Achira News Logo
Achira News
Prameya logo
Prameya
May 5, 2026, 08:47 AM
ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ହରାଇ ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ

ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ହରାଇ ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ,୦୫/୦୫;୫ଥର ଚାମ୍ପିଅନ ମୁମ୍ବାଇ ଦୀର୍ଘ ସମୟ ପରେ ବିଜୟଧାରାକୁ ପ୍ରତ୍ୟାବର୍ତ୍ତନ କରି ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିଛି । ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ୪୭ତମ ଲିଗ୍ ମୁକାବିଲାରେ ଦଳ ୬ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୫ ୱିକେଟ୍ ବିନିମୟରେ ୨୨୮ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ୧୮.୪ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଏହି ମ୍ୟାଚରେ ଏକ ଅଜବ ଘଟଣା ଘଟିଛି । ମୁମ୍ବାଇ ଇଣ୍ଡିଆନ୍ସରେ ସବୁକିଛି ଠିକ୍ ଠାକ୍ ନାହିଁ । ଡ୍ରେସିଂ ରୁମ୍ ବିବାଦ ଖୋଲାଖୋଲି ଭାବରେ ସମ୍ମାକୁ ଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ପରଠାରୁ, ମୁମ୍ବାଇ ଇଣ୍ଡିଆନ୍ସ ଜିତିବା ଭୁଲି ଯାଇଛି । ଚାମ୍ପିଅନ୍ ଦୂର କଥା, ଦଳ ପ୍ଲେଅଫ୍ ପହଞ୍ଚିବା ପାଇଁ ସଂଘର୍ଷ କରୁଛି । ଗତକାଲି ଲକ୍ଷ୍ନୌ ସୁପରଜିଆଣ୍ଟସ୍ ବିପକ୍ଷରେ ଦଳ ବିଜୟୀ ହୋଇଥିଲେ ମଧ୍ୟ, ଏହା ବିଶେଷଜ୍ଞ ଏବଂ ପ୍ରଶଂସକଙ୍କ ମଧ୍ୟ ଏକ ଆଲୋଚନାର ସୂତ୍ରପାତ କରିଛି । ରୋହିତ ଶର୍ମାଙ୍କ ଲେଉଟାଣି ରୋମାଞ୍ଚ, ବିସ୍ଫୋରକ ୮୪ ରନ-ମେ 4 ତାରିଖରେ ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୬ ୱିକେଟରେ ପରାସ୍ତ କରି ନକଆଉଟରେ ପ୍ରବେଶ କରିବାର ସେମାନଙ୍କ ସାମାନ୍ୟ ଆଶାକୁ ଉଜ୍ଜୀବିତ ରଖିଛି । ମୁମ୍ବାଇର ବିଜୟ ଅପେକ୍ଷା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ବିଷୟରେ ଅଧିକ ଆଲୋଚନା ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍ ଖେଳି ନଥିଲେ, ଏବଂ ଏପର୍ଯ୍ୟନ୍ତ ଫିଟ୍ ଘୋଷିତ ହୋଇନଥିବା ରୋହିତ ଶର୍ମା ହଠାତ୍ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଲେ । ରୋହିତ ଶର୍ମା ୪୪ ବଲ୍ ରେ ୮୪ ରନ କରିଥିଲେ, ଯେଉଁଥିରେ ସେ ୬ ଚୌକା ଏବଂ ୭ ଛକା ମାରିଥିଲେ । ଚର୍ଚ୍ଚା ହେଉଛି କି ହାର୍ଦ୍ଦିକ ପାଣ୍ଡ୍ୟା ଉକ୍ତ ମ୍ୟାଚରୁ ବାଦ ପଡିବାକୁ ରୋହିତ ଖେଳିବାକୁ ରାଜି ହେଲେ । କ’ଣ ରୋହିତ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବାକୁ ଚାହୁଁନାହାଁନ୍ତି ?