Achira News Logo
Achira News
Samaja logo
Samaja
Feb 4, 2026, 03:26 AM
ଓଡ଼ିଶା ପାଣିପାଗ ତାପମାତ୍ରା ବୃଦ୍ଧି ଓ କୁହୁଡ଼ିର ପୂର୍ବାନୁମାନ

ଓଡ଼ିଶା ପାଣିପାଗ ତାପମାତ୍ରା ବୃଦ୍ଧି ଓ କୁହୁଡ଼ିର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ରାତି ତାପମାତ୍ରା କମିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ପାରଦ ୮.୨ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୧.୨ ଏବଂ ଦାରିଙ୍ଗବାଡ଼ିରେ ୧୦.୫ଡିଗ୍ରୀ ରହିଛି। ଭୁବନେଶ୍ବରରେ ପାରଦ ୧୫.୫ ଏବଂ କଟକରେ ୧୪.୪ ଡିଗ୍ରୀ ଛୁଇଁଛି। କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଆଦି ଜିଲାରେ ଶୀତ ସ୍ବାଭାବିକ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ମଙ୍ଗଳବାର ସକାଳେ ଖୋର୍ଦ୍ଧା, କୋରାପୁଟ ଏବଂ ଭବାନୀପାଟଣାରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ବୁଧବାର ସକାଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।
58 shares
😐
Sambad logo
Sambad
Feb 4, 2026, 01:00 AM
ବାଲି ମାଫିଆ ଉତ୍ତୋଳନ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଲାଇଫ୍ ଲାଇନ୍ ନଦୀ ଶୁଖିଗଲା

ବାଲି ମାଫିଆ ଉତ୍ତୋଳନ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଲାଇଫ୍ ଲାଇନ୍ ନଦୀ ଶୁଖିଗଲା

କୁଆମରା:ମୟୂରଭଞ୍ଜଜିଲ୍ଲାଗୋପବନ୍ଧୁନଗର ବ୍ଲକ୍‌ ଦେଇ ପ୍ରବାହିତ ସୋନ ନଈ ଏବେଠୁ ଶୁଖିଗଲାଣି। ବ୍ଲକ୍‌ ପାଇଁ ଜୀବନରେଖା ସାଜିଥିବା ନଦୀ ସଂକଟ ଦେଇ ଗତି କରୁଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦିନ ଥିଲା, ବର୍ଷସାରା ସୋନ ନଦୀରେ ପାଣି ଭରପୂର ରହୁଥିଲା। ମାତ୍ର ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ଦିନଠୁ ନଦୀର ସ୍ଥିତି ବଦଳି ଯାଉଛି। ନଦୀରୁ ବ୍ୟାପକ ବାଲି ଉଠାଣ ହେବା ଯୋଗୁ ଜଳଧାରଣ କ୍ଷମତା କମି ଯାଉଛି। ଫଳରେ ବର୍ଷାଋତୁର ମାସେ ନ ଯାଉଣୁ ନଦୀ ଶୁଖିଯାଉଛି। ଉକ୍ତ ନଦୀର ଦୁଇ ପାର୍ଶ୍ବରେ ଜୟପୁର, ସାଇଁକୁଳା, ବରଡ଼ିହି ପଞ୍ଚାୟତର ଶତାଧିକ ଗ୍ରାମବାସୀ ରବିଋତୁରେ ଚାଷଜମି ଓ ନଦୀପଠାରେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ନଦୀର ଜଳ କମି ଯାଉଥିବାରୁ ଚାଷ ପାଇଁ ପ୍ରତିବନ୍ଧକ ସାଜିଛି। ବିଗତ ୫ ବର୍ଷ ହେଲା ନଦୀକୂଳରେ ଚାଷ କରିବାକୁ ଚାଷୀମାନେ ଆଉ ମନବଳାଉ ନାହାନ୍ତି। ଏବେ ନଦୀଗର୍ଭରେ ବିଶେଷ ବାଲି ଦେଖିବାକୁ ମିଳୁ ନାହିଁ। Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ ଫଳରେ ଏହାର ଜଳଧାରଣ କ୍ଷମତା କମି ଯାଉଛି। ପ୍ରତିଦିନ ଟ୍ରକ୍‌ ଓ ଟ୍ରାକ୍ଟର୍‌ ଯୋଗେ ବାଲି ଚାଲାଣ ହେଉଛି। ଗୋଟିଏପଟେ ବାଲି ଚାଲାଣ କରିମାଫିଆମାଲାମାଲ୍‌ ହେଉଥିବା ବେଳେ ଅନ୍ୟପଟେ ଜଳାଭାବରୁ ଚାଷୀକୁଳ ହତାଶ ହୋଇପଡ଼ିଛି। ନଦୀ ଅବବାହିକାରେ ଥିବା ଜନବସତି ଏବେ ବିପଦମୁହାଁ ହୋଇଛି। ଜୟପୁରରୁ କଣ୍ଟିସାହି ମଧ୍ୟରେ ୪ଟି ନିଲାମ ଘାଟ ଥିବା ବେଳେ ୮ରୁ ୧୦ଟି ସ୍ଥାନରେ ବେଆଇନ ବାଲି ଉଠୁଛି। ବର୍ଷକୁ ୫ ହଜାର ଟ୍ରିପ୍‌ ବାଲି ଉଠାଣ ନିୟମ ଥିଲେ ମଧ୍ୟ ବେଆଇନ ଭାବେ ୫୦ ହଜାର ଟ୍ରିପ୍‌ରୁ ଅଧିକ ବାଲି ଉଠାଣ ହେଉଛି।‌ ଫଳରେ ସରକାର ରାଜସ୍ବ ହରାଇବା ସହ ଜନଜୀବନ ପ୍ରତି ବିପଦ ଦେଖାଦେଉଛି। କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ଗ୍ରହଣ ନକଲେ, ଆଗାମୀ ଦିନରେ ନଦୀ ସତ୍ତା ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। Horoscope 2026 February 04 : ଜାଣନ୍ତୁ ଆଜିରରାଶିଫଳ
62 shares
😢
Sambad logo
Sambad
Feb 3, 2026, 03:19 PM
ଅଗରପାରା ଜିଲ୍ଲାର ବିଭିନ୍ନ ଗ୍ରାମରୁ ଦମ୍ପତିଙ୍କୁ ଏକତ୍ର କରି ବୈଦିକ ସମାରୋହ

ଅଗରପାରା ଜିଲ୍ଲାର ବିଭିନ୍ନ ଗ୍ରାମରୁ ଦମ୍ପତିଙ୍କୁ ଏକତ୍ର କରି ବୈଦିକ ସମାରୋହ

ଆଗରପଡ଼ା: ବାଲେଶ୍ବରଜିଲ୍ଲାଆଗରପଡ଼ା ଥାନା ଅନ୍ତର୍ଗତ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମର ସୁଦର୍ଶନ ପଣ୍ଡାଙ୍କ ପୁଅ ଜ୍ୟୋତିରଂଜନ ବୈଦିକ ରୀତିରେଭଦ୍ରକଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ତ ବ୍ଲକ ରାମପୁର ପଞ୍ଚାୟତ ବାଲୋଶାସନ ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଜ୍ୟେଷ୍ଠ କନ୍ୟା ସୁଭଦ୍ରା(୨୧)ଙ୍କୁ ବିବାହ କରିଥିଲେ। ଦାବି ମୁତାବକ ଆବଶ୍ୟକୀୟ ଯୌତୁକ କନ୍ୟାଘର ପକ୍ଷ ପ୍ରଦାନ କରିଥିଲେ। ବିବାହର କିଛିମାସ ପରେ ଆହୁରି ଅଧିକ ଲକ୍ଷେ ଟଙ୍କା ଆଣିବାକୁ ଦାବି କରି ଶ୍ୱଶୁର ଘର ଲୋକେ ତାଙ୍କୁ ଶାରୀରିକ ତଥା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଥାନାରେ ତାଙ୍କ ମା ତିଳତ୍ତମା ପଣ୍ଡାଙ୍କ ଅଭିଯୋଗରୁ ଜଣାପଡିଛି। ଏପରିକି ନିର୍ଯ୍ୟାତନାକୁ ସହ୍ୟ କରି ନପାରି ସୁଭଦ୍ରା ବାପଘରକୁ ପଳାଇ ଆସୁଥିଲେ ଓ ପରେ ବୁଝାସୁଝା କରି ସୁଭଦ୍ରାଙ୍କୁ ତାଙ୍କ ଦିଅର ଶ୍ବଶୁର ଘରକୁ ନେଇ ଆସିଥିଲେ। ଗତ ୨ ତାରିଖ ଦିନ ଅପରାହ୍ନରେ ସୁଭଦ୍ରା ଆତ୍ମହତ୍ୟା କରିଛନ୍ତି ବୋଲି ଖବର ପାଇ ବାପଘର ଲୋକେ ଆସି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ସୁଭଦ୍ରାଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ଶ୍ୱଶୁର ଘର ଲୋକେ କେହି ନ ଥିବାର ଦେଖିବାକୁ ପାଇଥିଲେ। ଝିଅକୁ ମାରି ଦିଆ ଯାଇଛି ବୋଲି ଅଭିଯୋଗ କରି ମୃତାଙ୍କ ମାଆ ତିଳୋତ୍ତମା ଥାନାରେ ଅଭିଯୋଗ ଦେଇଥିଲେ। ଥାନା କେସନଂ ୨୩/୨୬ରେ ମାମଲା ରୁଜ୍ଜୁ କରି ପୁଲିସ ଅଭିଯୁକ୍ତ ଶାଶୁ ନୟନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଅନ୍ୟ ଅଭିଯୁକ୍ତ ସ୍ୱାମୀ ଜ୍ୟୋତିରଂଜନ, ଦିଅର ତପନ, ଶ୍ଵଶୁର ସୁଦର୍ଶନ ଫେରାର ଥିବାରୁ ଗିରଫ କରାଯାଇ ପାରି ନାହିଁ ବୋଲି ଥାନାଧିକାରୀ ଇଭାରାଣୀ ପରିଡା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ସୁଭଦ୍ରା ମଧ୍ୟ ୩ ମାସର ଗର୍ଭବତୀ ଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏସଡିପିଓ ଅରବିନ୍ଦ ମୁଦୁଲି ପହଞ୍ଚି ଆଗରପଡା ପୁଲିସ ସହଯୋଗରେ ଅଧିକ ତଦନ୍ତ ଜାରି ରଖିଛନ୍ତି।
62 shares
😐
Prameya logo
Prameya
Feb 3, 2026, 08:35 AM
ମଞ୍ଚକୁ ସାପ ଆଣି ବିବାଦରେ ଅଭିନେତା ସାଇ ସତ୍ୟଜିତ ପାଣ୍ଡା

ମଞ୍ଚକୁ ସାପ ଆଣି ବିବାଦରେ ଅଭିନେତା ସାଇ ସତ୍ୟଜିତ ପାଣ୍ଡା

ଭୁବନେଶ୍ବର ୦୩/୦୨: ପୁଣି ଯାତ୍ରା ମଞ୍ଚକୁ ସାପ ନେଇ ବିବାଦରେ ଫସିଛନ୍ତି ଅଭିନେତା ସାଇ ସତ୍ୟଜିତ ପଣ୍ଡା । ନାଟକ ମଞ୍ଚସ୍ଥ ବେଳେ ସାଇ ହାତରେ ଏକ ବଲ୍ ପାଇଥନ୍(ଏକଜୋଟିକ୍)ଧରି ମଞ୍ଚକୁ ଚଢ଼ିଥଲେ । ଯାହାକୁ ନେଇ ବିବାଦ ଦେଖାଦେଇଛି । ବନ ବିଭାଗର ରେଞ୍ଜ ବିଭାଗ ପକ୍ଷରୁ ଯାତ୍ରା ପାର୍ଟିର ମ୍ୟାନେଜର ଓ କମିଟି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି । ମଞ୍ଚରେ କୌଣସି ପ୍ରକାର ସାପ ପ୍ରଦର୍ଶନ କରିପାରିବେନି ବୋଲି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ପଢ଼ନ୍ତୁ :-୨୦ ହଜାର ଦେଲେ ବିଦ୍ୟୁତ୍ ସଂଯୋଗ, ଇଟା କମ୍ପାନୀ ମାଲିକଙ୍କଠୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ସାପ ବନ୍ୟପ୍ରାଣୀ ଆଇନ୍‌ରେ ସିଡ୍ୟୁଲ-୧ ତାଲିକାରେ ସଂରକ୍ଷିତ ଥିବାରୁ ଏହାକୁ ବ୍ୟବହାର କରାଯାଇପାରିବନି ବୋଲି ପରିବେଶବିତ୍ମାନେ ଅଭିଯୋଗ କରିଛନ୍ତି । ଅପେରାରେ ଏହି ସାପକୁ ଦେଖାଇବା ପାଇଁ ବନ୍ୟପ୍ରାଣୀ ମଙ୍ଗଳ ବୋର୍ଡର ଅନୁମତି ଦରକାର ବୋଲି କହିଛନ୍ତି । ତେବେ ବଲ୍ ପାଇଥନ୍ ଭାରତୀୟ ସାପ ନୁହେଁ, ଏହାକୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇପାରିବ । ହେଲେ ମଞ୍ଚକୁ ନେବା ଠିକ୍ ନୁହେଁ ବରଂ ଘରେ ରଖନ୍ତୁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି । ଆହୁରି ପଢ଼ନ୍ତୁ :-ନୂଆ ଖଣିଜ ନିୟମ ଲାଗୁ : ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍, MSP ଧାର୍ଯ୍ୟ କରିବେ ସରକାର
86 shares
😢
Sambad logo
Sambad
Feb 3, 2026, 07:51 AM
ଜଙ୍ଗଲ ଏବଂ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ଜଙ୍ଗଲ ଜମି ଅଧିକାର ଅଧିନିୟମ, 2005

ଜଙ୍ଗଲ ଏବଂ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ଜଙ୍ଗଲ ଜମି ଅଧିକାର ଅଧିନିୟମ, 2005

ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲରେ ରହୁଥିବା ପାରମ୍ପରିକ ଓ ଅଣ ପାରମ୍ପରିକ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଜଙ୍ଗଲ ଜମି ଅଧିକାର ଆଇନ। କିନ୍ତୁ ଦୀର୍ଘ ଦଶନ୍ଧି ନେଇ ଜଙ୍ଗଲ ଅଞ୍ଚଳରେ ବସବାସ କରିଆସୁଥିବା ପହରିଆ ସମ୍ପ୍ରଦାୟର ଆଦିମ ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇ ନ ଥିବାରୁ ଏବେ ଏମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ସହ ପାଟଧାରାର ଜଙ୍ଗଲ ଅଞ୍ଚଳରେ ଆଦିମ କାଳରୁ ବସବାସ କରି ଆସୁଥିବା ଏହି ପହରିଆ ଆଦିମ ଜନଜାତି ଜଙ୍ଗଲ ଉପରେ ନିର୍ଭର କରି ଜଙ୍ଗଲରୁ ବନ୍ୟଜାତ ଦ୍ରବ୍ୟ ସହ ମୁଖ୍ୟତଃ ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ନିଜ ଜୀବିକା ନିର୍ବାହ କରି ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ଜଙ୍ଗଲରେ ବାଉଁଶ ଅଭାବ ସହ ବଜାରରେ ବାଉଁଶରେ ତିଆରି ସାମଗ୍ରୀର ଚାହିଦା କମିଯିବାରୁ ଏମାନଙ୍କ ଜୀବିକା ସଙ୍କଟରେ ପଡ଼ିଛି। ନିଜ ପରିବାର ପ୍ରତିପୋଷଣ ପାଇଁ ଏମାନେ ସମସ୍ୟାରେ ପଡ଼ି ରହିଛନ୍ତି। ଯା ଫଳରେ ଏମାନଙ୍କୁ ମୁଖ୍ୟସ୍ରୋରେ ସାମିଲ ପାଇଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଦାବି କରିଛନ୍ତି। ଜଙ୍ଗଲଜମି ପାଇଁ ଏହିଜନଜାତିବନବିଭାଗ ଓଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ରୁ ସରକାରୀ ଯୋଜନାରୁ ଏମାନେ ବଞ୍ଚିତ ରହିଯାଇଛନ୍ତି ଏହି ପହରିଆ ସମ୍ପ୍ରଦାୟର ଆଦିମ ଜନଜାତି ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଆଦିବାସୀ ଶ୍ରେଣୀର ମାନ୍ୟତା ପାଇ ସମସ୍ତସରକାରୀଯୋଜନାରେ ସାମିଲ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଆଦିବାସୀ ମାନ୍ୟତା ମିଳିପାରି ନାହିଁ। ଆହୁରି ପଢ଼ନ୍ତୁ:Father Kill Daughter: ସରପଞ୍ଚ ହେବାର ନିଶା ସଜାଇଲା ହତ୍ୟାକାରୀ, ଝିଅକୁ ହତ୍ୟା କଲା ବାପା ଏମାନଙ୍କୁ ସରକାରୀ ସହାୟତା ଓ ଯୋଜନାରେ ଶୀଘ୍ର ସାମିଲ ପାଇଁ ଆଦିବାସୀ ସଂଘ ମଧ୍ୟ ଦାବି କରିଛି। ଏହା ସହ ପହରିଆ ଜନଜାତିଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ପହରିଆ ଜନଜାତି ଆନ୍ଦୋଳନକୁ ଓହ୍ଲାଇବ ଓ ଆଦିବାସୀମାନେ ଏହି ଆନ୍ଦୋଳାନରେ ସାମିଲ ହେବେ ବୋଲି ଆଦିବାସୀ ନେତା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ପାହରିଆ ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ଦେଖଦେଇଥିବା ସମସ୍ୟାର ସମାଧାନ କରି ଜଙ୍ଗଲ ଜମି ଯୋଗାଇ ଦେବା ଦିଗରେ ଶୀଘ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
40 shares
😐
Sambad logo
Sambad
Feb 3, 2026, 04:13 AM
ଭାରତ-ଇସ୍ରାଏଲ ପରିବେଶ ଭାଗିଦାରୀ ମୂଳଦୁଆ ପକାଇଛି ବୃକ୍ଷରୋପଣ ଅଭିଯାନ ସହଭାଗୀ ପ୍ରତିବଦ୍ଧତାକୁ ପାଳନ କରୁଛି

ଭାରତ-ଇସ୍ରାଏଲ ପରିବେଶ ଭାଗିଦାରୀ ମୂଳଦୁଆ ପକାଇଛି ବୃକ୍ଷରୋପଣ ଅଭିଯାନ ସହଭାଗୀ ପ୍ରତିବଦ୍ଧତାକୁ ପାଳନ କରୁଛି

ଜେରୁସେଲମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ମା ନାମରେଗଛଟିଏ ଅଭିଯାନ ଏବେ ଦେଶ ବାହାରେ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି। ଇହୂଦୀ ପର୍ବ ତୁ ବିଶ୍ୱତର ପାଳନ ଅବସରରେ ଇସ୍ରାଏଲର ମୋଶାଭ ନେଭାଟିମରେ ୩୦୦ ବୃକ୍ଷଚାରା ରୋପଣ କରାଯାଇଛି। ଇସ୍ରାଏଲରେ ତୁ ବିଶ୍ୱତକୁ ପରିବେଶ ସଚେତନତା ଦିବସ ଭାବରେ ପାଳନ କରାଯାଇଥାଏ। ଏହା ଏକ ପ୍ରମୁଖ ଇହୂଦୀ ପର୍ବ। ଏହା ଗଛର ନୂଆ ବର୍ଷ ଭାବରେ ଜଣାଶୁଣା। ଏହି କାର୍ଯ୍ୟକ୍ରମରେ ଶହ ଶହ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଭାରତୀୟ ଦୂତାବାସ ଦ୍ୱାରା କେରେନ୍ କାୟେମେଟ୍ ଲେ ଇସ୍ରାଏଲ୍ ଓ ମୋଶାଭ ନେଭାଟିମ୍‌ର ସହଯୋଗରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ଏହା ପରିବେଶଗତ ସ୍ଥିରତା, ସାମୁଦାୟିକ ସମ୍ପର୍କ ଓ ପାରସ୍ପରିକ ସମ୍ପର୍କ ପ୍ରତି ଭାରତ ତଥା ଇସ୍ରାଏଲ୍ ମଧ୍ୟରେ ସମାନ ପ୍ରତିବଦ୍ଧତାର ପ୍ରତୀକ। କାର୍ଯ୍ୟକ୍ରମରେ ଇସ୍ରାଏଲର ପରିବେଶ ସୁରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ରାମି ରୋସେନ, ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଜେପି ସିଂହ ଓ ବେନି ଶିମନ୍ ଆଞ୍ଚଳିକ ପରିଷଦର ମୁଖ୍ୟ ନିର ଜମିର ଉପସ୍ଥିତ ଥିଲେ। ସେମାନେ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପାଇଁ ଭାରତ-ଇସ୍ରାଏଲର ସମାନ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ। ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଜେ.ପି. ସିଂହ ସମାବେଶକୁ ସମ୍ବୋଧିତ କରି କହିଥିଲେ, ତୁ ବିଶ୍ୱତ ଓ ମା ନାମରେ ଗଛ ଟିଏ ଉଭୟ ପ୍ରଥା ବୃକ୍ଷକୁ ସମ୍ପ୍ରଦାୟ ଅଂଶଗ୍ରହଣ ତଥା ସ୍ଥାୟୀ ଜୀବନଶୈଳୀ ପାଇଁ ସ୍ଥାନିତ କରିଥାଏ। ଏହି ସହଭାଗୀ ପ୍ରଥାଗୁଡ଼ିକ ଭାରତ ଓ ଇସ୍ରାଏଲ ମଧ୍ୟରେ ନିବିଡ଼ ସାଂସ୍କୃତିକ ସମ୍ପର୍କ ତଥା ଦୃଢ଼ ଲୋକ ସମ୍ପର୍କକୁ ପ୍ରତିଫଳିତ କରିଥାଏ। ଯାହା ଆମ ଦୁଇ ଦେଶ ପ୍ରକୃତି, ସମ୍ପ୍ରଦାୟ ଓ ସମାନ ମୂଲ୍ୟବୋଧ ଉପରେ କେତେ ଗୁରୁତ୍ୱ ଦିଅନ୍ତି ତାହା ସ୍ପଷ୍ଟ କରିଥାଏ। ଏହି ବନ୍ଧନ ଆଗାମୀ ପିଢ଼ିରେ ପହଞ୍ଚିବ ଭାରତୀୟ ରାଷ୍ଟ୍ରଦୂତ କହିଥିଲେ, ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏହି ଗଛଗୁଡ଼ିକ ଭାରତ-ଇସ୍ରାଏଲ ବନ୍ଧୁତାର ଏକ ଚିରସ୍ଥାୟୀ ପ୍ରତୀକ ଭାବରେ ଠିଆ ହେବେ ଓ ଆଗାମୀ ପିଢ଼ି ପାଇଁ ଏହି ବନ୍ଧନକୁ ଆଗକୁ ବଢ଼ାଇବେ। ଭାରତ-ଇସ୍ରାଏଲର ଦୃଢ଼ ରଣନୈତିକ ସହଭାଗୀତାକୁ ଗୁରୁତ୍ୱ ଦେଇ ଉପସ୍ଥିତି ବିଶିଷ୍ଟ ବ୍ୟକ୍ତିମାନେ ପୃଥିବୀ ମାତାକୁ ସୁରକ୍ଷା ଦେବା ପାଇଁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଆହୁରି ପଢ଼ନ୍ତୁ:Statement Congress Narendra Modi ମୋଗାମ୍ବୋଙ୍କୁ ଖୁସି କରି ପରାଜୟ ସ୍ୱୀକାର କରିଛନ୍ତି ମୋଦୀ: କଂଗ୍ରେସର କଟାକ୍ଷ ପ୍ରକୃତିର ସୁରକ୍ଷା ଜୀବନର ସୁରକ୍ଷା ପାଇଁ ଅବିଚ୍ଛେଦ୍ୟ ରୋଜେନ କହିଥିଲେ, ଆଜିର କାର୍ଯ୍ୟକ୍ରମ ଇସ୍ରାଏଲ ଓ ଭାରତ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତୀକ। ଦୁଇ ଦେଶ ବର୍ତ୍ତମାନ ଅନେକ କ୍ଷେତ୍ରରେ ସହଯୋଗ କରୁଛନ୍ତି, ବିଶେଷକରି ଜଳବାୟୁ ଓ ପରିବେଶ କ୍ଷେତ୍ରରେ ଏହା ଜାରି ରହିଛି। ନବସୃଜନ ପାଇଁ ଆମେ ପ୍ରକୃତିର ସୁରକ୍ଷା ଜୀବନର ସୁରକ୍ଷା ପାଇଁ ଅବିଚ୍ଛେଦ୍ୟ ବୋଲି ଗ୍ରହଣ କରିଛୁ।। ମୁଁ ନିଶ୍ଚିତ, ଆଜି ଆମେ ଯେଉଁ ଗଛଗୁଡ଼ିକ ଲଗାଉଛୁ ତାହା ଗଭୀର ଭାବରେ ମୂଳ ଧରିବ ଓ ବହୁ ବର୍ଷ ପର୍ଯ୍ୟନ୍ତ ବଢ଼ିବ। ଯାହା ଇସ୍ରାଏଲ ଓ ଭାରତ ମଧ୍ୟରେ ଦୃଢ଼ ବନ୍ଧୁତା ତଥା ପ୍ରକୃତିକୁ ସୁରକ୍ଷା ଦେବା ସହିତ ଏକ ସବୁଜ, ସ୍ଥାୟୀ ଭବିଷ୍ୟତ ଗଠନ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରକାଶନ ହେବ। ଯେପରି ଗଛଗୁଡ଼ିକୁ ବଢ଼ିବା ପାଇଁ ସ୍ଥିର ମାଟି ଆବଶ୍ୟକ, ସେହିପରି ଆମର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଆଗାମୀ ପିଢ଼ି ପାଇଁ ସମାନ ମୂଲ୍ୟବୋଧ, ସହଭାଗୀତା ଓ ଆଶା ଉପରେ ଆଧାରିତ ବୋଲି ସେ କହିଥିଲେ। ଆହୁରି ପଢ଼ନ୍ତୁ:Mohan Charan Majhi: ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ
100 shares
😐
Samaja logo
Samaja
Feb 3, 2026, 03:06 AM
ଓଡ଼ିଶାରେ ତାପମାତ୍ରା ହ୍ରାସ; ସାରା ରାଜ୍ୟରେ କୁହୁଡ଼ି ପରିସ୍ଥିତି ଆଶଙ୍କା

