Achira News Logo
Achira News
Prameya logo
Prameya
May 5, 2026, 07:33 AM
ଉତ୍କଳ ବିଶ୍ୱବିଦ୍ୟାଳୟ ଅଣ-ଶିକ୍ଷକ କର୍ମଚାରୀ ପେନସନ ବିବାଦ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା ଓଏଚଆରସି

ଉତ୍କଳ ବିଶ୍ୱବିଦ୍ୟାଳୟ ଅଣ-ଶିକ୍ଷକ କର୍ମଚାରୀ ପେନସନ ବିବାଦ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା ଓଏଚଆରସି

କଟକ,୦୫/୦୫: ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି ଛାତ୍ରାବାସ ଓ ଛାତ୍ରୀ ନିବାସର ଅଣମେସ୍ କର୍ମଚାରୀଙ୍କ ପେନ୍‌ସନ୍ ମାମଲାରେ ବାରମ୍ବାର ନିର୍ଦ୍ଦେଶ ସତ୍ତେ୍ୱ ଜବାବ ଦାଖଲ ନକରିବାରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ରାଜ୍ୟ ମାନବାଧିକାର କମିସନ୍ (ଓଏଚ୍ଆର୍‌ସି ) ନୋଟିସ୍ ଜାରି କରିଛନ୍ତି । କମିସନ୍ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଏଭଳି ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରାବାସ ଓ ଛାତ୍ରୀନିବାସର ୬୭ ଜଣ ଅଣମେସ୍ କର୍ମଚାରୀଙ୍କ ଚାକିରି ୨୦୦୪ ନଭେମ୍ବର ୨୭ରେ ନିୟମିତ ହୋଇଥିଲା । ତେଣୁ ସେମାନେ ପେନ୍‌ସନ୍ ପାଇବାକୁ ଯୋଗ୍ୟ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୨ ମସିହା ଅଗଷ୍ଟ ୮ରେ ଏକ ଆଦେଶ ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ଏହି କର୍ମଚାରୀମାନେ ପେନ୍ସନ୍ ତଥା ଗ୍ରାଚ୍ୟୁଇଟି ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇନଜୀବୀ ପ୍ରବୀର କୁମାର ଦାସ ଓଏଚ୍ଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ । କମିସନ ଗତବର୍ଷ ଫେବ୍ରୁଆରି ୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ରିପୋର୍ଟ ତଲବ କରିଥିଲେ । ଅଧିକ ପଢ଼ନ୍ତୁ :-Untimely Rath Yatra: ୬୧ ସ୍ଥାନରେ ଅଦିନିଆ ରଥଯାତ୍ରା ପ୍ରସ୍ତୁତି କରିଛି ଇସ୍କନ, ୨ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା ପାଇଁ ଯୋଜନା ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଦର୍ଶାଯାଇଥିଲା ଯେ ଉକ୍ତ କର୍ମଚାରୀମାନେ ବ୍ଲକ୍ଗ୍ରାଣ୍ଟରୁ ଦରମା ପାଉଥିଲେ ସୁଦ୍ଧା ସେମାନଙ୍କୁ ପେନ୍ସନ୍ ବିଶ୍ୱବିଦ୍ୟାଳୟର ନିଜସ୍ୱ ପାଣ୍ଠିରୁ ଦେବାକୁ ଉଚ୍ଚଶିକ୍ଷା ବିଭାଗ କହିଥିଲେ । କିନ୍ତୁ ସେମାନଙ୍କୁ ବ୍ଲକଗ୍ରାଣ୍ଟରୁ ପେନ୍ସନ୍ ଦେବା ପାଇଁ ପୁନର୍ବିଚାର କରିବାକୁ ବିଶ୍ୱବିଦ୍ୟାଳୟ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏନେଇ କମିସନ ଉଚ୍ଚଶିକ୍ଷା ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ । କିନ୍ତୁ ବାରମ୍ବାର ରିପୋର୍ଟ ତଲବ ସତ୍ତେ୍ୱ ବିଭାଗ ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇନାହିଁ ।
69 shares
😐
Dharitri logo
Dharitri
May 5, 2026, 05:18 AM
'ପ୍ରକାଶ "କାର୍ଯ୍ୟକ୍ରମ ଜରିଆରେ ମ୍ୟାଟ୍ରିକ ପରୀକ୍ଷାରେ'ଏ1" ଗ୍ରେଡର ରେକର୍ଡ ସଂଖ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।

'ପ୍ରକାଶ "କାର୍ଯ୍ୟକ୍ରମ ଜରିଆରେ ମ୍ୟାଟ୍ରିକ ପରୀକ୍ଷାରେ'ଏ1" ଗ୍ରେଡର ରେକର୍ଡ ସଂଖ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।