ଏବେ ସୋସିଆଲ ମିଡିଆରେ କୁହାଯାଉଛି ଯେ, ରୋହିତ ଶର୍ମା ଜାଣିଶୁଣି ନିଜକୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ନେବା ମାତ୍ରେ ହିଟମ୍ୟାନ୍ ଖେଳିବାକୁ ରାଜି ହୋଇଛନ୍ତି । ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବାକୁ ଚାହୁଁନାହାଁନ୍ତି । ସେ ସୂର୍ଯ୍ୟଙ୍କ ନେତୃତ୍ୱରେ ଖେଳିବାକୁ ଭଲ ଭାବୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ହଠାତ୍ କାହିଁକି ଆଉଟ୍ ହେଲେ ?ଲକ୍ଷ୍ନୌ ଜାଏଣ୍ଟ୍ସ ବିପକ୍ଷରେ ୬ ୱିକେଟ୍ ବିଜୟ ପରେ, ଓପନର ରିଆନ୍ ରିକେଲ୍ଟନ୍ ପ୍ରେସମିଟରେ ହାର୍ଦ୍ଦିକଙ୍କ ଅନୁପସ୍ଥିତି ବିଷୟରେ କହିଥିଲେ । ରିକେଲ୍ଟନ୍ କହିଥିଲେ, "ମୁଁ ଜାଣିନାହିଁ ସେ କେବେ ଫେରିବେ । ତାଙ୍କର ପିଠିରେ ସମସ୍ୟା ଅଛି। ଆଘାତର ଗମ୍ଭୀରତା କେତେ ଜାଣିନାହିଁ। ସେ ଏହି ସପ୍ତାହରେ ରାୟପୁରରେ ଆମର ମ୍ୟାଚ୍ ପାଇଁ ଦଳକୁ ଫେରିବେ। ପୂର୍ବରୁ, ମୁମ୍ବାଇର କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପରେ ଘୋଷଣା କରିଥିଲେ ଯେ ହାର୍ଦ୍ଦିକ ଆହତ ହୋଇଛନ୍ତି । ​​​​​​​ ଏହା ବି ପଢନ୍ତୁ..ଆଇପିଏଲରେ ଶୃଙ୍ଖଳା ବିଗାଡ଼ୁଛି ‘ଗର୍ଲଫ୍ରେଣ୍ଡ୍ କଲ୍ଚର’, BCCI ଆଣିବ କଠୋର ନିୟମ​​​​​​​ ୧୦ଟି ମ୍ୟାଚ ଖେଳି ମୁମ୍ବାଇ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ଅର୍ଜନ କରିଛି । ଲକ୍ଷ୍ନୌ ୯ଟି ମ୍ୟାଚରୁ ସପ୍ତମ ପରାଜୟ ସହ ଅନ୍ତିମ ସ୍ଥାନ ବଜାୟ ରଖିଛି । ଟସ୍‌ ଜିତି ମୁମ୍ବାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ନେଇଥିଲେ । ରବିନ ମିଞ୍ଜଙ୍କ ସ୍ଥାନରେ ରାଜ ଅଙ୍ଗଦ ବାବା ଓ ଟ୍ରେଣ୍ଟ ବୋଲ୍ଟଙ୍କ ସ୍ଥାନରେ କର୍ବିନ ବସ୍କ ଏକାଦଶରେ ସ୍ଥାନ ପାଇଥିଲେ ।
76 shares
😢
Prameya logo
Prameya
May 5, 2026, 05:10 AM
ଉଦୀୟମାନ ତାରକା-15 ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଛନ୍ତି।

ଉଦୀୟମାନ ତାରକା-15 ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଛନ୍ତି।

ନୂଆଦିଲ୍ଲୀ, ୦୫/୦୫: ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୧୫ ବର୍ଷ ବୟସରେ ଅତି ନିର୍ଭୟ ଭାବେ ବିଶ୍ୱର ଆଗ ଧାଡ଼ିର ପ୍ରମୁଖ ବୋଲରମାନଙ୍କୁ ପ୍ରହାର କରୁଛନ୍ତି । ମାତ୍ର ୩୬ ବଲରେ ସେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିଲେ । ସବୁଠି ତାଙ୍କର ଚର୍ଚ୍ଚା । କିନ୍ତୁ ବୈଭବଙ୍କ ଉପରେ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିଅନ ଅଧିନାୟକ କପିଳ ଦେବ । ସେ କହିଛନ୍ତି, ‘ବୈଭବଙ୍କ ଖେଳ ବିଷୟରେ ମୋତେ ବିଶେଷ କିଛି ଜଣା ନାହିଁ, କାରଣ ପ୍ରତ୍ୟକ୍ଷ ଭାବେ ତାଙ୍କ ଖେଳ ଦେଖି ନାହିଁ । ଆପଣମାନଙ୍କ ଭଳି ମୁଁ ମଧ୍ୟ ଟିଭିରେ ଯାହା ଦିଶୁଛି ତାହା ଦେଖୁଛି । ଘରେ ଟିଭିରେ ଖେଳ ଦେଖି କୌଣସି ବିଷୟରେ ମତାମତ ଦେବା ଠିକ ହେବ ନାହିଁ । ଯେଉଁମାନେ ତାଙ୍କର ଖେଳ ଦେଖୁଛନ୍ତି ଏବଂ କହୁଛନ୍ତି ସେମାନେ ଭଲ କହି ପାରିବେ । ଯେମିତି କି ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ ଓ ହର୍ଷ ଭୋଗଲେ । ସେମାନେ ହିଁ ପ୍ରକୃତ କଥା କହିବେ ।’ ଯଶପ୍ରୀତ ବୁମରା, ପାଟ କମିନ୍ସ ଓ ଜୋସ ହାଜେଲଉଡ୍‌ଙ୍କ ଭଳି ବୋଲରଙ୍କ ବିରୋଧରେ ବୈଭବଙ୍କ ଆତ୍ମବିଶ୍ୱାସ ଅତି ଦୃଢ଼ ରହିଛି । ତାଙ୍କର ଫର୍ମ ହିଁ ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ଆଗକୁ ଆଗେଇ ନେବାରେ ସହାୟକ ହେଉଛି । ଅଧିକ ପଢ଼ନ୍ତୁ :-IPL 2026 : ଆଜି କ୍ୟାପିଟାଲ୍ସକୁ ଭେଟିବ ସୁପରକିଙ୍ଗସ, ଉଭୟଙ୍କ ପାଇଁ ବିଜୟ ଜରୁରି
42 shares
😊
Prameya logo
Prameya
May 5, 2026, 02:40 AM
ଆଇପିଏଲରେ'ଗର୍ଲଫ୍ରେଣ୍ଡ ସଂସ୍କୃତି "ର ମୁକାବିଲା ପାଇଁ କଠୋର ନିୟମ ଆଣିବାକୁ ବିସିସିଆଇ ଯୋଜନା କରୁଛି।

ଆଇପିଏଲରେ'ଗର୍ଲଫ୍ରେଣ୍ଡ ସଂସ୍କୃତି "ର ମୁକାବିଲା ପାଇଁ କଠୋର ନିୟମ ଆଣିବାକୁ ବିସିସିଆଇ ଯୋଜନା କରୁଛି।

ନୂଆଦିଲ୍ଲୀ,୦୫/୦୫;ଏଥର ଆଇପିଏଲରେ କିଛି ଅବିବାହିତ ଓ ବିବାହ ବିଚ୍ଛେଦ ହୋଇଥିବା ଖେଳାଳି ଅବାଧରେ ନିଜର ଗାର୍ଲଫ୍ରେଣ୍ଡ (ବାନ୍ଧବୀ) ଧରି ବୁଲୁଛନ୍ତି । ଟିମ୍ ବସରେ ସେମାନେ ଯାଉଛନ୍ତି ଏବଂ ଟିମ ହୋଟେଲରେ ମଧ୍ୟ ରଖୁଛନ୍ତି । ଯାହାକୁ ନେଇ ବିସିସିଆଇ ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ ପାଇଥିବା ଜାଣିବାକୁ ମିଳିଛି । ଏହାକୁ ନେଇ ବିସିସିଆଇ ଖୁସି ନାହିଁ । ‘ଆଇପିଏଲରେ ଏହି ‘ଗାର୍ଲଫ୍ରେଣ୍ଡ୍ କଲଚର’ ଶୃଙ୍ଖଳା ଭଙ୍ଗ କରୁଛି ଏବଂ ଏହା ଭବିଷ୍ୟତ ପାଇଁ ବିପଦ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଗର୍ଲଫ୍ରେଣ୍ଡ କଲ୍‌ଚର ଭାଙ୍ଗିବାକୁ କଡ଼ା ନିୟମ ଆଣିବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସ୍ୱାଲ, ଅର୍ଶଦୀପ ସିଂ ଓ ଈଶାନ କିଷନଙ୍କ ଭଳି ଖେଳାଳି ଅବାଧରେ ନିଜ ବାନ୍ଧବୀମାନଙ୍କୁ ଧରି ଏ ଭେନ୍ୟୁରୁ ସେ ଭେନ୍ୟୁକୁ ବୁଲୁଛନ୍ତି । ସେମାନଙ୍କୁ ନିଜ ଟିମ ହୋଟେଲରେ ରଖୁଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିସିସିଆଇ ‘ଗାର୍ଲଫ୍ରେଣ୍ଡ କଲଚର’କୁ ନେଇ ଆଦୌ ଖୁସି ନୁହେଁ । ପୂର୍ବରୁ ସେମାନଙ୍କ ମଧ୍ୟରୁ କିଛି ସୋସିଆଲ ମିଡିଆରେ ବେଟିଂ ଆପର ପ୍ରଚାର କରୁଥିଲେ । ଏଭଳି ବିଶୃଙ୍ଖଳିତ ଆଚରଣ ବିରୋଧରେ ବିସିସିଆଇ ନୂଆ ନିୟମ ଆଣିବା ନେଇ ପ୍ରସ୍ତୁତ ହେଉଛି । ଏଭଳି ପରମ୍ପରା ଆଇପିଏଲରେ ଫିକ୍ସିଂକୁ ପ୍ରୋତ୍ସାହିତ କରିପାରେ । ଏହାଦ୍ୱାରା ଉଭୟ ବିସିସିଆଇ ଓ ଆଇପିଏଲର ଛବି ମଳିନ ହେବ । ଏହା ବି ପଢନ୍ତୁ...