ଓଡ଼ିଶାରେ ତାପମାତ୍ରା ହ୍ରାସ; ସାରା ରାଜ୍ୟରେ କୁହୁଡ଼ି ପରିସ୍ଥିତି ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ପାରଦ ୯.୪ଡିଗ୍ରୀ ରହିଛି। ଭୁବନେଶ୍ବରରେ ୧୫.୮ ଏବଂ କଟକରେ ୧୪.୪ ଡିଗ୍ରୀ ରହିଛି। ଗତକାଲି ଅପେକ୍ଷା ‌ଦ୍ବୖତନଗରୀରେ ରାତି ତାପମାତ୍ରା କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ଖୋର୍ଦ୍ଧା, ଅନୁଗୋଳ, ଛତ୍ରପୁର, କୋରାପୁଟ, ଗୋପାଳପୁର ଏବଂ ଭବାନୀପାଟଣାରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ମଙ୍ଗଳବାର ସକାଳେ ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଜିଲାର କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।
31 shares
😐
Prameya logo
Prameya
Feb 3, 2026, 02:48 AM
ହିନ୍ଦୀ ଚଳଚ୍ଚିତ୍ରରେ ନାଟକୀୟ ହିରୋ ପରିଚୟର ଉତ୍ଥାନ ପାରମ୍ପାରିକ ଥିଏଟରରୁ ଏକ ସ୍ଥାନାନ୍ତର

ହିନ୍ଦୀ ଚଳଚ୍ଚିତ୍ରରେ ନାଟକୀୟ ହିରୋ ପରିଚୟର ଉତ୍ଥାନ ପାରମ୍ପାରିକ ଥିଏଟରରୁ ଏକ ସ୍ଥାନାନ୍ତର

ଭୁବନେଶ୍ବର ୦୩/୦୨: ମଞ୍ଚ ଅନ୍ଧାର । ପରଦାରେ ଚାଲୁଛି ଟ୍ରେଲର । ଚାରିଆଡେ ପାହାଡ଼, ଜଙ୍ଗଲ । ମଝିରେ ଦୌଡୁଛନ୍ତି ହିରୋ । କ୍ୟାମେରାରେ ଲମ୍ବା ସଟ୍ । ଶେଷରେ ସେ ପରଦା ପାଖରେ ପହଞ୍ଚିଯାଉଛନ୍ତି, ହଠାତ୍ ଲାଇଟ୍ ଅନ୍ ହେବା ସହ ହିରୋ ଆସି ମଞ୍ଚରେ । ସତେ ଯେମିତି ନାୟକ ଜଣଙ୍କ ପରଦା ଫଟାଇ ସିଧା ଆସି ମଞ୍ଚରେ । କେବଳ ସେତିକିନୁହେଁ, ଲଭ୍ ସଙ୍ଗ୍ ହେଉ ଅବା ଟାଇଟଲ ଟ୍ରାକ୍ ସବୁବେଳେ ଗୀତ ବାଜିବା ସହ ପରଦାରେ କୌଣସି ଦୃଶ୍ୟ ଚାଲୁଛି । ଫଳରେ ଯାତ୍ରା ଏକଦମ୍ ସିନେମା ଭଳି ଲାଗୁଛି । ହିନ୍ଦୀ ଚଳଚ୍ଚିତ୍ର ଫଟା ପୋଷ୍ଟର ନିକଲା ହିରୋ ଭଳି ଯାତ୍ରାରେ ନାୟକର ଏଣ୍ଟ୍ରିକୁ ତୁଳନା କରିଛନ୍ତି । ଅବଶ୍ୟ ନୂତନ ପିଢି ଏହି ଧାରାକୁ ଗ୍ରହଣ କରିଛନ୍ତି, ହେଲେ ପୁରୁଣା ପିଢି ଓ ବୟସ୍କ ଯାତ୍ରାପ୍ରେମୀ ଏସବୁକୁ ନାପସନ୍ଦ କରୁଛନ୍ତି । ଏଭଳି ହେବାଦ୍ୱାରା ମଞ୍ଚ ଯାତ୍ରାର ମୌଳିକତା ରହୁନି । ମଞ୍ଚରେ ଲାଇଟ୍, ସାଉଣ୍ଡ ଓ ଆକ୍ସନର ସ୍ଥାନ ନାହିଁ । ଟେକ୍, ରିଟେକ୍ ବି ମନା । ସବୁ ଫାଇନାଲ । ବର୍ଷର ୩ମାସ ରିହର୍ସାଲ ଓ ବାକି ୬ମାସ ମଞ୍ଚରେ ପରୀକ୍ଷା । ଦର୍ଶକ ମାର୍କ ଦେବେ । ଯାତ୍ରା କହିଲେ, ମଞ୍ଚ, ମଖମଲି ରଙ୍ଗବେରଙ୍ଗର କପଡ଼ା, ମାଇକ୍ରୋଫୋନ୍, ଜୋନ୍ ଓ ଡାଏସ୍ । ହେଲେ କରୋନା ପରେ ପରେ ଯାତ୍ରାର ରୂପ ବଦଳିବାରେ ଲାଗିଛି । କେତେବେଳେ ପରଦା ତ କେତେବେଳେ ରୋବୋଟ୍, ପୁଣି ସାପକୁ ଘୋଡ଼ା । ଯାତ୍ରାକୁ କେମିତି ଆକର୍ଷଣୀୟ କରାଯିବ, ତାକୁ ନେଇ ଚାଲିଛି ଭଳିକିଭଳି ଯୋଜନା । ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଖଣ୍ଡଗିରି ମେଳାରେ ଚାଲିଛି ଯାତ୍ରା ମହାସମର । ଯାତ୍ରାରେ ବିଭିନ୍ନ ନାମକରା ଦଳ ନିଜ ନାଟକକୁ ଆକର୍ଷଣୀୟ କରିବା ପାଇଁ ପରଦା ଲଗାଉଛନ୍ତି । ହେଲେ ଏସବୁ ମଧ୍ୟରେ ଯାତ୍ରାପ୍ରେମୀ କାହାଣୀକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଯଦି କାହାଣୀରେ ଦମ୍ ଅଛି ଓ କଳାକାରମାନେ ଦମଦାର ତେବେ ଏସବୁ ପରଦା, ସାପର କୌଣସି ଆବଶ୍ୟକତା ନାହିଁ ବୋଲି ଯାତ୍ରାପ୍ରେମୀମାନେ କହିଛନ୍ତି। ଆହୁରି ପଢ଼ନ୍ତୁ:-ପୁଅ ଥିଲେ ହୋଇଗଲେ ଝିଅ , ସମୀର ନାୟକ ଏବେ ସମୀରା ମାଡାମ୍
29 shares
😐
Sambad logo
Sambad
Feb 3, 2026, 02:30 AM
ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ଓଡ଼ିଶା ଉପକୂଳ ପରିବେଶ ବିପଦର ସମ୍ମୁଖୀନ

ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ଓଡ଼ିଶା ଉପକୂଳ ପରିବେଶ ବିପଦର ସମ୍ମୁଖୀନ

ଓଡ଼ିଶା ଉପକୂଳ ସଂପ୍ରତି ସାମ୍ନା କରୁଥିବାପରିବେଶସମସ୍ୟାକୁ ନେଇ ଗତ ମାସରେ ଭୁବନେଶ୍ବରଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ତଟୀୟ ନିୟନ୍ତ୍ରୀତ କ୍ଷେତ୍ର(ସିଆର୍‌ଜେଡ୍‌)ରେ ବଢୁଥିବା ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ ପରିବେଶବିତ୍‌ମାନେ ଗଭୀର ଉଦ୍‌ବେଗ ପ୍ରକଟ କରିଥିଲେ। ସୂଚନାଯୋଗ୍ୟ, ଗଞ୍ଜାମର ବାହୁଦା ମୁହାଣରୁ ବାଲେଶ୍ବରର ତାଳସାରୀ ଯାଏ ବ୍ୟାପ୍ତ ୫୭୪ କ‌ିଲୋମିଟର ଉପକୂଳ ରେଖା ସଂଲଗ୍ନ କିଛି ଅତି ସମ୍ବେଦନଶୀଳ ଅଞ୍ଚଳ ରହିଛି, ଯାହାକୁ ସିଆର୍‌ଜେଡ୍‌ ଭାବେ ଚିହ୍ନଟ କରାଯାଇଛି। ତେଣୁ ସେଠାରେ ନିର୍ମାଣ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପକୁ ନିଷେଧ କରାଯାଇଛି। ଏହି କଟକଣା ପଛରେ ଯେଉଁସବୁ କାରଣ ରହିଛି ସେଥିମଧ୍ୟରେ ପ୍ରମୁଖ କାରଣ ହେଲା ତଟରେଖାକୁ ଲାଗି କେତେକ ଅଞ୍ଚଳରେ ବିସ୍ତୃତ ହେନ୍ତାଳବନ ବା ସାମୁଦ୍ରିକ ଲୁଣା ଜଙ୍ଗଲର ଅବସ୍ଥିତି। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ ସମୁଦ୍ର ଓ ଜନବସତି ମଧ୍ୟରେ ଲୁଣା ଜଙ୍ଗଲ ଏକ ସୁରକ୍ଷିତ ପ୍ରାଚୀର ଭାବେ କାର୍ଯ୍ୟ କରିଥାଏ। କିନ୍ତୁ ବେଆଇନ ଜବରଦଖଲ ସେଥିପ୍ରତି ବିପଦ ସୃଷ୍ଟି କରୁଛି ସାମୁଦ୍ରିକ ଝଡ଼ ଓ ସୁନାମି ଭଳି ବିପର୍ଯ୍ୟୟର ପ୍ରଭାବକୁ କିଛି ମାତ୍ରାରେ ହ୍ରାସ କରିବା ସହ ଏହା ଏକ ପ୍ରାକୃତିକ ପ୍ରାଚୀର ଭାବେ କାର୍ଯ୍ୟ କରିଥାଏ। ଓଡ଼ିଶାରେ ଘଟିଥିବା ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଫାଇଲିନ୍‌, ୟଶ୍‌, ଅମ୍ଫାନ ଓ ଫନି ଭଳି ବାତ୍ୟା ସମୟରେ ମଧ୍ୟ ଏହା ଊଣାଅଧିକେ ପ୍ରମାଣିତ ହୋଇଛି। ଗତ ବର୍ଷ ବମ୍ବେ ଆଇଆଇଟି ପକ୍ଷରୁ କରାଯାଇଥିବା ଗବେଷଣା ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତୀୟ ଉପକୂଳ‌ରେ ବାତ୍ୟା ଓ ସୁନାମି ପ୍ରଭାବକୁ ହେନ୍ତାଳବନ ସୁରକ୍ଷା ଦେଇଆସିଛି। ୧୯୯୯ର ମହାବାତ୍ୟା ଚିଲିକାରୁ ଚାନ୍ଦବାଲି ଯାଏ ଉପକୂଳ ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ରଚି ବିଶ୍ବରେ ଏକ ଭୟଙ୍କର ପ୍ରାକୃତିକ ଦୁର୍ବିପାକ ଭାବେ ପରିଗଣିତ ହୋଇଥିଲା। କିନ୍ତୁ ହେନ୍ତାଳବନରେ ଭରପୂର ଥିବା ଭିତରକନିକା ଅଭୟାରଣ୍ୟ ଓ ଏହା ସଂଲଗ୍ନ ଗ୍ରାମଗୁଡ଼ିକରେ ସେଭଳି କ୍ଷୟକ୍ଷତି ହୋଇ ନଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଘଟିଯାଇଥିବା ଅନେକ ସାମୁଦ୍ରିକ ଝଡ଼ ବେଳେ ହେନ୍ତାଳ ବନ ସଂଲଗ୍ନ ଅଞ୍ଚଳଗୁଡ଼ିକ ଅପେକ୍ଷାକୃତ ଭାବେ କମ୍‌ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ହେନ୍ତାଳ ବନର ଉପଯୋଗିତାକୁ ବିଚାରକୁ ନେଇ ୨୦୨୧ରେ ରାଜ୍ୟ ସରକାର ୭ଟି ଜିଲ୍ଲାରେ ଲୁଣା ଜଙ୍ଗଲ ସୃଷ୍ଟି କରିବା ପାଇଁ ୪୦୦ ହେକ୍ଟର ଜମି ଚିହ୍ନଟ କରିଥିଲେ। History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’ ଓଡ଼ିଶା ଉପକୂଳରେ ୨୩୧ ବର୍ଗ କିମି ଲୁଣାଜଙ୍ଗଲ ରହିଛି। ପଶ୍ଚିମବଙ୍ଗର ସୁନ୍ଦରବନ ପରେ ଏହା ଦେଶର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲ। ସେଥିମଧ୍ୟରୁ ବୃହତ୍‌ ଅଂଶକେନ୍ଦ୍ରାପଡ଼ାଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଥିବାବେଳେପୁରୀ,ଜଗତସିଂହପୁରଓ ବାଲେଶ୍ବର ଉପକୂରେ ଠାଏ ଠାଏ ଲୁଣାଜଙ୍ଗଲ ରହିଛି। ଭିତରକନିକା ଅଭୟାରଣ୍ୟ ବ୍ରାହ୍ମଣୀ-ବୈତରଣୀ ତ୍ରିକୋଣଭୂମିର ଶେଷ ମୁଣ୍ଡରେ ରହିଛି। ସେହିପରି ମହାନଦୀ ତ୍ରିକୋଣଭୂମିରେ ମଧ୍ୟ ଲୁଣା ଜଙ୍ଗଲ ଦୃଶ୍ୟମାନ ହୁଏ। ସାମୁଦ୍ରିକ ଜୁଆରକୁ ଅଟକାଇବା ସହ ପବନର ବେଗ ହ୍ରାସ କରିବା, ମୃତ୍ତିକା କ୍ଷୟ ରୋକିବା ଏବଂ ସର୍ବୋପରି ସମୁଦ୍ର ଓ ଜନବସତି ମଧ୍ୟରେ ଏକ ସୁରକ୍ଷିତ ପ୍ରାଚୀର ଭାବେ ଲୁଣା ଜଙ୍ଗଲ କାର୍ଯ୍ୟ କରିଥାଏ। ତେବେ ସମୁଦ୍ର ତଟରେ ବ୍ୟାପକ ଚିଙ୍ଗୁଡ଼ି ଘେରି ଯୋଗୁଁ ଏହି ଲୁଣାଜଙ୍ଗଲ ନଷ୍ଟ ହେଉଥିବା ଦେଖାଯାଉଛି। ସେହିପରି ବେଆଇନ ଜବରଦଖଲ ମଧ୍ୟ ଅନ୍ୟ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି।
64 shares
😢
Sambad logo
Sambad
Feb 3, 2026, 02:11 AM
ଭୁବନେଶ୍ୱରର କୁଶଭଦ୍ରା ନଦୀ ଭୂ ମାଫିଆ ଏବଂ ପରିବେଶ ଅବହେଳାରୁ ବିପଦରେ

ଭୁବନେଶ୍ୱରର କୁଶଭଦ୍ରା ନଦୀ ଭୂ ମାଫିଆ ଏବଂ ପରିବେଶ ଅବହେଳାରୁ ବିପଦରେ

ଭୁବନେଶ୍ୱର: ମାଟିମାଫିଆଙ୍କ କବଳରେକୁଶଭଦ୍ରା ନଦୀ। ପ୍ରତିଦିନ ଜେସିବି, ଟ୍ରାକ୍ଟର ଲଗାଇ ଏମାନେ ପ୍ରକୃତିକୁ ଖିନ୍‌ଭିନ୍‌ କରିବାରେ ଲାଗିଛନ୍ତି। ମାଟି ତାଡ଼ି ନଦୀବନ୍ଧକୁ ତ ଦୁର୍ବଳ କରୁଛନ୍ତି, ଇଟାପୋଡ଼ି ପ୍ରଦୂଷଣ ମାତ୍ରାକୁ ବଢ଼ାଇବାରେ ଲାଗିଛନ୍ତି। ରାଜଧାନୀ ଉପକଣ୍ଠରେ ପ୍ରକୃତି ଉପରେ ପ୍ରତିଦିନ ଏପରି ପ୍ରହାର ଚାଲିଥିବା ବେଳେ ନା ରାଜସ୍ବ ବିଭାଗର ନିଦ ଭାଙ୍ଗୁଛି ନା ସରକାରଙ୍କର। ଏଣୁ ମାଟିମାଫିଆଙ୍କ ଏହି ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମାନେନଦୀଭିତରେ ନିଜର କାୟା ମେଲାଇବାରେ ଲାଗିଛନ୍ତି। ବେଧଡ଼କ ମାଟିପୋଡ଼ି ଇଟା ବେପାର କରୁଛନ୍ତି । Unit-1 Wholesale: ୟୁନିଟ-୧ ହୋଲ୍‌ସେଲ୍ ପରିବା ମାର୍କେଟ୍‌ ଭଗବାନପୁରକୁ ସ୍ଥାନାନ୍ତର ପ୍ରସଙ୍ଗ, ସରକାରଙ୍କ ‘ହଁ’କୁ ଅପେକ୍ଷା ଆଇନ ବ୍ୟବସ୍ଥାରେ ମାଟିଇଟାରେ କଟକଣା ଲଗାଯାଇଛି। ଏହାପ୍ରଦୂଷଣବଢ଼ାଉଥିବାରୁ ଓ ପ୍ରକୃତିର ବିରଳ ସୃଷ୍ଟି ମାଟିକୁ ନଷ୍ଟ କରୁଥିବାରୁ ମାଟିଇଟା ବଦଳରେ ଶିଳ୍ପସଂସ୍ଥା ବଜ୍ୟରୁ ପ୍ରସ୍ତୁତ ପାଉଁଶ ଇଟା ବ୍ୟବହାରକୁ ସରକାର ବ୍ୟାପକ କରୁଛନ୍ତି। ଆଇନ ବ୍ୟବସ୍ଥା କହୁଛି, ପ୍ରାକୃତିକ ନଦୀନାଳ ପାଖରେ ଇଟାଭାଟି ହୋଇପାରିବନି। ସ୍କୁଲ୍‌, କଲେଜ, ଆବାସିକ ଅଞ୍ଚଳରେ ଏଭଳି ଇଟାଭାଟି ହୋଇପାରିବନି। ଜାତୀୟ ଗ୍ରିନ୍‌ ଟ୍ରିବୁନାଲ୍‌ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ଏଥିରେକଟକଣାଲଗାଇଛନ୍ତି। କିନ୍ତୁ ଭୁବନେଶ୍ବର ଉପକଣ୍ଠରେ ଏହି ଆଇନକୁ ଦଳି ଦିଆଯାଇଛି। protecting nature: ପ୍ରକୃତି ରକ୍ଷା ଅପେକ୍ଷା ନଷ୍ଟରେ ଖର୍ଚ୍ଚ ଅଧିକ! କୁଆଖାଇରୁ ଶାଖା ନଦୀ ଭାବେ ଜନ୍ମ ନେଇଛି କୁଶଭଦ୍ରା। କୁଶଭଦ୍ରାର ଉତ୍ପତି ସ୍ଥଳରେ ଏଭଳି ପ୍ରକୃତି ଉପରେ ନିୟମିତ ପ୍ରହାର ଚାଲିଛି। ମହାତ୍ମାଗାନ୍ଧୀ ବ୍ରିଜ୍‌ନିକଟରେଓପୁରୀକେନାଲ୍‌କୁ ଲାଗି ଉଭୟ ପାର୍ଶ୍ବରେ ୫ରୁ ଅଧିକ ଇଟାଭାଟି ଚାଲିଛି। ଯେଉଁଠି ନଦୀପଠାକୁ ନିୟମିତ ଖୋଳା ଚାଲିଛି। ଏଥିପାଇଁ ବଡ଼ ବଡ଼ ଜେସିବି ସାଙ୍ଗକୁ ଟ୍ରାକ୍ଟର ନିୟୋଜିତ କରାଯାଇଛି। ମାଟିଇଟା ପ୍ରସ୍ତୁତି ପାଇଁ କୁଶଭଦ୍ରା ନଦୀ ଭିତରେ ବଡ଼ ବଡ଼ ଅଞ୍ଚଳକୁ ଟ୍ରାକ୍ଟର ଜରିଆରେ ଖୋଳି ଏଥିରେପାଣିସହ କଳାରଙ୍ଗର କିଛି ମିଶ୍ରଣ ମିଶାଇ କାଦୁଅ କରିବା ପରେ ଏହାକୁ ଆଣି ଇଟା ପ୍ରସ୍ତୁତ କରାଯାଉଛି। ପରେ ଭାଟିରେ ଏହାକୁ ପୋଡ଼ାଯାଉଛି। କିଛିସ୍ଥାନରେ ଦିନରେ ଅବାଧ ଏଭଳି ଇଟାପୋଡ଼ି ହେଉଛି। କିନ୍ତୁ ଅଧିକାଂଶ ସମୟରେ ରାତିରେ ଏଭଳି ଇଟାପୋଡ଼ା ଯାଉଛି। ଆଜି ବି ସ୍ଥିତି ଅନୁଧ୍ୟାନ ବେଳେ ଦୁଇଟି ଇଟାଭାଟିରେ ମାଟି ଇଟା ପୋଡ଼ା ଯାଉଥିବା ଓ ଏହାର ପ୍ରଦୂଷଣକୁ ସିଧାସଳଖ ବାୟୁମଣ୍ଡଳକୁ ଛଡ଼ା ଯାଉଥିବା ଦେଖିବାକୁ ମିଳିଥିଲା। ବଡ଼କଥା ହେଉଛି, ଏହି ମାଟିମାଫିଆମାନେ ଅଞ୍ଚଳବାସୀଙ୍କୁଭୟଭୀତକରାଇ ଏଭଳି କାମ କରୁଛନ୍ତି। ଯଦି କେହି ପାଟି ଖୋଲିଲା, ସିଧାସଳଖ ଧମକଚମକ ଦିଆଯାଉଛି। ଏଣୁ ଅଞ୍ଚଳବାସୀ ଏମାନଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ମୁତାବକ, ପୂର୍ବରୁ ଏମାନେ ନଦୀ ଭିତରେ ଅଳ୍ପ କିଛି ଜାଗାରେ ଇଟା ପୋଡ଼ୁଥିଲେ। ଏବେ ନଦୀ ଭିତରେ ଏକର ଏକର ଜାଗାକୁ ନିଜ ଦଖଲକୁ ନେଇ ଇଟାଭାଟି କରିଛନ୍ତି। ଏହି ସ୍ଥାନରୁ ଲକ୍ଷ ଲକ୍ଷ ଇଟା ବିକ୍ରି ହେଉଛି। ଏହାର ଲାଭାଂଶ ରାଜସ୍ବ ବିଭାଗ, ପୁଲିସ ଓ ଅନ୍ୟ ବଡ଼ ବଡ଼ଅଧିକାରୀଙ୍କପକେଟ୍‌କୁ ଯାଉଥିବା ଅଭିଯୋଗ ହୋଇଛି। ଯେଉଁ କାରଣରୁ ଆଖି ଆଖରେ ଏଭଳି ବେଆଇନ କାର୍ଯ୍ୟକଳାପ ଦେଖି ବି ସ‌ମସ୍ତେ ନିରବ ରହିଛନ୍ତି।
73 shares
😢
Sambad logo
Sambad
Feb 3, 2026, 02:11 AM
ଅଜିତ କୁମାର ପାଲେଙ୍କ ପରିବେଶ ଅନୁକୂଳ ପ୍ରୟାସ ସୁସ୍ଥ ଜୀବନ ପାଇଁ ପରିବେଶ ସଂରକ୍ଷଣ