ଭବାନୀପାଟଣା,୫ା୫ (ଉତ୍ତମ କୁମାର ଦାଶ):ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ- ୱାନ ଗ୍ରେଡ୍‌ ହାସଲ ନିମନ୍ତେ କଳାହାଣ୍ଡି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ନେଇ ଗତବର୍ଷ ଏକ ଅଭିନଭ କାର୍ଯ୍ୟକ୍ରମ ‘ପ୍ରକାଶ’ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ରୀଛାତ୍ର ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟାରେ ଏ-୧ ଗ୍ରେଡ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ ଗତ ଜୁଲାଇରେ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ଜିଲାର ୧୩ ବ୍ଲକର ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ନେଇ ଏକ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ଚିହ୍ନଟ ହୋଇଥିବା ଛାତ୍ରୀଛାତ୍ରଙ୍କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କ ଦ୍ୱାରା ବ୍ଲକ ସ୍ତରରେ ଦୁଇଦିନିଆ ସ୍ବତନ୍ତ୍ର ମାର୍ଗଦର୍ଶନ ଶିବିର ଆୟୋଜନ କରାଯାଇଥିଲା। ଜିଲା ସ୍ତରରେ ୨ଟି ପର୍ଯ୍ୟାୟରେ ୪ ଦିନିଆ ସ୍ବତନ୍ତ୍ର ଆବାସିକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ୧୨୭ ଛାତ୍ରୀଛାତ୍ର ଯୋଗଦାନ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ନେତୃତ୍ୱରେ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୩୬ ଜଣ ଜିଲା ସାଧନ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ଉତ୍ତମ ମାର୍ଗଦର୍ଶନ କରିଥିଲେ। ପ୍ରକାଶ ଶିବିର ପରେ ମଧ୍ୟ ମାସିକ ପରୀକ୍ଷା, ଦୈନିକ ଅନ୍‌ଲାଇନ କ୍ଲାସ ମାଧ୍ୟମରେ ସନ୍ଦେହ ମୋଚନ କରାଯାଉଥିଲା। ଫଳସ୍ବରୂପ ଚଳିତ ବର୍ଷ ଜିଲାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରେକର୍ଡ ସଫଳତା ମିଳିଛି। ଜିଲାରେ ୧୧୮ ଜଣ ଏ-ୱାନ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ମାତ୍ର ୧୯ ଛାତ୍ରୀଛାତ୍ର ଏ-ୱାନ ଗ୍ରେଡ୍‌ ପାଇଥିଲେ। ସେହିପରି ଚଳିତବର୍ଷ ୧୨୭୬ ଜଣ ଏ-୨, ୩୬୧୬ ଜଣ ବି-୧, ୫୦୭୭ ଜଣ ବି-୨ ଗ୍ରେଡ୍‌ରେ ସଫଳତା ପାଇବା ସହ ୧୫୬ ବିଦ୍ୟାଳୟରେ ଶତ ପ୍ରତିଶତ ପାସ୍‌ ହାର ରହିଥିଲା। ଏହାସହ ଜିଲାର ପାସ୍‌ ହାର ୯୭.୮୬% ରହିଛି। ସେହିପରି କଳାହାଣ୍ଡି ଜିଲା ପାସ୍‌ ହାରରେ ରାଜ୍ୟରେ ସପ୍ତମ ସ୍ଥାନରେ ରହିଛି। ଭବାନୀପାଟଣା ବ୍ଲକ ଗଣନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ବାତୀ ମହାକୁଡ଼ ୫୭୭ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ତପିମଣି ଜାନି, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ବିଷୟ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ଓ ଅଭିଭାବକଙ୍କ ମିଳିତ ପ୍ରୟାସ ମାଧ୍ୟମରେ ପ୍ରକାଶ କାର୍ଯ୍ୟକ୍ରମ ଏକ ଦୃଷ୍ଟାନ୍ତମୂଳକ ସଫଳତା ଆଣିଦେଇଛି। ଜିଲାପାଳ ପାୱାର ସଚିନ ପ୍ରକାଶ ସମସ୍ତ ଛାତ୍ରୀଛାତ୍ର, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
72 shares
😐
Dharitri logo
Dharitri
May 5, 2026, 04:25 AM
ମାଟ୍ରିକ ପରୀକ୍ଷାରେ ଟପ୍ପର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ନମ୍ବର ହାସଲ କରିଛନ୍ତି।

