Prameya
May 5, 2026, 08:29 AM


ବାତ୍ୟା ଚେତାବନୀ ଜାରି ଚିଲିକାରେ ଲାଇଫ୍ ଜ୍ୟାକେଟ୍ ବିନା ବୋଟିଂ ଉପରେ ପ୍ରତିବନ୍ଧକ
ଖୋର୍ଦ୍ଧା, ୦୫/୦୫ : ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ବୋଲି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ ଆଶଙ୍କା କରିଛି । ଏଣୁ ଜିଲ୍ଲା ପ୍ରଶାସନକୁ ବାତ୍ୟା ଭୟ ଘାରିଛି । ତେଣୁ ବାତ୍ୟା ସମୟରେ ଲୋକଙ୍କ ଧନ ଜୀବନ ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱାରୋପ କରିଛି । ଚିଲିକାରେ ବିନା ଲାଇଫ୍ ଜ୍ୟାକେଟରେ ପର୍ଯ୍ୟଟକଙ୍କ ନୌବିହାର ଏବଂ ଯାତ୍ରୀ ପରିବହନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ତେଣୁ ଚିଲିକା ଜଳଯାତ୍ରା ଓ ନୌକା ବିହାରରେ ବ୍ୟବହୃତ ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ୨୦୦୪ ମସିହା ଆଇନ ଅନୁସାରେ ଚିଲିକାରେ ଚଳାଚଳ କରୁଥିବା ସମସ୍ତ ସରକାରୀ ଓ ଘରୋଇ ଡଙ୍ଗାଗୁଡ଼ିକରେ ପର୍ଯ୍ୟଟକ ଓ ଯାତ୍ରୀ ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା କରିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯଦି କୌଣସି ଡଙ୍ଗା, ବୋଟ୍ ମାଲିକ ପ୍ରଶାସନ ନିର୍ଦ୍ଦେଶାନାମାକୁ ଉଲ୍ଲଙ୍ଘନ କରେ ତାହାହେଲେ ସଂପୃକ୍ତ ଡଙ୍ଗା ମାଲିକ ଓ ଚାଳକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଚେତାବନୀ ଦେଇଛି । ସେହିପରି ଘରୋଇ ଡଙ୍ଗା ଓ ନୌକାର ପରମିଟ୍, ଫିଟ୍ନେସ୍ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଛି । ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏ ସମ୍ପର୍କରେ ଜିଲ୍ଲାପାଳ ଚିଲିକା ତଟବର୍ତ୍ତୀ କାଳିଜାଇ ବୋଟ୍ ମାଲିକ ସଂଘ,ବଡ଼କୂଳ, ମା’ କାଳିଜାଇ ଶ୍ରମିକ ସଂଗଠନକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ଅବଗତ କରାଯାଇଛି ।
86 shares
😢




%2Fsambad%2Fmedia%2Fmedia_files%2F2026%2F05%2F04%2Ffsfssfxxccxcx-2026-05-04-01-45-00.jpg&w=3840&q=75)
%2Fsambad%2Fmedia%2Fmedia_files%2F2026%2F05%2F04%2Fdgdagdadgdg-2026-05-04-01-56-05.jpg&w=3840&q=75)