ଅଜିତ କୁମାର ପାଲେଙ୍କ ପରିବେଶ ଅନୁକୂଳ ପ୍ରୟାସ ସୁସ୍ଥ ଜୀବନ ପାଇଁ ପରିବେଶ ସଂରକ୍ଷଣ

ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ଉତ୍ତମ ପରିବେଶ ବିନାସୁସ୍ଥଜୀବନ ଅସମ୍ଭବ। ସେଥିପାଇଁ ପରିବେଶର ଯତ୍ନ ନେବା ଆମର ପ୍ରଧାନ କାର୍ଯ୍ୟ ବୋଲି ଚିନ୍ତା କରନ୍ତି ଯୁବ ପରିବେଶ ପ୍ରେମୀ ଅଜିତ କୁମାର ପଲେଇ। କେବଳ ଚିନ୍ତା କରନ୍ତି ନାହିଁ, ଆମେ କିପରି ପ୍ଲାଷ୍ଟିକ୍‌ ବ୍ୟବହାରକୁ କମ୍‌ କରିପାରିବା ସେ ଦିଗରେ ସେ କାମ ବି କରୁଛନ୍ତି। ନିଜେ ପରିବେଶ ପାଇଁ କାମ କରିବା ସହିତ ଲୋକଙ୍କୁ ସେ ଦିଗରେ ସଚେତନ କରାଇବା ଅଜିତଙ୍କର ପ୍ରଥମ କାମ। ସଚେତନତା ବାଣ୍ଟି ସେ ଆଞ୍ଚଳିକ ଲୋକଙ୍କୁ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ କରିବାକୁ ମତାଉଛନ୍ତି। Epstein Files: ଏପଷ୍ଟାଇନ ଫାଇଲରେ ଭାରତୀୟଙ୍କ ପ୍ରତି ନରୱେର ପୂର୍ବତନ କୂଟନୀତିଜ୍ଞଙ୍କ ଅପମାନଜନକ ମନ୍ତବ୍ୟ ପରିବେଶ ପାଇଁ କିଛି ବଡ଼ କରିବାର ଆଶା ନେଇ ୨୦୨୩ ମସିହାରେ ‘ଇକୋ ସାଥୀ’ ନାମକ ଏକ ସଂସ୍ଥା ଖୋଲନ୍ତି ଅଜିତ। ଏହି ସଂସ୍ଥା ଜରିଆରେ ସେ ପ୍ଲାଷ୍ଟିକ୍‌ ଓ ବାୟୁ ପ୍ରଦୂଷଣକୁ ରୋକିବାର ଗୁରୁଦାୟିତ୍ବ ଗ୍ରହଣ କରିଛନ୍ତି। ଯେଉଁ ସବୁ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ରୋକିଲେ କିଛି ମାତ୍ରାରେ ପ୍ରଦୂଷଣ ରୋକାଯାଇପାରିବ, ସେଗୁଡ଼ିକ ପ୍ରତି ସେ ଧ୍ୟାନ ଦିଅନ୍ତି। ଚାଷୀମ‌ାନେ ନଡ଼ା ଜାଳିବା ଜନିତ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବି ସଚେତନତା ବାଣ୍ଟନ୍ତି ତାଙ୍କ ସଂସ୍ଥାର ସଦସ୍ୟମାନେ। ତାଙ୍କ ସଂସ୍ଥା ବିଶେଷ କରି ପ୍ଲାଷ୍ଟିକ୍‌ର ବିକଳ୍ପ ସାମଗ୍ରୀ ତିଆରି କରେ, ଯାହାର ବ୍ୟବହାର ଦ୍ବାରା ପରିବେଶ ଉପରେ କୌଣସି କୁପ୍ରଭାବ ପଡ଼େନାହିଁ। ବାଉଁଶରେ ଦାନ୍ତଘସା ବ୍ରସ୍‌ରୁ ନେଇ, ଜିଭଛେଲା, ପାଣି ବୋତଲ ଆଦି ତିଆରି କରନ୍ତି। ଏହାଛଡ଼ା ଗହମର ଅବଶିଷ୍ଟାଂଶରୁ ବ୍ରସ୍‌ ତିଆରିବାରୁ ନେଇ ନିମ୍ବ କାଠର ପାନିଆ, ବାଉଁସ ଟିସୁ ପେପର୍‌, ହରବାଲ୍‌ ସାବୁନ ଆଦି ତିଆରନ୍ତି। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ କିଛି ‌ସାମଗ୍ରୀ ତାଙ୍କ ସଂସ୍ଥାରେ ତିଆରି କରନ୍ତି ତ ଆଉ କିଛି ସାମଗ୍ରୀ ବାହାରୁ ବରାଦ ଦେଇ କରାନ୍ତି। ଭବିଷ୍ୟତରେଓଡ଼ିଶାର ଆଞ୍ଚଳିକ କୃଷକମାନଙ୍କୁ ଏହି କାର୍ଯ୍ୟରେ ସାମିଲ୍‌ କରି ଆହୁରି ଆଗକୁ ବଢ଼ିବାର ସ୍ବପ୍ନ ଦେଖିଛନ୍ତି ସେ। ଅଜିତ ବିଟେକ୍‌ ପାସ୍‌ କରିବା ପରେ ଦୀର୍ଘ ୫ ବର୍ଷ ଧରି ଭୁବନେଶ୍ୱର ସ୍ମାର୍ଟ ସିଟି କାର୍ଯ୍ୟାନ୍ୱୟନ ପାଇଁ ପରାମର୍ଶଦାତା ଭାବରେ କାମ କରି ସାରିଥିବା ବେଳେ ଏବେ ସେ ସଂପୂର୍ଣ୍ଣ ରୂପେ ନିଜ ସଂସ୍ଥା ‘ଇକୋ ସାଥୀ’ ପାଇଁ ଉତ୍ସର୍ଗୀକୃତ। ସୁସ୍ଥ ପରିବେଶ ଗଠନ କରିବା ଦିଗରେ ତାଙ୍କର ଏହି ଯାତ୍ରାକୁ ଆହୁରି ଦୃଢ଼ କରିବାକୁ ସେ ପ୍ରତିଜ୍ଞାବଦ୍ଧ।
33 shares
😐
Sambad logo
Sambad
Feb 3, 2026, 02:05 AM
ଅଭିବୃଦ୍ଧି ଆହ୍ୱାନ ମଧ୍ୟରେ ଖଣ୍ଡଗିରି ପାଇକାରୀ ପନିପରିବା ବଜାର ସ୍ଥାନାନ୍ତର ଆଶାର ସମ୍ମୁଖୀନ

ଅଭିବୃଦ୍ଧି ଆହ୍ୱାନ ମଧ୍ୟରେ ଖଣ୍ଡଗିରି ପାଇକାରୀ ପନିପରିବା ବଜାର ସ୍ଥାନାନ୍ତର ଆଶାର ସମ୍ମୁଖୀନ

ଖଣ୍ଡଗିରି:ୟୁନିଟ-୧ ହାଟରେଥିବା ହୋଲ୍‌ସେଲ୍ ପରିବା ମାର୍କେଟ୍‌ସମସ୍ୟା ଦୂର ହୋଇପାରୁ ନାହିଁ। ବାହାର ରାଜ୍ୟରୁ ଆସୁଥିବା ପରିବା ଟ୍ରକ୍‌‌ଗୁଡ଼ିକ ସହର ଭିତରକୁ ପ୍ରବେଶ ନେଇ କଟକଣା ଯୋଗୁ ବ୍ୟବସାୟୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ପରିବା ହୋଲସେଲ୍ ମାର୍କେଟ୍‌କୁ ରାଜଧାନୀ ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। ମାତ୍ର ତାହା ବିଭିନ୍ନ କାରଣ ପାଇଁ କାର୍ଯ୍ୟକାରୀ ହୋଇପାରୁ ନଥିଲା। କେବେ ଜମି ଅଡ଼ୁଆ ତ ଆଉ କେବେ ଜବରଦଖଲ ସମସ୍ୟା ବାଟ ଓଗାଳୁଥିଲା। ଏବେ ଏହାର ସ୍ଥାନାନ୍ତରଣ ନେଇ ଆଶା ଅଙ୍କୁରିତ ହୋଇଛି। ବିଏମ୍‌ସି ପକ୍ଷରୁ ପ୍ରଶାସନିକଅନୁମୋଦନପ୍ରଦାନ ପାଇଁ ସରକାରଙ୍କ ହାଟର ନକ୍ସା, ବ୍ୟୟ ଆକଳନ ଦାଖଲ କରାଯାଇଛି। ଏହାର ଅନୁମୋଦନ ହେଲେ ଭଗବାନପୁରରେ କାମ ଆରମ୍ଭ ହେବ। protecting nature: ପ୍ରକୃତି ରକ୍ଷା ଅପେକ୍ଷା ନଷ୍ଟରେ ଖର୍ଚ୍ଚ ଅଧିକ! ୟୁନିଟ-୧ ହାଟ ୧୯୫୦ ଦଶକରେଭୁବନେଶ୍ୱରରତତ୍କାଳୀନ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ତିଆରି ହୋଇଥିଲା। ପୁରୁଣା ମାର୍କେଟରେ ମାତ୍ର ୨୪ଟି ଦୋକାନ ଥିଲା। ହେଲେ ବର୍ତ୍ତମାନର ପରିସ୍ଥିତିରେ, ବଜାରରେ ୧୦୫୩ ଜଣ ଅଧିକୃତ ଖୁଚୁରା ବିକ୍ରେତା ଓ ୫୦ ଜଣ ପାଇକାରୀ ପନିପରିବା ବିକ୍ରେତା ଅଛନ୍ତି। ବର୍ଷ ବର୍ଷ ଧରି ପ୍ରାୟ ୨୦୦୦ ଅନଧିକୃତ ବିକ୍ରେତା ଏହି ସ୍ଥାନକୁ ଜବରଦଖଲ କରିଛନ୍ତି। ଖୁଚୁରା ସହ ହୋଲସେଲ୍ ପରିବା ବ୍ୟବସାୟୀମାନେ ସ୍ଥାନ ଅଭାବରୁ ବର୍ଷ ବର୍ଷ ହେଲା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ହୋଲ୍‌ସେଲ୍‌ପରିବା ମାର୍କେଟ୍‌ସ୍ଥାନାନ୍ତର କରିବାକୁ ୨୦୧୦ରୁ ଦାବି ହେଉଥିଲା। ସ୍ଥିତି ଅଣାୟତ୍ତ ହେବାରୁ ୨୦୧୯ରେ ହୋଲ୍‌ସେଲ୍‌ପରିବା ମାର୍କେଟ୍‌ଭଗବାନପୁରକୁ ଉଠାଇ ନେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭଗବାନପୁରରେ ଦୁଇଟି ପର୍ଯ୍ୟାୟରେ ସାଢ଼େ ୯ ଏକର ଜାଗା ଯୋଗାଇ ଦିଆଯାଇଥିଲା। ୨୦୨୨ରେ ୭.୨୧ ଏକରଜମିରେଶତାଧିକ ଗଛ କାଟି ବିଏମ୍‌ସି ପାଚେରି ନିର୍ମାଣ କରିଥିଲା। ପରେ ଏଠାରେ ହାଟ ନିର୍ମାଣ ହୋଇଥାନ୍ତା। ହେଲେ ବ୍ୟବସାୟୀମାନେ ବାରମ୍ବାର ବିଏମ୍‌ସିରେ ପ୍ରସ୍ତାବକୁ ସ୍ବୀକାର ନ କରିବାରୁ କାର୍ଯ୍ୟ ଆଗେଇ ପାରୁ ନଥିଲା।ଏବେ ବିଏମ୍‌ସି ପକ୍ଷରୁ ୪୫ କୋଟି ୮୦ଲକ୍ଷ ଟଙ୍କାର ପ୍ରକଳ୍ପ ବଜେଟ୍‌ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କନିକଟକୁପଠାଯାଇଛି। ଏହି ପ୍ଲାନ୍‌ଅନୁଯାୟୀ ହୋଲସେଲ ବିକ୍ରେତାମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟାଳୟ ସ୍ଥାନ, ପ୍ରଦର୍ଶନ କ୍ଷେତ୍ର, ବୋଝେଇ/ଖଲାସ ସ୍ଥାନ ମିଳିବ। ସେହିପରି ଟ୍ରକ ପାର୍କିଂ, ଡ୍ରାଇଭରଙ୍କ ବିଶ୍ରାମ କ୍ଷେତ୍ର, ଶୌଚାଳୟ, ଶୀତଳ ସଂରକ୍ଷଣ ସୁବିଧା, ଯାନବାହନ ଓଜନ ମେସିନ୍, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସିସିଟିଭି, ନିରୀକ୍ଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ। Rayagada will be a modern industrial area: ଆଧୁନିକ ଶିଳ୍ପାଞ୍ଚଳ ହେବ ରାୟଗଡ଼ା: ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ବିଏମ୍‌ସି ସିଟି ଇଞ୍ଜିନିୟର ନାରଦ ଚନ୍ଦ୍ର ରଥକହିଥିଲେଯେ, ହାଟ ସ୍ଥାନାନ୍ତର ନେଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୧ ନମ୍ବର ହାଟରୁ ବ୍ୟବସାୟୀଙ୍କୁ ଭଗବାନପୁର ସ୍ଥାନାନ୍ତର ପରେ ହିଁ ହାଟର ଉନ୍ନତିମୂଳକ କାମ ହୋଇ ପାରିବ। ଏଥିପାଇଁ ସମସ୍ତ ରୂପରେଖ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆଯାଇଛି। ଆସନ୍ତାସପ୍ତାହରେଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭଗବାନପୁର ଯୋଜନା ସମ୍ପର୍କରେ ଏକ ପ୍ରେଜେଣ୍ଟେସନ୍ ପ୍ରଦାନ କରାଯିବ। ସରକାର ଅନୁମୋଦନ କରିବା ପରେ ଟେଣ୍ଡର୍‌ ଡକାଯିବ ବୋଲି ସେ କହିଛନ୍ତି।
20 shares
😢
Sambad logo
Sambad
Feb 3, 2026, 01:50 AM
ପରିବେଶ ପାଇଁ କ୍ଷତିକାରକ କାର୍ଯ୍ୟକଳାପରେ ବିଶ୍ୱସ୍ତରୀୟ ନିବେଶ 73 ଲକ୍ଷ କୋଟି ଡଲାରରେ ପହଞ୍ଚିଛି ଜାତିସଂଘ ରିପୋର୍ଟ

ପରିବେଶ ପାଇଁ କ୍ଷତିକାରକ କାର୍ଯ୍ୟକଳାପରେ ବିଶ୍ୱସ୍ତରୀୟ ନିବେଶ 73 ଲକ୍ଷ କୋଟି ଡଲାରରେ ପହଞ୍ଚିଛି ଜାତିସଂଘ ରିପୋର୍ଟ

ଜାତିସଂଘପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ‘ଷ୍ଟେଟ୍ ଅଫ୍ ଫାଇନାନ୍‌ସ ଫର୍ ନେଚର ୨୦୨୬’ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ପରିବେଶକୁ ଗମ୍ଭୀର ଭାବେ ପ୍ରଭାବିତ କରିବା ଭଳି କାର୍ଯ୍ୟରେ ବୈଶ୍ୱିକ ନିବେଶର ପରିମାଣ ୭.୩ ଟ୍ରିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଛି। କେଉଁ କ୍ଷେତ୍ରରେ କେତେ ଅର୍ଥ ବିନିଯୋଗ ହୋଇଛି ସେଥିରୁ ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଏ। ସର୍ବାଧିକ ନିବେଶ ଆକୃଷ୍ଟ କରିଥିବା କ୍ଷେତ୍ର ହେଉଛି ଶିଳ୍ପ, ଯେଉଁଥିରେ ୧.୩୮ ଟ୍ରିଲିଅନ ଡଲାରର ପ୍ରକୃତି-ବିରୋଧୀ ନିବେଶ ହୋଇଛି। ଏହା ପଛକୁ ଯଥାକ୍ରମେ ଜୀବାଶ୍ମ ଇନ୍ଧନ (୧.୧୩ ଟ୍ରିଲିଅନ ଡଲାର), ବିଜୁଳି ଶକ୍ତି (୭.୯ ଟ୍ରିଲିଅନ ଡଲାର), ରାସାୟନିକ-ଧାତୁ-ନିର୍ମାଣ ସାମଗ୍ରୀ (୦.୭୪ ଟ୍ରିଲିଅନ ଡଲାର), ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ (୦.୪୩ ଟ୍ରିଲିଅନ ଡଲାର), ସାର ସବ୍‌ସିଡି (୦.୪୧ ଟ୍ରିଲିଅନ ଡଲାର) ଅଛନ୍ତି, ଯାହା ଦ୍ବାରା ଜଳବାୟୁକୁ କ୍ଷତି ପହଞ୍ଚିଥାଏ। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ ଅପରପକ୍ଷେ ଜଙ୍ଗଲ ସୁରକ୍ଷା, ପରିସଂସ୍ଥା ପୁନରୁଦ୍ଧାର, ମାଟି ଏବଂ ଜଳ ସମ୍ପଦକୁ ସୁଦୃଢ଼ କରିବା ଭଳି ପ୍ରକୃତି ଆଧାରିତ ସମାଧାନ ପାଇଁ ନିବେଶର ପରିମାଣ ମାତ୍ର ୨୨୦ ବିଲିୟନ ଡଲାର। ଏଥିରୁ ସ୍ପଷ୍ଟ ଯେ ସ‌ାରା ବିଶ୍ବରେ ପ୍ରକୃତିକୁ ରକ୍ଷା କରିବା ପାଇଁ ୧ ଡଲାର୍‌ ଖର୍ଚ୍ଚ ହେଉଥିବା ବେଳେ ଏହାକୁ ନଷ୍ଟ କରିବା ପାଇଁ ପ୍ରାୟ ୩୩ ଡଲାର୍‌ ଖର୍ଚ୍ଚ ହେଉଛି। ଫଳସ୍ବରୂପ ଆଜି ସାରା ବିଶ୍ୱରେ ଟଙ୍କାର ପ୍ରବାହଜଳବାୟୁସଙ୍କଟକୁ ଆହୁରି ତୀବ୍ର କରୁଛି। ଏଥିପାଇଁ ଭାରତ ମଧ୍ୟ ଏହାର ମୂଲ୍ୟ ଦେଉଛି। ହିମାଳୟରୁ ଜାମ୍ମୁକାଶ୍ମୀର ଏବଂ ତାମିଲନାଡୁର ଦକ୍ଷିଣ ଉପକୂଳ ପର୍ଯ୍ୟନ୍ତ, ଚରମ ପାଣିପାଗ ଦେଶର ସବୁ ଅଂଶକୁ ସ୍ପର୍ଶ କରିସାରିଛି। ଯଦି ବିଶ୍ୱର ଆର୍ଥିକ ନିବେଶର ଦିଗ ନ ବଦଳେ, ତେବେ ସବୁଠାରୁ କମ୍ ଦାୟୀ ଦେଶମାନେ ସର୍ବାଧିକ ପରିବେଶଗତ କ୍ଷତି ସହିବେ। History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’
100 shares
😐
Dharitri logo
Dharitri
Feb 2, 2026, 09:02 AM
କୁକୁରମାନେ କାହିଁକି ଦ୍ୱାର ପାଖରେ ଶୋଇଥାନ୍ତି ସେମାନଙ୍କ ପ୍ରାଚୀନ ପ୍ରବୃତ୍ତିର ପ୍ରତିଫଳନ

କୁକୁରମାନେ କାହିଁକି ଦ୍ୱାର ପାଖରେ ଶୋଇଥାନ୍ତି ସେମାନଙ୍କ ପ୍ରାଚୀନ ପ୍ରବୃତ୍ତିର ପ୍ରତିଫଳନ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ କୋଣ ଥିବା ସତ୍ତ୍ୱେ, କିଛି କୁକୁର ଦ୍ୱାର ପାଖରେ କିମ୍ୱା ଦ୍ୱାର ମୁହଁରେ ଶୋଇବାକୁ ପସନ୍ଦ କରନ୍ତି। ଏହା ମଣିଷକୁ ଅଜବ ଲାଗିପାରେ, ବିଶେଷକରି ଯେତେବେଳେ ନରମ ବିଛଣା ପାଖରେ ଥାଏ। କିନ୍ତୁ ଏହି ଆଚରଣ ଜିଜଖୋର କିମ୍ୱା ଅସ୍ଥିର ନୁହେଁ; ଏହା କୁକୁରର ପ୍ରାକୃତିକ ଚିନ୍ତାଧାରା ଏବଂ ଭାବପ୍ରବଣ ଅବସ୍ଥାକୁ ପ୍ରତିଫଳିତ କରେ। କୁକୁରମାନେ ଦ୍ୱାର ପାଖରେ କାହିଁକି ଶୋଇଥାନ୍ତି?ଦ୍ୱାର ପାଖରେ ଶୋଇବାର ଏହି ଅଭ୍ୟାସ କୁକୁରମାନଙ୍କର ପ୍ରାଚୀନ ବନ୍ୟ ପ୍ରକୃତିରୁ ଉତ୍ପନ୍ନ। ସେମାନଙ୍କ ପୂର୍ୱପୁରୁଷମାନେ ସର୍ୱଦା ସେମାନଙ୍କ ପରିବେଶ ଉପରେ ନଜର ରଖୁଥିଲେ। ଗୁମ୍ଫା କିମ୍ୱା ଗୁପ୍ତସ୍ଥାନର ପ୍ରବେଶ ଦ୍ୱାର ନିକଟରେ ରହିବା ସେମାନଙ୍କୁ ସମ୍ଭାବ୍ୟ ବିପଦକୁ ଅନୁଭବ କରିବାରେ ଏବଂ ସେମାନଙ୍କ ଗୋଷ୍ଠୀକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ଏହି ପ୍ରବୃତ୍ତି ଆଜି ମଧ୍ୟ ପାଳିତ କୁକୁରମାନଙ୍କ ମଧ୍ୟରେ ରହିଛି। ଦ୍ୱାର ପାଖରେ ଶୋଇବା ଦ୍ୱାରା ସେମାନେ ସାମାନ୍ୟ ଶବ୍ଦ ମଧ୍ୟ ତୁରନ୍ତ ଶୁଣିପାରିବେ ଏବଂ ଯେକୌଣସି ପରିବର୍ତ୍ତନରେ ପ୍ରତିକ୍ରିୟା କରିପାରିବେ। ଏହି ଆଚରଣ କେବଳ ସୁରକ୍ଷା ସହିତ ଜଡିତ ନୁହେଁ, ବରଂ ଦାୟିତ୍ୱ ଭାବନା ସହିତ ମଧ୍ୟ ଜଡିତ। କୁକୁରମାନେ ସେମାନଙ୍କ ଘରକୁ ସେମାନଙ୍କର ଅଞ୍ଚଳ ବୋଲି ମାନିଥାନ୍ତି, ଏବଂ ଦ୍ୱାର ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟରୁ ଗୋଟିଏ। ଗବେଷଣା ଦର୍ଶାଏ ଯେ କୁକୁରମାନେ ଏପରି ସ୍ଥାନ ବାଛନ୍ତି ଯେଉଁଠାରେ ସେମାନେ ସେମାନଙ୍କ ଅଞ୍ଚଳ ଉପରେ ନଜର ରଖିପାରିବେ। ତେଣୁ, ଦ୍ୱାର ପାଖରେ ଶୋଇବା ସେମାନଙ୍କ ପାଇଁ ସୱାଭାବିକ। ଭାବପ୍ରବଣ ସଂଯୋଗତଥାପି, ଏହି ଅଭ୍ୟାସ କେତେକ ସମୟରେ କୁକୁରର ଭାବପ୍ରବଣ ଅବସ୍ଥାକୁ ମଧ୍ୟ ପ୍ରତିଫଳିତ କରେ। କୁକୁରମାନଙ୍କ କ୍ଷେତ୍ରରେ, ଏହି ଆଚରଣ ସୁରକ୍ଷା ଏବଂ ଆରାମର ଏକ ସଙ୍କେତ ହୋଇପାରେ। ତଥାପି, ଯଦି ଏକ କୁକୁର ବାରମ୍ୱାର ଡରିଯାଏ, ଅସ୍ଥିର ଦେଖାଯାଏ, କିମ୍ୱା ଠିକ ଭାବରେ ଶୋଇପାରେ ନାହିଁ, ତେବେ ଏହା ଚିନ୍ତା, ଚାପ କିମ୍ୱା ପୃଥକୀକରଣ ଚିନ୍ତାର ମଧ୍ୟ ସଙ୍କେତ ହୋଇପାରେ। ଏପରି ପରିସ୍ଥିତିରେ, ସେମାନଙ୍କ ଶରୀର ଭାଷା ଏବଂ ଆଚରଣ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ। କୁକୁରଙ୍କ ଶୋଇବା ଶୈଳୀ ମଣିଷମାନଙ୍କ ଅପେକ୍ଷା ଭିନ୍ନ। ସେମାନେ ପ୍ରାୟତଃ ହାଲୁକା ଏବଂ ଗଭୀର ନିଦ୍ରା ମଧ୍ୟରେ ପରିବର୍ତ୍ତନ କରନ୍ତି। ଏକ ଦ୍ୱାର ପାଖରେ ଶୋଇବା ଦ୍ୱାରା ସେମାନେ ବିଶ୍ରାମ ନେବା ସମୟରେ ପାରିପାର୍ଶ୍ୱିକ କାର୍ଯ୍ୟକଳାପ ସହିତ ସଂଯୁକ୍ତ ରହିପାରିବେ। ବୈଜ୍ଞାନିକମାନେ କୁହନ୍ତି ଯେ କୁକୁରମାନେ ଏପରି ସ୍ଥାନଗୁଡ଼ିକୁ ପସନ୍ଦ କରନ୍ତି ଯେଉଁଠାରେ ସେମାନେ ସୁରକ୍ଷା, ସଂଯୋଗ ଏବଂ ସଚେତନତା ଅନୁଭବ କରନ୍ତି, ଏବଂ ଏକ ଦ୍ୱାର ଏହି ସବୁ ପ୍ରଦାନ କରେ।
68 shares
😢
Prameya logo
Prameya
Feb 2, 2026, 08:59 AM
ନେଭିଗେଟ୍ କରିବା ପ୍ରତିକୂଳ ପରିସ୍ଥିତି ଘରୋଇ ବିମାନ ଏବଂ ପରିବେଶ ସମ୍ବନ୍ଧୀୟ ଚିନ୍ତା

ନେଭିଗେଟ୍ କରିବା ପ୍ରତିକୂଳ ପରିସ୍ଥିତି ଘରୋଇ ବିମାନ ଏବଂ ପରିବେଶ ସମ୍ବନ୍ଧୀୟ ଚିନ୍ତା

ଦୁଇହଜାର ପଚିଶି ମସିହାକୁ ସମଗ୍ର ବିଶ୍ୱବାସୀ ବିଦାୟ ଦେବା ସହିତ ଦୁଇହଜାର ଛବିଶି ମସିହାକୁ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି । ଉତ୍ତର ଗୋଲାର୍ଦ୍ଧରେ ଥିବା ଅଧିକାଂଶ ଦେଶ ପ୍ରବଳ ଶୀତରେ ଥରୁଥିବାବେଳେ, କେଉଁଠି ବରଫ ପଡୁଛି ତ କେଉଁଠି ଘନକୁହୁଡ଼ି ସକାଳର ତତ୍ପରତାକୁ ମନ୍ଥର କରିଦେଉଛି । ଉକ୍ତ କାର୍ଯ୍ୟ ପାଇଁ ନିୟୋଜିତ ଥିବା ହଜାର ହଜାର ସଂଖ୍ୟକ ପାଇଲଟ୍, ବିମାନ କର୍ମଚାରୀ, ଅତ୍ୟନ୍ତ ନିଷ୍ଠାର ସହିତ ସମୟୋଚିତ ପଦକ୍ଷେପ ନେବା ଯୋଗୁଁ ଆମ ଦେଶରେ ଦୈନିକ ଉଡୁଥିବା ଛଅହଜାର ଦୁଇଶହ ଡୋମେଷ୍ଟିକ ବା ଅନ୍ତର୍ଦ୍ଦେଶୀୟ ବିମାନ ନିଜର ସେବା ଯୋଗାଇ ଦେଉଛନ୍ତି । ଫଳରେ ପ୍ରାୟ ନଅଲକ୍ଷ ଯାତ୍ରୀ ନିଜର ଜିନିଷପତ୍ର ଧରି ଇପ୍ସିତ ସ୍ଥାନମାନଙ୍କରେ ପହଞ୍ଚିପାରୁଛନ୍ତି । ବିମାନର ସାମାନ୍ୟ ତ୍ରୁଟିବିଚ୍ୟୁତି କିମ୍ବା ପରିବେଶ ଅନୁକୂଳ ନଥିଲେ ବିମାନସେବା ଯୋଗାଇବା ସମ୍ଭବ ହୁଏନାହିଁ କିମ୍ବା ଅନେକ ଧନଜୀବନ ହାନିହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ପରିବେଶ ପ୍ରତିକୂଳ ଅବସ୍ଥା ମଧ୍ୟରେ ଝଡ଼, ବାତ୍ୟା, ଅତ୍ୟଧିକ ବୃଷ୍ଟିପାତ ସହିତ ଚଳିତ ବର୍ଷ ବେଶ୍ ଦୀର୍ଘଦିନ ଧରି ଲାଗିରହିଥିବା ଘନକୁହୁଡ଼ି ଏବେ ବିମାନ ଏବଂ ରେଳଯାତ୍ରୀଙ୍କ ପାଇଁ ଭୟଙ୍କର ବିପଦ ଆଣିଦେଇଛି । ତେବେ ସାଧାରଣରେ ପ୍ରଶ୍ନ ଉଠେ- ଏଭଳି କୁହୁଡ଼ି ସୃଷ୍ଟିହେବାର କାରଣ କ'ଣ? ବୈଜ୍ଞାନିକମାନଙ୍କ ମତରେ, ବାୟୁମଣ୍ଡଳରେ ଉଡ଼ିବୁଲୁଥିବା ସୂକ୍ଷ୍ମ ଧୂଳିକଣା ସହିତ ଅନ୍ୟାନ୍ୟ କଠିନ ପ୍ରଦୂଷକଗୁଡ଼ିକର ସୂକ୍ଷ୍ମ ଅଂଶ ଚାରିପଟେ ଜଳୀୟବାଷ୍ପ ଶତକଡ଼ା ଶହେ ଭାଗ ଘନୀଭୂତ ହୋଇ ଉକ୍ତ କଣିକାର ଚାରିପଟେ ଘେରି ରହିଲେ, ସେଗୁଡ଼ିକ ଓଜନିଆ ହୋଇ ବାୟୁମଣ୍ଡଳର ନିମ୍ନଭାଗରେ ଭାସିବୁଲନ୍ତି ଯାହାକୁ ଆମେ କୁହୁଡ଼ି କହିଥାଉ । ଯାହାଫଳରେ କି ଭୟଙ୍କର ଦୁର୍ଘଟଣା ହେବାର ଅନେକ ଖବର ଏବେ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ପରିବେଶବିତ୍‌ଙ୍କ ମତରେ, ବାୟୁମଣ୍ଡଳର ପ୍ରଦୂଷକର ହାର ଶତକଡ଼ା ୨.୫ ମଧ୍ୟରେ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର ହେବାବେଳେ ଉକ୍ତ ମାତ୍ରାଠାରୁ ଉପରକୁ ଏ.କ୍ୟୁ.ଆଇ. (AQI- Air Quality Index)) ଯିବା ଆଦୌ ସ୍ୱାସ୍ଥ୍ୟପ୍ରଦ ନୁହେଁ । ଯାହା ଏହିବର୍ଷ ଓଡ଼ିଶାର କଟକ, ଭୁବନେଶ୍ୱର, କେଉଁଝର, ତାଳଚେର, ରାଉରକେଲା ଭଳି ସହରରେ ଦେଖାଯାଉଛି । ଭାରତବର୍ଷର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ଅବସ୍ଥା ପ୍ରତିବର୍ଷ ଦୀପାବଳି ପର୍ବ ପାଳନର ପରେ ପରେ ବିଗିଡ଼ିଯାଏ ଏବଂ ପ୍ରାୟ ତିନିମାସ ଯାଏଁ ଘନକୁହୁଡ଼ି ସହିତ ଏୟାର କ୍ୱାଲିଟି ଦିଲ୍ଲୀବାସୀଙ୍କୁ ନୟାନ୍ତ କରିଥାଏ । ସରକାରଙ୍କ ତରଫରୁ ବ୍ୟାଟେରୀଚାଳିତ ଯାନ ଚଳାଇବା ପାଇଁ ପ୍ରୋତ୍ସାହନ ରାଶି ଯୋଗାଇଦେଇ ଦେଶବାସୀଙ୍କୁ ବ୍ୟାଟେରୀ ଗାଡ଼ି କିଣିବାକୁ ଉତ୍ସାହିତ କରାଯାଉଛି । ବିମାନ ସେବାକୁ ବାଦ୍ ଦେଲେ ଆମ ଦେଶର ରେଲ୍ୱେ ନେଟ୍ୱାର୍କ ବା ରେଳ ରାସ୍ତାର ସଂପ୍ରସାରଣ ଏବେ ପୃଥିବୀର ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛି । ରେଳରେ ଯିବାଆସିବା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦୈନିକ ଦୁଇକୋଟି ଚଉଷଠି ଲକ୍ଷରେ ପହଞ୍ଚିଛି । ଏହା ବ୍ୟତୀତ ଦୁଇଶହ ସତାବନଟି ଟ୍ରାମ୍ ବଡ଼ ବଡ଼ ସହରମାନଙ୍କରେ ଅଳ୍ପ ଖର୍ଚ୍ଚରେ ଗମନାଗମନ କରିବାପାଇଁ ନିୟୋଜିତ ହୋଇଛନ୍ତି । ନିର୍ମାଣ କାର୍ଯ୍ୟରେ ହେଳା ନାହିଁ । ଭୂତଳ ପାର୍କିଂଠାରୁ ଆରମ୍ଭକରି ମାଟିତଳେ, ମାଟି ଉପରେ ରାଜରାସ୍ତା । ରେଳରାସ୍ତା ନିର୍ମାଣ ସହିତ ପାହାଡ଼କୁ ଖୋଳି ସୁଡ଼ଙ୍ଗ ମଧ୍ୟରେ ଗମନାଗମନ କରିବା କାମ ଭାରତବର୍ଷର ଦକ୍ଷତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରୁଛି । ଯୋଗାଯୋଗ ମାଧ୍ୟମରେ ସୁସମ୍ପର୍କ ବଢ଼ିବା ସହିତ ବାଣିଜ୍ୟ ବ୍ୟବସାୟ ଏବଂ ପର୍ଯ୍ୟଟନ ଶିଳ୍ପରେ ଆଖିଦୃଶିଆ ଅଭିବୃଦ୍ଧି ଘଟୁଛି । ଆମ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ସେହି ହାରରେ ଜାରି ରହିଛି । ଯାହାର ନିଦର୍ଶନ ସ୍ୱରୂପ ଆମ ଦେଶରେ ଏବେ ଚାଳିଶି କୋଟିରୁ ଅଧିକ ମଟରସାଇକେଲ୍ ଏବଂ ସାତକୋଟିରୁ ଊଦ୍ଧ୍ୱର୍ ସଂଖ୍ୟକ କାର୍ ରାଜରାସ୍ତାରେ ଗତିକରୁଛି । ଶାସନ ବ୍ୟବସ୍ଥାରେ କଠୋରତା ନଥିବାରୁ କିମ୍ବା ଚାଳକମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଘଟଣାର ହାର ମଧ୍ୟ ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଏହା ବ୍ୟତୀତ ନିଶା ପ୍ରବଣତାରେ ଛନ୍ଦି ହୋଇପଡ଼ୁଥିବା ଯୁବପିଢ଼ିମାନେ ଅଭ୍ୟାସଗତ ନିଶାଡ଼ିରେ ପରିଣତ ହୋଇ ଘର ପରିବାରକୁ ଧ୍ୱଂସକରିବା ସହିତ ଅକାଳରେ ଜୀବନ ହାରୁଛନ୍ତି । ସଦ୍ୟ ପ୍ରକାଶିତ ଏକ ତଥ୍ୟ ଅନୁସାରେ "ୱାର ଅନ୍ ଡ୍ରଗ୍ସ' ନାମକ ଅଭିଯାନକୁ କଠୋର କରିବାକୁ ଯାଇ ସାଉଦି ଆରବର ଉଚ୍ଚ ନ୍ୟାୟଳୟ ତିନିଶହ ଛପନ ଜଣ ନିଶାବେପାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ଯାହା ପୃଥିବୀର ସର୍ବକାଳୀନ ରେକର୍ଡ଼ରେ ପହଞ୍ଚିଥିବାରୁ ଜାତିସଂଘ ଉଦ୍ବେଗ ପ୍ରକାଶ କରିଛି । ନିଶା କାରବାର କ୍ଷେତ୍ରରେ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରୁଥିବା ୟୁନାଇଟେଡ ଆରବ ଏମିରେଟସ୍ର ଦୁବାଇ, ଆବୁଧାବି, ସାରଜାହ ଭଳି କେତୋଟି ଶୃଙ୍ଖଳିତ ତଥା ଅତ୍ୟାଧୁନିକ କଳା, କୌଶଳକୁ ଆପଣେଇଥିବା ରାଜ୍ୟକୁ ପାଖରୁ ଦେଖିବାପାଇଁ ସ୍ଥିର କରି ଆମେ ସ୍ୱାମୀ, ସ୍ତ୍ରୀ ଦୁହେଁ ଡିସେମ୍ବର ମାସ ଚବିଶି ତାରିଖ ଦିନ ସନ୍ଧ୍ୟା ଛଅଟା ଦଶମିନିଟ୍ରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କଲୁ । କଟକର ବାସିନ୍ଦା ହୋଇଥିବାରୁ ଚଳିତ ବର୍ଷ ପ୍ରଥମଥର ପାଇଁ ଦୂଷିତ ବାୟୁମଣ୍ଡଳ, ବା ଏକ୍ୟୁଆଇ ତିନିଶହକୁ ଟପିବା ପରର ଅବସ୍ଥାକୁ ଆମେ ଅଙ୍ଗେ ନିଭାଇ ବିବ୍ରତ ହୋଇପଡ଼ିଥିଲୁ । ମାତ୍ର ତିରିଶି ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ରାଜ୍ୟ ଦୁବାଇର ଅତ୍ୟାଧୁନିକ ସାଜସଜ୍ଜା, କୋଠାବାଡ଼ି, ବିଶେଷକରି କଠୋର ଶାସନ ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ଅତ୍ୟଧିକ ଧ୍ୟାନ ଦେଉଥିବା ଛୋଟ ରାଜ୍ୟଟିରେ ବାର୍ଷିକ ପ୍ରାୟ ଏକ କୋଟି ଅଶିଲକ୍ଷ ପର୍ଯ୍ୟଟକଙ୍କର ସମାଗମ ହୋଇଥାଏ । କେବଳ ଦୁବାଇ ନୁହେଁ, ତା'ପାଖକୁ ଲାଗିଥିବା ଅନ୍ୟ ଛଅଟି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ବୁଲି ଦେଖିବାର ପ୍ରୋଗ୍ରାମ ଆମପାଇଁ ଆଗରୁ ସ୍ଥିର ହୋଇଥାଏ । ଦୀର୍ଘ ଚାରିଘଣ୍ଟାର ଉଡ଼ାଣ ମଧ୍ୟରେ ଚିତ୍ରରେ ଦେଖିଥିବା ପୃଥିବୀର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାର ସୌନ୍ଦର୍ଯ୍ୟ ସହିତ ସୁନାର ଚମକ ଏବଂ ସୁନେଲି ରଙ୍ଗର ବାଲୁକା ଥିବା ଅଲ୍ ଲାହେଦ୍ ଡେଜର୍ଟ ବା ମରୁଭୂମିର ବିଶାଳତା ମତେ ମୁଗ୍ଧ କରୁଥାଏ । ମରୁଭୂମିର ବିଶାଳତା ସତ୍ତେ୍ୱ ନିକଟସ୍ଥ ସହର ବା ଜନବସତିର ବାୟୁମଣ୍ଡଳ କିଭଳି ସ୍ୱଚ୍ଛ ଥିବ, ଏଭଳି ଅନେକ ପ୍ରଶ୍ନ ମନ ମଧ୍ୟରେ ଉଙ୍କି ମାରୁଥାଏ । ଭାରତୀୟ ସମୟ ରାତ୍ରୀ ଠିକ୍ ଦଶଟାରେ ଦୁବାଇର ବିଶାଳ ବିମାନ ବନ୍ଦରରେ ଆମର ଇଣ୍ଡିଗୋ ବିମାନଟି ପ୍ରାୟ ଦୁଇଶହ ପଚାଶ ଜଣ ଯାତ୍ରୀଙ୍କୁ ଧରି ପହଞ୍ଚିଗଲା । ଆକାଶମାର୍ଗରୁ ଦୁବାଇର ସୁନେଲି ରଙ୍ଗର ଆଲୋକମାଳା ଆମକୁ ମନ୍ତ୍ରମୁଗ୍ଧ କରି ରଖିଥାଏ । ବିମାନ ବନ୍ଦର ମଧ୍ୟରୁ ନିଜର ଜିନିଷପତ୍ରକୁ ନେଇ ପୂର୍ବ ନିର୍ଦ୍ଧାରିତ ଗେଟ୍ ନିକଟରେ ପହଞ୍ଚିବାକୁ ଏକ ଟ୍ରାମ୍ରେ ବେଶ୍ କିଛି ବାଟ ଯିବାକୁ ପଡ଼ିଲା । ଜଣେ ଓଡ଼ିଆ ଗାଇଡ୍‌ଙ୍କ ଜରିଆରେ ଆମେ ହୋଟେଲ "ଭର୍ସାଇଲ୍ସ'ରେ ମାତ୍ର ଅଧଘଣ୍ଟାରେ ପହଞ୍ଚିଗଲୁ । ହୋଟେଲ୍‌ର ଖାଦ୍ୟ ଖାଇବା ସହ ଆରାମଦାୟକ କୋଠରିରେ ଗଭୀର ନିଦ୍ରାରେ ଶୋଇପଡ଼ିଲୁ । ସକାଳ ଦଶଟାରେ ଆଉ ଜଣେ ଗାଇଡ୍ଙ୍କ ସହିତ ଅନ୍ୟ ଏକ ବସ୍ରେ ଆମର ଦୁବାଇ ଭ୍ରମଣ ଆରମ୍ଭ ହୋଇଗଲା । ରାଜରାସ୍ତାରେ ଶହ ଶହ କାର୍ ଏବଂ ବସ୍ର ଧାଁଦୌଡ଼ ସତ୍ତେ୍ୱ ଦୁର୍ଘଟଣାର ଚିହ୍ନବର୍ଣ୍ଣ ନାହିଁ । ବାୟୁମଣ୍ଡଳରେ ପ୍ରଦୂଷକର ମାତ୍ରା ଏକଶହ ଚଉବନ ରହିଥାଏ । ଏହା ସହିତ କୋଠାବାଡ଼ିର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିଥାଏ । ଆମ ଗାଇଡ୍ ବସ୍‌ର ଆଗ ସିଟ୍‌ରେ ବସି ଆମକୁ ଚମକାଇ ଦେବା ଭଳି କଥା କହୁଥାଆନ୍ତି । ଯାହାକୁ ମୁଁ ବାରମ୍ବାର ଶୁଣିବାକୁ ଇଚ୍ଛା କରୁଥାଏ । ଗାଇଡ୍‌ଙ୍କ ବକ୍ତବ୍ୟରେ ସ୍ଥାନ ପାଉଥାଏ ଦୁବାଇରେ ଟ୍ୟାକ୍ସ ବା କର ନିଆଯାଏନାହିଁ । ରାଜରାସ୍ତାରେ ଗାଈଗୋରୁ, କୁକୁର, ବିରାଡ଼ି ଭଳି ଗୃହପାଳିତ ପଶୁ ଯିବା ଆସିବା କରନ୍ତିନାହିଁ । ବରଂ ଫାଇନର ମାତ୍ରା ଖୁବ୍ ଅଧିକ ଥାଏ । କେବଳ ଫାଇନ୍ ଆଦାୟ କରି ରାଜ୍ୟକୁ ଶୃଙ୍ଖଳିତ କରିବା ସହିତ ପୃଥିବୀପୃଷ୍ଠରେ ଏକ ଧନୀ ରାଜ୍ୟର ମାନ୍ୟତା ଲାଭ କରିପାରିଛି । ଏହା ସହିତ ତାଙ୍କ ଦେଶରେ ଇଲେକ୍ସନ ନାହିଁ। ଅର୍ଥାତ୍ ଦେଶବାସୀ ଭୋଟ୍ ଦେଇ ନେତା ଚୟନ କରିବାର ବ୍ୟବସ୍ଥା ନଥିବାରୁ ତାଙ୍କ ରାଜାଙ୍କୁ ସମସ୍ତେ ନେତା ଭାବି ସମ୍ମାନ ଦିଅନ୍ତି, ଏବଂ ରାଜା ମଧ୍ୟ ସାଧାରଣ ଜନତାଙ୍କର ଛୋଟମୋଟ ଅଭିଯୋଗକୁ ମନଦେଇ ଶୁଣନ୍ତି ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରନ୍ତି । ଏହା ବ୍ୟତୀତ ଏଠାରେ ଟ୍ରାଫିକ୍ ପୋଲିସ୍‌ର ଦେଖାଦର୍ଶନ ନଥିବାବେଳେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଥାଏ । ଦୁବାଇର ସି.ବି.ଆଇ ସଂସ୍ଥାକୁ ବେଶ୍ ସକ୍ରିୟ କରିବାପାଇଁ ରାଜା ସର୍ବଦା ତତ୍ପର ଥାଆନ୍ତି । ତେଣୁ ଅପରାଧ ଏବଂ ଦୁର୍ନୀତି ଏଠାରେ ଶତକଡ଼ା ଶୂନରେ ରହିଥାଏ । କେବଳ ସେତିକି ନୁହେଁ ଏହି ଛୋଟ ରାଜ୍ୟଟିରେ ଥିବା ହଜାର ହଜାର ସୁଉଚ୍ଚ ହୋଟେଲ୍ର ବର୍ଜ୍ୟଜଳକୁ ପୁନଃ ଚକ୍ରଣ ମାଧ୍ୟମରେ ପରିଷ୍କାର କରି ସରୁ ସରୁ ପାଇପ୍ ଯୋଗେ ବୁନ୍ଦା ଜଳସେଚନ ପଦ୍ଧତିରେ ମରୁଭୂମି ରାଜ୍ୟର ଗଛମାନଙ୍କୁ ଜଳ ଯୋଗାଇ ସବୁଜିମା ସୃଷ୍ଟି କରିବା ସହିତ ପ୍ରଚୁର ଫୁଲ ଫୁଟାଇ ଆମକୁ ଚକିତ କରିଦେଉଥାନ୍ତି। ମୁନିସିପାଲିଟିର ବିନା ଅନୁମତିରେ କୁକୁରଙ୍କୁ ଘରେ ରଖିବା ଆଦୌ ସମ୍ଭବ ନୁହେଁ ବୋଲି ଗାଇଡ୍‌ଙ୍କର ବ୍ୟାଖ୍ୟା ଆମକୁ ଚକିତ କରୁଥାଏ । ଫାଇନ୍‌ର ଦେଶରେ ତେଲର ଭଣ୍ଡାର ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଏକାଠି କରି ସତଯେପରି ସବୁତକ ଐଶ୍ୱର୍ଯ୍ୟ ସହିତ ବୁଦ୍ଧିମତ୍ତାକୁ ହାସଲ କରିଚାଲିଛି । ମୁଁ ବସ୍‌ର ଝରକା ପାଖ ସିଟ୍ରେ ବସି ଯଥାସମ୍ଭବ ଭିଡିଓ କରିବା କାମକୁ ଜାରି ରଖିଥାଏ । ମୋ ପଛପଟ ସିଟ୍ରେ ବସି ରାଜରାସ୍ତାକୁ ମନଭରି ଦେଖୁଥିବା ଚିନୁ ନାମକ ଜଣେ ଭଦ୍ର ମହିଳା କହିଉଠିଲେ ଆମ ରାଜ୍ୟରେ ଏତେ ନଦୀ, ପୋଖରୀ, ହ୍ରଦ ଥିବା ସତ୍ତେ୍ୱ ଆମେ କାହିଁକି ଏତେ ପଛୁଆ? ତା'ଛଡ଼ା ଆମ ରାଜଧାନୀର ନାଳନର୍ଦ୍ଦମା କେବେ ମୁହଁ ଲୁଚାଇବେ? ମୁଁ ଚମକି ପଡ଼ିଲି । ସତେ ତ ମଶା, ମାଛିଙ୍କର ଅନ୍ତୁଡ଼ିଶାଳ ସାଜିଥିବା ନାଳନର୍ଦ୍ଦମା କେବେ ମୁହଁ ଲୁଚାଇ ମାଟିତଳକୁ ଯିବେ । କେବେ ଆମର ନର୍ଦ୍ଦମା ଜଳ ପୁନଃଚକ୍ରଣ ହେବ? କେବେ ଆମ ରାଜ୍ୟ ଫାଇନ୍ରେ ଚଳିବ? ମୁଁ କଥାରେ କଥା ଯୋଡ଼ିଲି । ଧୀରେ ଧୀରେ ଆମର ପ୍ରଶ୍ନ ବସ୍ ମଧ୍ୟରେ ଥିବା ସମସ୍ତ ଯାତ୍ରୀଙ୍କୁ ବିଚଳିତ କରିପକାଇଲା । କାହାରି ମୁହଁରେ ଉତ୍ତର ନଥିଲା । ଆମ ସାଥିରେ ଥିବା ବରିଷ୍ଠ ମୁଖ୍ୟଯନ୍ତ୍ରୀ ବସ୍ତିଆବାବୁ ଚଟାପଟ୍ ଉତ୍ତର ଦେଲେ- ଆସନ୍ତା ଜନ୍ମରେ, ଏବେ ନୁହେଁ । ଆମ ଆଖିଆଗରେ ଆଉ ଧୂଳି, ଧୂଆଁ, କୁହୁଡ଼ିର ପରସ୍ତ ନଥିଲା । ବରଂ ଭବିଷ୍ୟତର ରାସ୍ତା ପରିଷ୍କାର ଦେଖାଯାଉଥିଲା
61 shares
😢
Dharitri logo
Dharitri
Feb 2, 2026, 04:03 AM
ଶୀତ ଲହରୀ ହ୍ରାସ ପାଇବା ପରେ ଓଡ଼ିଶାରେ କୁହୁଡ଼ି ଜାରି ରହିଛି।