ରୋହିତ- ରିକଲ୍ଟନ ବଞ୍ଚାଇଲେ ମୁମ୍ବାଇର ସମ୍ମାନ, ପ୍ଲେଅଫ ଆଶା ବଢିଲା ​​​​​​​ ବିସିସିଆଇର ବରିଷ୍ଠ ଅଧିକାରୀ ଜଣଙ୍କ କହିଛନ୍ତି, ‘ଯଦି ଏଭଳି ପରମ୍ପରାକୁ ଏବେ ବନ୍ଦ କରାନଯାଏ, ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ । ଆମେ ଦେଖୁଛୁ ଯେ ଟିମ୍ ବସ ଗୁଡ଼ିକ ‘ଗାର୍ଲଫ୍ରେଣ୍ଡ’ମାନଙ୍କୁ ଅପେକ୍ଷା କରି ରହୁଛି । ସମାନ ହୋଟେଲରେ ସେମାନେ ରହୁଛନ୍ତି । ଖେଳାଳିମାନେ ନିଜର ବାନ୍ଧବୀମାନଙ୍କୁ ଅଫିସିଆଲ ଘୋଷଣା କରିବା ପରେ ଏସିୟୁ (ଦୁର୍ନୀତି ନିବାରଣ ୟୁନିଟ) ଅଧିକାରୀମାନେ ସେମାନଙ୍କୁ ରହିବାର ଅନୁମତି ଦେଉଛନ୍ତି । ମୁଁ ବୁଝି ପାରୁ ନାହିଁ ଯେ ଏ ‘ଅଫିସିଆଲ ଗାର୍ଲଫ୍ରେଣ୍ଡ’ ନିୟମ କେବେଠୁ ଆସିଲା । ବିସିସିଆଇର ଏଭଳି କିଛି ନିୟମ ନାହିଁ । ପୂର୍ବ ନିୟମ ଅନୁସାରେ, ଖେଳାଳିଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କୁ ପାଖରେ ରହିବାର ଅନୁମତି ରହିଛି ।’ ବିସିସିଆଇ ତା’ର ଆଗାମୀ ବୈଠକରେ ଏ ବିଷୟରେ ଆଲୋଚନା କରିବ । ‘ଗାର୍ଲଫ୍ରେଣ୍ଡ କଲଚର’ ପାଇଁ ନୂଆ ଗାଇଡଲାଇନ ଆସିବ । ଏହା କେବଳ ଆଇପିଏଲ ନୁହେଁ, ଭାରତୀୟ ଦଳ ପାଇଁ ମଧ୍ୟ ଲାଗୁ ହେବ । ଆଇପିଏଲରେ ଫ୍ରାଞ୍ଚାଇଜ ଗୁଡ଼ିକର ଭିନ୍ନ ଭିନ୍ନ ମାଲିକ ରହିଛନ୍ତି । ତେଣୁ ବିସିସିଆଇ ଏମିତି ନିୟମ ଆଣିବାକୁ ଯାଉଛି, ଯାହାକୁ ସମସ୍ତ ଫ୍ରାଞ୍ଚାଇଜ ପାଳନ କରିବେ ।
83 shares
😐
Dharitri logo
Dharitri
May 4, 2026, 09:09 AM
ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ରେ ଅଧିକାଂଶ ଅଂଶଧନ ହାସଲ କଲେ ମିତ୍ତଲ ପରିବାର ଏବଂ ସେରମ ଇନଷ୍ଟିଚ୍ୟୁଟ

ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ରେ ଅଧିକାଂଶ ଅଂଶଧନ ହାସଲ କଲେ ମିତ୍ତଲ ପରିବାର ଏବଂ ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର ଅଧିକାଂଶ ଅଂଶଧନ ହାସଲ କରିଛନ୍ତି। ମିତ୍ତଲ ପରିବାର ଓ ପୁନାଓ୍ୱାଲାଙ୍କୁ ନେଇ ଗଠିତ କନସୋର୍ଟିୟମ ଫ୍ରାଞ୍ଚାଇଜକୁ ୧.୬୫ ବିଲିଅନ ଡଲାର ବା ୧୫,୬୬୦ କୋଟି ଟଙ୍କାରେ କିଣିଛି। ତେବେ ସମ୍ପୂର୍ଣ୍ଣ ମାଲିକାନା ପରିବର୍ତ୍ତନ ଲାଗି ବିସିସିଆଇ, ସିସିଆଇ, ଆଇପିଏଲ୍‌ ଗଭର୍ନିଂ କାଉନସିଲ୍‌ର ଅନୁମତି ଦରକାର। ଏହି ଚୁକ୍ତି ଚଳିତ ବର୍ଷ ତୃତୀୟ ତ୍ରୈମାସିକରେ ଶେଷ ହେବ। ୟୁକେରେ ପ୍ରତିଷ୍ଠିତ କାଲ ସୋମାନିଙ୍କ ନେତୃତ୍ୱାଧୀନ କନସୋର୍ଟିୟମ ୧.୬୩ ବିଲିଅନ ଡଲାର ପ୍ରସ୍ତାବ ଦେଇଥିଲା। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ ଉକ୍ତ ପ୍ରସ୍ତାବ ଧାର୍ଯ୍ୟ ମାନଦଣ୍ଡ ଅତିକ୍ରମ କରିପାରି ନ ଥିଲା। ପୁନାଓ୍ୱାଲା ଓ ମନୋଜ ବାଦଲେଙ୍କ ସହିତ ଲକ୍ଷ୍ମୀ ଏନ୍‌ ମିତ୍ତଲ ଓ ଆଦିତ୍ୟ ମିତ୍ତଲ ରବିବାର ରାଜସ୍ଥାନ ଫ୍ରାଞ୍ଚାଇଜର ମାଲିକାନା ଅଧିଗ୍ରହଣ ଲାଗି ଚୁକ୍ତି କରିଥିବା ନେଇ ମିତ୍ତଲ ପରିବାର ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ବିବୃତି ଅନୁଯାୟୀ, ମିତ୍ତଲ ପରିବାର ପାଖରେ ୭୫% ଅଂଶଧନ ରହିଥିବା ବେଳେ ପୁନାଓ୍ୱାଲାଙ୍କ ପାଖରେ ୧୮ ଓ ମନୋଜ ବାଦଲେଙ୍କ ସମେତ ଅନ୍ୟ ନିବେଶଙ୍କ ପାଖରେ ୭% ଅଂଶଧନ ରହିଛି। ବର୍ତ୍ତମାନଠାରୁ ରାଜସ୍ଥାନ ଫ୍ରାଞ୍ଚାଇଜର ବୋର୍ଡରେ ଲକ୍ଷ୍ମୀ ଏନ୍‌ ମିତ୍ତଲ, ଆଦିତ୍ୟ ମିତ୍ତଲ, ଆଦାର ପୁନାଓ୍ୱାଲା ଓ ବାଦଲେ ସଦସ୍ୟ ହୋଇ ରହିବେ। ରାଜସ୍ଥାନର ସଦୁଲପୁରରେ ଜନ୍ମିତ ଲକ୍ଷ୍ମୀ ଏନ୍‌ ମିତ୍ତଲ କହିଛନ୍ତି, ମୁଁ କ୍ରିକେଟକୁ ଭଲପାଏ ଏବଂ ରାଜସ୍ଥାନରେ ମୋ ଜନ୍ମ। ଏଣୁ ରାଜସ୍ଥାନ ଛଡ଼ା ଅନ୍ୟ କୌଣସି ଆଇପିଏଲ୍‌ ଦଳର ଅଂଶ ମୁଁ ହେବାକୁ ଚାହେଁ ନାହିଁ।
68 shares
😐
Prameya logo
Prameya
May 4, 2026, 09:03 AM
ଚେନ୍ନାଇ ସୁପର କିଙ୍ଗ୍ସ ଆହତ, ଆଇପିଏଲ୍ରୁ ବାଦ୍ ପଡ଼ିଲେ ରାମକ୍ରିଷ୍ଣା ଘୋଷ

ଚେନ୍ନାଇ ସୁପର କିଙ୍ଗ୍ସ ଆହତ, ଆଇପିଏଲ୍ରୁ ବାଦ୍ ପଡ଼ିଲେ ରାମକ୍ରିଷ୍ଣା ଘୋଷ

ନୂଆଦିଲ୍ଲୀ,୦୪/୦୫;ଚେନ୍ନାଇ ଦଳରେ ଆହତ ଖେଳାଳିଙ୍କ ତାଲିକା ଲମ୍ବି ଚାଲିଛି । ଷ୍ଟାର ମହେନ୍ଦ୍ର ସିଂହ ଧୋନି, ଓପନର ଆୟୂଷ ମାହତ୍ରେ, ପେସ୍ ବୋଲର ଖଲିଲ ଅହମ୍ମଦ, ନାଥାନ ଏଲିସ୍‌ ପରେ ଯୁବ ଅଲରାଉଣ୍ଡର ରାମକ୍ରିଷ୍ଣ ଘୋଷ ମଧ୍ୟ ଆହତ ହୋଇ ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି । ସେ ଗତ ୨ ତାରିଖରେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ । ଏହି ମ୍ୟାଚ୍ ବେଳେ ତାଙ୍କ ଡାହାଣ ପାଦ ହାଡ଼ ଭାଙ୍ଗି ଯାଇଥିଲା । ସେ ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ । ମାତ୍ର ଗୋଟିଏ ମ୍ୟାଚ୍ ମଧ୍ୟରେ ତାଙ୍କ ଆଇପିଏଲ୍ ଅଭିଯାନ ଶେଷ ହୋଇଛି । ଖୁବଶୀଘ୍ର ତାଙ୍କ ସ୍ଥାନରେ ବଦଳ ଖେଳାଳି ସାମିଲ କରାଯିବ ବୋଲି ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ପ୍ରକାଶ କରିଛନ୍ତି । ଭେଟେରାନ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଆହତ ଅଛନ୍ତି । ସେ ଏପର୍ଯ୍ୟନ୍ତ ଫିଟ୍ ହୋଇନାହାନ୍ତି । ଦଳରେ ଆହତ ପ୍ଲେୟାରଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । ​​​​​​​ମୁମ୍ବାଇ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ପାଣିଚିଆ ହୋଇଛି । ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ରାମକ୍ରିଷ୍ଣ ବାଦ ପଡିଛନ୍ତି । ମ୍ୟାଚ୍ ଆରମ୍ଭରେ ଘୋଷ ୱିଲ୍ ଜ୍ୟାକ୍ସଙ୍କ କ୍ୟାଚ ନେବା ପାଇଁ ଡାଇଭ୍ ମାରିଥିଲେ । ନମନଙ୍କ ବିପକ୍ଷରେ ତାଙ୍କର ପ୍ରଥମ ବଲ୍ ବୋଲିଂ କରିବା ପରେ ସେ ତାଙ୍କ ଫଲୋ ଥ୍ରୁରେ ପଡିଯାଇଥିଲେ । ଚେନ୍ନାଇର ସେ ଅଲରାଉଣ୍ଡର ପ୍ଲେୟାର ସେ ବାଦ ପଡିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । ଚଳିତ ଆଇପିଏଲ ସିଜିନରେ ନୈରାଶ୍ୟଜନକ ଆରମ୍ଭ କରିଥିବା ଚେନ୍ନାଇ ସୁପର କିଙ୍ଗସ ଅଧିନାୟର ଋତୁରାଜ ଭଲ ପ୍ରଦର୍ଶନ କରିଥିଲେ । ଅପରାଜିତ ୭୪ ଏବଂ ୬୭ ରନ କରିଥିଲେ । ଚେନ୍ନାଇ ୯ଟି ମ୍ୟାଚରୁ ୪ଟି ଜିତିଛି । ୮ ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ସୁପର କିଙ୍ଗସ । ଏହା ବି ପଢନ୍ତୁ...IPL ରେ ବଦଳିବ କି ଇମ୍ପାକ୍ଟ ପ୍ଲେୟାର ନିୟମ ? ବିସିସିଆଇ କହିଲା…