ମାଟ୍ରିକ ପରୀକ୍ଷାରେ ଟପ୍ପର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ନମ୍ବର ହାସଲ କରିଛନ୍ତି।

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ୫୭୧ ରଖିଛନ୍ତି ଦେବଦର୍ଶୀ ମଣ୍ଡଳ । ଖରିନାସୀ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ର ଦେବଦର୍ଶୀ ଓ ବ୍ଲକ୍‌ର ଅନ୍ୟ ୪ ଛାତ୍ରୀଛାତ୍ରଙ୍କୁ ଏ-୧ ଗ୍ରେଡ୍‌ ରଖିଥିବାରୁ ସମ୍ମାନିତ କରାଯାଇଛି। ଅନ୍ଦୁଳି ବିଷ୍ଣୁପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ରୀ ତୁଳସୀ ସ୍ବାଇଁ, ଜମ୍ବୁ ଉଚ୍ଚ ବିଦ୍ୟାଳୟ ଛାତ୍ର ଶୁଭଜିତ୍‌ ମଣ୍ଡଳ, ବଜ୍ର ବୁଢ଼ୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପୀନାଥପୁର ଶାସନ ଛାତ୍ରୀ କ୍ରୀତିକ୍ରିଷ୍ଣା ପ୍ରିୟଦର୍ଶିନୀ, ରାହାମା ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶୁଭଲକ୍ଷ୍ମୀ ବାଇ ବ୍ଲକ୍‌ର ଉଜ୍ଜ୍ୱଳ ତାରକା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମଙ୍ଗଳପୁର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ଡ. ଗନ୍ଧର୍ବ ଚନ୍ଦ୍ର ନାୟକ ଯୋଗଦେଇ ଦେବଦର୍ଶୀଙ୍କ ସମେତ ୪ ଜଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଆଗାମୀ ଦିନରେ ଭବିଷ୍ୟତର ଉଜ୍ଜ୍ବଳ କାମନା କରିଥିଲେ। ମହାକାଶ ବିଜ୍ଞାନୀ ହୋଇ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ଦେବଦର୍ଶୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ କ୍ଷୀରୋଦ ପ୍ରସାଦ ସାହୁ, ବିଆର୍‌ସିସି ଅକ୍ଷୟ କୁମାର ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଚିତ୍ରାନନ୍ଦ ସାମଲ, ମିନତୀ ସେଠୀ, ପ୍ରଧାନ ଶିକ୍ଷକ ରଘୁନାଥ ଦାସ, ରାମନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବାସୁଦେବ ସାହୁ, ପ୍ରଧାନ ଶିକ୍ଷକ ହିମାଂଶୁ ଦାସ, ମନୋଜ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
17 shares
😊
Dharitri logo
Dharitri
May 5, 2026, 03:38 AM
ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗ ଶିକ୍ଷା କେନ୍ଦ୍ର ମ୍ୟାଟ୍ରିକ ପରୀକ୍ଷାରେ 100% ସଫଳତା ହାସଲ କରିଛି

ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗ ଶିକ୍ଷା କେନ୍ଦ୍ର ମ୍ୟାଟ୍ରିକ ପରୀକ୍ଷାରେ 100% ସଫଳତା ହାସଲ କରିଛି

ଅତାବିରା, ୫ା୫(ଯୁଧିଷ୍ଠିର ମହାପାତ୍ର):ଚଳିତ ମାଟ୍ରିକ ପରୀକ୍ଷାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ, ଲାଦରପାଲି, ଅତାବିରା ଶତ ପ୍ରତିଶତ ସଫଳତା ହାସଲ କରିଛି। ସୁଶ୍ରୀ କ୍ରିଷ୍ଣା ପତି ୫୬୩ମାର୍କ ରଖି ଅତାବିରା ବ୍ଲକରେ ଟପ୍ପର ହୋଇଛନ୍ତି। ମନୀଷା ପ୍ରଧାନ ୫୫୪ ମାର୍କ, ସୌରଭ ଚନ୍ଦନ ପ୍ରଧାନ ୫୪୫, ରେଶ୍ମା ପ୍ରଧାନ ୫୪୦ ମାର୍କ, ସୁଭସ୍ମିତା ମହାକୁଲ ୫୪୦ ରଖିଛନ୍ତି। ଏ୨-୧୬ ଜଣ, ବି୧-୨୩ ଜଣ, ବି୨-୧୪ ଜଣ, ସି-୧୬ ଜଣ, ଡି-୩ ଜଣ ପାସ କରିଛନ୍ତି। ସଫଳତା ପଛରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଶୀର୍ବାଦ ବିଦ୍ୟାଳୟର ଅନୁଶାସନ, ଅଭିଭାବକ, ଅଭିଭାବିକା, ପରିଚାଳନା କମିଟିର ସଭ୍ୟମାନଙ୍କର ମାର୍ଗଦର୍ଶନ ତଥା ଛାତ୍ରୀଛାତ୍ରମାନଙ୍କ କଠୋର ପରିଶ୍ରମରେ ଶତ ପ୍ରତିଶତ ଫଳାଫଳ ରଖିଥିବାରୁ ଉକ୍ତ ବିଦ୍ୟାଳୟକୁ ସମସ୍ତ ମହଲରୁ ଶୁଭେଚ୍ଛାର ଛୁଟିଛି। ଏଥିପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ବବ୍ରୁବାହନ ମିଶ୍ର ସମସ୍ତଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି।
12 shares
😊
D
Dharitri
May 4, 2026, 09:25 AM
କେ. ଆଇ. ଏସ୍. ଏସ୍. ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ଦଶମ ପରୀକ୍ଷାରେ ଶତ ପ୍ରତିଶତ ପାସ୍ କରିଛନ୍ତି।

