିଜ ମାମଲା ସହିତ ଯୋଡ଼ିବ ଓ ଜେରା କରିବା ପାଇଁ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ମିଳିଛି । ଗତ ଜୁଲାଇ ମାସରେ ହୋଇଥିବା ଏଏସ୍ଓ ପରୀକ୍ଷା ପରିଚାଳନା ଦାୟିତ୍ୱ ‘ସିଲିକନ୍ ଟେକ୍ ଲାବ୍’ ସଂସ୍ଥା ପାଖରେ ଥିଲା । ମାତ୍ର ପରୀକ୍ଷା ପରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଲେକି, ପରୀକ୍ଷାର ପ୍ରଶ୍ନ ପୂର୍ବରୁ ଲିକ୍ ହୋଇଛି । ତେଣୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ପରେ ଲାଲ୍ବାଗ ଥାନାରେ ଏତଲା ହେବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଶ୍ନ ଲିକ୍ ପଛରେ ସିଲିକନ୍ର ହାତ ଥିବା ସ୍ପଷ୍ଟ ହୋଇଥିଲା । ଏପରିକି ସଂସ୍ଥାର ମାଲିକ ସୁରେଶ ନାୟକଙ୍କ ଜାଣତରେ ଏହି କେଳେଙ୍କାରୀ କରାଯାଇଥିଲା । ତନ୍ମଧ୍ୟରୁ ଗତକାଲି ୪ ଜଣ କର୍ମଚାରୀ ଓ ୨ ଦଲାଲ୍ଙ୍କୁ ପୁଲିସ ଗିରଫ କରିଥିଲା । ପରେ ପୁଲିସ ବହୁ ଲୋକଙ୍କୁ ପଚରାଉଚରା କରିଥିଲା । ଏହି କ୍ରମରେ ଜେଲ୍ରେ ଥିବା ସଂସ୍ଥାର ମାଲିକ ସୁରେଶ ନାୟକ ଓ ଅନ୍ୟ ୪ ଜଣଙ୍କୁ ଲାଲ୍ବାଗ ପୁଲିସ ଏଏସ୍ଓ ପ୍ରଶ୍ନଲିକ୍ ମାମଲାରେ ଖୁବ୍ଶୀଘ୍ର ଯୋଡ଼ିବ । ଏହା ପରେ ସୁରେଶକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ । ଏସ୍ଆଇ ମାମଲା ଏବେ ସିବିଆଇ ଦ୍ୱାରା ତଦନ୍ତ କରାଯାଉଛି । ମାମଲା ମଧ୍ୟ ସିବିଆଇ କୋର୍ଟରେ ଅଛି । ତେଣୁ ରିମାଣ୍ଡରେ ଆଣିବା ପାଇଁ ଅଳ୍ପ ଦିନ ମଧ୍ୟରେ କଟକ ପୁଲିସ ସୁରେଶର ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ମିଳିଛି । ଆହୁରି ପଢ଼ନ୍ତୁ :-ଖଣ୍ଡଗିରି କୁମ୍ଭମେଳାରେ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା: ମଞ୍ଚ ହୁଲୁସ୍ତୁଲ କରିବେ ରଙ୍ଗମହଲ, ସୂର୍ଯ୍ୟମନ୍ଦିର, ନାଟ୍ୟ ମଣ୍ଡପ, ଶିବାନୀ ଗଣନାଟ୍ୟ
46 shares
😐