ଶୀତ ଲହରୀ ହ୍ରାସ ପାଇବା ପରେ ଓଡ଼ିଶାରେ କୁହୁଡ଼ି ଜାରି ରହିଛି।

ଭୁବନେଶ୍ୱର,୨ା୨(ବନ୍ଦନା ସେଠୀ): ରାଜ୍ୟରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ ହେଉଛି। ସୋମବାର ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀରେ ଘନ କୁହୁଡି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି କଟକ, ନୟାଗଡ଼, ବାଲେଶ୍ୱର ଆଦି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ସୂଚନା ଦିଆଯାଇଛି। ରାଜ୍ୟରେ ଆହୁରି ୫ଦିନ ଅର୍ଥାତ୍‌ ୬ ତାରିଖ ପର୍ଯ୍ୟନ୍ତ ଏଭଳି କୁହୁଡି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଓ କଟକ, ବୁଧବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି। ୪/୫ ଦିନ ପରେ ପୁଣି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରାଯାଇଛି।
16 shares
😢
Samaja logo
Samaja
Feb 2, 2026, 02:57 AM
ଓଡ଼ିଶା ପାଣିପାଗ ତାପମାତ୍ରାରେ ପରିବର୍ତ୍ତନ ମଧ୍ୟରେ ଶୀତ ଲହରୀ ପରିସ୍ଥିତି ଆଶଙ୍କା

ଓଡ଼ିଶା ପାଣିପାଗ ତାପମାତ୍ରାରେ ପରିବର୍ତ୍ତନ ମଧ୍ୟରେ ଶୀତ ଲହରୀ ପରିସ୍ଥିତି ଆଶଙ୍କା

ଭୁବନେଶ୍ବର: ରାଜ୍ୟର ସମସ୍ତ ଅଞ୍ଚଳରେ ପାରଦ ଉପର ମୁହଁା ହୋଇଛି। ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତଥାପି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ରାତି ତାପମାତ୍ରା ବଢ଼ିବା କାରଣରୁ ଶୀତ ସାମାନ୍ୟ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳସ୍ବରୂପ କିଛି ଅଞ୍ଚଳରେ ଶୀତ ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ରବିବାର ସକାଳେ ପାରାଦ୍ବୀପ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଭବାନୀପାଟଣା, ଅନୁଗୋଳ, ଫୁଲବାଣୀ, ଛତ୍ରପୁର, ଚାନ୍ଦବାଲି, ଭୁବନେଶ୍ବର, ଗୋପାଳପୁର, ବାରିପଦା ଏବଂ କେନ୍ଦୁଝରରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ସୋମବାର ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର କିଛି ସ୍ଥାନରେ କମ୍‌ରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହୋଇପାରେ।
49 shares
😐
Dharitri logo
Dharitri
Feb 2, 2026, 02:31 AM
ଦାରିଙ୍ଗବାଦିର ଅସ୍ୱାଭାବିକ ପାଣିପାଗ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି

ଦାରିଙ୍ଗବାଦିର ଅସ୍ୱାଭାବିକ ପାଣିପାଗ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍‌ ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରଭାବ ଦିନରେ ବହୁତ କମ୍‌ ଦେଖାଯାଇଛି। ତେବେ ଶୀତ କମିଥିଲେ ମଧ୍ୟ ସହରର ଜଳବାୟୁ ଓ ଦାରିଙ୍ଗବାଡ଼ିର ପରିବେଶ ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଛୁଟି ପଡ଼ିବା କ୍ଷଣି ବିଶେଷ କରି ରବିବାର ଶତାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିଥିବା ହିଲଭିୟୁ ପାର୍କ ଓ କଫି ବଗିଚା ଏବଂ ଡ଼ୁଲୁରୀ ପାଇନବଣର ଟିକେଟ ସଂଗ୍ରହରୁ ଜଣାପଡ଼ିଛି। ଛୁଟିଦିନରେ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ହିଲ୍‌ଭିୟୁ ଏବଂ କଫି ବଗିଚାରେ ପର୍ଯ୍ୟଟକ ମଜା ନେବା ସହ ଫଟୋ ଉତ୍ତୋଳନ କରିବା ନାଚ ଗୀତ କରି ମଜା ନେଉଥିବା ଜଣାପଡ଼ିଛି। ହିଲଭିୟୁ ପାର୍କର ମ୍ୟୁଜିକାଲ ଫାଉଣ୍ଟେନରେ ସନ୍ଧ୍ୟା ସମୟରେ ମ୍ୟୁଜିକ୍‌ର ତାଳେ ତାଳେ ପର୍ଯ୍ୟଟକ ନୃତ୍ୟ କରୁଥିବା ଦୃଶ୍ୟ ବେଶ୍‌ ଚିତ୍ତାକର୍ଷକ ରହିଥିଲା। କଫି ବଗିଚାକୁ ମଧ୍ୟ ଆଲୋକ ବ୍ୟବସ୍ଥା କରାଯାଇଥିବାରୁ ପାର୍ଯ୍ୟଟକ ଏବେ ରାତି ୮ଟା ପର୍ଯ୍ୟନ୍ତ ବୁଲି ମଜା ନେଉଛନ୍ତି। ସେହିପରି କଫି ବଗିଚା ଭିତରେ ରହିଥିବା କଫି କାଫେରେ ଜୈବିକ କଫି ପିଇ ପର୍ଯ୍ୟଟକ ମଜା ନେଉଥିବା ଜଣାପଡ଼ିଛି। ଚଳିତ ମାସର ପ୍ରଥମ ରବିବାରରେ ବିଶେଷ କରି ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ କଲେଜ ପିଲାଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
69 shares
😐
Sambad logo
Sambad
Feb 2, 2026, 02:30 AM
ପରମିତା ସତ୍ପଥୀଙ୍କ ସାହିତ୍ୟିକ ଐତିହ୍ୟ ଜଣେ ସୁଲେଖାକାରଙ୍କ ଯାତ୍ରା

ପରମିତା ସତ୍ପଥୀଙ୍କ ସାହିତ୍ୟିକ ଐତିହ୍ୟ ଜଣେ ସୁଲେଖାକାରଙ୍କ ଯାତ୍ରା

ସାହିତ୍ୟଲେଖିବା ଓ ପଢ଼ିବା ଗୋଟିଏ ଉତ୍ତମ କାର୍ଯ୍ୟ ବୋଲି ତାଙ୍କୁ ପିଲାଦିନୁ ବୋଧ ହୋଇଥିଲା। ଘରେ ଥିଲା ବିଶା‌ଳ ଲାଇବ୍ରେରି। ବାପାମା’ଙ୍କ ପଢ଼ାଲେଖା ଓ ସାହିତ୍ୟିକ ପରିବେଶ ତାଙ୍କୁ ଲେଖିବା ପାଇଁ ପ୍ରେରିତ କରିଥିଲା। ସେଦିନର କିଶୋରୀ ଆଜିର ସୁଲେଖିକା ପାରମିତା ଶତପଥୀ, ଯିଏ ଭାରତୀୟ ପ୍ରଶାସନ ସେବାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓ ଏକମାତ୍ର ମହିଳା। ତାଙ୍କ ସହ ସୃଜନ ଆଳାପରେଶୁଭଶ୍ରୀ ଲେଙ୍କା...  ଆପଣଙ୍କ ପିତାମାତା ଉଭୟ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଲେଖକ। ଆପଣଙ୍କ ଉପରେ ଏହାର ଛାପ କିପରି ପଡ଼ିଛି ବୋଲି ମନେ ପକେଇବେ?ମୁଁ ଅନେକ ସ୍ଥଳରେ କହିଛି ଲେଖିବା-ପଢ଼ିବା ମୋ ଭିତରକୁ ଛାଏଁ ଆସିଯାଇଛି, ଗଛରେ ପତ୍ର-ଫୁଲ ଆସିବା ପରି। ମୋତେ ସେଥିପାଇଁ କଷ୍ଟ କରିବାକୁ ପଡ଼ିନାହିଁ। ବୋଧହୁଏ ଏଇଥିପାଇଁ ଯେ ପିଲାଟି ଦିନୁ ବାପା, ମାଆଙ୍କୁ ସାହିତ୍ୟ ସହ ସଂଶ୍ଳୀଷ୍ଟ ହେବାର ଦେଖିଆସିଛି। ମାଆ କଲେଜରୁ ଫେରି ଲୁଗାପଟା ବଦଳାଇ ଘରକାମ ତଦାରଖ କଲାପରେ, ଆମମାନଙ୍କ ଅଳିଅଝଟ ବୁଝିସାରିଲା ପରେ, କବିତା ଖାତା ଧରି ବା ବହିଟିଏ ଧରି ବସିଯାଆନ୍ତି। ଘରକୁ ବିଶିଷ୍ଟ ଲୋକମାନେ ଆସୁଥିଲେ, ‌ଆଲୋଚନା, କବିତା ପଢ଼ିବାର ଆସର ଜମୁଥିଲା। ମୁଁ ଷଷ୍ଠ-ସପ୍ତମ ଶ୍ରେଣୀରେ ପଢ଼ିଲା ବେଳକୁ ବାପା ସବୁଜରୁ ସାଂପ୍ରତିକ ଗ୍ରନ୍ଥ ରଚନାରେ ନିମଗ୍ନ ରହିଥିଲେ। ଘରେ ବିରାଟ ଲାଇବ୍ରେରି ତିଆରି କରିଥିଲେ ସେ ଓ ଭଳିକି ଭଳି ଗଳ୍ପ, ଉପନ୍ୟାସ ପଢ଼ିବାର ‌ସୁଯୋଗ ମୋତେ ଖୁବ୍ କମ୍ ବୟସରୁ ମିଳିଥିଲା, କିଛି ବୁଝେ ବା ନବୁଝେ ସେଥିରୁ। ଏଇ ସମସ୍ତ ସଂଘଟଣ ମୋତେ ଲେଖିବାକୁ ଆକୃଷ୍ଟ କରିଥିଲା। ଖୁବ୍ କମ୍ ବୟସରୁ ଲେଖିବା ଆରମ୍ଭ କରିଥିଲି ଓ ବାପା-ମାଆଙ୍କୁ ତାହା ଭଲ ଲାଗିଥିଲା। ସାହିତ୍ୟ ଲେଖିବା ଓ ପଢ଼ିବା ଯେ ସବୁଠାରୁ ଉତ୍ତମ କାର୍ଯ୍ୟ ତା’ ମୋତେ ପିଲାଦିନରୁ ବୋଧ ହୋଇଥିଲା। Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ  ଆପଣଙ୍କ ଅନେକ ଲେଖାରେ ଦେଶ ବିଦେଶର ବିଭିନ୍ନ ସ୍ଥାନ, କାଳ ଓ ପାତ୍ରମାନଙ୍କ ବର୍ଣ୍ଣନା ବେଶ୍ ନିଖୁଣ, ଫଟୋଗ୍ରାଫିକ୍‌। ଏହା ଅଧିକ ଅଧ୍ୟୟନ ନା ବିଭିନ୍ନ ସ୍ଥାନ ଭ୍ରମଣ ଓ ଲୋକଙ୍କ ସହିତ ମିଶିବାର ପ୍ରତିଫଳନ?ତିନିଟି ଯାକର ସମ୍ମିଶ୍ରଣ ଓ ଆଉ ଟିକିଏ କିଛି। ସ୍ଥାନ, କାଳ, ପାତ୍ରଙ୍କ ବର୍ଣ୍ଣନା କେବଳ ଆଖିଦେଖା ତ ନୁହେଁ ସବୁବେଳେ। ତା’ ସହିତ ମିଳିଥାଏ ନିଜର ଅନୁଭବ ଓ କଳ୍ପନା। କିଛି ବ୍ୟକ୍ତ କରିବାକୁ ଗଲାବେଳେ ମୋ ମାନସପଟରେ ଲେଖା ହେଇଥିବା କିଛି ସ୍ଥାନ ଓ କାଳକୁ ଓଟାରି ଆଣିବାକୁ ହୁଏ। ମୁଖ୍ୟତଃ ଗଳ୍ପ ଉପନ୍ୟାସ ଯାହାର ମଞ୍ଜଟେ ଥିଲେ ମଧ୍ୟ ତା’ ଚାରିପଟେ କାହାଣୀର ଜାଲଟିଏ ବୁଣିବାକୁ ହୁଏ। ତେଣୁ ଅଧ୍ୟୟନ, ସ୍ଥାନ ଭ୍ରମଣ ଓ ବିଭିନ୍ନ ଚରିତ୍ରମାନଙ୍କ ସହ ଅନୁଭୂତି ସହ ମନନଶୀଳତାକୁ ଯୋଖିବାକୁ ହୁଏ। ମୁଁ ଯାହା ଲେଖିବାକୁ କି ପ୍ରକାଶ କରିବାକୁ ଚାହୁଛୁ ତାକୁ କେମିତି ବ୍ୟକ୍ତ କରିବି ଭାବିହୁଏ। ମୁଁ ଯାହା ଲେଖେ ତାକୁ ମୋ ମନ ଭିତରେ ଗୋଳେଇ ଗୋଳେଇ ଦେଖେ। ଯେହେତୁ ମୋ ଲେଖା ମୋତେ ବିଶ୍ବସନୀୟ ଲାଗେ ଓ ମୋତେ ପ୍ରତ୍ୟୟ ଦିଏ, ତେଣୁ ପାଠକଙକ୍ୁ ବର୍ଣ୍ଣନା ଫଟୋଗ୍ରାଫିକ୍ ଲାଗୁଥାଇପାରେ।  ନାରୀ ମନସ୍ତତ୍ତ୍ୱର ଅନେକ ଗହନ ଓ ଗୋପନ ଦିଗକୁ ଦେଖେଇବାରେ ଆପଣ ସିଦ୍ଧହସ୍ତ। ଜଣେ ନାରୀ ହୋଇଥିବାରୁ ଏହା ଆପଣଙ୍କୁ ସହଜ ମନେହୁଏ କି?ଜଣେ ନାରୀ ହୋଇଥିବାରୁ ନିଶ୍ଚିତ ଭାବେ ନାରୀଟିଏର ମନଗହନର କଥାକୁ ବୁଝିପାରିବା ମୋ ପାଇଁ ସହଜ ହୁଏ। ତେବେ ସାହିତ୍ୟ ରଚନାରେ ଘଟଣା ଅପେକ୍ଷା ତା’ ପଛର ମାନସିକତା ଓ ମନସ୍ତତ୍ତ୍ବ ମୋତେ ବେଶି ଆକୃଷ୍ଟ କରେ। ଯେ କୌଣସି ଚରିତ୍ରର ଗତି ଓ ପରିଣତି କାହିଁକି ଏପରି, ଏଇ ରହସ୍ୟ ମୋତେ ତାକୁ ଭେଦ କରିବାକୁ ଉଚ୍ଛନ୍ନ କରେ। ନାରୀ ଜଣେ ମଣିଷ ଓ ଚରିତ୍ର ଭାବର ଏତେ ଅଦ୍ଭୁତ ଯେ, ତାକୁ ନେଇ ଯେତେ କହିଲେ ମଧ୍ୟ କିଛି ଅକୁହା ରହିଯାଏ।  ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଆଜିର ନାରୀ ପ୍ରାୟତଃ ଅସୁଖୀ। ନାରୀର ମୁଖ୍ୟ ସମସ୍ୟାଟି କ’ଣ ବୋଲି ଆପଣ ମନେ କରନ୍ତି?ବର୍ତ୍ତମାନ ସମୟରେ, ଯେତେବେଳେ ନାରୀ ଓ ପୁରୁଷଙ୍କୁ ସମାନ ସୁଯୋଗ ପ୍ରାୟତଃ ମିଳିପାରୁଛି, ନାରୀର ବୌଦ୍ଧିକ ଅଭିବୃଦ୍ଧି ଅଧିକ ଘଟିଛି। ସେ ପ୍ରଶ୍ନ କରୁଛି, ନିଜକୁ ଓ ସମାଜକୁ। ତା’ର ବୌଦ୍ଧିକ ଅଭିବୃଦ୍ଧି ସହ ସାଧାରଣ ଭାବରେ ପୁରୁଷର ଓ ସମାଜର ସମାନୁପାତରେ ସେପରି ଅଭିବୃଦ୍ଧି ହୋଇପାରି ନାହିଁ। ନାରୀ ବଞ୍ଚିତ ହେବାକୁ ତା’ର ଭାଗ୍ୟ ବୋଲି ଭାବି ପାରୁନାହିଁ ‌େଯତେବେଳେ ସମାଜ ଓ ପୁରୁଷ ଭାବୁଛନ୍ତି ଯେ ଯେହେତୁ ସେ ନାରୀ, ତା’ର ଆଚାର ବ୍ୟବହାର ଏକ ନିର୍ଦ୍ଦିଷ୍ଟ ନିୟମାନୁଯାୟୀ ହେବା ଉଚିତ। ତା’ ପରେ ନାରୀକୁ ସଚରାଚର ତା’ର ନ୍ୟାର୍ଯ୍ୟ ପ୍ରାପ୍ତି ମିଳୁନାହିଁ। ସମାଜ, ପରିବାର ସବୁବେଳେ ଅଙ୍କୁଶ ହୋଇ ରହିଛି ବା ତା’ର ଆଗକୁ ବଢ଼ିବାରେ ବାଧକ ସାଜୁଛି। ଏକଥା ନାରୀ ବୁଝିପାରୁଛି। ତେଣୁ ସେ ଅସୁଖୀ। ଶହେବର୍ଷ ତଳେ ହୁଏତ ନାରୀଟିଏ ଏକଥା ବୁଝି ପାରୁନଥିଲା, ରୋଷେଇ ଘରେ, ଛୁଆ ଜନ୍ମ, ଛୁଆ ପାଳନରେ ତା’ର ସମସ୍ତ ସମୟ ଓ ଜୀବନ ବିତିଯାଉଥିଲା। ନିଜକୁ ନିଜେ ବୁଝିପାରିବା ଓ ଚତୁଃପାର୍ଶ୍ବ‌ର ଅନ୍ୟମାନେ ତାକୁ ବୁଝି ନପାରିବା ହିଁ ନାରୀକୁ ଅସୁଖୀ କରୁଛି। ଶିକ୍ଷିତା ନାରୀ ଆଧୁନିକ କାଳରେ ପ୍ରାୟ ସମସ୍ତେ ଉପର୍ଜନକ୍ଷମା ହେଲେଣି। କିନ୍ତୁ ସଂସାର ଚଳାଇବାର ବଡ଼ ଭାଗଟି ଚାକିରି ସହ ନାରୀ ଏବେ ବି ବହନ କରୁଛି। ଶିକ୍ଷିତା ସଚେତନ ନାରୀକୁ ଏବେ ମଧ୍ୟ ବାଧ୍ୟ କରାଯାଉଛି ଶ୍ବଶୁର ଘରର ଅଜବ କାଏଦା ଅନୁଯାୟୀ ଚଳିବାକୁ, ଅବିଚାର ଓ ଅଦୌତିକୁ ସହିବାକୁ। ପ୍ରକୃତ ସମାନତାରେ ତାରତମ୍ୟ ଯେ ପର୍ଯ୍ୟନ୍ତ ଥିବ, ସେ ପର୍ଯ୍ୟନ୍ତ ନାରୀ ଅନ୍ତଃକରଣରେ ସୁଖୀ ହୋଇପାରିବ ନାହିଁ। Budget 2026: ଆଇଟି ସେବା ପାଇଁ ସ୍ୱୟଂଚାଳିତ ନିୟମ-ଆଧାରିତ ସୁରକ୍ଷା ଅନୁମୋଦନ  ଆପଣ ସର୍ବ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ଥିଲେ। କାମ ସହିତ ଲେଖାଲେଖିରେ କେମିତି ତାଳମେଳ ରଖନ୍ତି?କହିପାରିବି ନାହିଁ, ଚାକିରିର ଏତେ ସମୟ- ପ୍ରାୟ ଛତିଶ ବର୍ଷ କେମିତି କଟିଗଲା ଓ ତା’ ସହିତ କେମିତି ଲେଖିପାରିଲି। ଲେଖିବାରେ ଉଠ୍‌ପଡ଼ ତ ଲାଗିରହିଲା। ମୁଁ ପ୍ରତିଦିନ ବସି ନିର୍ଦ୍ଦିଷ୍ଟ ଭାବରେ ଲେଖିପାରେ ନାହିଁ। ମନ ଭିତରେ କୌଣସି ଆବେଗକୁ (ଲେଖିବାର) ଅନେକ ସମୟ ଧରି ଆଉଟାଏ। ଏହି କ୍ରମରେ ଅନେକ ଭାବ ଓ ଉପଲବ୍‌ଧି ହଜିଯାଆନ୍ତି ମଧ୍ୟ, ମିଳେଇ ଯାଆନ୍ତ ମହାଶୂନ୍ୟରେ। ଚେଷ୍ଟାକଲେ ବି ଫେରେଇ ଆଣିପାରେ ନାହିଁ। କମ୍ ବୟସରେ ଯେତେବେଳେ ଲେଖିବା ଆରମ୍ଭ କରୁଥିଲି; ଚାକିରି, ସଂସାରର ଆହ୍ବାନ ମଧ୍ୟ ଥିଲା, ଲେଖିବା ଛାଡ଼ିଦେବି ବୋଲି କେତେଥର ମନସ୍ଥ କରିଥିଲି। ‌ମାଆ ସେ‌େତବେଳେ ବୁଝେଇଥିଲେ ଲେଖିବା ଛାଡ଼ିବୁ ନାହିଁ ଜାମ। ତୋର ସବୁଠାରୁ ବିଶ୍ବସ୍ତ ବନ୍ଧୁ ପରି ସେ ସାରା ଜୀବନ ତୋ ସହ ରହିବ, ଆଉ କିଏ ରହିବ କି ନାହିଁ ଜଣାନାହିଁ! ଧୀରେ ଧୀରେ ଲେଖିବା ସହ ଆତ୍ମିକ ସଂପର୍କ ଗଢ଼ି ହୋଇଗଲା। ନିଜକୁ ବ୍ୟକ୍ତ କରିବାକୁ ଇଚ୍ଛା ହେଲା। ସେଥିପାଇଁ ସମୟ ବାହାର କରିବାକୁ ହେଲା। କିଛି ତ୍ୟାଗ କରିବାକୁ ହେଲା। ତେବେ ଲେଖି ସାରିବାର ପ୍ରଶାନ୍ତି ଓ ପାଠକୀୟ ସଂବେଦନା ମୋତେ ଏକ ଅନ୍ୟ ରାଇଜକୁ ନେଇ ଯାଉଥିଲା। ଦୁଇ ପ୍ରକାର ଜୀବନ ଏକା ସଙ୍ଗେ ବଞ୍ଚିବାର ରହସ୍ୟ ଓ ରୋମାଞ୍ଚ ମୋତେ ଉଦ୍‌ବେଳିତ କରିଚାଲିଲା। ଚାକିରି ସହ ଲେଖିବା ଏକ ପ୍ରକାର ଜୀବନଧାରା ଭଳି ଗଡ଼ିଚାଲିଲା। ଧୀରେ ଧୀରେ ସହକର୍ମୀମାନେ ଜାଣିଲେ, ପଢ଼ିଲେ ଓ ପ୍ରଶଂସା କଲେ। ୨୦୨୪ ମସିହା ଭାରତୀୟ ଆୟକର ଦିବସ ଅବସରରେ ‘ସୃଜନଶୀଳତାରେ ଉତ୍କର୍ଷ’ ପାଇଁ ଭାରତର ବିତ୍ତମନ୍ତ୍ରୀଙ୍କ ହାତରୁ ପ୍ରଶସ୍ତିପତ୍ର ଓ ସମ୍ମାନ ଗ୍ରହଣ କରିବା ଅବସରରେ ବ୍ୟକ୍ତ କରାଯାଇଥିଲା ଯେ- ଭାରତୀୟ ପ୍ରଶାସନ (ସିଭିଲ୍ ସର୍ଭିସ୍)ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓ ଏକମାତ୍ର ମହିଳା। ତା’ ମଧ୍ୟ ଥିଲା ଏକପ୍ରକାର ପ୍ରାପ୍ତି!  ସାହିତ୍ୟ ପାଇଁ ବିଭିନ୍ନ ରାଜ୍ୟ ଓ ଜାତୀୟ ପୁରସ୍କାରରେ ଆପଣ ସମ୍ମାନିତ। ଏହି ପ୍ରାପ୍ତି ଆପଣଙ୍କ କଲମକୁ ଅଧିକ ମୁଖର କରିଛି ନା ମନ୍ଥର କରିଛି?ପୁରସ୍କାର ମଝିରେ ମଝିରେ ଚମକ ଆଣିଛି, ଆନନ୍ଦ ଆଣିଛି, ହଠାତ୍ ଚଳଚଞ୍ଚଳ ହେଇଛି ଗତାନୁଗତିକଜୀବନ। କିନ୍ତୁ ତା’ ଯେମିତି ଆସିଛି ସେମିତି ମିଳେଇ ଯାଇଛି। ମୋତେ ଲେଖିବାରେ ପୁରସ୍କାର ପ୍ରାପ୍ତି ଖୁବ୍ ବେଶି ସାହାଯ୍ୟ କରିଛି ବୋଲି ମୁଁ ଭାବିପାରୁ ନାହିଁ। ବରଂ ଏକପ୍ରକାର ଦାୟିତ୍ବ ବୋଧ ଓ ସଂଶୟ ଆଣିଛି। ଆଉ ଆଗକୁ ଭଲ ଲେଖିପାରିବି ତ? ମୋ ପାଠକମାନେ ମୋର ଲେଖା ପଢ଼ି ଆନନ୍ଦିତ ହେବେ ତ?  ଅବସର ପରେ ସମୟ କେମିତି କଟୁଛି? କ’ଣ ସବୁ ଯୋଜନା ଅଛି?ସମୟ କଟୁନାହିଁ, ଯେମିତି ଦୌଡୁଛି! ପ୍ରତିଦିନ ମୁଁ ଯାହା ଯାହା କାମ କରିବି ବୋଲି ସକାଳୁ ଭାବୁଛି, ରାତିରେ ଶୋଇବାକୁ ଗଲାବେଳେ ଦେଖୁଛି ଯେ ତା’ର ଅଧା ମଧ୍ୟ ସାରି ପାରିନାହିଁ। ତେବେ ବର୍ତ୍ତମାନ ତ ପୁଲକିତ ଲାଗୁଛି, ମୁକ୍ତିର ଆସ୍ବାଦ ଯୋଗୁଁ। ସେମିତି କିଛି ଯୋଜନା ନାହିଁ। ସାହିତ୍ୟ ସହ ଅଧିକ ସଂପର୍କିତ ହେବା ପାଇଁ ଆଶା ରଖିଛି। ଅନେକ ବହି ପଢ଼ି ପାରିନାହିଁ, ଅନେକ ସ୍ଥାନକୁ ଯାଇ ପାରିନାହିଁ, ଭାବୁଛି କିଛି ସେସବୁ ମଧ୍ୟରୁ କିଛି ଅନ୍ତତଃ ପୂର୍ଣ୍ଣ କରିବି। କେତେ ପାରୁଛି ନା ନପାରୁଛି କିଏ ଜାଣେ?
67 shares
😐
Samaja logo
Samaja
Feb 1, 2026, 08:09 AM
ଭାରତ ସରକାର ବହୁ-କ୍ଷେତ୍ରୀୟ ପଦକ୍ଷେପ ଏବଂ ନିବେଶ ଘୋଷଣା କରିଛନ୍ତି