68 shares
😢
Dharitri logo
Dharitri
May 4, 2026, 06:05 AM
ଆଇପିଏଲ 2026 ପାଇଁ'ଗର୍ଲଫ୍ରେଣ୍ଡ ସଂସ୍କୃତି "ଉପରେ କଠୋର ନିୟମ ଆଣିଲା ବିସିସିଆଇ

ଆଇପିଏଲ 2026 ପାଇଁ'ଗର୍ଲଫ୍ରେଣ୍ଡ ସଂସ୍କୃତି "ଉପରେ କଠୋର ନିୟମ ଆଣିଲା ବିସିସିଆଇ

ନୂଆଦିଲ୍ଲୀ,୪।୫: IPL ୨୦୨୬ ଭିତରେ BCCI ଏକ କଠୋର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳି ସେମାନଙ୍କ ପ୍ରେମିକାଙ୍କ ସହ ଦେଖାଯାଉଛନ୍ତି ଏବଂ ସେମାନଙ୍କ ସହିତ ହୋଟେଲରେ ରହୁଛନ୍ତି । BCCI ଏହାର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ବିବାଦକୁ ଆମନ୍ତ୍ରଣ କରିବାକୁ ଚାହୁଁନାହିଁ । ଏହି କାରଣରୁ, ସେମାନେ ‘ଗଲଫ୍ରେଣ୍ଡ କଲ୍ଚର’ ସମ୍ପର୍କରେ କଠୋର ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । IPL ୨୦୨୬ରେ, ଅନେକ ଖେଳାଳିଙ୍କୁ ସେମାନଙ୍କ ପ୍ରେମିକାଙ୍କ ସହ ଦେଖିବାକୁ ମିଳୁଛି। ଖେଳାଳିମାନେ କେବଳ ସେମାନଙ୍କ ପ୍ରେମିକାଙ୍କ ସହିତ ବାହାରେ ଏବଂ ଏଣେତେଣେ ଦେଖାଯାଉନାହାଁନ୍ତି, ବରଂ କେତେକ ସେମାନଙ୍କ ସହିତ ସେମାନଙ୍କ ହୋଟେଲରେ ମଧ୍ୟ ରହୁଛନ୍ତି। କିଛି ଖେଳାଳିଙ୍କ ପ୍ରେମିକା ମ୍ୟାଚ୍ ଦେଖିବା ଏବଂ ଖେଳ ପରେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଷ୍ଟାଡିୟମ ଭିତରକୁ ମଧ୍ୟ ଆସୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ‘ଗଲଫ୍ରେଣ୍ଡ କଲ୍ଚର ‘ ସମ୍ପର୍କରେ କଠୋର ନିୟମ ଲାଗୁ କରିବାକୁ ଯାଉଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ବୈଠକରେ ଏହି ବିଷୟ ଉପରେ ଆଲୋଚନା କରାଯିବ। ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ସେମାନଙ୍କ ପତ୍ନୀ କିମ୍ବା ପରିବାର ସହିତ ହୋଟେଲରେ ରହିବା ଉପରେ ବିସିସିଆଇର କୌଣସି ଆପତ୍ତି ନାହିଁ; ତଥାପି, ସେମାନେ ପ୍ରେମିକାଙ୍କ ସମ୍ପର୍କରେ କଠୋର ମନୋଭାବ ଗ୍ରହଣ କରିବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ, କୌଣସି ବଡ଼ ଭୁଲ ହେବା ପୂର୍ବରୁ ‘ଗଲଫ୍ରେଣ୍ଡ କଲ୍ଚର’ ସମ୍ପର୍କରେ ନିୟମ ପ୍ରଣୟନ କରିବାକୁ ବିସିସିଆଇ ଚାହୁଁଛି। ପ୍ରକୃତରେ, ଅନେକ ଖେଳାଳି ସୋସିଆଲ ମିଡିଆ ପ୍ରଭାବଶାଳୀଙ୍କ ସହିତ ଡେଟ୍ କରୁଛନ୍ତି ଯେଉଁମାନେ ପୂର୍ବରୁ ବେଟିଂ ୱେବସାଇଟ୍ ପ୍ରୋତ୍ସାହିତ କରିଛନ୍ତି। ଏହା ବ୍ୟତୀତ, କିଛି ଖେଳାଳିଙ୍କ ବିରୁଦ୍ଧରେ ସେମାନଙ୍କ ପ୍ରେମିକାଙ୍କ ଦ୍ୱାରା ଆଇନଗତ ମାମଲା ଦାୟର କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଏହାର ଦୁର୍ନୀତି ନିବାରଣ କମିଟି ସହିତ ମିଶି ଆଇପିଏଲରେ ‘ଗଲଫ୍ରେଣ୍ଡ କଲ୍ଚର ‘ ସମ୍ପର୍କରେ ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମଗୁଡ଼ିକ ଆଇପିଏଲର ପରବର୍ତ୍ତୀ ସିଜିନରୁ କାର୍ଯ୍ୟକାରୀ ହୋଇପାରେ।