କେ. ଆଇ. ଏସ୍. ଏସ୍. ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ଦଶମ ପରୀକ୍ଷାରେ ଶତ ପ୍ରତିଶତ ପାସ୍ କରିଛନ୍ତି।

ଭବାନୀପାଟଣା,୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବାଦଲି ସ୍ଥିତ କିସ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ ପାସ କରି ସ୍କୁଲ ପାଇଁ ଗୌରବ ଆଣି ଦେଇଛନ୍ତି। ପ୍ରକାଶ ଯେ, ଏହା ଏକ ହଜାରରୁ ଅଧିକ କେବଳ ଆଦିବାସୀ ଛାତ୍ରୀମାନଙ୍କ ପାଇଁ ନିଶୁଳ୍କ ଓ ଆବାସିକ ବିଦ୍ୟାଳୟ। ଚଳିତ ବର୍ଷ ୪୭ ଜଣ ଛାତ୍ରୀଙ୍କ ମଧ୍ୟରୁ ସମସ୍ତେ ଦଶମ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବାବେଳେ ପ୍ରଥମ ଶ୍ରେଣୀରେ ୨୨ଜଣ ଓ ୨ ଜଣ ଏ-୨ ଗ୍ରେଡ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସର୍ବାଧିକ ୮୦ ପ୍ରତିଶତ ନମ୍ବର ରଖିଥିବା ପଦ୍ମାବତୀ ମହାଳିଙ୍ଗ ଓ ମନୀଷା ଧରୁଆ ସ୍କୁଲ ପାଇଁ ଗୌରବ ଆଣିଛନ୍ତି।
80 shares
😐
Dharitri logo
Dharitri
May 4, 2026, 09:18 AM
କୋରାପୁଟର ମଙ୍ଗଳ ଡିଭିଜନ ମ୍ୟାଟ୍ରିକ ପରୀକ୍ଷାରେ 100% ପାସ୍ ପ୍ରତିଶତ ହାସଲ କରିଛି

କୋରାପୁଟର ମଙ୍ଗଳ ଡିଭିଜନ ମ୍ୟାଟ୍ରିକ ପରୀକ୍ଷାରେ 100% ପାସ୍ ପ୍ରତିଶତ ହାସଲ କରିଛି

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ ୨୨ବିଦ୍ୟାଳୟରେ ଶତପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଜିଲା ମଙ୍ଗଳ ବିଭାଗର ୩୭ ବିଦ୍ୟାଳୟରୁ ମୋଟ ୨,୯୪୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୨,୯୦୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳାଫଳ ଅନୁଯାୟୀ, ଏ୨ରେ ୧୬ ଜଣ, ବି୧ରେ ୯୮ ଜଣ, ବି୨ରେ ୫୨୭ ଜଣ, ସିରେ ୯୩୮ ଜଣ, ଡିରେ ୯୬୧ ଜଣ ଓ ଇରେ ୩୬୩ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପୋଡାଗାଡ଼ କନ୍ୟାଶ୍ରାମରେ ୬୬ ଛାତ୍ରୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ବି୧ରେ ୧, ବି ୨ରେ ୬ଜଣ, ସି ରେ ୨୫ ଜଣ, ଡି ରେ ୨୮ଜଣ ଓ ଇରେ ୬ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ଜିଲାର ୨୨ ବିଦ୍ୟାଳୟ ଶତପ୍ରତିଶତ ପାସ ହାର ହାସଲ କରିଥିବା ଜିଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି।
13 shares
😐
Dharitri logo
Dharitri
May 4, 2026, 05:41 AM
ଧାମନଗରରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ, ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ

ଧାମନଗରରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ, ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ

ଧାମନଗର,୪ା୫(ସନ୍ତୋଷ କୁମାର ମହାପାତ୍ର): ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ସୋମବାର ସକାଳ ସମୟରେ ସମୀକ୍ଷା କରିଛନ୍ତି। ଏଥିସହ ନିର୍ମାଣାଧୀନ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ସହିତ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ରୂପରେଖ ଗତିଶୀଳ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଧାମନଗରକୁ ଏକ ଆଧୁନିକ ଓ ସର୍ବସୁବିଧା ସମ୍ପନ୍ନ ସହର ଭାବେ ଗଢ଼ି ତୋଳିବା ନେଇ ସଂକଳ୍ପବଦ୍ଧ ଏବଂ ଲୋକଙ୍କ ସୁବିଧା ଓ ଅଞ୍ଚଳର ବିକାଶ ହିଁ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।
68 shares
😐
Dharitri logo
Dharitri
May 3, 2026, 08:49 AM
ଦଶମ ବୋର୍ଡ ପରୀକ୍ଷାରେ ନନ୍ଦପୁର ବ୍ଲକ ଛାତ୍ର ଏକ୍ସେଲ

ଦଶମ ବୋର୍ଡ ପରୀକ୍ଷାରେ ନନ୍ଦପୁର ବ୍ଲକ ଛାତ୍ର ଏକ୍ସେଲ

ନନ୍ଦପୁର,୩ା୫(ତୁଷାର କାନ୍ତ ମହାନ୍ତି): ଦଶମ ବୋର୍ଡ ପରୀକ୍ଷାରେ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଡୁଆ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରିୟଦର୍ଶିନୀ ଦାସ ୪୯୦ ଅଙ୍କ(ଏ-୨) ରଖି ବ୍ଲକର ଟପ୍ପର ହୋଇଛନ୍ତି। କୁଲାରସିଂ ବିଜୁ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜଲକ୍ଷ୍ମୀ ପରିଡ଼ା ୪୮୦ ଅଙ୍କ(ଏ-୨) ରଖି ଦ୍ୱିତୀୟ ହୋଇଥିବା ବ୍ଲକ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବ୍ଲକର ମୋଟ ୧୪୨୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୩୯୪ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ୩୦ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି। ଶିକ୍ଷାଧିକାରୀ ପଟ୍ଟନାୟକ ଓ ସହକାରୀ ଶିକ୍ଷାଧିକାରୀ ମମତାଜ ଗମାଙ୍ଗ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଛନ୍ତି।
62 shares
😐
Dharitri logo
Dharitri
May 3, 2026, 08:43 AM
ମ୍ୟାଟ୍ରିକ ପରୀକ୍ଷାରେ 571 ମାର୍କ ରଖି କୋରାପୁଟର ଛାତ୍ର ଟପ୍ପର ହୋଇଛନ୍ତି।

ମ୍ୟାଟ୍ରିକ ପରୀକ୍ଷାରେ 571 ମାର୍କ ରଖି କୋରାପୁଟର ଛାତ୍ର ଟପ୍ପର ହୋଇଛନ୍ତି।

ଜୟପୁର,୩ା୫(ପବନ ପାଣିଗ୍ରାହୀ): ଚଳିତବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ ପ୍ରିୟଦର୍ଶୀ ମୋଟ ୫୭୧ ନମ୍ବର ରଖି କୋରାପୁଟ ଜିଲା ଟପ୍ପର ହୋଇଛନ୍ତି। ଛାତ୍ରୀ ଅନନ୍ୟା ପଟ୍ଟନାୟକ ୫୭୦ ନମ୍ବର ରଖି ଦ୍ୱିତୀୟ ହୋଇଛନ୍ତି। ଉଭୟ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ କହିଛନ୍ତି। ଅଂଶୁମାନଙ୍କ ବାପା ଡମ୍ବରୁଧର ଭୂମିଆ ଓ ମା ଝୁନୁ ଭୂମିଆ। ଅନନ୍ୟାଙ୍କ ବାପା ଶିବାଜୀ ପଟ୍ଟନାୟକ ଓ ମା ସବିତା ମହାନ୍ତି। ପିତା ଓ ମାତାଙ୍କ ଆଶୀର୍ବାଦ ସହ ବିଦ୍ୟାଳୟର ଗୁରୁମା, ଗୁରୁଜୀ ଓ ଟୁଉସନ୍‌ ଗୁରୁଜୀଙ୍କ ଯୋଗୁ ଏହି ସଫଳତା ପାଇଥିବା କହିଛନ୍ତି।
63 shares
😐
Dharitri logo
Dharitri
May 3, 2026, 07:40 AM
ଭାରତରେ ବାର୍ଷିକ ମାଧ୍ୟମିକ ପରୀକ୍ଷାରେ ମଲକାନଗିରି ଜିଲ୍ଲା ଶୀର୍ଷରେ ରହିଛି।