ଭାରତ ସରକାର ବହୁ-କ୍ଷେତ୍ରୀୟ ପଦକ୍ଷେପ ଏବଂ ନିବେଶ ଘୋଷଣା କରିଛନ୍ତି

* ଓଡ଼ିଶା ପାଇଁ ୫ ଜାତୀୟ ଜଳପଥ, ଜଳପଥରେ ଖଣିଜ ପଥର ପରିବହନକୁ ପ୍ରାଧାନ୍ୟ* ୫ ବର୍ଷ ରେ ୨୦ ନୂଆ ଜଳପଥ ନିର୍ମାଣ* ଓଡ଼ିଶାରେ ବିରଳ ମୃତ୍ତିକା କରିଡର* ଖେଲୋ ଇଣ୍ଡିଆ ମିଶନ୍‌ରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ* କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ* ୧୫ହଜାର ସ୍କୁଲ, ୫୦୦ କଲେଜରେ ଖୋଲିବ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍, ଗେମିଙ୍ଗରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ* ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ, ୫ ବର୍ଷ ରେ ବ୍ୟୟ କରିବା ନେଇ ଘୋଷଣା* ଜାମନଗରରେ ହେବ WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର* ଓଡ଼ିଶା, କର୍ଣ୍ଣାଟକ, କେରଳରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ* ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ* ଆୟକର ସ୍ଲାବ ଅପରିବର୍ତ୍ତିତ* ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ* ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ଵ*ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ସ୍ଵରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ*ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର, ବାୟୋଫାର୍ମା ପାଇଁ ୧୦ହଜାର କୋଟି* ବିଦେଶରେ ଶିକ୍ଷା ଓ ମେଡିକାଲ୍‌ କ୍ଷେତ୍ରରେ ଟିସିଏସ୍‌ ୨ ପ୍ରତିଶତକୁ ହ୍ରାସ* ଦୁର୍ଘଟଣା ପୀଡିତଙ୍କ ପାଇଁ ଟିକସ ରିହାତି କଲେ ଅର୍ଥମନ୍ତ୍ରୀ* ଛାତ୍ରୀମାନଙ୍କୁ ନିର୍ମଳା ସୀତାରମଣଙ୍କ ଉପହାର: ପ୍ରତ୍ୟେକ ଜିଲ୍ଲାରେ ବାଳିକା ହଷ୍ଟେଲ, ୫ଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ପ୍ରସ୍ତୁତ ହେବ କଣ ଶସ୍ତା ହେବ ?* କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା* ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ* ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା* ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ* ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ ଶସ୍ତା ହେବ* ବାୟୋ ସିଏନ୍‌ଜି ଗ୍ୟାସ୍ ଶସ୍ତା ହେବ କଣ ମହଙ୍ଗା ହେବ ?* ମଦ* ଖଣିଜ ପଦାର୍ଥ* ସ୍କ୍ରାପ୍* ସିଗାରେଟ୍* ପାନ ମସଲା* ସୌଖୀନ ପୋଷାକ* ତମାଖୁ ସାମଗ୍ରୀ* ଆମଦାନୀ ଘଣ୍ଟା
36 shares
😐
Odisha Bhaskar logo
Odisha Bhaskar
Feb 1, 2026, 05:17 AM
19 ବର୍ଷରୁ କମ୍ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଣିପାଗ ପୂର୍ବାନୁମାନ ଏବଂ ଲାଭ ବିଶ୍ଳେଷଣ

19 ବର୍ଷରୁ କମ୍ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଣିପାଗ ପୂର୍ବାନୁମାନ ଏବଂ ଲାଭ ବିଶ୍ଳେଷଣ

ନୂଆଦିଲ୍ଲୀ: ୨୦୨୬ ମସିହାର ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ସେମିଫାଇନାଲ୍ ରେ ପହଞ୍ଚିବା ପାଇଁ ଚତୁର୍ଥ ଦଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ସିକ୍ସ ମ୍ୟାଚ୍ ର ଫଳାଫଳ ଦ୍ୱାରା ନିର୍ଣ୍ଣୟ କରାଯିବ। ଏହି ମ୍ୟାଚ୍ ବୁଲାୱାୟୋର କୁଇନ୍ସ ସ୍ପୋର୍ଟସ୍ କ୍ଲବରେ ଖେଳାଯିବ, ଏବଂ ସମସ୍ତଙ୍କ ନଜର ପାଗ ଉପରେ ରହିଛି, ଯାହା ଅଧିକାଂଶ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ କରିଛି। ତେଣୁ, ଆମେ ଆପଣଙ୍କୁ ଭାରତ ଏବଂ ପାକିସ୍ତାନ ୧୯ ବର୍ଷରୁ କମ୍ ଦଳ ମଧ୍ୟରେ ଏହି ମ୍ୟାଚ୍ ସମୟରେ ବୁଲାୱାୟୋର ପାଗ ବିଷୟରେ କହିବାକୁ ଯାଉଛୁ। କମ୍ ବର୍ଷା ଆଶା କରାଯାଉଛି:ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ସୁପର ସିକ୍ସ ମ୍ୟାଚ୍ ସମୟରେ ବୁଲାୱାୟୋର ପାଗ ବିଷୟରେ, ମ୍ୟାଚ୍ ୧ ଫେବୃଆରୀରେ ସ୍ଥାନୀୟ ସମୟ ସକାଳ ୯:୩୦ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି, ଆକାଶ ସ୍ପଷ୍ଟ ରହିବ। ଦିନସାରା ବର୍ଷା ହେବାର ସମ୍ଭାବନା ନାହିଁ, ପ୍ରଚୁର ସୂର୍ଯ୍ୟ କିରଣ ଆଶା କରାଯାଉଛି। ଫଳସ୍ୱରୂପ, ମ୍ୟାଚ୍ ସମାପ୍ତ ହେବାର ଆଶା କରାଯାଇପାରେ। ତାପମାତ୍ରା ୨୫ ରୁ ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ଆଶା କରାଯାଉଛି। ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ, ଯାହା ଫଳରେ ସେମାନଙ୍କ ବୋଲରମାନେ ପିଚ୍‌ରେ ପ୍ରାରମ୍ଭିକ ଆର୍ଦ୍ରତାର ସୁଯୋଗ ନେଇପାରିବେ। ମ୍ୟାଚ୍ ବାତିଲ ହେଲେ ଭାରତ ଲାଭବାନ ହେବ: ଯଦି ବର୍ଷା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ବାଧା ଦିଏ, ଯାହା ପାଣିପାଗ ରିପୋର୍ଟ ଅନୁଯାୟୀ ଅତ୍ୟନ୍ତ ଅସମ୍ଭବ, ଏବଂ ଯଦି ମ୍ୟାଚ୍ ବାତିଲ ହୁଏ, ତେବେ ଟିମ୍ ଇଣ୍ଡିଆ ଏହାର ସିଧାସଳଖ ଲାଭ ପାଇବ। ଭାରତୀୟ ଦଳ ବର୍ତ୍ତମାନ ସୁପର ସିକ୍ସର ଗ୍ରୁପ୍ ୨ ରେ ୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ଯଦି ମ୍ୟାଚ୍ ବାତିଲ ହୁଏ, ତେବେ ଗୋଟିଏ ପଏଣ୍ଟ ସହିତ, ଏହା ସହଜରେ ସେମିଫାଇନାଲ୍ ପହଞ୍ଚିଯିବ। ଏହି ସମୟରେ, ତୃତୀୟ ସ୍ଥାନରେ ଥିବା ପାକିସ୍ତାନୀ ଦଳ ଚାରି ପଏଣ୍ଟ ପାଇଛି ଏବଂ ଏକ ପଏଣ୍ଟ ମଧ୍ୟ ପାଇବ, କିନ୍ତୁ ଏହି ବିଶ୍ୱକପ୍‌ରେ ସେମାନଙ୍କର ଯାତ୍ରା ୫ ପଏଣ୍ଟ ସହିତ ଶେଷ ହେବ। କ୍ୟାଚ୍ ଛାଡ଼ିଲେ, ରନ୍ ଆଉଟ୍ ରୁ ବଞ୍ଚିଗଲେ,… T20 World Cup 2026 ପୂର୍ବରୁ ଇଶାନ କିଶନଙ୍କ… ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା କଷ୍ଟକର: ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୯ ବର୍ଷରୁ କମ୍ ବିଶ୍ୱକପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ପାକିସ୍ତାନ ବିପକ୍ଷରେ ବିଜୟ ସେମାନଙ୍କୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରାଇବ। ସେମିଫାଇନାଲରେ ପହଞ୍ଚିବା ପାଇଁ, ପାକିସ୍ତାନକୁ କେବଳ ଭାରତକୁ ପରାସ୍ତ କରିବାକୁ ପଡିବ ନାହିଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନରେ ଜିତିବାକୁ ପଡିବ। ପାକିସ୍ତାନର ନେଟ୍ ରନ୍ ରେଟ୍ ଭାରତ ତୁଳନାରେ ଯଥେଷ୍ଟ କମ୍, ଅର୍ଥାତ୍ ପ୍ରଥମେ ବ୍ୟାଟିଂ କଲେ ସେମାନଙ୍କୁ ଅତି କମରେ ୧୦୫ ରନ୍ ରେ ଜିତିବାକୁ ପଡିବ। ୨୫୧ ରନ୍ ର ଟାର୍ଗେଟ ପିଛା କରିବାକୁ, ସେମାନଙ୍କୁ ଅତି କମରେ ୨୯.୪ ଓଭରରେ ମ୍ୟାଚ୍ ଜିତିବାକୁ ପଡିବ, ଯେତେବେଳେ ଏକ କମ୍ ଟାର୍ଗେଟ ପାଇଁ ଶୀଘ୍ର ଶେଷ କରିବାକୁ ପଡିବ।
19 shares
😐
Samaja logo
Samaja
Feb 1, 2026, 03:30 AM
ଜଙ୍ଗଲ ସଂରକ୍ଷଣ ପ୍ରୟାସର ନେତୃତ୍ୱ ନେବା ପାଇଁ ଓଡ଼ିଶା ନୂତନ ପି. ସି. ସି. ଏଫ୍. ନିଯୁକ୍ତ କଲା

ଜଙ୍ଗଲ ସଂରକ୍ଷଣ ପ୍ରୟାସର ନେତୃତ୍ୱ ନେବା ପାଇଁ ଓଡ଼ିଶା ନୂତନ ପି. ସି. ସି. ଏଫ୍. ନିଯୁକ୍ତ କଲା

ଭୁବନେଶ୍ବର: ୧୯୯୪ ବ୍ୟାଚର ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଡ. କେ. ମୁରୁଗେସନଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ବନ ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଜଙ୍ଗଲ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ସେ ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିବେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୯୯୫ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ତଥା ଶ୍ରମ ଓ ରାଜ୍ୟ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ମହାନିର୍ଦେଶକ (ଡିଜି) ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେଠାରେ ଥିବା ବରିଷ୍ଠ ଆଇଏଏସ୍ ଜି. ମାଥିଭାଥାନନ ଶନିବାର ସରକାରୀ ଚାକିରିରୁ ଅବସର ନେବା ପରେ ଏହି ଦାୟିତ୍ବ ଚିତ୍ରାଙ୍କୁ ନ୍ୟସ୍ତ ହୋଇଛି। ଚିତ୍ରା ମଧ୍ୟ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ପରବର୍ତ୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ସେ ନିଜର ମୂଳ ଦାୟିତ୍ବ ସହ ଏହି ଅତିରିକ୍ତ କାର୍ଯ୍ୟଭାର ନିର୍ବାହ କରିବେ।
86 shares
😐
Samaja logo
Samaja
Feb 1, 2026, 03:18 AM
ଦକ୍ଷିଣ ଓଡ଼ିଶାରେ ଶୀତ ଲହରୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ କୁହୁଡ଼ି ରହିବ ବୋଲି ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ଶୀତ ଲହରୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ କୁହୁଡ଼ି ରହିବ ବୋଲି ଆଶଙ୍କା

ଭୁବନେଶ୍ବର: ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା କମିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ପାରଦ ଉପରମୁହାଁ ହୋଇଛି। ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲାରେ ଶୀତ ପ୍ରକୋପ ରହିଛି। ଉପରୋକ୍ତ ଜିଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୫ଡିଗ୍ରୀ ମଧ୍ୟରେ ରହିଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ପାରଦ ୯.୧ଡିଗ୍ରୀ ରହିଛି। ସେମିଳିଗୁଡ଼ାରେ ୧୦.୪ ଡିଗ୍ରୀ ଥିବାବେଳେ କୋରାପୁଟରେ ୧୪, ମାଲକାନଗିରିରେ ୧୩.୨, ନବରଙ୍ଗପୁରରେ ୧୩.୨, ରାୟଗଡ଼ାରେ ୧୪, ଭୁବନେଶ୍ବରରେ ୧୬.୮ ଏବଂ କଟକରେ ୧୫.୪ଡିଗ୍ରୀ ରହିଛି। ଶନିବାର ସକାଳେ କେନ୍ଦୁଝର, ପୁରୀ, ବାରିପଦା ଏବଂ ଗୋପାଳପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ରବିବାର ସକାଳେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ କମ୍‌ରୁ ମଧ୍ୟମ ଧରଣ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା‌େ‌ର ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ।
62 shares
😐
Dharitri logo
Dharitri
Feb 1, 2026, 03:06 AM
ଦାରିଙ୍ଗବାଡ଼ିକୁ ଶୀତ ଫେରୁଛି ତୁଷାର ଏବଂ କୁହୁଡ଼ି ବାଧା ଏବଂ ଆନନ୍ଦ ଆଣିଥାଏ