85 shares
😐
Dharitri logo
Dharitri
May 4, 2026, 03:19 AM
ବଲାଙ୍ଗିର ରେଲୱେ କ୍ରସିଂ ନିକଟରେ କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର ରେଲୱେ କ୍ରସିଂ ନିକଟରେ କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର,୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୁଡ଼ପଡ଼ା ଗ୍ୟାସ ଗୋଦାମ ନିକଟ ରେଳ ଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୋମବାର ସକାଳେ ଦେଖାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ମଲମଣ୍ଡା ଗାଁ ସ୍କୁଲର କ୍ରୀଡ଼ା ଶିକ୍ଷକ ଦେବୀପ୍ରସାଦ ରାଉତ (୫୮)। ଆଜି ସକାଳେ ଆସୁଥିବା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନରେ ପିଟି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେ ଏକ କାର୍‌ରେ ଆସି ଟ୍ରେନ ଟ୍ରାକ୍‌କୁ ଦୌଡ଼ି ଯାଇଥିଲେ। ସାମ୍ନା ପଟରୁ ଆସୁଥିବା ଟ୍ରେନ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଲୋକେ କହିଛନ୍ତି। ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ତଳେ ତାଙ୍କ ଝିଅଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ଝିଅ ବାହାଘର ସାରିବା ପରେ କ’ଣ ପାଇଁ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ। ଦୁର୍ଘଟଣା ସ୍ଥଳରେ ବଲାଙ୍ଗୀର ଜିଆରପି ଥାନା ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରେଳଲାଇନ ଟ୍ରାକ୍‌ରୁ ମୃତଦେହକୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
16 shares
😢
Prameya logo
Prameya
May 4, 2026, 02:45 AM
ମୁମ୍ବାଇ ବନାମ ଲକ୍ଷ୍ନୌ ଆଇପିଏଲ୍ରେ ଉଭୟ ଦଳ ପାଇଁ ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ

ମୁମ୍ବାଇ ବନାମ ଲକ୍ଷ୍ନୌ ଆଇପିଏଲ୍ରେ ଉଭୟ ଦଳ ପାଇଁ ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ

ୱାଙ୍ଖଡ଼େ, ୦୪/୦୫: ଚଳିତ ଆଇପିଏଲ୍‌ର ୪୭ତମ ଲିଗ୍ ମୁକାବିଲାରେ ଆଜି ୫ଥର ଚାମ୍ପିଅନ୍ ମୁମ୍ବାଇ ଓ ଲକ୍ଷ୍ନୌ ସାମ୍ନାସାମ୍ନି ହେବେ । ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ପଏଣ୍ଟ ତାଲିକାର ଶେଷ ୨ଟି ସ୍ଥାନରେ ରହିଛନ୍ତି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ବିଜୟ ଜରୁରୀ ହୋଇପଡ଼ିଛି । ମୁମ୍ବାଇ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । କାରଣ ପରାଜିତ ହେଲେ ପ୍ଲେ-ଅଫ୍‌ରୁ ବାଦ୍ ପଡ଼ିବ । ତେଣୁ ଦଳ ବିଜୟକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ମୁମ୍ବାଇ ଓ ଲକ୍ଷ୍ନୌ ମୋଟ ୪ପଏଣ୍ଟ ସହ ତାଲିକାରେ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛି । ମୁମ୍ବାଇ ୯ଟି ମ୍ୟାଚ୍ ଖେଳି ସାରିଛି । ଦଳ ଆଉ ୫ଟି ମ୍ୟାଚ୍ ଖେଳିବ । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ସବୁ ମ୍ୟାଚ୍ ଜିତିବାକୁ ପଡ଼ିବ । ଗୋଟିଏ ମ୍ୟାଚ୍‌ରେ ପରାଜୟ ଦଳକୁ ବିଦାୟ ଦ୍ୱାର ଦେଖାଇ ଦେବ । ଲକ୍ଷ୍ନୌ ସ୍ଥିତି ମଧ୍ୟ ସମାନ । ଦଳ ୮ଟି ମ୍ୟାଚ୍ ଖେଳି ସାରିଛି । ଏଣିକି ସବୁ ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଆହତ ହେବା ଏବଂ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କ ଫର୍ମହାନୀ ମୁମ୍ବାଇ ପରାଜୟର ମୁଖ୍ୟ କାରଣ ହୋଇଛି । ରୋହିତ ଫିଟ୍ ହୋଇସାରିଥିବା ଜଣାପଡ଼ିଛି । ଯଦି ସେ ଆଜି ଖେଳନ୍ତି ତା’ହେଲେ ରବିନ ମିଞ୍ଜ ବାଦ୍ ପଡ଼ିବେ । ସର୍ଦୁଲ ଠାକୁର ମଧ୍ୟ କ୍ରିସ୍ ଭଗତଙ୍କ ସ୍ଥାନରେ ଖେଳିବା ଆଶା କରାଯାଉଛି । ରିଷଭ ପନ୍ତଙ୍କ ଲକ୍ଷ୍ନୌ ଦଳ ଶେଷ ୫ଟି ମ୍ୟାଚ୍ରେ ପରାଜିତ ହୋଇଛି । ଦଳ ସବୁ ବିଭାଗରେ ସଂଘର୍ଷ କରୁଛି । ଅଧିନାୟକ ଭାବେ ପନ୍ତ ମଧ୍ୟ ବିଫଳ ହୋଇଛନ୍ତି । ଆଜି ଜୋସ୍ ଇଂଲିଶ ସିଜନର ପ୍ରଥମ ମ୍ୟାଚ୍ ଖେଳିବେ । ଫଳରେ ଜର୍ଜ ଲିଣ୍ଡ୍ ଏକାଦଶରୁ ବାଦ୍ ପଡ଼ିବା ସମ୍ଭାବନା ରହିଛି । ଇଂଲିଶଙ୍କ ଉପସ୍ଥିତି ଦଳର ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି । ଅଧିକ ପଢ଼ନ୍ତୁ :-ଗୁଜୁରାଟର ରୋମାଞ୍ଚକ ବିଜୟ, ହାରିଲା ପଞ୍ଜାବ ୱାଙ୍ଖଡ଼େ ଷ୍ଟାଡିୟମର ନଂ-୪ ପିଚ୍‌ରେ ଆଜି ମ୍ୟାଚ୍ ଖେଳାଯିବ । ଏହି ପିଚ୍‌ରେ ପୂର୍ବରୁ ପଞ୍ଜାବ ଓ ମୁମ୍ବାଇ ସାମ୍ନାସାମ୍ନି ହୋଇଥିଲେ । ମୁମ୍ବାଇର ୬/୧୯୫ ରନ୍ ଜବାବରେ ପଞ୍ଜାବ ୨୧ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା । ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ତେଣୁ ଆଜି ମଧ୍ୟ ବଡ଼ ସ୍କୋର ହେବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ସମ୍ଭାବ୍ୟ ଦଳ ମୁମ୍ବାଇ:ରୋହିତ ଶର୍ମା, ର୍ୟାନ୍ ରିକେଲଟନ, ନମନ ଧିର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ୱିଲ ଜ୍ୟାକ୍ସ/ରବିନ ମିଞ୍ଜ, ସର୍ଦୁଲ ଠାକୁର/କ୍ରିସ୍ ଭଗତ, ଏଏମ୍ ଗଜନଫର, ଯଶପ୍ରୀତ ବୁମରା, ରଘୁ ଶର୍ମା । ଲକ୍ଷ୍ନୌ :ମିଚେଲ ମାର୍ଶ, ଆଡେନ ମାରକ୍ରମ, ରିଷଭ ପନ୍ତ (ଅଧିନାୟକ), ଜୋସ ଇଂଲିଶ/ନିକୋଲାସ ପୂରନ, ଆୟୂଷ ବାଦୋନୀ, ହିମତ ସିଂହ, ମୁକୁଲ ଚୌଧୁରୀ, ଜର୍ଜ ଲିଣ୍ଡ, ମହମ୍ମଦ ସାମି, ପ୍ରିନ୍ସ ଯାଦବ, ଦିଗବେଶ ରାଠୀ, ମହସିନ ଖାନ୍।
86 shares
😢