ଭାରତରେ ବାର୍ଷିକ ମାଧ୍ୟମିକ ପରୀକ୍ଷାରେ ମଲକାନଗିରି ଜିଲ୍ଲା ଶୀର୍ଷରେ ରହିଛି।

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଶିବଦତ୍ତ ସାହୁ): ଚଳିତବର୍ଷ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ ଏ ଗ୍ରେଡ ପାଇ ଶୀର୍ଷରେ ରହିଛି।ବାଲିମେଳାସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶୁଭଶ୍ରୀ ନାୟକ ମୋଟ ୫୬୫ ନମ୍ବର(୯୪.୧୬%) ରଖି ଜିଲା ଟପ୍ପର ହୋଇଛନ୍ତି। ବାର୍ଷିକ ମାଧ୍ୟମିକ ପରୀକ୍ଷାରେ ଜିଲାରୁ ୨୨ ଛାତ୍ରୀଛାତ୍ର ୯୦ ପ୍ରତିଶତ ଅଧିକ ମାର୍କ ରଖି କୃତାକାର୍ଯ୍ୟ ହୋଇଛନ୍ତି। ୬୬ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଜିଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କୃତୀ ପିଲାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଜିଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରାଙ୍କ ଖବର ଅନୁଯାୟୀ ୨୫୫ ପରୀକ୍ଷା ଦେଇ ନ ଥିବା ଛାତ୍ରୀଛାତ୍ର ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପୁନଶ୍ଚ ପରୀକ୍ଷା ଦେବେ। ଫେଲ ହୋଇଥିବା ୩୯୯ ଛାତ୍ରୀଛାତ୍ର ପୁଣି ଥରେ ସପ୍ଲିମେଣ୍ଟରି ପରୀକ୍ଷା ଦେବା ବ୍ୟବସ୍ଥା କରାଯାଉଛି।
56 shares
😊
Dharitri logo
Dharitri
May 3, 2026, 07:11 AM
ଓଡ଼ିଶା ମାଟ୍ରିକ ପରୀକ୍ଷାରେ ନୂଆପଡା ଜିଲ୍ଲା ଷଷ୍ଠ ସ୍ଥାନ ଅଧିକାର କରିଛି।

ଓଡ଼ିଶା ମାଟ୍ରିକ ପରୀକ୍ଷାରେ ନୂଆପଡା ଜିଲ୍ଲା ଷଷ୍ଠ ସ୍ଥାନ ଅଧିକାର କରିଛି।

ନୂଆପଡ଼ା,୩।୫(ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚଳିତ ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ୯୭.୮୭ ପ୍ରତିଶତ ପାସ୍‌ ହାର ସହ ନୂଆପଡ଼ା ଜିଲା ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ସିନାପାଲି ବ୍ଲକ ବରଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୁନମ ମେହେର ୯୧.୬୬ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୬ ଶହରୁ ୫୫୦ ମାର୍କ ରଖିଛନ୍ତି। ପୁନମଙ୍କ ପିତା କୈଲାଶ ଚନ୍ଦ୍ର ମେହେର ଜଣେ ଦୋକାନୀ ଏବଂ ମା ପାଳି ମେହେର ଜଣେ ସ୍ବୟଂସହାୟକ ମହିଳା ଓ ସେ ଉଦନ୍ତି ଫାର୍ମ ଗ୍ରୁପର ପରିଚାଳକ ଅଛନ୍ତି। ଜିଲାରେ ମୋଟ ୯,୫୮୭ ଛାତ୍ରୀଛାତ୍ର ପରୀକ୍ଷା ଦେବାପାଇ ନାମ ପଞ୍ଜୀକରଣ କରିଥିଲାବେଳେ ସେଥିରୁ ୧୮୪ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେଥିରୁ ୯,୨୦୩ ଜଣ ଉନ୍ନୀତ ହୋଇଛନ୍ତି। ଯାହାର ହାର ରହିଛି ୯୭.୮୭ ପ୍ରତିଶତ। ଜିଲାରେ ଏ-୧ରେ ୧୩ ଜଣ ଉନ୍ନୀତ ହୋଇଥିବା ବେଳେ ଏ-୨ରେ ୨୨୬ ଜଣ, ବି-୧ରେ ୧୧୧୧, ବି-୨ରେ ୨୩୭୩ ଜଣ, ସି’ରେ ୨୬୬୦, ଡି’ରେ ୨୧୩୦ ଓ ଇ ଗ୍ରେଡରେ ୬୮୪ଜଣ ପାସ ହୋଇଥିଲା ବେଳେ ୨ଶହ ଜଣ ଫେଲ ହୋଇଛନ୍ତି। ସମସ୍ତ ଉନ୍ନୀତ ଛାତ୍ରୀଛାତ୍ରଙ୍କୁ ଜିଲାପାଳ ମଧୁସୂଦନ ଦାସ ଓ ଜିଲା ଶିକ୍ଷା ଅଧିକାରୀ ଡ.ପ୍ରଶାନ୍ତ କୁମାର ମହାନ୍ତି, ଜିଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
83 shares
😐
Dharitri logo
Dharitri
May 3, 2026, 04:02 AM
ବରଗଡ ଜିଲ୍ଲାର ମାଟ୍ରିକ ଫଳାଫଳ ରାଙ୍କିଙ୍ଗ ଏବଂ ପାସ୍ ପ୍ରତିଶତରେ ହ୍ରାସ ପାଇଛି