ଦାରିଙ୍ଗବାଡ଼ିକୁ ଶୀତ ଫେରୁଛି ତୁଷାର ଏବଂ କୁହୁଡ଼ି ବାଧା ଏବଂ ଆନନ୍ଦ ଆଣିଥାଏ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେହିପରି ଦୀର୍ଘ ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଆସିଛି ଦକ୍ଷିଣ ପବନ ବୋହିବା ସହ ଘନ କୁହୁଡି ପୁଣି ଫେରିଛି। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସକାଳ ୮ ଟା ବାଜିଥିଲେ ମଧ୍ୟ କୁହୁଡିର ପ୍ରଭାବ କମିନଥିବା ଜଣାପଡିଛି ହଠାତ କୁହୁଡି ଓ ଜାଡ଼ ଯୋଗୁ ଲୋକ ସକାଳୁ କାମ ଧନ୍ଦାରେ ବାହାରିବା ମୁସ୍କିଲ ହୋଇପଡିଛି । ଏବେ ଶୀତକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଲାଗିରହିଛି କିଏ ଏହି ପାଗକୁ ଅମାନିଆ ପାଗ କହୁଥିବା ବେଳେ ଚଳିତ ବର୍ଷ ବହୁ ଦିନ ଧରି ଶୀତ ଛାଡି ନଥିବା କୁହାଯାଉଛି। କିନ୍ତୁ ଶୀତର ମଜା ନେବାକୁ ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ରାଜ୍ୟ ତଥା ରାଜ୍ୟ ବାହାରୁ ବିଶେଷ କରି ଜର୍ମାନୀରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ପଢ଼ନ୍ତୁ ➡️ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ
80 shares
😢
Sambad logo
Sambad
Feb 1, 2026, 02:10 AM
ବାରଙ୍ଗାନନ୍ଦନକାନନରେ ବନ୍ୟଜନ୍ତୁ ସଙ୍କଟ କୁମ୍ଭୀର, ମୟୂର ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଅକାଳ ମୃତ୍ୟୁ

ବାରଙ୍ଗାନନ୍ଦନକାନନରେ ବନ୍ୟଜନ୍ତୁ ସଙ୍କଟ କୁମ୍ଭୀର, ମୟୂର ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଅକାଳ ମୃତ୍ୟୁ

ବାରଙ୍ଗ: ବାରଙ୍ଗନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଠାରେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବା ବନ୍ୟପ୍ରାଣୀ ଅକାଳରେ ମରିଯାଉଥିବା ଦେଖାଯାଉଛି। ସପ୍ତାହକ ଭିତରେ ଏଠାରେ ୫ଟି ବଉଳା କୁମ୍ଭୀର, ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିର ଅକାଳ ମୃତ୍ୟୁ ନଜରକୁ ଆସିଛି। ହଠାତ୍ ଦେଖାଦେଇଥିବା ଏଭଳି ଅଘଟଣ, ଏଠାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଚରମ ଅବହେଳାର ନିଦର୍ଶନ ବୋଲି ପରିବେଶବିତ୍‌ ଓ ପଶୁପ୍ରେମୀମାନେ ଅଭିଯୋଗ ଉଠାଇଲେଣି। ପାଞ୍ଚ ପାଞ୍ଚଟି ବଉଳା କୁମ୍ଭୀରଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି ଏବଂ କୁମ୍ଭୀର ରହୁଥିବା ଜଳଭଣ୍ଡାରର ଶୋଧନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର ଖବର ଅନୁସାରେ ସପ୍ତାହକ ଭିତରେ ନନ୍ଦନକାନନରେ ୫ଟି ଲୁଣାଜଳ ବଉଳା କୁମ୍ଭୀର, ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିକୁ ମିଶାଇ ମୋଟ ୮ଟି ପ୍ରାଣୀଙ୍କର ମୃତ୍ୟୁ ହୋଇଛି। ୩ଟି ଅଣ୍ଡିରା ଓ ୨ଟି ମାଈ କୁମ୍ଭୀରଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କର ବୟସ ପ୍ରାୟ ୮ ବର୍ଷ ଓ ଲମ୍ବ ମଧ୍ୟ ୮ ଫୁଟ୍‌ରୁ ଅଧିକ। ଏବେ ଏହି ପ୍ରଜାତିର ମୋଟ ୨୬ଟି କୁମ୍ଭୀର ଜୀବିତ ଅଛନ୍ତି। ଲଗାତାର କୁମ୍ଭୀର ମରିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଥିଲେ। ତେଣୁ ଶୁକ୍ରବାର ଦିନ ଓୟୁଏଟି ବିଶେଷଜ୍ଞ ଡା. ଆଦିତ୍ୟ ଆଚାର୍ଯ୍ୟ ନନ୍ଦନକାନନ ଆସି କୁମ୍ଭୀରଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ପରୀକ୍ଷା ପାଇଁ ରକ୍ତ ଓ ମାଂସ ନମୁନା ସଂଗ୍ରହ କରିଛନ୍ତି। ରିପୋର୍ଟ ମିଳିବା ପରେ କୁମ୍ଭୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି। କୁମ୍ଭୀରମାନେ ସଂକ୍ରମଣର ଶିକାର ହୋଇ ମରିଛନ୍ତି ବୋଲି ଲକ୍ଷଣରୁ ସନ୍ଦେହ କରାଯାଉଛି। ତେଣୁ ତ୍ବରିତ ପଦକ୍ଷେପ ଭାବେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁମ୍ଭୀରମାନଙ୍କୁ ସଂକ୍ରମଣ ମୁକ୍ତ କରିବା ପାଇଁ ପ୍ରତିଷେଧକ ଟିକା ଦିଆଯାଇଛି। Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର ସେହିଭଳି କୁମ୍ଭୀର ରହୁଥିବା ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ଠିକ୍‌ ଏଭଳି ଅଘଟଣ ଦେଖାଦେଇଥିଲା। ସଂକ୍ରମଣ ଯୋଗୁ ଲଗାତାର ଘଡ଼ିଆଳକୁମ୍ଭୀରଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ସଂକ୍ରମଣ ରୋକିବାକୁ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କରାଯାଇଥିଲା। ତେଣୁ ଏଥର ବି କୁମ୍ଭୀରଙ୍କ ଖୁଆଡ଼ର ପଙ୍କ ଉଦ୍ଧାର କରାଯିବ ବୋଲି ଯୋଜନା କରାଯାଇଛି। ଏତିକିବେଳେ ନନ୍ଦନକାନନରେ ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିର ମୃତ୍ୟୁ କର୍ତ୍ତୃପକ୍ଷଙ୍କୁ ଅଡ଼ୁଆରେ ପକାଇଛି। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ ନାରାୟଣ କହିଛନ୍ତି ଯେ କୁମ୍ଭୀର ମୃତ୍ୟୁର କାରଣ ଜାଣିବାକୁ ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବିହିତ ପଦକ୍ଷେପ ନିଆଯିବ।
39 shares
😢
Sambad logo
Sambad
Feb 1, 2026, 01:30 AM
ପ୍ରାଚୀନ ପରାଗ ଶସ୍ୟ ଭାରତର ଜଳବାୟୁ ଇତିହାସ ଏବଂ ଭବିଷ୍ୟତର ମୌସୁମୀ ଢାଞ୍ଚାକୁ ପ୍ରକାଶ କରେ

ପ୍ରାଚୀନ ପରାଗ ଶସ୍ୟ ଭାରତର ଜଳବାୟୁ ଇତିହାସ ଏବଂ ଭବିଷ୍ୟତର ମୌସୁମୀ ଢାଞ୍ଚାକୁ ପ୍ରକାଶ କରେ

ଛତିଶଗଡ଼ର କୋର୍‌ବା ଜିଲ୍ଲାର ରାଜାରାଣୀ ହ୍ରଦ ଗର୍ଭରୁ ମିଳିଥିବା ୨୫୦୦ ବର୍ଷ ତଳର ପରାଗ କଣିକା ଭାରତର ୩୦୦୦ ବର୍ଷ ତଳର ଜଳବାୟୁଇତିହାସସ୍ପଷ୍ଟ କରିଛି। ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌)ର ପରିବର୍ତ୍ତିତ ଢାଞ୍ଚାକୁ ଆବିଷ୍କାର କରିବାରେ ଏହା ସାହାଯ୍ୟ କରିଛି। ଏହି ଆବିଷ୍କାର ଭବିଷ୍ୟତରେ ଭାରତରେ ମୌସୁମୀ କିପରି ଆଚରଣ କରିବ ସେ ବିଷୟରେ ଅଧିକ ସୂତ୍ର ପ୍ରଦାନ କରିବାରେ ସହାୟକ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶାବ୍ୟକ୍ତ କରିଛନ୍ତି। ରାଜାରାଣୀ ହ୍ରଦର ପରାଗଣ ଅଧ୍ୟୟନ ପ୍ରାଚୀନ ଭାରତରେ ପ୍ରବଳ ବର୍ଷା ହେଉଥିବା ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଛି। ୧୦୦୦ ବର୍ଷ ପୂର୍ବେ ଆକଳନ କରାଯାଇଥିବା ତୁଳନାରେ ମୌସୁମୀ ଅଧିକ ଶକ୍ତିଶାଳୀ ଥିଲା। ପ୍ରାୟ ୨୦୦୦-୨୮୦୦ ବର୍ଷ ପୂର୍ବେ ବୃକ୍ଷଲତା ତୃଣଭୂମିରୁ ବୃକ୍ଷଯୁକ୍ତ ତୃଣଭୂମିକୁ ସ୍ଥାନାନ୍ତରିତ ହୋଇଥିଲା। ଏହା ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌) ବର୍ଷା ପ୍ରଣାଳୀରେ ପରିବର୍ତ୍ତନର ସୂଚନା ଦିଏ। ପରବର୍ତ୍ତୀ ସମୟରେ, ଜଙ୍ଗଲଯୁକ୍ତ ତୃଣଭୂମି ଗ୍ରୀଷ୍ମମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲକୁ ପରିବର୍ତ୍ତିତ ହୋଇଥିଲା। Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ ଏହା ତୁଳନାତ୍ମକ ଭାବରେ ବର୍ଦ୍ଧିତ ବୃଷ୍ଟିପାତକୁ ପ୍ରତିଫଳିତ କରେ ବୋଲି ଏହି ହ୍ରଦରୁ ମିଳିଥିବା ପରାଗ କଣିକାର ଅନୁଧ୍ୟାନରୁ ଜଣାପଡ଼ିଛି। ୧୦୬୦-୧୭୨୫ ମଧ୍ୟରେ ଜଳବାୟୁ ଉଷ୍ଣ ଏବଂ ଅପେକ୍ଷାକୃତ ଅଧିକ ଆର୍ଦ୍ର ଥିବା ହେତୁ ଗ୍ରୀଷ୍ମମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ ଅସ୍ତିତ୍ୱକୁ ଆସିଥିଲା। ଏହା ତୀବ୍ର ମୌସୁମୀ ବୃଷ୍ଟିପାତକୁ ସୂଚିତକରେ। ଜାନୁଆରି ମାସର ‘ରିଭିୟୁ ଅଫ୍ ପାଲିଓବଟ୍‌ନି ଆଣ୍ଡ୍‌ ପାଲିନୋଲ୍‌ଜି’ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ,୧୦୬୦ -୧୭୨୫ ମଧ୍ୟରେ ତୀବ୍ର ଉଷ୍ଣ-ଆର୍ଦ୍ର ଜଳବାୟୁ ଏବଂ ତୀବ୍ର ମଧ୍ୟମ ମୌସୁମୀ ବର୍ଷା ପ୍ରମୁଖ ମୌସୁମୀ ଅଞ୍ଚଳରେ (କୋର୍‌ ମନ୍‌ସୁନ୍ ଜୋନ୍‌)ରେ ଗ୍ରୀଷ୍ମମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ ସୃଷ୍ଟି ହେବାରେ ସହାୟକ ହୋଇଥିଲା। ଏହି ଗବେଷଣାରେ କୁହାଯାଇଛି, ଏହି ପର୍ଯ୍ୟାୟର ପ୍ରାରମ୍ଭିକ ଭାଗ ୭୦୦-୧୪୦୦ ମଧ୍ୟରେ ବିଶ୍ୱର ମଧ୍ୟଯୁଗୀୟ ଜଳବାୟୁ ଅସଙ୍ଗତି ସହିତ ମେଳ ଖାଉଛି। Modi meet Arab delegation team: ଆରବ ବୈଦେଶିକ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି, ଏହି ସମୟ ମଧ୍ୟରେ ଭାରତୀୟ ଗ୍ରୀଷ୍ମ ମୌସୁମୀ ବୃଷ୍ଟିପାତ ବୃଦ୍ଧି ହେବା ଫଳରେ କୃଷି ଅଭ୍ୟାସରେ ପରିବର୍ତ୍ତନ ଆଣିଥିଲା। ଉଦ୍ୟାନ କୃଷି ଓ ପଶୁପାଳନରେ ବୃଦ୍ଧି ଘଟାଇଥିଲା। ଭାରତର ଯେଉଁସବୁ ଅଞ୍ଚଳରେ ୮୯ରୁ ୯୦ ପ୍ରତିଶତ ବୃଷ୍ଟିପାତକୁ ଗ୍ରୀଷ୍ମ ମୌସୁମୀ ଯୋଗଦାନ ଦେଇଥାଏ, ପରବର୍ତ୍ତୀ ସମୟରେ ସେସବୁ ସ୍ଥାନର ଜଳବାୟୁ,ମୌସୁମୀ ବର୍ଷାଓ ଉଦ୍ଭିଦରେ ପରିବର୍ତ୍ତନଶୀଳତା ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଲକ୍ଷ୍ନୗସ୍ଥିତ ବୀରବଲ୍‌ ସାହାଣୀ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ମହମ୍ମଦ୍‌ ଫିରୋଜ୍‌ କୱାମାର୍‌ କହିଛନ୍ତି,‘‘ଆମେ ଜଙ୍ଗଲ ଅଞ୍ଚଳରେ ହ୍ରଦର ଅବକ୍ଷେପ ଅନୁସନ୍ଧାନ କରୁଥିଲୁ। ଏହି ହ୍ରଦକୁ ଚୟନ କରିବାର କାରଣ ଏଠାରେ ମାନବ ପ୍ରଭାବ କମ୍ ଥିବାରୁ ଏହି ଅବକ୍ଷେପରେ କୌଣସି ମିଶ୍ରଣ ନଥିଲା। ଅବକ୍ଷେପର ଅନୁକ୍ରମ ଓ ସମୟ ନିର୍ଦ୍ଧାରଣ ମାସ୍ ସ୍ପେକ୍ଟ୍ରୋମେଟ୍ରି ଦ୍ୱାରା ହୋଇଥିଲା। ଆମେ ଅଭ୍ୟନ୍ତରୀଣ ଏକ ଅଂଶର କାର୍ବନ୍‌ ଡେଟିଂ କରିଛୁ।’’
61 shares
😊
Sambad logo
Sambad
Feb 1, 2026, 12:35 AM
ଭୁବନେଶ୍ୱରର ସତ୍ୟନଗର ଓଭରବ୍ରିଜ୍ ମରାମତି କାର୍ଯ୍ୟ ଚିନ୍ତାଜନକ

ଭୁବନେଶ୍ୱରର ସତ୍ୟନଗର ଓଭରବ୍ରିଜ୍ ମରାମତି କାର୍ଯ୍ୟ ଚିନ୍ତାଜନକ

ଭୁବନେଶ୍ୱର: ସତ୍ୟନଗର ଓଭରବ୍ରିଜ୍‌ ଏକ ପ୍ରମୁଖ ରାସ୍ତା ଓ ପ୍ରତିଦିନ ଏହିରାସ୍ତାଦେଇ ହଜାର ହଜାର ସଂଖ୍ୟାରେ ଲୋକେ ଯାତାୟାତ କରିଥାନ୍ତି। କିନ୍ତୁ ୧୦ ଦିନ ହେଲାଣି ଏହି ବ୍ରିଜ୍‌କୁ ମରାମତି ଆଳରେ ଖଣ୍ଡିଆଖାବରା କରି ପକାଇ ରଖାଯାଇଛି। ରାସ୍ତାରେ ଲୁହାବାଡ଼ା ସବୁ ପଡ଼ିଛି। ଲୁହା ରଡ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଯାହା ଦୁର୍ଘଟଣାର ଭୟ ବଢ଼ାଉଛି। ଏହି ଭୟ ଆହୁରି ବଢ଼ାଇ ଦେଇଛି ବ୍ରିଜ୍‌ର ଅନ୍ଧକାରମୟ ପରିବେଶ। ଅନ୍ଧାରରେ ଲୋକେ ଏହି ଲୁହାବାଡ଼ା, ରଡ୍‌ରେ ପିଟି ହୋଇ ମୃତାହତ ହେବାର ଆଶଙ୍କା ରହିଛି। ତଥାପି ଠିକାସଂସ୍ଥାର ନିଦ ଭାଙ୍ଗୁନି। ଅତି ମନ୍ଥର ଗତିରେ କାମ ଚାଲିଛି। ଯେହେତୁ କାମ ଚାଲିଛି, ଲକ୍ଷ୍ମୀସାଗର ଅଞ୍ଚଳର ଯେଉଁ ଲୋକେ ଏହି ବ୍ରିଜ୍‌ ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଲି କରି ଯିବାକୁ ପଡ଼ୁଛି। ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ଘରୁ ଆସିବା ବେଳେ ଓ ଘରକୁ ଫେରିବା ବେଳେ ଦୁଇ ଦୁଇଥର ବୁଲିବାକୁ ପଡ଼ୁଛି। ବୁଲି ବୁଲି ଯିବାବେଳେ ଟ୍ରାଫିକ୍‌ରେ ଫସି କଲବଲ ହେଉଛନ୍ତି। ଆଉ କିଛି ଅମାନିଆ ଚାଳକ ରଙ୍ଗ୍‌ ରୁଟ୍‌ରେ ପଶି ଯା’ଆସ କରୁଛନ୍ତି। ଯାହା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ଓ ଦୁର୍ଘଟଣା ଭୟ ରହୁଛି। Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର ସତ୍ୟନଗର ଓଭରବ୍ରିଜ୍‌ର ଠିକ୍‌ ମଝିରେ ବ୍ରିଜ୍‌ ସଂଯୋଗସ୍ଥଳରେ ଫାଟ ସୃଷ୍ଟି ହେବାରୁ ଏହାର ମରାମତି ଚାଲିଛି।ପୂର୍ତ୍ତବିଭାଗ ଠିକାସଂସ୍ଥା ଜରିଆରେ ଏହାର ମରାମତି କରୁଛି। କିନ୍ତୁ ଯେଉଁମାନେ ଏହାର ମରାମତି ଦାୟିତ୍ବ ନେଇଛନ୍ତି, ସେମାନେ ଅତି ମନ୍ଥର କାମ କରୁଛନ୍ତି। ଯେହେତୁ ମରାମତି ଚାଲିଛି, କେବଳ ସତ୍ୟନଗର ପାର୍ଶ୍ବରୁ ଆସୁଥିବା ଗାଡ଼ିକୁ ଲକ୍ଷ୍ମୀସାଗର ପାର୍ଶ୍ବକୁ ଆସିବାକୁ ସୁଯୋଗ ଦିଆଯାଉଛି। କିନ୍ତୁ ଲକ୍ଷ୍ମୀସାଗର ପାର୍ଶ୍ବରୁ ସତ୍ୟନଗର ଯିବା ବାଟ ବନ୍ଦ କରି ଦିଆଯାଇଛି। ଏଣୁ ଯେଉଁମାନେ ଲକ୍ଷ୍ମୀସାଗର ପାର୍ଶ୍ବରୁ ସତ୍ୟନଗର ଓ ଆଖପାଖ ଅଞ୍ଚଳକୁ ଯିବାକୁ ଚାହୁଛନ୍ତି, ସେମାନଙ୍କୁ କଳ୍ପନା, ରାଜମହଲ ଛକ ଦେଇ ଅବା ବମିଖାଲ ବ୍ରିଜ୍‌ ଦେଇ ଯିବାକୁ ପଡ଼ୁଛି। ଯେଉଁମାନେ ରାସ୍ତା ମରାମତି ସଂପର୍କରେ ଜାଣିନାହାନ୍ତି, ସେମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ୟୁନିଟ୍‌-୪ ଅଞ୍ଚଳର ସୁଶାନ୍ତ ବେହେରା, ୟୁନିଟ୍‌-୬ ଅଞ୍ଚଳର ବିଜୟଭୂଷଣ ମହାନ୍ତି କହିଛନ୍ତି, ସେମାନେ ଯେହେତୁ ଲକ୍ଷ୍ମୀସାଗର ନିକଟରେ ଚାକିରି କରିଛନ୍ତି, ନିୟମିତ ଏହି ରାସ୍ତା ଦେଇ ଯା’ଆସ କରନ୍ତି। କିନ୍ତୁ ଓଭରବ୍ରିଜ୍‌ ବନ୍ଦ ହୋଇଯିବା ପରେ ସେମାନଙ୍କୁ କଳ୍ପନା ଛକ ଦେଇ ଯିବାକୁ ପଡ଼ୁଛି ଓ ଏକାଧିକ ଟ୍ରାଫିକ୍‌ ଛକରେ ଅଟକିବାକୁ ପଡ଼ୁଛି। ଏଣୁ ହାତରେ ଅଧଘଣ୍ଟାରୁ ଅଧିକ ସମୟ ରଖି ଆସିବାକୁ ପଡ଼ୁଛି। ସଂଧ୍ୟାରେ ଟ୍ରାଫିକ୍‌ ଭିଡ଼ ଅସ୍ବାଭାବିକ ହେଉଛି। ଭିଡ଼ ଭିତରେ କଲବଲ ହେବାକୁ ପଡ଼ୁଛି। Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
78 shares
😢
Sambad logo
Sambad
Feb 1, 2026, 12:16 AM
ସାତକୋସିଆ ଜିଲ୍ଲାର ମହାନଦୀ ନଦୀ ଅବବାହିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି

ସାତକୋସିଆ ଜିଲ୍ଲାର ମହାନଦୀ ନଦୀ ଅବବାହିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି

ଅନୁଗୁଳ:ଅନୁଗୁଳଜିଲ୍ଲାସାତକୋଶିଆର ମହାନଦୀ ଗଣ୍ଡରେ ବଢ଼ିଛି କୁମ୍ଭୀର ସଂଖ୍ୟା। ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଗଣ୍ଡର ଉତ୍ତମ ବାତାବରଣ କୁମ୍ଭୀର ସଂଖ୍ୟା ବଢ଼ିବାର କାରଣ ବୋଲି କୁହାଯାଇଛି। ଚଳିତ ମାସ ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ସାତକୋଶିଆ ମହାନଦୀ ଗଣ୍ଡର ପ୍ରାୟ ୨୨ କିମି ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଏଥିପାଇଁ ୧୪ଟି ଟିମ୍‌ ଗଠନ ହୋଇଥିଲା। Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର ପ୍ରାୟ ୭୦ ଜଣ ବନ କର୍ମଚାରୀ, ଗବେଷକ ଏଥିରେ ସାମିଲ ଥିଲେ। ଚଳିତ ବର୍ଷମହାନଦୀଗଣ୍ଡରେ ୮୮ଟି ମଗର ଥିବା ବେଳେ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ରହିଥିବା ଜଣାପଡ଼ିଛି। ମୋଟ ୧୦୨ଟି କୁମ୍ଭୀର ଠାବ କରାଯାଇଛି। ଗତବର୍ଷ ଏହି ଗଣ୍ଡରେ ୭୫ଟି କୁମ୍ଭୀର ରହିଥିଲେ। ସେମାନଙ୍କ ମଧ୍ୟରେ ୫୯ଟି ମଗର ଓ ୧୬ଟି ଘଡ଼ିଆଳ ରହିଥିଲେ। ସୂଚନାଯୋଗ୍ୟ ଯେ ୨୦୨୩ ମସିହାରେ ମୋଟ ୯୦ କୁମ୍ଭୀର ଓ ୨୦୨୪ ମସିହାରେ ୧୧୧ଟି କୁମ୍ଭୀର ମହାନଦୀ ଗଣ୍ଡରେ ଠାବ ହୋଇଥିଲେ। Weekly Horoscope 2026 Feb 1 To Feb 7: ଜାଣନ୍ତୁ ଏ ସପ୍ତାହରରାଶିଫଳ
51 shares
😐
Prameya logo
Prameya
Jan 27, 2026, 02:58 PM
ସମଗ୍ର ଆମେରିକାରେ ତୁଷାର ଝଡ଼ ହାଭୋକକୁ ଧ୍ୱଂସ କରିଦେଇଛି, ଅତି କମରେ 30 ଜଣଙ୍କର ମୃତ୍ୟୁ ଘଟିଛି

ସମଗ୍ର ଆମେରିକାରେ ତୁଷାର ଝଡ଼ ହାଭୋକକୁ ଧ୍ୱଂସ କରିଦେଇଛି, ଅତି କମରେ 30 ଜଣଙ୍କର ମୃତ୍ୟୁ ଘଟିଛି

ଓ୍ବାଶିଂଟନ୍, ୨୭।୧: ଆମେରିକାରେ ଆଜିକାଲି ବରଫପାତ ନୂଆ ସଙ୍କଟ ସୃଷ୍ଟି କରିଛି। ଆମେରିକାର ପୂର୍ବୋତ୍ତର ଭାଗରେ ସୋମବାର ବରଫ ଝଡ କାରଣରୁ ଅତି କମ୍‌ରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଝଡ କାରଣରୁ ଦକ୍ଷିଣର କିଛି ଭାଗରେ ବର୍ଷା ପରେ ସ୍ଥିତି ଅଧିକ ଖରାପ ହୋଇଛି। ଲକ୍ଷାଧିକ ଲୋକ ସୋମବାର ବିଜୁଳି ନଥିବା କାରଣରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅର୍କାଇସରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ୨,୧୦୦ କିଲୋମିଟର ଅଞ୍ଚଳରେ ଏକ ଫୁଟରୁ ଅଧିକ ଉଚ୍ଚତାର ବରଫ ଜମି ରହିଥିବା କାରଣରୁ ସୋମବାର ସଡକରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।ଉଡାଣ ରଦ୍ଦ କରିବାକୁ ପଡିଥିଲା। ଏହା ସହ ସ୍କୁଲ ମଧ୍ୟ ବନ୍ଦ ରହିଛି। ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ପିଟର୍ସବର୍ଗର ଉତ୍ତର ଅଞ୍ଚଳରେ ୨୦ ଇଞ୍ଚ ପର୍ଯ୍ୟନ୍ତ ବରଫ ଜମି ରହିଛି। ତାପମାତ୍ରା ଶୂନ୍ୟ ରୁ ମାଇନସ୍ ୩୧ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ଅଧିକାରୀଙ୍କ କହିବା ଅନସାରେ,ଏହି ଝଡ କାରଣରୁ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ଫ୍ଲାଇଟ୍ଆୱେର ଅନୁଯାୟୀ, ସୋମବାର ସାରା ଦେଶରେ ୮୦୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି। ଶୁକ୍ରବାର ଠାରୁ ୩୧ ହଜାର ରୁ ଅଧିକ ବିମାନ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ୧୦,୮୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ବିମାନ ବାତିଲ ଏବଂ ବିଳମ୍ବ ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିପାରେ। ଆମେରିକାରେ ଟେନେସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ରବିବାର ଅପରାହ୍ନ ସୁଦ୍ଧା, ପ୍ରାୟ ୩୩୭,୦୦୦ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ବିଜୁଳି ବିନା ଥିଲା।ଲୁଇସିଆନା ଏବଂ ମିସିସିପିରେ୧୦୦,୦୦୦ ରୁ ଅଧିକ ଘର ବିଦ୍ୟୁତ୍ ବିନା ଥିଲା। କେଣ୍ଟୁକି, ଜର୍ଜିଆ, ଆଲାବାମା ଏବଂ ପଶ୍ଚିମ ଭର୍ଜିନିଆରେ ମଧ୍ୟ ଲକ୍ଷ ଲକ୍ଷ ଘର ବିଦ୍ୟୁତ୍ ବିନା ଥିଲା। ତୁଷାରପାତ ଏବଂ ତୁଷାରପାତ ଗଛ ଏବଂ ବିଦ୍ୟୁତ୍ ତାର ଭାଙ୍ଗି ଦେଇଥିଲା।
79 shares
😢
Sambad logo
Sambad
Jan 25, 2026, 02:53 PM
ଦିଲ୍ଲୀର ବାୟୁ ପ୍ରଦୂଷଣ ସଙ୍କଟ ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଜୀବିକା ପ୍ରତି ବିପଦ

ଦିଲ୍ଲୀର ବାୟୁ ପ୍ରଦୂଷଣ ସଙ୍କଟ ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଜୀବିକା ପ୍ରତି ବିପଦ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାୟୁରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ଠିକରେ ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟକର ହୋଇପଡ଼ୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ଲୋକସଭାରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାୟୁ ପ୍ରଦୂଷଣ ନେଇ ସେ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ଆମ ସ୍ଵାସ୍ଥ୍ୟ ଏବଂ ଅର୍ଥନୀତି ଉଭୟ ପ୍ରଭାବିତ ହେଉଛି। ଲକ୍ଷ ଲକ୍ଷ ସାଧାରଣ ଭାରତୀୟ ପ୍ରତିଦିନ ଏହି ବୋଝ ଉଠାଉଛନ୍ତି।ଖାସକରି ପିଲା ଏବଂ ବୃଦ୍ଧମାନେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି। ରାହୁଲ ଆହୁରି କହିଛନ୍ତି, ନିର୍ମାଣ ଶ୍ରମିକ ଏବଂ ଦିନ ମଜୁରିଆଙ୍କ ଜୀବିକା ବିଶେଷ ଭାବରେ ପ୍ରଭାବିତ ହେଉଛି। ଏହି ସଙ୍କଟକୁ ଆଗାମୀ ଶୀତ ୠତୁ ପର୍ଯ୍ୟନ୍ତ ଅଣଦେଖା କରିହେବନାହିଁ । ଏହାକୁ ରୋକିବାକୁ ହେଲେ ସମସ୍ତଙ୍କୁ ସ୍ଵର ଉଠାଇବାକୁ ପଡ଼ିବ। ଆପଣଙ୍କ ସ୍ୱର ଗୁରୁତ୍ୱପୂର୍ଣ୍ଣ, ଆପଣ ସ୍ଵର ଉଠାନ୍ତୁ ଏହାକୁ ବଳ ଯୋଗାଇବା ମୋର କର୍ତ୍ତବ୍ୟ। ଆହୁରି ପଢ଼ନ୍ତୁ:AI: ଏଆଇ ପ୍ରଭାବରେ ବିକଶିତ ଦେଶଗୁଡ଼ିକରେ ୬୦ ପ୍ରତିଶତ ଚାକିରି ଲୋପ ପାଇବ: ଆଇଏମ୍‌ଏଫ୍‌ ପ୍ରାୟ ୧୦୦ ଦିନ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ଉନ୍ନତ ହୋଇଛି। ଶୁକ୍ରବାର ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ପରେ, ଦିଲ୍ଲୀ ପ୍ରଦୂଷଣ ସାମାନ୍ୟ କମିଛି। ଶନିବାର, AQI ୨୪୨ ରୁ ୨୫୬ ମଧ୍ୟରେ ରେକର୍ଡ କରାଯାଇଥିଲା, ଯେତେବେଳେ ଅପରାହ୍ନ ସୁଦ୍ଧା ଏହା ପ୍ରାୟ ୧୯୦ ଥିଲା। ସେହିପରି, ଆଜି, ଦିଲ୍ଲୀର AQI ୧୫୫ ରେକର୍ଡ କରାଯାଇଛି।
87 shares
😢
Samaja logo
Samaja
Jan 14, 2026, 03:24 PM
କୋରାପୁଟ ଜିଲ୍ଲାର ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

କୋରାପୁଟ ଜିଲ୍ଲାର ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

ସମାଜ ଲାଇଭ ଡେସ୍କ : ପିକନିକ ସାଜିଲା କାଳ । ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । କୋରାପୁଟ ଜିଲ୍ଲାରେ ଘଟିଲା ଦୁଃଖଦାୟକ ଘଟଣା ।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ତଳମିଟିଂ ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । ଯୁବକ ଜଣକ ପିକନିକ ପାଇଁ ସେମିଳିଗୁଡାରୁ ଆସିଥିଲେ । ଯୁବକ ଜଣକ ଜଳପ୍ରପାତରେ ଗାଧୋଉଥିବା ସମୟରେ ତାଙ୍କର ମୃତ୍ୟୁ ହେଇଥିବା ସ୍ପଷ୍ଟ କରିଛି ଲକ୍ଷ୍ମୀପୁର ପୁଲିସ ।
22 shares
😢
Sambad logo
Sambad
Jan 11, 2026, 02:50 PM
ଶୀତକୁ ଆଲିଙ୍ଗନ କଲା ଭାରତଃ ଉତ୍ତର ସମତଳ ଅଞ୍ଚଳ ଏବଂ ପାହାଡ଼ରେ ରେକର୍ଡ-ନିମ୍ନ ତାପମାତ୍ରା

ଶୀତକୁ ଆଲିଙ୍ଗନ କଲା ଭାରତଃ ଉତ୍ତର ସମତଳ ଅଞ୍ଚଳ ଏବଂ ପାହାଡ଼ରେ ରେକର୍ଡ-ନିମ୍ନ ତାପମାତ୍ରା

ନୂଆଦିଲ୍ଲୀ: ପାହାଡ଼ରୁ ଆସୁଥିବା ଥଣ୍ଡା ପବନ ସମତଳ ଅଞ୍ଚଳର ଲୋକଙ୍କୁ ଥରାଇ ଦେଉଛି। ରାଜସ୍ଥାନ ଓ ଦିଲ୍ଲୀରେ ଶନିବାର ଏହି ଋତୁରେ ସବୁଠାରୁ ଥଣ୍ଡା ରେକର୍ଡ କରାଯାଇଛି। ରାଜସ୍ଥାନ ସିକରର ଫତେପୁରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୩.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହି କାରଣରୁ ଅନେକ ସ୍ଥାନରେ ଯାନବାହନ ଉପରେ ବରଫ ଜମା ହୋଇଥିଲା। ଅଧିକପଢ଼ନ୍ତୁ:ହାଇଆଲର୍ଟରେଇସ୍ରାଏଲ: ଇରାନରେ ଯେ କୌଣସି ସମୟରେ ଆମେରିକାର ଆକ୍ରମଣ ଅନ୍ୟପକ୍ଷରେ ପିଥୋରାଗଡ଼ର ଆଦି କୈଳାସ ଓ ରୁଦ୍ରପ୍ରୟାଗର କେଦାରନାଥ ଧାମରେ ଶନିବାର ସର୍ବନିମ୍ନ ତାପମାତ୍ରା ମାଇନସ୍ ୨୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଆଲମୋଡ଼ା, ପିଥୋରାଗଡ଼, ଚମୋଲି, ଉତ୍ତରକାଶୀ ଓ ରୁଦ୍ରପ୍ରୟାଗରେ ନଦୀ ଓ ଜଳପ୍ରପାତ ବରଫ ହୋଇଯାଇଛି। କାଶ୍ମୀରର ସୋପିଆନରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୮.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୫.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଡାଲ ହ୍ରଦ ସମେତ ଅନେକ ହ୍ରଦରେ ପାଣି ବରଫ ହୋଇଯାଇଛି। ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୭.୮ ଡିଗ୍ରି ସେଲସିୟସ ଓ ଗୁଲମାର୍ଗରେ ଏହା ମାଇନସ୍ ୬.୮ ଡିଗ୍ରି ଥିଲା। ଶନିବାର ସକାଳେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହି ଶୀତ ଋତୁରେ ଏହା ସର୍ବନିମ୍ନ ତାପମାତ୍ରା। ପାଣିପାଗ ବିଭାଗର କହିବା ଅନୁସାରେ, ରବିବାର ଓ ସୋମବାର ଦିଲ୍ଲୀରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ସଂଲଗ୍ନ ପଞ୍ଜାବ ଓ ହରିୟାଣାର ୩ଟି ସହରରେ ତାପମାତ୍ରା ଶୂନ ଡିଗ୍ରି ପାଖାପାଖି ପହଞ୍ଚିଛି। ପଞ୍ଜାବର ହୋଶିଆରପୁରରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ ଓ ଅମୃତସରରେ ୧.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ହରିୟାଣାର ମହେନ୍ଦ୍ରଗଡ଼ରେ ତାପମାତ୍ରା ୧.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଅଧିକପଢ଼ନ୍ତୁ:ପ୍ରୋ-ଲିଗ୍‌ ପୁରୁଷ ହକି: ରାଉରକେଲାରୁ ଭାରତର ଅଭିଯାନ
94 shares
😐
Samaja logo
Samaja
Jan 8, 2026, 02:52 PM
ଦୀର୍ଘସ୍ଥାଯ଼ୀ ଥଣ୍ଡା ଦୁଇ ସପ୍ତାହ ପର୍ଯ୍ଯ଼ନ୍ତ ରହିବ ବୋଲି ଆଶା କରାଯାଉଛି

ଦୀର୍ଘସ୍ଥାଯ଼ୀ ଥଣ୍ଡା ଦୁଇ ସପ୍ତାହ ପର୍ଯ୍ଯ଼ନ୍ତ ରହିବ ବୋଲି ଆଶା କରାଯାଉଛି

ସମାଜ ଡିଜିଟାଲ ଡେସ୍କ :ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସୂଚନାଯୋଗ୍ୟଯେ ,୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ ଥିଲା । ରାଜଧାନୀ ସମେତ ଅନେକ ସହରରେ ତାପମାତ୍ରା ୧୦ ତଳକୁ ରହିବା ଓ ଶୀତ ଲହରୀ ଜାରି ରହିବା ,ନେଇ ଚର୍ଚ୍ଚା ଜୋର ଧରିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବାୟୁମଣ୍ଡଳୀୟ ତଥା ଭୂପୃଷ୍ଟ ତାପମାତ୍ରା ପ୍ରତିଫଳନ ଉଚ୍ଚକୁ ଯାଉଛି । ଏହା ସହ ଉତ୍ତର-ପଶ୍ଚିମା ପାକିସ୍ତାନ ହିମାଳୟ ବାୟୁ ଆଭ୍ୟନ୍ତରୀଣ ଭାରତକୁ ପ୍ରବେଶ କରୁଛି । ତେଣୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦୀର୍ଘ ଦିନ ଧିରି ବାୟୁ ମଣ୍ଡଳ, ପରିବେଶ ସ୍ବଛ ଅବାଧ ରହୁଥିବାରୁ ଶୀତର ପ୍ରକୋପ ଲାଗି ରହୁଛି । ଏହା ଆସନ୍ତା ଦୁଇ ସପ୍ତାହ ଯାଏଁ ଲାଗି ରହିବ । ସୂର୍ଯ୍ୟଙ୍କ ଉତ୍ତରାୟଣ ପରେ ତାତି ବଢ଼ିବ ବୋଲି କୁହାଯାଇଛି ।
67 shares
😢
Samaja logo
Samaja
Dec 24, 2025, 02:50 PM
ମୋଟର ଯାନ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ଯ଼କ କରୁଥିବା ନିଯ଼ମକୁ ଘୁଞ୍ଚାଇଲା ଭାରତ

ମୋଟର ଯାନ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ଯ଼କ କରୁଥିବା ନିଯ଼ମକୁ ଘୁଞ୍ଚାଇଲା ଭାରତ

ଭୁବନେଶ୍ୱର – ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି । ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।
30 shares
😢
Anupam Bharat logo
Anupam Bharat
Dec 22, 2025, 04:30 PM
ଓଡ଼ିଶା ଉପରେ ଘୂର୍ଣ୍ଣିବଳଯ଼ର ବିପଦ, ସୃଷ୍ଟି ହେଲା ନିମ୍ନ ଚାପ ଝଡ଼

ଓଡ଼ିଶା ଉପରେ ଘୂର୍ଣ୍ଣିବଳଯ଼ର ବିପଦ, ସୃଷ୍ଟି ହେଲା ନିମ୍ନ ଚାପ ଝଡ଼

Anupambharat News Bureau|ଓଡ଼ିଶା||862 |Read... ଭୁବନେଶ୍ୱର, ୪ା୧୧ (ଅନୁପମ ମିଡ଼ିଆ): ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ । ତା’ସହିତ ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା ବି ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି । ତେବେ ଲଘୁଚାପ, ଅବପାତର ରୂପ ନେବା ପରେ ବାତ୍ୟା ଓ ଏହାର ଗତିପଥ ସ� Anupambharat News Bureau|ଓଡ଼ିଶା||861 |Read... ଭୁବନେଶ୍ୱର,୪ ।୧୧(ଅନୁପମ ମିଡିଆ): ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ର୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ରାମମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ଠାରେ ବିଭିନ୍ନ ଦାବି ନେଇ ଏକ ଗର୍ଜନ ସମାବେଶ ସ Anupambharat News Bureau|ଓଡ଼ିଶା||853 |Read... ବ୍ୟାସନଗର,୪ ।୧୧(ଅନୁପମ ମିଡ଼ିଆ): କୋରାଇ ଥାନା ଅନ୍ତର୍ଗତ ହଳଦୀଗଡିଆ ପଂଚାୟତର ଖିଲିପଙ୍ଖା ଗ୍ରାମରେ ଶନିବାର ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉସିବରେ କୋରଶି ବିଧାୟକ ଅଶୋକ ବଳ ଉପସ୍ଥିତ ଥାଇ ମଧ୍ୟ ସାଦକପୁର ପଂଚାୟତର ଦୁଇ ଗେ� Anupambharat News Bureau|ଓଡ଼ିଶା||852 |Read... ସମ୍ବଲପୁର,୩ା୧୧ (ଅନୁପମ ମିଡିଆ): ଭିମସାରର ଦନ୍ତ ବିଭାଗରେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାରକୁ ପ୍ରସଙ୍ଗ ବର୍ତ୍ତମାନ ସୁଦ୍ଧା ଦୋଛକି ମଧ୍ୟରେ ଝୁଲି ରହିଛି । ତାର କୌଣସି ନିଷ୍କର୍ଶ ବାଟ ଫିଟି ପାରି ନାହିଁ ପୁଣି ଆଜି � Anupambharat News Bureau|ଓଡ଼ିଶା||851 |Read... ଅନୁଗୋଳ,୨ା୧୧(ଅନୁପମମିଡ଼ିଆ): ଆଧୁନିକ ଯୁଗରେ ମଧ୍ୟ ଭୂତ ଲାଗୁଥିବା ଘଟଣା ଲୋକଙ୍କ ମନରୁ ଲିଭି ପାରିନି । ଆଉ ମରି ଯାଇଥିବା ଏକ ଆତ୍ମା ଆସି ତାର ମୃତୁ୍ୟର କାରଣକୁ ବଖାଣି ଚାଲିଛି । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର କେନ� Anupambharat News Bureau|ଓଡ଼ିଶା||850 |Read... ଭୁବନେଶ୍ୱର,୨ ।୧୧ (ଅନୁପମ ମିଡିଆ): ପୁଣି ବଗି ଛାଡି ପଳାଇଲା ଟ୍ରେନ୍‌ ଇଞ୍ଜିନ୍‌ । ଶନିବାର ପୂର୍ବାହ୍ନରେ ବାଲୁଗାଁ ଷ୍ଟେସନ୍‌ ନିକଟବର୍ତ୍ତୀ ବଡ଼କୁଳ ରେଳଲାଇନ୍‌ରେ ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେ Anupambharat News Bureau|ଓଡ଼ିଶା||848 |Read... ଭଦ୍ରକ, ୨ା୧୧ (ଅନୁପମ ମିଡିଆ) ମା’ ସାମ୍ନାରେ ଜଳିଗଲା ଝିଆ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଝିଅକୁ ବଞ୍ଚାଇ ପାରିଲାନି ମା’ । ୯୯ପ୍ରତିଶତ ପୋଡ଼ିଯାଇଥିବା ଝିଅକୁ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍� Anupambharat News Bureau|ଓଡ଼ିଶା||847 |Read... ପାଲଲହଡ଼ା,୨ ।୧୧(ଅନୁପମ ମିଡ଼ିଆ): ପାଲଲହଡ଼ା ରାଜବଂଶରେ ଗତକାଲି ଏକ ଅଭାବନୀୟକ ଘଟଣା ଘଟିଯାଇଛି । ସିତଙ୍ଗ ରାଜ ପରିବାରର ସ୍ୱର୍ଗତ ସାହେବଙ୍କର ବଡ଼ ପୁଅ ଦୀପକ କୁମାର ପାଳ(୬୨) କିଛିଦିନ ହେଲା କ୍ୟାନସର ରୋଗରେ ଚିକିତ୍ସିତ ହେଉଥିଲେ � Anupambharat News Bureau|ଓଡ଼ିଶା||846 |Read... ଯାଜପୁର,୨ା୧୧(ଅନୁପମ ମିଡିଆ): ପି.ଇ.ଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଦୈନିକ ନୁଆନୁଆ ଘଟଣା ସମ୍ମୁଖକୁ ଆସୁଛି । ଏହି ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ତୁମ୍ବିତୋଫାନ ଚଳାଇଛନ୍ତି । ସ୍ମୀତାରାଣୀଙ୍କ ବାପ� Anupambharat News Bureau|ଓଡ଼ିଶା||842 |Read... ଭୁବନେଶ୍ୱର, ୧ ।୧୧(ଅନୁପମ ମିଡିଆ): ବଙ୍ଗୋପସଗାରରେ ପୁଣି ଘନୀଭୂତ ହେଉଛି ଏକ ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି । ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ଯଦି ଏହା ଆହୁର� Anupambharat News Bureau|ଓଡ଼ିଶା||840 |Read... ଭୁବନେଶ୍ୱର, ୧ା୧୧ (ଅନୁପମ ମିଡିଆ) : ଦୀପାବଳି ରାତିରେ ଭୁବନେଶ୍ୱର ଏୟାରଫିଲï ଥାନା ନିକଟରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ଦୁଇଜଣ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱର ବାହାରୁ ଏହି Anupambharat News Bureau|ଓଡ଼ିଶା||832 |Read... ସିନାପାଲି , ୧ା୧୧ (ଅନୁପମ ମିଡିଆ): ନୂଆପଡା ଜିଲ୍ଲା ଖଡିଆଳ ପିଡବ୍ଲì୍ୟଡି ବିଭାଗ ତରଫରୁ ସିନାପାଲି ଗୋଲାମୁଣ୍ଡା ପିଡବ୍ଲì୍ୟଡି ରାସ୍ତାର ଦୁଇପାଶ୍ୱର୍ର ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତ କରି କାର୍ଯ୍ୟ �
76 shares
😢