ବରଗଡ ଜିଲ୍ଲାର ମାଟ୍ରିକ ଫଳାଫଳ ରାଙ୍କିଙ୍ଗ ଏବଂ ପାସ୍ ପ୍ରତିଶତରେ ହ୍ରାସ ପାଇଛି

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ମଧ୍ୟ ମେ’ ମାସ ୨ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ସେହି ପରୀକ୍ଷାଫଳରେ ଜିଲାରେ ପାସ୍‌ହାର ୯୭.୦୯ ପ୍ରତିଶତ ରହିଥିଲା ଏବଂ ରାଜ୍ୟରେ ବରଗଡ଼ ଜିଲାର ସ୍ଥାନ ତ୍ରୟୋଦଶ(୧୩ତମ) ସ୍ଥାନରେ ରହିଥିଲା। ଏପରିକି ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ବବିତା ରଥ ରାଜ୍ୟ ଟପ୍ପର ହୋଇଥିଲେ। କିନ୍ତୁ ଏଥର ରାଜ୍ୟରେ ବରଗଡ଼ ଜିଲାର ପରୀକ୍ଷାଫଳ ବିଂଶ(୨୦ତମ) ସ୍ଥାନରେ ରହିଛି। ଅନ୍ୟପଟେ ଗତବର୍ଷ ପରୀକ୍ଷାଫଳରେ ଜିଲାର ୪୩ଜଣ A-1 ଗ୍ରେଡ୍‌ରେ ରହିଥିବାବେଳେ ଏଥର ତାହା ୪୬କୁ ବୃଦ୍ଧି ପାଇଛି।
68 shares
😐
Dharitri logo
Dharitri
May 3, 2026, 03:36 AM
ଛାତ୍ରଙ୍କ ଏକାଡେମିକ୍ ଯାତ୍ରା ମେଡ଼ିସିନରେ ଉଚ୍ଚ ଲକ୍ଷ୍ୟ

ଛାତ୍ରଙ୍କ ଏକାଡେମିକ୍ ଯାତ୍ରା ମେଡ଼ିସିନରେ ଉଚ୍ଚ ଲକ୍ଷ୍ୟ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି ଏବଂ ନାନା ପଢ଼ାପଢ଼ିରେ ଗାଇଡ୍‌ କରୁଥିଲେ ବୋଲି ବରଗଡ଼ ଜିଲା ଟପ୍ପର ହୋଇଥିବା ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦୀପଶିଖା ଗଡ଼ତିଆ କହିଛନ୍ତି। ସୋହେଲା ବ୍ଲକ ତାମିମୁଣ୍ଡା ଗ୍ରାମର ବାପା ଆଦିଦ୍ୟ ପ୍ରସାଦ ଓ ମା’ ଗିରିବାଳାଙ୍କ ଝିଅ ଦୀପଶିଖା ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପରୀକ୍ଷାଫଳରେ ସେ ସନ୍ତୁଷ୍ଟ ଥିବାବେଳେ ଇଂରାଜୀ ଏବଂ ସାମାଜିକ ବିଜ୍ଞାନରେ ଆଉ କିଛି ଅଧିକ ମାର୍କ ମିଳିବ ବୋଲି ଆଶା ରଖିଥିଲେ ବୋଲି ଦୀପଶିଖା କହିଛନ୍ତି। ତାଙ୍କୁ ଇଂରାଜୀରେ ୯୦, ସାମାଜିକ ବିଜ୍ଞାନରେ ୯୦, ଗଣିତରେ୯୮, ବିଜ୍ଞାନରେ ୯୮, ସଂସ୍କୃତରେ ୧୦୦ ଏବଂ ମାତୃଭାଷା ଓଡ଼ିଆରେ ୯୭ ମାର୍କ ମିଳିଥିବା ସେ କହିଛନ୍ତି।
99 shares
😐
Dharitri logo
Dharitri
May 3, 2026, 02:28 AM
ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଗୁଣ୍ଡା ଆତଙ୍କ, 20 ଜଣଙ୍କୁ କାମୁଡ଼ି ଦେଲା

ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଗୁଣ୍ଡା ଆତଙ୍କ, 20 ଜଣଙ୍କୁ କାମୁଡ଼ି ଦେଲା

ଜୟପୁର,୩ା୫: ରାଜସ୍ଥାନର ଏକ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଗୁଣ୍ଡୁଚିମୂଷା ଆତଙ୍କିତ କରି ରଖିଛି। ଉକ୍ତ ଗୁଣ୍ଡୁଚିମୂଷା ଇତିମଧ୍ୟରେ ୨୦ ଜଣଙ୍କୁ କାମୁଡ଼ିଲାଣି। ଏହାକୁ ଧରିବା ପାଇଁ ପ୍ରାଣୀ ସହାୟତା ଉଦ୍ଧାରକାରୀ ଟିମ୍‌କୁ ୨ ଥର ଡକାଗଲାଣି।ରାଜସ୍ଥାନ ଉଦୟପୁର ଡିଭିଜନରେ ସର୍ବବୃହତ୍‌ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ମେହାନଲାଲ୍‌ ସୁଖାଡିଆ ୟୁନିଭର୍ସିଟି (ଏମ୍‌ଏଲ୍‌ଏସ୍‌ୟୁ)କୁ ଭିନ୍ନ ପ୍ରକାର ଆତଙ୍କ କବଳିତ କରି ରଖିଛି। ବିଶ୍ୱବିଦ୍ୟାଳୟର ଆଟର୍‌ସ କଲେଜ କ୍ୟାମ୍ପ୍‌ସରେ ଏକ ହିଂସ୍ର ଗୁଣ୍ଡୁଚିମୂଷା ଏଭଳି ଆତଙ୍କର ବାତାବରଣ ସୃଷ୍ଟି କରିଛି। ଗତ ୬ ସପ୍ତାହ ମଧ୍ୟରେ ଗୁଣ୍ଡୁଚିମୂଷା ୨୦ ଜଣ ଛାତ୍ରୀଛାତ୍ର ଓ କଲେଜ କର୍ମଚାରୀଙ୍କୁ କାମୁଡ଼ିଲାଣି। ଏପରିକି ଡିନ୍‌ଙ୍କୁ ମଧ୍ୟ ଗୁଣ୍ଡୁଚିମୂଷା ଛାଡ଼ିନାହିଁ। ସ୍ଥିତି ଏଭଳି ହୋଇଛି ଯେ, ଛାତ୍ରୀଛାତ୍ର ଓ ଅଧ୍ୟାପକ ମନସ୍ତତ୍ତ୍ୱ ବିଭାଗ ଯିବାକୁ ଥିବା ରାସ୍ତାକୁ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି।ଗୁଣ୍ଡୁଚିମୂଷାର ହିଂସ୍ର ଆଚରଣ ତା’ର ନିଜ ସୀମାକୁ ସୁରକ୍ଷା ଦେବାରେ ଭୁଲ୍‌ ପ୍ରଦର୍ଶନ। କୌଣସି ବିପଦ ନ ଥାଇ ମଧ୍ୟ ଏହା ହଠାତ୍‌ ଆକ୍ରମଣ କରୁଛି। ସାଇକୋଲୋଜି ଡିପାର୍ଟମେଣ୍ଟ ନିକଟରେ ଗୁଣ୍ଡୁଚିମୂଷାଟି ବସା କରିଥିବାବେଳେ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଆକ୍ରମଣକାରୀ ସନ୍ଦେହ କରି ନିଜ ସୀମାକୁ ସୁରକ୍ଷା ଦେଉଛି। କ୍ୟାମ୍ପସ୍‌ରେ ଯାହା ଏକ କୌତୂହଳର ବିଷୟ ଥିଲା, ତାହା ଏବେ ସୁରକ୍ଷା ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି।
31 shares
😢